ଏ ପରିସ୍ରାରେ ଏମିତି କଣ ରହିଛି? ଗୋଟିଏ କପ୍କୁ ୫ ହଜାର ଟଙ୍କାରେ ହେଉଛି ବିକ୍ରି....ପୁଣି ଚାହିଦା ଏତେ ରହିଛି ଯେ, ହଠାତ୍ ଖୋଜିଲେ ମିଳୁନି...ଜାଣନ୍ତୁ କାହିଁକି ଏହାର ଦାମ ରହିଛି ଏତେ ଅଧିକ?
କେତେ ସୁରକ୍ଷିତ ବ୍ୟାଙ୍କ ଲକର ? କେତେ ନିରାପଦ ବ୍ୟାଙ୍କରେ ଜମା ଥିବା ଆପଣଙ୍କ ମୂଲ୍ୟବାନ ଅଳଙ୍କାର ? କୋରାପୁଟ ଲକ୍ଷ୍ମୀପୁର SBI ଶାଖାରେ କଳାକନା ବୁଲାଇଥିବା ଦୁର୍ବୃତ୍ତ ନିକଟରେ ଧରା ପଡ଼ିଥିବା ବେଳେ ଆଜି ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ବାନ୍ଧିଛି ପୋଲିସ୍ ।
JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପ୍ରଶାସନିକ ଜୁଲମ୍ ଆଗରେ ଅସହାୟ ଢିଙ୍କିଆ ବାସିନ୍ଦା । ଘରେ ଥିଲେ ପୋଲିସକୁ ଭୟ, ପାନବରଜକୁ ଟେକିନଦେଲେ ମିଥ୍ୟା ମାମଲାର ଡର । ତେଣୁ ଘର ଛାଡ଼ି କିଏ ବିଲରେ ତ ଆଉ କିଏ ଦଳଭର୍ତ୍ତି ପାଣି କାଦୁଅରେ ଲୁଚିଛନ୍ତି ପୋଲିସ ଭୟରେ ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ । ହାତଗଣତି ସମର୍ଥକଙ୍କ ସହ ପ୍ରାର୍ଥୀଙ୍କ ଶୋଭାଯାତ୍ରା । ଖୋର୍ଦ୍ଧା ଜିଲ୍ଲା ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ଆଜି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସ୍କୁ ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପିର ସୁଜିତ ବଳବନ୍ତରାୟ ।
ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯାଇପାରେ ଟିକା । NTAGIର କୋଭିଡ-୧୯ ୱାର୍କିଂ ଗ୍ରୁପ୍ ଚେୟାରମ୍ୟାନ୍ ଡ. ଏନ୍.କେ ଆରୋରା ଏନେଇ ସୂଚନା ଦେଇଛନ୍ତି । ମାର୍ଚ୍ଚ ସୁଦ୍ଧା ୧୫ରୁ ୧୮ ବର୍ଗଙ୍କୁ ଟିକାକରଣ ସରିଯିବା ନେଇ ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି ।
ଆବୁଧାବି ଅନ୍ତାର୍ଜାତୀୟ ବିମାନବନ୍ଦର ନିକଟରେ ଡ୍ରୋନ୍ ଆକ୍ରମଣ । ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ । ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରରେ ବଡ଼ ଧରଣର ଅଗ୍ନିକାଣ୍ଡ । ବିସ୍ଫୋରଣରେ ୨ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକ ମୃତ । ବିସ୍ଫୋରଣରେ ଆଉ ୬ ଜଣ ଗୁରୁତର ହୋଇଥିବା ମଧ୍ୟ ସୂଚନା ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ପୁଣିଥରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୁଦିରସ୍ତ । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି । ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଥିଲେ । ଗଜପତି ମହାରାଜାଙ୍କ ଦ୍ୱାରା ଶାଢ଼ୀ ବନ୍ଧା ନୀତି ସମ୍ପୂର୍ଣ୍ଣ ହୋଇଥିଲା । ରାଜଗୁରୁଙ୍କ ଦ୍ୱାରା ଏହି ସମସ୍ତ ନୀତି କରାଯାଇଥିଲା । ପୌଷପୂର୍ଣ୍ଣିମା ଅବସରରେ ଏହି ଶାଢ଼ୀ ବନ୍ଧା ନୀତି ସମ୍ପନ୍ନ ହୋଇଛି ।
କରୋନା ସଂକ୍ରମଣ ଲଗାମ ଲାଗୁନି ଲଗାମ୍ । ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମ୍ସରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୭୦ରୁ ଅଧିକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୦ ନର୍ସିଂ କର୍ମଚାରୀ ଓ ୯୦ରୁ ଅଧିକ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନ । ଫେବ୍ରୁଆରୀ ୧୪ରେ ହେବାକୁ ଥିବା ଭୋଟ ପ୍ରକ୍ରିୟା ୨୦କୁ ଘୁଞ୍ଚିଲା । ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଟକଣା ବଢ଼ାଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ୨୨ ତାରିଖ ଯାଏଁ କମିଶନ ରାଲି ଓ ରୋଡ୍ ଶୋ ଉପରେ କଟକଣା ଜାରି କରିଛନ୍ତି ।
ପୁଅ ହେବ ତ ଏମିତି। କରୋନା ଟିକା ଦେବାକୁ ବାପାଙ୍କୁ ପିଠିରେ ବୋହି ଚାଲିଲା ୬ଘଂଟାର ରାସ୍ତା। ପାହାଡ଼, ଜଙ୍ଗଲ ଘେରା ରାସ୍ତାରେ ଟିକାଦାନ କେନ୍ଦ୍ରରେ ପହଞ୍ଚିବା ପରେ ପ୍ରଶଂସା କଲେ ଡାକ୍ତର। ଖୁସିରେ ପୁଅ କହିଲା, ବାପା ପିଲାବେଳେ ମତେ ଲାଉ କରୁଥିଲେ ଏବେ ମୁଁ ତାଙ୍କୁ କରୁଛି…
ପ୍ରସୂତିଙ୍କ ଜୀବନ ବଂଚାଇବା ପାଇଁ ରାସ୍ତାରେ ହାତ ଯୋଡୁଥିଲେ କିନ୍ନର...କେହି ଶୁଣୁନଥିଲେ କି ଉଦ୍ଧାର କରିନଥିଲେ...ହେଲେ ଜଣେ ଯୁବକ ନିଜ ସ୍କୁଟି ଅଟକାଇ କିନ୍ନରଙ୍କ ସହ ଯିବା ପରେ ଦେଖନ୍ତୁ ହେଲା କଣ?
