• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାହୁଲ ଗାନ୍ଧୀଙ୍କ ପାଇଁ ରାଲି କରୁଥିବା ବେଳେ ଘଟିଲା ବଡ଼ ଅଘଟଣ । ଅଳ୍ପକେ ବର୍ତ୍ତିଗଲେ ବିଧାୟକ ଓ ନେତା । ମଞ୍ଚ ଭାଙ୍ଗି ପଡ଼ିବାରୁ ମଞ୍ଚାସୀନ ରାଜ୍ୟ କଂଗ୍ରେସ ସଭାପତି ମୋହନ ମରକମ(Mohan Markam) ଏବଂ ଅନ୍ୟ ନେତାମାନେ ପଡ଼ିଯାଇଛନ୍ତି । ‌ ଛତିଶଗଡ (Chhattisgarh)ର ବିଲାସପୁର (Bilaspur) ଜିଲ୍ଲାରେ ଏଭଳି ଘଟଣା ଘଟିଛି । ବିକ୍ଷୋଭ ପ୍ରଦର୍ଶନ ବେଳେ ଦୁଇ ଜଣ କଂଗ୍ରେସ ବିଧାୟକ ଏବଂ କିଛି ନେତା ଆହତ ହୋଇଥିବା ସୂଚନା ମିଳିଛି । ରାହୁଲ ଗାନ୍ଧୀ(Rahul Gandhi)ଙ୍କ ସାଂସଦ ପଦ ରଦ୍ଦ ବିରୋଧରେ ଦଳ ସେଠାରେ ଏକ ମଶାଲ ରାଲିର ଆୟୋଜନ କରିଥିଲା ।

ରାଲିରେ ସାମିଲ ହେବା ପାଇଁ ଅନେକ ସଂଖ୍ୟାରେ ନେତା ଓ କର୍ମୀ ଯୋଗ ଦେଇଥିଲେ । ମଞ୍ଚ ଉପରେ ଖଚାଖଚ୍‌ ଭିଡ଼ ଜମିଥିଲା । ଆଉ ଭାର ସମ୍ଭାଳି ନପାରି ମଞ୍ଚ ଭାଙ୍ଗି ପଡ଼ିଥିଲା । ଏହି ଘଟଣାରେ ବିଧାୟକ ଶିଲେଶ ପାଣ୍ଡେ, ରଶ୍ମି ସିଂ ଏବଂ ଅନ୍ୟ କେତେକ ନେତା ସାମାନ୍ୟ ଆହତ ହୋଇଛନ୍ତି । ବିଲାସପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଶିଲେଶ ପାଣ୍ଡେ କହିଛନ୍ତି , ଲୋକତନ୍ତ୍ର ବଚାଓ ମଶାଲ ରାଲି ଗାନ୍ଧୀ ଛକରୁ ଦେବକିନନ୍ଦନ ଛକ ଅଭିମୁଖେ ବାହାରିଥିଲା । ଦେବକିନନ୍ଦନ ଛକରେ ହିଁ ମଞ୍ଚ ତିଆରି କରାଯାଇଥିଲା । ତେବେ ଏହି ଘଟଣା ପରେ ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ୱାସ୍ଥ୍ୟକର୍ମୀ । ଆଉ ସେଠାରେ ଆହତ ନେତାଙ୍କର ପ୍ରାଥମିକ ଉପଚାର କରାଯାଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମଶାଲ ରାଲିରେ ଯୋଗ ଦେଇଥିବା କଂଗ୍ରେସ ନେତା ଓ କର୍ମୀମାନେ ଦେବକିନନ୍ଦନ ଛକରେ ଏକାଠି ହୋଇଥିଲେ । ହେଲେ ସଭା ପାଇଁ ଆୟୋଜିତ ମଞ୍ଚରେ ଅଧିକ ଲୋକେ ଏକାବେଳେ ଚଢ଼ିଯିବାରୁ ତାହା ଭାଙ୍ଗିପଡ଼ିଲା।

ଚାରି ବର୍ଷ ପୂର୍ବେ ସଭାପତି ହେବା ପରେ ମୋହନ ମରକମ୍ ପୂର୍ବ ମୁଙ୍ଗେଲି ଯାଇଥିଲେ । ସେଠାରେ ମଧ୍ୟ ତାଙ୍କୁ ସ୍ୱାଗତ କରିବାକୁ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ଉତ୍ସାହିତ ହୋଇ ବହୁ ସଂଖ୍ୟକ କର୍ମୀ ସେଠାରେ ମଧ୍ୟ ମଞ୍ଚରେ ଚଢ଼ିଯାଇଥିଲେ । ଆଉ ସେଠାରେ ବି ମଞ୍ଚ ଭାଙ୍ଗି ପଡ଼ିଥିଲା ।