Advertisment

OSSC Examination Errors: OSSC ପରୀକ୍ଷାରେ ବଡ଼ ତ୍ରୁଟି, ହୋଇପାରେ ଆଉ ଏକ ବିକଳ୍ପ ପରୀକ୍ଷା

ଆଜି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ଏନେଇ ଅଭିଯୋଗ ଆସିବା ପରେ ନିଜ ତ୍ରୁଟି ସ୍ବୀକାର କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କର୍ତ୍ତୃପକ୍ଷ ।

author-image
Deviprasad Jena
ଅଦ୍ୟତନ ହୋଇଛି
Major Issue In OSSC Exam

Major Issue In OSSC Exam

ସରକାରୀ ଚାକିରି ପାଇଁ କରାଯାଉଥିବା ପରୀକ୍ଷାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତ୍ରୁଟି । ଗୋଟିଏ ବିବାଦ ନସରୁଣୁ ଆରମ୍ଭ ହେଉଛି ନୂଆ ବିବାଦ । କେତେବେଳେ osssc ତ୍ରୁଟି ପାଇଁ ପରୀକ୍ଷାର୍ଥୀ ନିଜର ଅସନ୍ତୋଷ ଝାଡ଼ୁଛନ୍ତି ତ ପୁଣି କେତେବେଳେ ossc ଦ୍ୱାରା ପରିଚାଳିତ ହେଉଥିବା ପରୀକ୍ଷାରେ ସାମ୍ନାକୁ ଆସୁଛି ତ୍ରୁଟି ।

Advertisment

ଆଜି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ଏନେଇ ଅଭିଯୋଗ ଆସିବା ପରେ ନିଜ ତ୍ରୁଟି ସ୍ବୀକାର କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କର୍ତ୍ତୃପକ୍ଷ । ଆୟୋଗ ନିଜ ତ୍ରୁଟିକୁ ସ୍ବୀକାର କରିବା ସହ ଦୁଃଖ ମଧ୍ୟ ପ୍ରକାଶ କରିଛି।

ଏହାସହ ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ନେଇ ସୂଚନା ଦେଇଛନ୍ତି ossc କର୍ତ୍ତୃପକ୍ଷ । ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ଏକ ନୋଟିସ ମାଧ୍ୟମରେ ସୂଚନା ଦେଇ ossc କର୍ତ୍ତୃପକ୍ଷ କହିଛନ୍ତି ' ଆଜି ଅନୁଷ୍ଠିତ ବିଭିନ୍ନ ପଦବୀର ମିଳିତ ପରୀକ୍ଷାର ମୁଖ୍ୟ ପ୍ରଶ୍ନ ପତ୍ରରେ ପାଠ୍ୟକ୍ରମର କିଛି ଅଂଶରୁ ପ୍ରଶ୍ନ ପଚରା ଯାଇନାହିଁ । ଏଥିପାଇଁ OSSC ପ୍ରତିକାରମୂଳକ ପଦକ୍ଷେପ ନେବାକୁ ପ୍ରତିବଦ୍ଧ । ଅବଶିଷ୍ଟ ଅଂଶକୁ ଅନ୍ତର୍ଭୁକ୍ତ କରି ଆଉ ଏକ ପରୀକ୍ଷା କରିବାର ବିକଳ୍ପ ଉପରେ ଆୟୋଗ ବିଚାର କରୁଛନ୍ତି । ପରୀକ୍ଷାରେ ଉପସ୍ଥିତ ପରୀକ୍ଷାର୍ଥୀ ମାନେ ୨୦୨୫ ମସିହା ମଇ ୪ ତାରିଖ ପୂର୍ବରୁ ସେମାନଙ୍କ ପରାମର୍ଶ ଦେଇପାରିବେ ।

Advertisment

ଆଜି ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ ଆଇ ପରୀକ୍ଷା ଥିଲା । ମାତ୍ର ସିଜିଏଲରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ । ଏତେବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ହେବା ସହ ନିଜର ଅସନ୍ତୋଷ ଝାଡ଼ିଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ OSSSC ଦ୍ୱାରା କରାଯାଇଥିବା RI ଏବଂ ARI ପରୀକ୍ଷାରେ ମଧ୍ୟ ତ୍ରୁଟି ନେଇ ଅଭିଯୋଗ ହୋଇଥିଲା । ପ୍ରିଲିମ୍ ପରୀକ୍ଷାରେ ବିବାଦ ପରେ ମେନ୍ ପାଇଁ ସମସ୍ତଙ୍କୁ ଯୋଗ୍ୟ କରାଯାଇଛି । ମାତ୍ର ୯ ଜଣଙ୍କୁ ଛାଡ଼ି ପ୍ରାୟ ୩ ଲକ୍ଷ ପିଲା ମୁଖ୍ୟ ପରୀକ୍ଷା ଦେବେ ।

RI, ARI, ଅମିନ, ICDS ସୁପରଭାଇଜର ଏବଂ SFS ପ୍ରିଲିମ୍ ରେ ସ୍ବଚ୍ଛତାକୁ ନେଇ ବାରମ୍ବାର ଆନ୍ଦୋଳନ ପରେ ଶେଷରେ ଗତ ୨୨ ତାରିଖରେ ରେଜଲ୍ଟ ପ୍ରକାଶ ପାଇଥିଲା । ପ୍ରାୟ ସମସ୍ତ ଆବେଦନକାରୀ ମୁଖ୍ୟ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ହେଲେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା OSSSCର ଏଭଳି ଫଳକୁ ନେଇ ସେତେଟା ଖୁସି ନାହାନ୍ତି ଅନେକ ପରୀକ୍ଷାର୍ଥୀ।

ଅଧିକ ପଢ଼ନ୍ତୁ: ଆରଆଇ, ଅମିନ ପରୀକ୍ଷାକୁ ନେଇ ବିବାଦୀୟ OSSSC ପାଇଁ ନୂଆ ଚ୍ୟାଲେଞ୍ଜ

Odisha Odisha Govt OSSC OSSC Jobs Recruitment Exam
Advertisment
Advertisment