ଶୁଆ ନୁହେଁ ସେ ମୋ ଛୁଆ ଥିଲା...ମାସ୍କ ମୁହଁ ଦେଖି ଉଡ଼ିଗଲା....ମୋ ଧନ, ମୋ ଗେହ୍ଲୁ କୋକୋକୁ ହରାଇ କାନ୍ଦି କାନ୍ଦି ବେହାଲ ହେଲେଣି ପ୍ରଫେସର ସସ୍ମିତ। ପେପର୍ଠୁ ଲିଫଲେଟ୍ ପର୍ଯ୍ୟନ୍ତ ସବୁଠି ଦେଲେଣି ବିଜ୍ଞାପନ। ଯିଏ ଖୋଜିଦେବ କୋକୋକୁ ତାକୁ ଦିଆଯିବ ୫ ହଜାର ଟଙ୍କାର ପୁରସ୍କାର, ଦେଖନ୍ତୁ ମଣିଷ-ଶୁଆ ମଧ୍ୟରେ ଥିବା ଭଲପାଇବାର ଅନନ୍ୟ କାହାଣୀ...
କୋଠାଘର କରିଛି ପୁଅ, ହେଲେ ଛେଳି ଗୁହାଳେ ରହୁଛନ୍ତି ବୁଢା ମାଆ-ବାପା। ନିଜ ଛେଳି ସହ ପଡ଼ୋଶୀଙ୍କ ଛେଳି ଚରାଇ ଦିନକୁ ମୁଠାଏ ଖାଉଛନ୍ତି ଏହି ବୃଦ୍ଧା...ସାହାଯ୍ୟ ପାଇଁ ହାତ ଯୋଡ଼ି କାନ୍ଦୁଛନ୍ତି, ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ...
ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ୮୮ ବର୍ଷ ବୟସରେ ପରଲୋକ ।ଗୁଣୁପୁର ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ପରଲୋକ I ଭୂଦାନ ଆନ୍ଦୋଳନ ପାଇଁ ବେଶ୍ ପରିଚିତ ଥିଲେ ଶାନ୍ତି ଦେବୀ
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ହାରିବା ପରେ ହଠାତ୍ ଟେଷ୍ଟ୍ ଅଧିନାୟକ ପଦରୁ ବିରାଟଙ୍କ ଇସ୍ତଫା ନେଇ ହଇଚଇ ସୃଷ୍ଟି ହୋଇଛି। ବିସିସିଆଇ ସହ ବିବାଦକୁ ନେଇ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।
ଏଇଟ୍ ସିଟର୍ ଯାଏଁ ସବୁ କାର୍ରେ ବାଧ୍ୟତାମୂଳକ ହେବ ୬ ଏୟାର ବ୍ୟାଗ୍ । ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବ ଏହି ନୂଆ ନିୟମ । ଅର୍ଥାତ୍ ଅକ୍ଟୋବର ପରଠାରୁ ବଜାରକୁ ଆସିବାକୁ ଥିବା ସବୁ ଏମ୍-ଓ୍ୱାନ୍ ବର୍ଗର ଯାନବାହନ ଅର୍ଥାତ ଆଠ ସିଟ୍ ଯାଏଁ କ୍ଷମତା ବିଶିଷ୍ଟ ସବୁ କାର୍ରେ ଲାଗିବ ଅତିକମ୍ରେ ୬ଟି ଏୟାର ବ୍ୟାଗ୍ ।
ରାତି ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । କେତେ ଗଣନା, କେତେ ଫନ୍ଦିଫିକର । ଗୋଟିଏ ପଟେ ଡିଜିଟାଲ କ୍ୟାମ୍ପେନ୍ ଅନ୍ୟପଟେ ପ୍ରାର୍ଥୀ ଚୟନର ଗୋଲକ ଧନ୍ଦା ।
୨୦୨୧ ଜାନୁଆରୀ ୧୬ରୁ ସ୍ୱାସ୍ଥ୍ୟକର୍ମୀ, ଫେବ୍ରୁଆରୀ ୨ରୁ ଫ୍ରଣ୍ଟଲାଇନ୍ ଓ୍ୱାର୍କର, ମାର୍ଚ୍ଚ ୧ରୁ ୬୦ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୫ରୁ ଅଧିକ ବହୁବିଧ ଆକ୍ରାନ୍ତ । ମହାମାରୀର ମହା ମୁକାବିଲା ପାଇଁ ଗତବର୍ଷ ତମାମ, ବିଭିନ୍ନ ସମୟରେ ଏମିତି ଦେଶରେ ଆଗେଇ ଚାଲିଥିଲା କୋଭିଡ୍ ଟିକାକରଣ ଅଭିଯାନ ।
