/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694833000.jpg)
Cuttack’s Netaji Bus Terminal to be inaugurated today
ଆଜି ଉଦ୍ଘାଟିତ ହେବ କଟକର ନେତାଜୀ ବସ୍ ଟର୍ମିନାଲ। ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ।
ଏହାସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା ନୂଆ ୧୨ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ମଧ୍ୟ ମୁଖ୍ୟମନ୍ତ୍ରୀ କରିବେ। ତେବେ ବସ୍ଷ୍ଟାଣ୍ଡକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ଶୈଳୀକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି। ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ମଧ୍ୟ ଘଟିବାର ଲୋକେ ଆଶଙ୍କା କରିଛନ୍ତି।
ନୂଆ ବସ୍ ଟର୍ମିନାଲର ଆହୁରି ଅନେକ କାମ ବାକି ଥିବା ବେଳେ ଏହାକୁ ସଂଯୋଗ କରୁଥିବା ରାସ୍ତା କାମ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନି। କାମ ସମ୍ପୂର୍ଣ୍ଣ ସରିନଥିବା ବେଳେ ଏହାକୁ ଉଦ୍ଘାଟନ କରିବା ପାଇଁ ପ୍ରଶାସନ କାହିଁକି ଏତେ ବ୍ୟଗ୍ର ତାହା ଜଣାପଡୁନାହିଁ।
ସେପଟେ ବସ୍ ଗୁଡିକ ଖାନନଗର ପଟେ ଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାସ୍ତା ସଂପ୍ରସାରଣ ମଧ୍ୟ ହୋଇନାହିଁ। ଆଗକୁ ଦୁର୍ଗାପୂଜା ଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)