ଆମ ପୁରୀ ବେଳା ଭୂମି ଗୋଟେ ପାର୍କ ନୁହେଁ କି? ଏଠି କଣ ତମେ ଆଉ ବାଡ଼ ପକେଇବ? ଏଠି ଆମେ ଶଙ୍ଖ ବିକିବୁ, ମୁଢ଼ି ବିକିବୁ, ତମେ କଣ ବ୍ଲ୍ୟୁ ଫ୍ଲାଗ୍ ବିଚ୍ କରିବ କହୁଛ?
ବଲାଙ୍ଗିର ଅରବିନ୍ଦ ସିଂହ ହତ୍ୟା ମାମଲାରେ ପୋଲିସ ତନାଘନା ଜେରା ଆରମ୍ଭ କରିଦେଇଛି। ବଲାଙ୍ଗିର ସଦେଇପାଲିର ଏକ ଚାଷ ଜମିରୁ ମାରଣାସ୍ତ୍ର ଜବତ କରିଛି ପୋଲାସ।
ଆରମ୍ଭ ହୋଇଛି ଶୀତର ରାଜୁତି । ଘନ କୁହୁଡି ସହ ଶୀତରେ ଥରୁଛି ସାରା ଓଡ଼ିଶା । ଠିକ୍ ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ ।
ବ୍ରିଟେନରେ ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ଆସିପାରେ । ଆଉ ଏହି ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ନେଇ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ |
ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି ...।
ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି.. ତପସ୍ୱିନୀଙ୍କ ପୂରା ପ୍ରତିକ୍ରିୟା ଶୁଣନ୍ତୁ..
ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ନ ପୂରେଇଲା ଯାଏ ଧାରଣାରୁ ଉଠିବେନି ବୋଲି ପ୍ରତିଜ୍ଞା କରିଛନ୍ତି ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀ.. ଗତକାଲିଠାରୁ ପୁଣି ଶାଶୁ ଘର ଦୁଆରେ ତପସ୍ୱିନୀଙ୍କ ସହ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାରେ ବସିଛନ୍ତି..
ସୁମିତ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ.. ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି.. ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ..
ତୁଟୁନି ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳି...ଗେଷ୍ଟହାଉସ୍ ଛାଡ଼ି ପୁଣି ଶାଶୁ ଘର ଆଗରେ ତପସ୍ୱିନୀଙ୍କ ଧାରଣା, କହିଲେ ଏଥର ନ୍ୟାୟ ମିଳିବା ପର୍ଯ୍ୟନ୍ତ ବସିବି...ସେପଟେ ସୋମବାର SDJM କୋର୍ଟରେ ପରବର୍ତ୍ତୀ ଶୁଣାଣି
ତପସ୍ୱିନୀ-ସୁମିତଙ୍କ ମାମଲାର ତଦନ୍ତ ପାଇଁ ସୁମିତଙ୍କ ଘରେ ପହଞ୍ଚିଛି ପୋଲିସ.. ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ପୋଲିସ ଟିମ୍ ସୁମିତଙ୍କ ଘରକୁ ଯାଇ ପଚରାଉଚରା କରୁଛି.. ସେପଟେ ତପସ୍ୱିନୀ ମଧ୍ୟ ଶାଶୁ ଘର ଦୁଆରେ ଧାରଣାରେ ବସିଛନ୍ତି..
କଟକ ନୂଆପାଟଣାର ୭ ବର୍ଷର ବାଳକ ଉପ୍ତଲକ୍ଷ୍ୟଙ୍କ ବିଶ୍ୱ ରେକର୍ଡ... ୪୬ ସେକେଣ୍ଡରେ ୧୧୮ଟି ରସାୟନିକ ତତ୍ତ୍ୱର ନାଁ କହି ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକଡର୍ସରେ ପାଇଲେ ସ୍ଥାନ... ଚେସ୍ ଖେଳୁଥିବା ବେଳେ ନିର୍ଭୁଲ ଭାବେ କଲେ
ବୁର୍ଲା ଭିସୁଟରେ ପୁଣି ଇଞ୍ଜିନିଅରିଂ ଛାତ୍ରଙ୍କୁ ମାଡ଼ ... ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିନିଅର ଛାତ୍ର ମାଡ଼ ମାରିଥିବା ନେଇ ଅଭିଯୋଗ... ପୀଡ଼ିତଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ବୁର୍ଲା ଥାନାରେ ମାମଲା ରୁଜୁ...|
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ମାଳ ମାଳ ଯୋଜନା ଘୋଷଣା କରୁଛନ୍ତି ବିଜେଡ଼ି ସରକାର । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଶିକ୍ଷକଙ୍କୁ ଥୋପ ପକାଇଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଥିବାବେଳେ କାଉଣ୍ଟର କରିଛି ବିଜେଡି ..
ଚର୍ଚ୍ଚାରେ ଫିଲ୍ମ “ଚୋରଣୀ” । କିନ୍ତୁ ସ୍ମୃତିମୟୀ ହେଉ ହେଉ ହୋଇଯାଉଛିର ଖୋଲିଦେଲେ ଗୁମର.....
ମଫସଲରେ ଥିବା ଆଦିବାସୀ ଗାଁଟିଏ। କିନ୍ତୁ ଏହାକୁ ନେଇ ଖୁବ୍ ଚର୍ଚ୍ଚା। କାରଣ ଏ ଗାଁର ଲୋକ ଏତେ ସଚେତନ ଯେ, କରୋନାର ଦୁଇ ଦୁଇଟି ଲହର ଗଲାଣି, ତଥାପି ଏଠି ଏଯାଏଁ କରୋନା ହେଇନି। ଯେତେଥର ଟେଷ୍ଟ ହେଉଛି, ସମସ୍ତଙ୍କର ନେଗେଟିଭ୍ ବାହାରିଛି। ଆସନ୍ତୁ ଥରେ ବୁଲି ଆସିବା ଏ ଗାଁ।
ଗୋଟିଏ ପରେ ଗୋଟିଏ ଦେଶ, ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡି ମାଡି ଚାଲିଛି ଓମିକ୍ରନ। କରୋନାର ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ଆତଙ୍କିତ ବିଶ୍ୱବାସୀ। ଦେଶରେ ସଂକ୍ରମଣ ସଂଖ୍ୟା ୧୦୦ ଟପିଥିବା ବେଳେ ପୁଣି ଫେରିବ ହେବ କି ଲକଡାଉନ୍ ଓ ସଟଡାଉନ୍?
ଏ କଂଗ୍ରେସିଆ ଷ୍ଟ୍ରାଇକ୍ କରିଥିଲେ, କିନ୍ତୁ ଏ ମାଉସୀ ପାଣି ମାରିଦେଲା ଝାଇଁରେ ଏମିତି ନାଚିଲେ ଯେ ଦେଖିବା ମାତ୍ରେ ଗୋଡ଼ତ ଖାଲି ଉଠିବ ଆଉ ପଡ଼ିବ...ହେଲେ ଏ ମାଉସୀଙ୍କୁ କିଏ ପଠେଇଛି କିରେ ? ଇଲୋ ସିଏ ପା...
ଏ ମହାମାରୀ କିଛି ମାନୁନି : ଗୋଟିଏ ପରେ ଗୋଟିଏ ରାଜ୍ୟକୁ କରୁଛି କାୟା ବିସ୍ତାର କରୁଛି ।
ଚାପରେ ଚେପା ହୋଇଗଲା କି ଚିତ୍ତରଂଜନ ହତ୍ୟା ମାମଲାର ରୂପରେଖ ? ସେବା ଚିତ୍କାର କରୁଥିଲେ, ଏବେ ନରମିଗଲେ କେମିତି ? କଣ ପାଇଁ ମତ ବଦଳେଇଦେଲେ ପରିବାର ଲୋକେ?
ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ କେଁ, କେବେ ରେଳପଥରେ ଯୋଡ଼ି ହେବ ପୂର୍ବ-ପଶ୍ଚିମ ଓଡ଼ିଶା ?