ଚତୁର ଚୋରଙ୍କ ଅଭିନବ ଫଣ୍ଡା । ଆମେ ଆପଣଙ୍କୁ ଦୁଇଟି ଘଟଣା କହିବାକୁ ଯାଉଛୁ । ଗୋଟିଏ କୋରାପୁଟ ଲକ୍ଷ୍ମୀପୁରର, ଆଉ ଏକ ଘଟଣା ପର୍ଯ୍ୟଟନ କ୍ଷେତ୍ର ପୁରୀର ।
ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍ରୁ ୧.୫ କିଲୋ ଓଜନର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ତେବେ ଘଟଣା ପଛରେ ପାକିସ୍ତାନ ଇଣ୍ଟେଲଜେନ୍ସି ଏଜେନ୍ସି ISI(Inter-Services Intelligence)ର ହାତ ଥିବା ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସେଲ୍ ସନ୍ଦେହ କରୁଛି।
ମୁମ୍ବାଇର ଜଣେ ମହିଳା ପିଜା ଅର୍ଡର କରିବା ପରେ ୧୧ ଲକ୍ଷରୁ ଅଧିକ ଟଙ୍କା ଅନଲାଇନ୍ରେ ଠକେଇର ଶିକାର ହୋଇଛନ୍ତି। ଅନ୍ଧେରୀର ସମ୍ପୃକ୍ତ ମହିଳା ଗତବର୍ଷ ଜୁଲାଇରେ ଅନ୍ଲାଇନ୍ରେ ପିଜା ଅର୍ଡର କରିବା ବେଳେ ଆକାଉଣ୍ଟରୁ ୯ ହଜାର ୯୯୯ ଟଙ୍କା କଟି ଯାଇଥିଲା। ପରେ ଅକ୍ଟୋବର ମାସରେ ଅନ୍ଲାଇନ୍ରେ ଡ୍ରାଏ ଫ୍ରୁଟସ୍ ଅର୍ଡର କରିବା ବେଳେ ୧ ହଜାର ୪୯୬ ଟଙ୍କା ଆକାଉଣ୍ଟରୁ କଟି ଯାଇଥିଲା।
ଭୁବନେଶ୍ୱର ପ୍ରେସ୍ ଛକରେ ଯୁବକଙ୍କୁ ହତ୍ୟା ମାମଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣଙ୍କୁ ଅଟକ ରଖିଛି ସହିଦ ନଗର ପୋଲିସ । ଏହି ତିନି ଜଣ ହେଉଛନ୍ତି, ମିଲୁ, ସତ୍ୟ ଏବଂ ଜିତେନ୍ଦ୍ର । ଏମାନଙ୍କଠାରୁ ହତ୍ୟାରେ ବ୍ୟବହୃତ କରିଥିବା ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ପୋଲିସ୍ ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର SBIରୁ ସୁନା ଚୋରି ମାମଲା ପଛର କାହାଣୀ ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ। ଚୋରି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶେଖର କୁଲଦିପିଆ।
ବଜ୍ରପାତଜନିତ ମୃତ୍ୟୁରେ ଦେଶର ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା। ଏହି ସଂଖ୍ୟା ଦେଶର ମୋଟ୍ ୭୮୭ ବଜ୍ରପାତଜନିତ ମୃତ୍ୟୁର ୨୭ ପ୍ରତିଶତ। ଭାରତୀୟ ପାଣିପାଗ ବିଭାଗର ୨୦୨୧ ଜଳବାୟୁ ରିପୋର୍ଟରୁ ଏମିତି ତଥ୍ୟ ମିଳିବା ପରେ ବଢ଼ିଛି ଚିନ୍ତା।
ଦିନକ ପରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଫେବୃୟାରୀ ୧୬ ରୁ ୫ଟି ପର୍ଯ୍ୟାୟରେ ପଡ଼ିବ ଭୋଟ୍ । ତେଣୁ ସବୁ ପ୍ରକାର ପ୍ରସ୍ତୁତିରେ ଫାଇନାଲ୍ ଟଚ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।