ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନରେ ଯେପରି ଦୁଃଖର ବନ୍ୟା। ଭାଙ୍ଗି ଯାଇଛି କ୍ରିକେଟ ପ୍ରେମିଙ୍କ ହୃଦୟ। କାଲିର କଥା ଭାବି ଭାବି ଯେମିତି ଛାତି ଫାଟି ପଡୁଛି। ନା କୋହ ସମ୍ଭାଳି ହେଉଛି ନା ଦୁଃଖ ସହି ହେଉଛି। ଖୁଲମ୍ ଖୁଲା ଆରମ୍ଭ ହୋଇଗଲାଣି ଖେଳାଳିଙ୍କ ବିରୋଧରେ ବୟାନବାଜି।
ସେମି ଫାଇନାଲ୍ ମ୍ୟାଚ୍ ଖେଳିବା ପୂର୍ବରୁ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନ୍ ୨ ଦିନ ଆଇସିୟୁରେ ଭର୍ତ୍ତି ହୋଇଥିଲେ।