Advertisment

India-Pakistan Relations Update: ପହଲଗାମରେ ଆତଙ୍କୀ ହମଲା; ଆଜି ବସିବ ସର୍ବଦଳୀୟ ବୈଠକ

ପାକିସ୍ତାନ ବିରୋଧରେ ଭାରତର ନେଇଛି ବଡ ଆକ୍ସନ। ସୁରକ୍ଷା ସମ୍ପର୍କିତ ବୈଠକ ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କରାଯାଇଛି ବଡ ଘୋଷଣା। ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କରିଛି ଭାରତ।

author-image
Tapaswini Nayak
ଅଦ୍ୟତନ ହୋଇଛି
Naxal attack

Naxal attack

ପହଲଗାମ୍ ଆତଙ୍କୀ ହମଲା ନେଇ ଆଜି ବସିବ ସର୍ବଦଳୀୟ ବୈଠକ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।  ଅନ୍ୟପଟେ ପାକିସ୍ତାନ ବିରୋଧରେ ଭାରତର ନେଇଛି ବଡ ଆକ୍ସନ। ସୁରକ୍ଷା ସମ୍ପର୍କିତ ବୈଠକ ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କରାଯାଇଛି ବଡ ଘୋଷଣା। ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କରିଛି ଭାରତ। ଯେଉଁ ପାକିସ୍ତାନୀ ବୈଧ ଅନୁମୋଦନରେ ଆସିଛନ୍ତି ମେ’ ୧ ପୂର୍ବରୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ। ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ବାତିଲ କରିଛି ଭାରତ।

Advertisment

ଅଧିକ ପଢ଼ନ୍ତୁ: ଆତଙ୍କବାଦୀଙ୍କୁ ଦିଆଯିବ ମୁହଁତୋଡ଼ ଜବାବ, ପ୍ରତିଶୋଧ ନେବ ଭାରତୀୟ ସେନା

ଏଥିସହ ଦୂତାବାସ କର୍ମଚାରୀ ସଂଖ୍ୟା ୫୫ରୁ ୩୦କୁ ହ୍ରାସ ନିଷ୍ପତ୍ତି ହୋଇଛି। ଏପରିକି ପାକିସ୍ତାନୀ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ମନା ହୋଇଛି। ପାକ୍ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ମଧ୍ୟରେ ଭାରତ ଛାଡ଼ିବେ। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ହେବ। ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଗତକାଲି ସିସିଏସ୍ ବୈଠକରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଆଲୋଚନା ପରେ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଯୋଗଦେଇଥିଲେ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ସହ କଥା ହେଲେ ଟ୍ରମ୍ପ; କହିଲେ- ଜଘନ୍ୟ ଆକ୍ରମଣର ଦୋଷୀଙ୍କୁ ମିଳିବ ଦଣ୍ଡ

Terrorist Attack Pahalgam Terrorist Attack Pahalgam Attack
Advertisment
Advertisment