Advertisment

Sambalpur Encounter: ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର

ସମ୍ବଲପୁରରେ ପୋଲିସ ଓ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରେ ଏନକାଉଣ୍ଟର । ଧନୁପାଲି ଥାନା ଅଧୀନସ୍ଥ ଖଣ୍ଡୁଆଳଠାରେ ହତ୍ୟା ଅଭିଯୁକ୍ତ ମହମ୍ମଦ ସାମଦ୍ ପୋଲିସର ଗୁଳିରେ ଆହତ ହୋଇଛି।

author-image
Ramakrushna Dakua
police encounter

Sambalpur murder case accused Md Samad critical in police encounter

ଗର୍ଜିଲା ସମ୍ବଲପୁର ପୋଲିସ, ଆଜି ସକାଳୁ ସକାଳୁ ଅଭିଯୁକ୍ତଙ୍କୁ ଧରିବା ବେଳେ ଖଣ୍ଡୁଆଳ ନିକଟରେ ଘଟିଛି ଗୁଳିକାଣ୍ଡ । ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ଅପରାଧୀଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଛି ଅପରାଧୀ ଏମଡି ସାମଦ ।

Advertisment

ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ଥିବା ଏମଡି ସାମଦକୁ ଖଣ୍ଡୁଆଳ ନିକଟରେ ପୋଲିସ ଧରିବାକୁ ଚେଷ୍ଟା କଲା ବେଳେ ଆଜି ଭୋର ପ୍ରାୟ ୫ଟା ବେଳେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।   ପୋଲିସକୁ ଦେଖି ଏମଡିସାମଦ ପୋଲିସ ଉପରକୁ ୨ ରାଣ୍ଡ ଗୁଳି ଚଳାଇ ଥିଲା ।  ଜବାବରେ ପୋଲିସ ଗୋଟିଏ ରାଉଣ୍ଡ ପାଲଟା ଗୁଳି ଚଳାଇ ଏନକାଉଣ୍ଟର କରିଥିଲା।

ଅଭିଯୁକ୍ତର ବାମ ପଟ ଗୋଡ଼ରେ ଗୋଟିଏ ଗୁଳି ବାଜିଛି ।ଘଟଣା ସ୍ଥଳରେ ଗୋଟିଏ .ଏମଏମ୍ ବନ୍ଧୁକ,୨ଟି ଖୋକା ଓ ଅଭିଯୁକ୍ତର ମଟର ସାଇକେଲ ପଡ଼ିଛି ।  ଅଭିଯୁକ୍ତ ନାମରେ ପୁର୍ବରୁ ବହୁ ଅପରାଧିକ ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି ।  ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଧନୁପାଲି ଥାନା ଅନ୍ତର୍ଗତ ସୁରେନ୍ଦ୍ର ସାଏ ଷ୍ଟାଡିୟମ ନିକଟରେ ଆସଫାକ ଖାନକୁ ଛୁରୀ ଭୂଷି ହତ୍ୟା କରି Md ସାମଦ ଓ ତାର ଭାଇ Md.  ୱାସିମ୍ ଫେରାର ହୋଇଯାଇଥିଲେ । ସେପଟେ ଏହି ଘଟଣାରେ ଛାନଭିନ୍ କରୁଛି ପୋଲିସ ।

Advertisment
Advertisment
Related Articles
Advertisment