Advertisment

World’s Richest Village: ଭାରତରେ ଅଛି ଦୁନିଆର ସବୁଠାରୁ ଧନୀ ଗାଁ

ଏହି ଗାଁରେ ୭,୬୦୦ଟି ପରିବାର ରହନ୍ତି । ଗାଁରେ ମୋଟ ୧୭ଟି ବ୍ୟାଙ୍କ ରହିଛି । ବ୍ୟାଙ୍କଗୁଡିକରେ ଗ୍ରାମବାସୀଙ୍କ ପ୍ରାୟ ୭ ହଜାର କୋଟି ଟଙ୍କା ଡିପୋଜିଟ୍ ଅଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
RICH-VILLAGE

RICH-VILLAGE

ଦୁନିଆର ସବୁଠୁ ଧନୀ ଗାଁ । ଯୋଉଠି ସମସ୍ତେ କୋଟିପତି । ଗାଁରେ ପ୍ରତି ପରିବାରର ଆକାଉଣ୍ଟରେ ଅଛି କୋଟି କୋଟି ଟଙ୍କା । ଆଉ ଗାଁକୁ ଦେଖିଲେ, କୋଉ ସହରଠୁ କମ୍‌ ନୁହେଁ। ଚକାଚକ୍ ରାସ୍ତାଘାଟ, ବଡ଼ ବଡ଼ ବଙ୍ଗଳା, ସ୍କୁଲ, କଲେଜ, ହସ୍ପିଟାଲଠୁ ବ୍ୟାଙ୍କ୍, ସବୁପ୍ରକାର ସୁଖ ସୁବିଧା ରହିଛି ଏହି ଗାଁରେ ।

Advertisment

ଆପଣ ଭାବୁଥିବେ ଏହା ହୁଏତ ଆମେରିକା, ଚୀନ, କାନାଡା କି ଅନ୍ୟ କୋଉ ଧନୀ ଦେଶର ଗାଁ ହୋଇଥିବ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଗାଁ ରହିଛି ଆମ ଭାରତରେ। ଯାହାର ନାଁ ମାଧାପାର । ମାଧପାର ଗାଁ ଏତେ ଧନୀ ଯେ, ଏହା କେବଳ ଭାରତର ନୁହେଁ, ବରଂ ବିଶ୍ୱର ସବୁଠୁ ଧନୀ ଗାଁ ଭାବେ ପରିଚିତ ।

ଗୁଜରାଟର କଚ୍ଛ ଜିଲ୍ଲାରେ ଅବସ୍ଥିତ ମାଧାପାର ଗାଁ । ଗାଁରେ ପ୍ରାୟ ୭,୬୦୦ଟି ପରିବାର ବସବାସ କରନ୍ତି । ଲୋକସଂଖ୍ୟା ୯୨ ହଜାରରୁ ଅଧିକ । ମାଧପାର ଗାଁରେ ମୋଟ ୧୭ଟି ବ୍ୟାଙ୍କ ରହିଛି । ଆଉ ବ୍ୟାଙ୍କଗୁଡିକରେ ଗ୍ରାମବାସୀଙ୍କ ପ୍ରାୟ ୭ ହଜାର କୋଟି ଟଙ୍କା ଡିପୋଜିଟ୍ ଅଛି । ଏହି ଅର୍ଥ ଅନେକ ସହରର ଅର୍ଥନୀତିଠୁ ବି ବଡ଼ । ଯେଉଁଥିପାଇଁ ଏହାକୁ ବିଶ୍ୱର ସବୁଠୁ ଧନୀ ଗାଁ କୁହାଯାଏ ।

Advertisment

ଏକ ରିପୋର୍ଟ ଅନୁସାରେ, ମାଧାପାର ଗାଁର ଅଧିକାଂଶ ଲୋକେ ବିଦେଶରେ ରୁହନ୍ତି । ଆମେରିକା, ଲଣ୍ଡନ, କାନାଡା ଓ ବିଭିନ୍ନ ଆଫ୍ରିକୀୟ ଦେଶରେ ସେଟେଲ୍‌ଡ୍ ଅଛନ୍ତି । କିନ୍ତୁ ଏମାନେ ନିଜ ମାଟିକୁ ଭୁଲି ନାହାନ୍ତି । ନିଜ ରୋଜଗାରର ଏକ ବଡ଼ ଅଂଶ ଗାଁରେ ଥିବା ବ୍ୟାଙ୍କ ଓ ଡାକ ଘରେ ଜମା କରନ୍ତି । ପରିବାର ପ୍ରତିପୋଷଣ ସହ ଓ ଗାଁର ବିକାଶରେ ଖର୍ଚ୍ଚ କରନ୍ତି । ଗାଁରେ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସେମାନେ ମୋଟ ଅଙ୍କର ଟଙ୍କା ଦେଉଥିବା ଜଣାପଡେ ।

ମାଧାପାର କେବଳ ଏକ ସମୃଦ୍ଧ ଗାଁ ନୁହେଁ, ଏହା ମାଟି ପ୍ରତି ସ୍ନେହ, ପ୍ରେମ ଓ ଏକତାର ଏକ ଜ୍ୱଳନ୍ତ ଉଦାହରଣ । ବିଦେଶରେ ରହି ବି ଗାଁ ଲୋକେ ଗାଁ ବିକାଶରେ ଯୋଗଦାନ କରିବା ସତରେ ବେଶ୍‌ ପ୍ରଶଂସନୀୟ।

ଅଧିକ ପଢନ୍ତୁ: ବିଭାଜନ ବିଭୀଷିକାର କଳା କାହାଣୀ, ଲୁହ ହୋଇ ବହୁଛି ୭୮ ବର୍ଷ ତଳର ଅଭୁଲା ଅନୁଭୂତି

Gujarat Richest Indian
Advertisment
Advertisment