• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 13th January 2023: ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିପାରେ, ବଡ଼ କମ୍ପାନୀରୁ ଚାକିରି ପାଇଁ ଡାକରା ଆସିପାରେ

ସୌର ଧନୁ ମାସ, ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ, ଶୁକ୍ରବାର, ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି -  ୬ଷ୍ଠୀ ସନ୍ଧ୍ୟା ୦୬.୧୭ ଗତେ ୭ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୦୪.୩୭ ପର୍ଯ୍ୟନ୍ତ। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Virgo

କନ୍ୟା

Friday 13 Jan 2023

ଉ , ଫାଲଗୁନୀ – ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ ।  ପାରିବାରିକ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବାରୁ ଖୁସି ରହିବେ । ଭୌତିକ ଓ ଆଧାତ୍ମିକ ମାମଲାରେ ବ୍ୟସ୍ତ ରହି ପାରନ୍ତି ।
ହସ୍ତା – ଆପଣଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସମ୍ପର୍କୀୟ ପଛରେ ସମାଲୋଚନା କରିପାରନ୍ତି । ଛାତ୍ରଛାତ୍ରୀମାନେ ପରିଶ୍ରମୀ ହେବେ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମରେ ଅବହେଳା କରିବେ ନାହିଁ ।  
ଚିତ୍ରା – କଚେରୀ ମାମଲା କାରଣରୁ ଉଦ୍‌ବେଗ ବୃଦ୍ଧି ପାଇବ । ମହିଳାମାନେ ସମସ୍ୟାରେ ରହିବ । ନିଜର ଚତୁରତା, ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ ।

ପ୍ରତିକାର -   ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ    

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :