ସତରେ ଭଗବାନଙ୍କ ଭାରି ବିଚିତ୍ର ଲୀଳା । ଅଳ୍ପ ସୁଖ ସହ ଭରି ଦିଅନ୍ତି କୋଟିଏ ଦୁଃଖ । ଯାହା ଲୁହ ହୋଇ ବୋହିଗଲେ ବି ହୃଦୟର ଅସହ୍ୟ ବେଦନାକୁ ସହ୍ୟ କରିପାରେନାହିଁ । ଯେଉଁ ବୟସରେ ପୁଅର ସେବା ପାଇଥାଆନ୍ତେ ବାପା-ମାଆ, ସେହି ବୟସରେ ଏମିତି ପୁଅର କରୁଛନ୍ତି ସେବା ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ଗାଁର ମଧୁସୂଦନ ସିଂହ ଓ ସୁଭଦ୍ରା ସିଂହଙ୍କର ୧୦ ବର୍ଷୀୟ ପୁଅ ହେଉଛି କ୍ରିଷ୍ଣା । ଛୋଟ ଅପରେସନ ଜୀବନର ଗତିବିଧିକୁ ପରିବର୍ତ୍ତନ କରିଦେଲା । କିଏ ଜାଣିଥିଲା ଅପରେସନ ପରେ ଭଲ ହେବା ଜାଗାରେ କ୍ୟାନସର ଭଳି ବଡ଼ ବ୍ୟାଧିକୁ ଆପଣେଇ ନେବ ।