କେବେ ମିଳିବ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ବୁଡ଼ିଲା ଟଙ୍କା : ସରକାର ଖାଲି ଆଶା ଦେଉଛନ୍ତି କିନ୍ତୁ ଏମାନେ କିଛି ପାଉନାହାନ୍ତି ।
ହୁ ହୁ ହୋଇ ବଢୁଛି ଓମିକ୍ରନ। ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜ ପଞ୍ଝାକୁ ନେଇଛି ସଂକ୍ରମଣ ।କରୋନା ଭାଇରସ୍ର ନୂଆ ଭାରିଏଣ୍ଟ ଓମିକ୍ରନ୍କୁ ନେଇ ଚିନ୍ତା ବଢ଼ିଛି।
ପୁରୀ ବ୍ଲ୍ୟୁ ଫ୍ଲାଗ୍ ବିଚ୍ କୁ ବିରୋଧ । ପୁରୀ ବେଳାଭୂମି ବ୍ୟବସାୟୀ ସଂଘ ଏହାକୁ ବିରୋଧ କରିଛି । 'ଏଠି ବ୍ଲ୍ୟୁ ଫ୍ଲାଗ୍ ବିଚ୍ କରେଇ ଦେବୁନି' । 'ତମେ ଏଠି ଆଉ କିଛି କରନି। ଏ ସମୁଦ୍ର ବାଲି ଆମ ଜୀବନ। ଏଇଠି ଆମେ ବସିଲେ ଘରେ ଆମ ଚୁଲି ଚଳିବ। ତମ ବ୍ଲ୍ୟୁ ଫ୍ଲାଗ୍ ବିଜ୍ ସିଆଡେ ନିଅ। ଏଠି ଆମ ଦୁଃଖ ଧନ୍ଦାରେ ଆଖି ପକାନି । ଏହିଭଳି ନାରା ଦେଇ ବିରୋଧ କରଛି ସଂଘ ।
ଦୀର୍ଘଦିନ ଧରି ଛତ୍ରପୁରର ଝିଅ ତପସ୍ୱିନୀ ଓରଫ୍ ଡିମ୍ପଲ, ଶାଶୂଘରେ ବୋହୂର ମାନ୍ୟତା ପାଇଁ ଲଢ଼ି ଆସିଥିଲେ। ବ୍ରହ୍ମପୁରରେ ଶାଶୂଘର ଆଗରେ ଧାରଣାରେ ବସିଥିଲେ। ଟାର୍ଗେଟ୍ କରିଥିଲେ ଶାଶୂ ଶ୍ୱଶୁରଙ୍କୁ। କହିଥିଲେ, ସ୍ୱାମୀ ସୁମିତ୍ ମତେ ବହୁତ ଭଲ ପାଉଛନ୍ତି, ଆମେ ମିଶିକି ରହୁ ବୋଲି ଚାହୁଁଛନ୍ତି, କିନ୍ତୁ ଶାଶୂ ଶ୍ୱଶୁର କରେଇ ଦେଉନାହାଁନ୍ତି। କିନ୍ତୁ ପ୍ରେମକୁ ଅସ୍ତ୍ର କରି ଯୁଦ୍ଧକୁ ଓହ୍ଲେଇଥିବା ତପସ୍ୱିନୀ ହଠାତ୍ ଆକାଶରୁ ପଡ଼ିଗଲେ। ଗତକାଲି, ଯେତେବେଳେ ସ୍ୱାମୀ ଡ ସୁମିତ ପଣ୍ଡାଙ୍କ ଅଡିଓ ବାର୍ତ୍ତା ଭାଇରାଲ୍ ହେଲା।
୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ହଜିଲା ପୁଅକୁ ମାଆ ଫେରି ପାଇବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ସ୍ୱର୍ଗତଃ ଦେବରାଜ ଦାସଙ୍କ ପୁଅ ଆସମାନ ଦାସ ୧୯୯୮ ଫେବୃଆରୀ ୧୧ରେ ଗାଁରୁ ହଠାତ୍ ନିଖୋଜ ହୋଇଯାଇଥିଲେ।