Advertisment

Seema Haider: ଭାରତ ଛାଡିବେ କି ସୀମା ହାଇଦର ? ପ୍ରଧାନମନ୍ତ୍ରୀଙ୍କୁ କହିଲେ ଏମିତି...

''ମୁଁ ପାକିସ୍ତାନର ଝିଅ ଥିଲି । ହେଲେ ଏବେ ଭାରତର ବୋହୂ । ମୋତେ ଭାରତରେ ରହିବାକୁ ଦିଆଯାଉ ।'' ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ପରେ ଏପରି କହିଛନ୍ତି ସୀମା ହାଇଦର ।

author-image
Namita Biswal
ଅଦ୍ୟତନ ହୋଇଛି
Seema Haider

Seema Haider

ସୀମା ହାଇଦରଙ୍କ ପାଇଁ ବଢ଼ିଲା ଅଡ଼ୁଆ । ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡ଼ିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦେବା ପରେ ସୀମା ଏବେ ରହିବେ ନା ଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ସୀମାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୋଟିସ୍ ହୋଇଛି । ୨୦୨୩ ମସିହାରେ ପାକିସ୍ତାନରୁ ବେଆଇନ ଭାବେ ନେପାଳ ରାସ୍ତା ଦେଇ ଭାରତ ଚାଲି ଆସିଥିଲେ ସୀମା । ଉତ୍ତରପ୍ରଦେଶର ସଚିନ ମୀନାଙ୍କ ପ୍ରେମରେ ପଡ଼ି ନିଜର ୪ ପିଲାଙ୍କୁ ଧରି ସେ ଚାଲି ଆସିଥିଲେ ।

Advertisment

ସଚିନଙ୍କୁ ବିବାହ କରିବା ପରେ ଏବେ ତାଙ୍କର ଗୋଟେ ଝିଅ ବି ରହିଛି । ବିବାହ ପରେ ସେ ହିନ୍ଦୁ ଧର୍ମକୁ ଗ୍ରହଣ କରିସାରିଥିବା କହିଛନ୍ତି । ଅପରପକ୍ଷେ, ନିଜକୁ ଭାରତୀୟ ନାଗରିକ ଭାବେ ମାନ୍ୟତା ଦେବାକୁ ସେ କୋର୍ଟରେ ମାମଲା ବି ଦାଏର କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ପାଖରେ ମଧ୍ୟ ନିବେଦନ କରିଛନ୍ତି । ହେଲେ ଏଯାଏଁ ତାଙ୍କୁ କ୍ଲିନ୍ ଚିଟ୍ ମିଳିନି । ତେଣୁ ଏବେ ପ୍ରଶ୍ନ ଉଠୁଛି କି ତାଙ୍କୁ ପାକିସ୍ତାନ ପଠାଯିବ ନା ସେ ଭାରତରେ ରହିବେ ।

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

ଏହାକୁ ନେଇ ସୀମା କହିଛନ୍ତି, ''ମୁଁ ପାକିସ୍ତାନ ଝିଅ ଥିଲି, ହେଲେ ଏବେ ଭାରତର ବୋହୂ । ମୁଁ ପାକିସ୍ତାନକୁ ଯିବାକୁ ଚାହୁଁନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରୁଛି ମୋତେ ଭାରତରେ ରହିବାକୁ ଦିଆଯାଉ । ''

Advertisment

ସୀମା ହାଇଦରଙ୍କ ପ୍ରେମ କାହାଣୀ ଦେଶବ୍ୟାପୀ ବେଶ ଚର୍ଚ୍ଚାରେ ଥିଲା । ୨୦୧୯ ମସିହାରେ ଅନ ଲାଇନ ଗେମ ଖେଳି ଉତ୍ତରପ୍ରଦେଶର ସଚିନଙ୍କ ସହ ପ୍ରେମରେ ପଡିଥିଲେ ସୀମା ।  ୨୦୨୩ ମସିହା ମେ' ମାସରେ ସେ ପାକିସ୍ତାନ ଛାଡି ଭାରତ ଆସି ସଚିନଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସୀମା ତାଙ୍କ ସ୍ବାମୀ ସଚିନଙ୍କ ସହ ଉତ୍ତରପ୍ରଦେଶରେ ରହୁଛନ୍ତି ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର

India Pakistan War Visa Ban
Advertisment
Advertisment