• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th March 2024: ଆଜି ଏହି ରାଶିର ବ୍ୟକ୍ତିଙ୍କର ବିବାହ ପ୍ରସ୍ତାବ ଆସିବ...

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର ଚନ୍ଦ୍ର- କୁମ୍ଭ ରାତ୍ରି ୦୮.୪୦ ଗତେ ମୀନ ତିଥି- ଅମାବାସ୍ୟା ଦିବା ୦୨.୩୦ ଗତେ ପ୍ରତିପଦ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର,ରାତ୍ରି ୦୮.୪୦ ଗତେ ଧନୁ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୫୫ ଗତେ ୧ ପାଦ-କୃଷିହାନି-ଭୂମିଦାନ

Taurus

ବୃଷ

Sunday 10 Mar 2024

କୃତିକା- ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ । ଜୀବନ ସାଥିଙ୍କ ସହିତ ସାମଞ୍ଜସ୍ୟ ବଜାୟ ରହିବ ।
ରୋହିଣୀ- ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଘରୋଇ କଂପାନୀରେ ଚାକିରି ମିଳିପାରେ । ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ରାଜନୀତିରେ ସତ୍ୟବାଦୀ ହେବେ ।  
ମୃଗଶିରା- ବେପାରରେ ଯୋଜନା ବଦ୍ଧ ରୂପେ କାମ କରିବେ । ଆର୍ଥିକ ଲାଭ ସହ ସମ୍ପତ୍ତି ବୃଦ୍ଧି ହେବ । ଜମିବାଡି ସମ୍ବନ୍ଧୀୟ ମତାନ୍ତର ସୃଷ୍ଟି ହେବ । ମହିଳା ମାନେ ପୂଜା, ପାଠରେ ମନ ଲଗାଇବେ ।
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :