Advertisment

Man Killed At In-Laws House: ସ୍ତ୍ରୀକୁ ମାରିବାକୁ ଆସିଥିଲା, ଶ୍ୱଶୁର ଘର ଲୋକଙ୍କ ଆକ୍ରମଣରେ ଚାଲିଗଲା ଜ୍ୱାଇଁ ଜୀବନ

ଶ୍ଵଶୁର ଘର ଲୋକଙ୍କ ଆକ୍ରମଣରେ ଚାଲିଗଲା ଜ୍ୱାଇଁର ଜୀବନ । ସ୍ତ୍ରୀକୁ ମାରିବାକୁ ଆସିଥିବା ବେଳେ ଜ୍ୱାଇଁର ମୃତ୍ୟୁ ହୋଇଛି । ଜ୍ୱାଇଁ ଆକ୍ରମଣରେ ସ୍ତ୍ରୀ ଓ ଶାଶୁ ଗୁରୁତର ଅଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି
Jatani Murder

Jatani Murder

ସ୍ତ୍ରୀକୁ ମାରିବାକୁ ଆସିଥିଲା ସ୍ୱାମୀ । ଧାରୁଆ ଅସ୍ତ୍ରରେ ଶାଶୁ ଓ ସ୍ତ୍ରୀକୁ ଆକ୍ରମଣ କରିଥିଲା । ହେଲେ ଶ୍ୱଶୁର ଘର ଲୋକଙ୍କ ପାଲଟା ଆକ୍ରମଣରେ ଚାଲିଗଲା ଜ୍ୱାଇଁର ଜୀବନ । ଗତକାଲି ରାତିରେ ଜଟଣୀ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଜ୍ୱାଇଁର ନାମ ଦିବାକର ବସ୍ତିଆ । ଅନ୍ୟପଟେ ଜ୍ୱାଇଁର ଆକ୍ରମଣରେ ଶାଶୁ ଓ ସ୍ତ୍ରୀ ଗୁରୁତର ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

Advertisment

ଅଭିଯୋଗ ମୁତାବକ, ଗ୍ରାମଣ୍ଡିହ ଗାଁର ପ୍ରମୋଦ ଜେନାଙ୍କ ଝିଅ ଲକ୍ଷ୍ମୀପ୍ରିୟା ପାରିବାରିକ କଳହ ଯୋଗୁଁ ପ୍ରାୟ ଦେଢ଼ ବର୍ଷ ହେଲା ଶାଶୁଘର ଛାଡି ବାପଘରେ ରହୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ଜ୍ୱାଇଁ ଦିବାଘର ଶ୍ୱଶୁର ଘରେ ପହଞ୍ଚି ଗଣ୍ଡଗୋଳ କରିଥିଲା । ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ମାରିବାକୁ ଆକ୍ରମଣ କରିଥିଲା । ଶାଶୁଙ୍କୁ ମଧ୍ୟ ଆକ୍ରମଣ କରିଥିଲା । 

ଅଧିକ ପଢ଼ନ୍ତୁ: ଶାଳବଣରେ ୨ ଭାଇଙ୍କୁ ମାରି ନିଆଁ ଲଗାଇଦେଲେ...

ଝିଅକୁ ଆକ୍ରମଣରୁ ରକ୍ଷା କରିବାକୁ ପ୍ରମୋଦଙ୍କ ପରିବାର ଦିବାକର ଉପରେ ପାଲଟା ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଜ୍ୱାଇଁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜ୍ୱାଇଁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଜ୍ୱାଇଁ ଆକ୍ରମଣରେ ଗୁରୁତର ସ୍ତ୍ରୀ ଓ ଶାଶୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଖବର ପାଇ ଇନଫୋଭ୍ୟାଲି ପୋଲିସ ଓ ଭୁବନେଶ୍ୱର ଜୋନ-୩ ଏସିପି ତାପସ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଝିଅର ଶାଶୁଘର ପରିବାର ସହ ପ୍ରମୋଦଙ୍କ ପରିବାରର କିଛି ଦିନ ହେଲା ବିବାଦ ରହିଥିବା ଜଣାପଡିଛି ।

Advertisment

ଅଧିକ ପଢ଼ନ୍ତୁ: ରାକ୍ଷସ ମାମୁ, ୪ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା କଲା

Murder Jatani
Advertisment
Advertisment