• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11 September 2023: ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସଙ୍କଟ ଦୂରେଇ ଯିବ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଅହରାତ୍ର ।ତିଥି- ୧୨ଶୀ ରାତ୍ରି ୧୧.୫୨ ଗତେ ୧୩ଶୀ । ଘାତ ଚନ୍ଦ୍ର - ନାସ୍ତି । ଘାତ ବାର- ମିଥୁନ । ପୁଷ୍କର ଦୋଷ- ୧ ପାଦ-ପଶୁ ସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୧.୫୨।

Libra

ତୁଳା

Monday 11 Sep 2023

ଚିତ୍ରା- ପରିବାରରେ ଅଶାନ୍ତ ଦୂର ହେବ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ । ବାଣିଜ୍ୟ, ବ୍ୟବସାୟ ତଥା ବିବାଦୀୟ ଘଟଣାରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିରେ ପଡ଼ି ଅଣନିଃଶ୍ୱାସୀ ହୋଇପାରନ୍ତି ।

ସ୍ୱାତୀ- ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ। ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ଜଣେ ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।

ବିଶାଖା- ଦୂରଯାତ୍ରା କାଳରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ପ୍ରଶାସନିକ ସ୍ତରରେ, ସଭାସମିତିରେ, ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ଅଟକି ରହିଥିବା କାମ ଆରମ୍ଭ କରିବାକୁ ମନ ବଳାଇବେ।

ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :