Advertisment

ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ? ଜାଣନ୍ତୁ ୪ଟି ଟିପ୍ସ

ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର। ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି । ଏସବୁ ସହିତ ଅଭିଭାବକ ମାନସିକ ସୁସ୍ଥତାକୁ ବି ଗୁରୁତ୍ୱ ଦେବା ଉଚିତ।

author-image
Minati Mishra
ଅଦ୍ୟତନ ହୋଇଛି
Mental Health Tips for Child

tips for mental health of children

ଜୀବନର ସବୁଠାରୁ ସୁନ୍ଦର ଏବଂ ସ୍ମରଣୀୟ ଦିନ ହେଉଛି ଶୈଶବର ଦିନ। ଜୀବନକୁ ଚିହ୍ନିବା ପୂର୍ବରୁ ଏହାକୁ ମନଭରି ଉପଭୋଗ କରିବାର ସମୟ ହେଉଛି ଶୈଶବ। ପରିବାର ‌ଲୋକଙ୍କ ସ୍ନେହ ଶ୍ରଦ୍ଧା, ଭଲପାଇବା ଭିତରେ କେତେବେଳେ ସରିଯାଏ ଏ ଦିନ ଜଣାପଡ଼େନି। ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର। ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି ।

Advertisment

ହେଲେ ଏଠି ଆମେ ଗୋଟିଏ କଥା କହିବାକୁ ଚାହିଁବୁ, ପିଲାଟିର ଶାରୀରିକ ସୁସ୍ଥତା ପ୍ରତି ବାପା-ମା ଯେତିକି ସଚେତନ ହେଉଛନ୍ତି ସେତିକି ତାର ମାନସିକ ସୁସ୍ଥତା ପ୍ରତି ବି ଧ୍ୟାନ ଦେବା ଉଚିତ। ଏକ ଅନୁଧ୍ୟାନରୁ ଜଣାଯାଇଛି, ଅଧିକାଂଶ ମାନସିକ ଅନଗ୍ରସର ପିଲାଙ୍କ ମଧ୍ୟରୁ ୫୦ ପ୍ରତିଶତ ପିଲା ୧ ବର୍ଷ ବୟସରୁ ମାନସିକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ୭୫ ପ୍ରତିଶତ ରୋଗୀଙ୍କ ମାନସିକ ସମସ୍ୟା ୨୦ ବର୍ଷରେ ବାହାରିଥାଏ। ତେଣୁ ପିଲାଙ୍କ ପାଇଁ ଶାରୀରିକ ସ୍ୱାସ୍ଥ୍ୟର ଯତ୍ନ ନେବା ଯେତିକି ଆବଶ୍ୟକତା ରହିଛି, ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକତା ବି ସେତିକି ରହିଛି।

ଅଧିକ ପଢ଼ନ୍ତୁ: ଏଇ ୧୧ଟି ଟିପ୍ସ ଆପଣାନ୍ତୁ; ପିଲାଙ୍କଠାରୁ ମୋବାଇଲ ଦୂରେଇ ରଖନ୍ତୁ

ତେବେ ଛୋଟ ଏବଂ କିଶୋର ବୟସର ପିଲାଙ୍କ ସହ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବା ଏତେ ସହଜ ହୋଇ ନ ଥାଏ। ତେଣୁ ପିଲାଙ୍କ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇ ସେମାନଙ୍କ ସହ ଏ ନେଇ କୌଶଳର ସହ ଆଲୋଚନା କରିବାକୁ ପଡିଥାଏ। ସାହସ, ଆଶା, ସହାନୁଭୂତି ପରି ସକାରାତ୍ମକ ଭାବନା ତାଙ୍କ ଭିତରେ ବଢିବ ଏବଂ ଏହା ସେମାନେ କିପରି ଆଗକୁ ଯିବେ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ।

Advertisment

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧକ କେନ୍ଦ୍ର ପକ୍ଷରୁ ପ୍ରକାଶିତ ଏକ ତଥ୍ୟରୁ ଜଣାପଡେ, ୩ରୁ ୧୭ ବୟସର ପ୍ରାୟ ୫.୮ ମିଲିୟନ ପିଲା ବିଭିନ୍ନ ପ୍ରକାର ଚିନ୍ତା ଭିତରେ ରହିଥାନ୍ତି। ତେଣୁ କୌଶଳ କ୍ରମେ ଏପରି ପିଲାଙ୍କ ମାନସିକ ସ୍ଥିତିକୁ ବୁଝିବା ଉଚିତ୍ । ପିଲାଙ୍କ ଠାରେ ମାନସିକ ସମସ୍ୟା ଦେଖାଦେଲେ କିପରି ଏହାର ସମାଧାନ କରିବ ସେ ନେଇ କିଛି ଟିପ୍ସ ଆମେ ଆପଣଙ୍କୁ ଦେବୁ।

୧-ପିଲାମାନେ ସ୍ନେହ କାଙ୍ଗାଳ। କାହାର ସ୍ନେହ, ଶ୍ରଦ୍ଧା, ଭଲପାଇବା ପାଇଁ ସେମାନେ ଚାହିଁ ବସିଥାନ୍ତି। ତେଣୁ ସେମାନଙ୍କ ସହ ସେମିତି ଏକ ସମ୍ପର୍କ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ। ହେଲେ ମାନସିକ ସମସ୍ୟା ଥିବା ପିଲାଙ୍କ କଥା ଟିକେ ଭିନ୍ନ। ସେମାନଙ୍କ ନିଜ ଭିତରେ ଯେପରି ତୁମର ଭଲ ପାଇବା ଅନୁଭବ କରିବେ ସେହିପରି ସେମାନଙ୍କୁ ହାଣ୍ଡେଲ କରାଯିବା ଉଚିତ।

୨-ନିଜ କଥାବାର୍ତ୍ତା ମାଧ୍ୟମରେ ମାନସିକ ଅନଗ୍ରସର ପିଲାଙ୍କ ମଧ୍ୟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରାଇବା ଦରକାର ଯେ ତୁମର ଭଲପାଇବା ତାଙ୍କ ପ୍ରତି ରହିଛି। ‘ପ୍ରମିଜ କର ଯେ, ମୋତେ ସାଙ୍ଗ ପରି ଦେଖିବ, ମନର କଥା ମୋ ଆଗେ କହିବ, ମୁଁ ବି ପ୍ରମିଜ କରୁଛି ତୁମକୁ ଅନ୍ୟ ଦୃଷ୍ଟିରେ ଦେଖିବିନି ।’ ଏହିପରି କଥା କହି ସେମାନଙ୍କ ମନରେ ଏକ ବିଶ୍ୱାସ ସୃଷ୍ଟି କରିବା ଉଚିତ ।

୩-ଛୋଟ, କିଶୋର ପିଲାମାନଙ୍କ ଭିତରେ ଦୁଃଖ, ରାଗ,ସ୍ନେହ.ନିଃସଙ୍ଗତା,ହତାଶାବୋଧ ସବୁ ରହିଛି। ଏ ସବୁକୁ ନେଇ ସେମାନେ ବେଶ ଭାବପ୍ରବଣ । ଏସବୁ ଭିତରେ ବି ସାହସ, ଆଶା ପରି ସକାରାତ୍ମକ ଚିନ୍ତାଧାରାର ମୂଲ୍ୟକୁ ସେମାନେ କିପରି ବୁଝିବେ ସେଥିପ୍ରତି ଅଭିଭାବକ ଧ୍ୟାନ ଦେବା ଦରକାର ।

୪- ନିଜକୁ ଭଲପାଇବା, ନିଜ ଭାବପ୍ରବଣତା ପ୍ରତି ସଚେତନ ରହିବା ତଥା ଯେ କୌଣସି କାମ ପ୍ରତି ଧ୍ୟାନ ବଢାଇବା ପରି ଗୁଣକୁ ନିଜ ଭିତରେ କିପରି ବଢ଼ାଇବେ ସେଥିପ୍ରତି ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବାପା-ମା’ଙ୍କ ଦାୟିତ୍ୱ। 

Mental Health Mental Health Awareness
Advertisment
Advertisment