Advertisment

World Mental Health Day 2024: ବଢି ଚାଲିଛି ମାନସିକ ସ୍ୱାସ୍ଥ୍ୟ ସମସ୍ୟା; ପରିବର୍ତ୍ତନ କରନ୍ତୁ ଏହି ଅଭ୍ୟାସ, ରହିବେ ସୁସ୍ଥ ଏବଂ ଫିଟ୍

ମାନସିକ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ସଠିକ୍ ଖାଦ୍ୟ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ଡାଏଟ୍ ମସ୍ତିଷ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ତେବେ କ’ଣ ଖାଇବା ଓ ନ ଖାବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ୍ ରୁହେ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
World Mental Health Day 2024

World Mental Health Day 2024

ଯଦି ଆପଣ ନିଜ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କ ମନକୁ ମଧ୍ୟ ସୁସ୍ଥ ରଖିବାକୁ ପଡିବ। ଯଦି ଆପଣ ମାନସିକ ଭାବେ ସୁସ୍ଥ ନୁହଁନ୍ତି ତେବେ ଏହା ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଆମର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଜୀବନର ଗୁଣବତ୍ତା ପାଇଁ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Advertisment

ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପରସ୍ପରର ପରିପୂରକ। ଗୋଟିଏରେ ଥିବା ସମସ୍ୟା ଅନ୍ୟର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଲୋକଙ୍କୁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରାଇବା ତଥା ସାମାଜିକ କଳଙ୍କର ଭାବନା ଦୂର କରିବା ପାଇଁ ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଏ।

ଅଧିକ ପଢ଼ନ୍ତୁ: Health Tips: ଆପଣ ସବୁବେଳେ ମାନସିକ ଚାପରେ ରହୁଛନ୍ତି କି… ଜାଣନ୍ତୁ ମୁକ୍ତି ପାଇବାର ଉପାୟ

Advertisment

ବିଶେଷଜ୍ଞମାନେ କୁହନ୍ତି, ମାନସିକ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ସଠିକ୍ ଖାଦ୍ୟ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ଡାଏଟ୍ ମସ୍ତିଷ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ତେବେ କ’ଣ ଖାଇବା ଓ ନ ଖାବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ୍ ରୁହେ ଆସନ୍ତୁ ଜାଣିବା।

ମାନସିକ ସ୍ୱାସ୍ଥ୍ୟ ଓ ସମସ୍ୟା:

ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯେକୌଣସି ବ୍ୟକ୍ତିଙ୍କ ସହିତ ହୋଇପାରେ। ସେ ପିଲା ହୁଅନ୍ତି କି ବୃଦ୍ଧ। ଦୀର୍ଘକାଳୀନ ଚାପ, ଚିନ୍ତା କିମ୍ବା ଅବସାଦ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଶରୀରରେ ପ୍ରଦାହ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

କେବଳ ଏତିକି ନୁହେଁ, ମାନସିକ ବିକାର ମଧ୍ୟ ନିଦ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ, ମେଦବହୁଳତା ଏବଂ କ୍ରୋନିକ୍ ସ୍ୱାସ୍ଥ୍ୟ ସମସ୍ୟାକୁ ବଢାଇଥାଏ। ଆସନ୍ତୁ ଜାଣିବା ଭଲ ମାନସିକ ସ୍ୱାସ୍ଥ୍ୟ ପାଇଁ ଖାଇବା ଅଭ୍ୟାସ କ’ଣ ହେବା ଉଚିତ୍?

ସବୁଜ ପନିପରିବା:

ପାଳଙ୍ଗ ଏବଂ ବ୍ରୋକଲି ପରି ସବୁଜ ପନିପରିବାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଥାଏ, ଯାହା ମସ୍ତିଷ୍କ ପ୍ରଦାହକୁ ହ୍ରାସ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ସବୁଜ ପନିପରିବା ମସ୍ତିଷ୍କକୁ ଅକ୍ସିଡେଟିଭ୍ ଚାପରୁ ରକ୍ଷା କରିଥାଏ।

ଏହା ବ୍ୟତୀତ ଫଳମୂଳ, ପନିପରିବା ଏବଂ ଶସ୍ୟରେ ଫାଇବର ଥାଏ ଯାହା ଅନ୍ତନଳୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ଅନ୍ତନଳୀ ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟ ମଧ୍ୟରେ ସିଧାସଳଖ ସଂଯୋଗ ରହିଛି, ତେଣୁ ମାନସିକ ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ସବୁଜ ପନିପରିବା ଖାଇବା ଜରୁରୀ।

ବାଦାମ ଓ ମଞ୍ଜି ଜାତୀୟ ଖାଦ୍ୟ:

ବାଦାମ, ଅଖରୋଟ୍, ଚିଆସିଡ୍ ଏବଂ ପେଶି ଆଦିରେ ଭିଟାମିନ୍ ଇ ଏବଂ ମ୍ୟାଗ୍ନେସିୟମ୍ ଭରପୂର ଥାଏ। ସ୍ମୃତିର ଉନ୍ନତି ତଥା ଅବସାଦର ଆଶଙ୍କା ହ୍ରାସ କରିବାରେ ଏସବୁ ଅତ୍ୟନ୍ତ ଲାଭଦାୟକ।

ଅଧିକାଂଶ ବାଦାମ ଓମେଗା-୩ ଫ୍ୟାଟି ଏସିଡ୍‌ର ଏକ ଉତ୍ତମ ଉତ୍ସ, ଯାହା ମସ୍ତିଷ୍କ କୋଷଗୁଡ଼ିକର ଗଠନ ଏବଂ କାର୍ଯ୍ୟକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟକରେ।

ସେହିପରି ଏମିତି ଅନେକ କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ। ସେସବୁ କ’ଣ ଆସନ୍ତୁ ଜାଣିବା।

କଫିନ୍ ଗ୍ରହଣ ହ୍ରାସ କରିବା:

ଯେଉଁ ଲୋକମାନେ ଅଧିକ କଫିନ୍ ଖାଇଥା’ନ୍ତି, ସେମାନଙ୍କର ଚିନ୍ତା, ଅସ୍ଥିରତା ଏବଂ ଶୋଇବା ସମସ୍ୟା ହୋଇପାରେ, ଯାହା ସିଧାସଳଖ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ସେହିଭଳି ପ୍ରକ୍ରିୟାକୃତ ଏବଂ ଅଧିକ ଚିନି ଜିନିଷ ମଧ୍ୟ କ୍ଷତିକାରକ ହୋଇପାରେ।

କେକ୍, କୁକିଜ୍ ଏବଂ ମୃଦୁ ପାନୀୟଗୁଡ଼ିକ ରକ୍ତରେ ଶର୍କରାକୁ ଶୀଘ୍ର ବଢାଇଥାଏ, ଯାହାଦ୍ୱାରା ମନୋବଳ ଅସ୍ଥିର ହୋଇଥାଏ। ଦୀର୍ଘଦିନ ଧରି ଏଭଳି ଅଭ୍ୟାସ ରହିଲେ ଶରୀର ଉପରେ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ପଡିଥାଏ।

ମଦ୍ୟପାନ ଏବଂ ଧୂମପାନରୁ ଦୂରେଇ ରହିବା:

ମଦ୍ୟପାନ ଏବଂ ଧୂମପାନ ମସ୍ତିଷ୍କର କାର୍ଯ୍ୟକୁ ପ୍ରଭାବିତ କରିଥାଏ ଏବଂ ଉଦାସୀନତା ଏବଂ ଚିନ୍ତା ବଢାଇଥାଏ। ଯେକୌଣସି ବି ମଦ୍ୟପାନରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ। ମଦ୍ୟପାନ ଏବଂ ଧୂମପାନ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ।

Mental Health Health Tips World Mental Health Day
Advertisment
Advertisment