ପୂରା ଘଟଣା ସୋମବାର ବିହାରରେ ଆୟୋଜିତ ଲୋକସଭା ନିର୍ବାଚନୀ ସଭାରେ ଘଟିଛି। ପାଟନା ଉପକଣ୍ଠ ପଲିଗଞ୍ଜ ଠାରେ ଆରଜେଡି ନେତ୍ରୀ ମିଶା ଭାରତୀଙ୍କ ପାଇଁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା।
ପ୍ରାୟ ୧,୫୦୦ ରୁ ୧୬୦୦ ଲୋକଙ୍କ ସମାଗମ ହୋଇଥିଲା। ତେବେ କାର୍ଯ୍ୟକ୍ରମ ଆୟୋଜନ ପାଇଁ କୌଣସି ଅନୁମତି ଦିଆଯାଇ ନଥିଲା। ଲୋକମାନେ ଉତ୍ସାହିତ ହୋଇ ମଞ୍ଚ ଉପରକୁ ଚଢିଯାଇଥିଲେ। ଭାର ସମ୍ଭାଳି ନପାରି ଷ୍ଟେଜ ଖସିଯାଇଥିଲା।
ମଞ୍ଚ ଉପରେ ଖଚାଖଚ୍ ଭିଡ଼ ଜମିଥିଲା. . .ଓଜନ ବଢ଼ିଯିବାରୁ ସବୁ ତଳେ ଦୁଲଦାଲ୍