ପିଏମଓ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର କୌଣସି ଗୋଟିଏ ବି ଦେଶ ଏକାକି ସାମୁଦ୍ରିକ ଅପରାଧ ନିୟନ୍ତ୍ରଣ କରିପାରିବ ନାହିଁ , ଏଥିପାଇଁ ମିଳିତ ସହଯୋଗର ଆବଶ୍ୟକତା ରହିଛି। ଫଳରେ ପ୍ରଥମ ଥର ପାଇଁ ଏହି ଏଜେଣ୍ଡାକୁ ଫୋକସ ଦେଇ ଖୋଲା ବିତର୍କରେ ଚର୍ଚ୍ଚା ହେବାକୁ ଯାଉଛି । ଜାତିସଂଘ ସୁରକ୍ଷା ପରିଷଦର ଖୋଲା ବିତର୍କରେ ଅଧ୍ୟକ୍ଷତା କରିବାରେ ମୋଦି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ନିକଟରେ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି
ପ୍ରଧାନମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ ପଞ୍ଜୀକୃତ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ କି ସମୁଦାୟ ପରିମାଣର ଅର୍ଥ କୃଷକମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାକୁ ତିନୋଟି କିସ୍ତିରେ ଦିଆଯାଉଛି | ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ, ଏହି ଟଙ୍କାକୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ।
ତେବେ କ୍ରମାଗତ ୨୩ ଦିନ ପାଇଁ ତୈଳ କମ୍ପାନୀଗୁଡିକ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଏହି କାରଣରୁ ଜୁଲାଇ ୧୭ ରେ ସ୍ଥିର ହୋଇଥିବା ମୂଲ୍ୟରେ ପେଟ୍ରୋଲ-ଡିଜେଲର ମୂଲ୍ୟ ସ୍ଥିର ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ପେଟ୍ରୋଲର ଲିଟର ପିଛା ୧୦୧.୮୪ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭.୮୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୯୭.୪୫ ପଇସା ରହିଛି।
ଗୃହ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏମିତି କୌଣସି ଦିନ ନାହିଁ ଯେବେ ସଠିକ୍ ଭାବରେ ଗୃହ ଚାଲିପାରୁଛି ଏବଂ ବିରୋଧୀମାନେ ହଙ୍ଗାମା କରୁନାହାନ୍ତି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଲୋକସଭାରେ ପାରିତ ହୋଇସାରିଛି। ଶୁକ୍ରବାର ଦିନ ଉଭୟ ଘରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। କିନ୍ତୁ ଉତ୍ତେଜନା ମଧ୍ୟରେ ଲୋକସଭାରେ ଦୁଇଟି ବିଲ୍ ପାରିତ ହୋଇଥିଲା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ଗୃହକୁ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖା ଯାଇଥିଲା।
ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା, ବାୟୁସେନା, ଏସଡ଼ିଆର୍ଏଫ୍ ଓ ଏନଡ଼ିଆର୍ଏଫ୍ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୮୦୦ ଲୋକଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି। ଏଥିସହିତ ବାୟୁସେନାର ୩ଟି ହେଲିକପ୍ଟର, ଏସଡିଇଆରଏଫର ୨୯ଟି ଟିମ ନିୟାଜିତ ଅଛନ୍ତି। ତେବେ ବନ୍ୟାରେ ୮୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।
ମିଡିଆ ରିପୋର୍ଟକୁ ନେଇ ଅର୍ଜୁନ କପୁର ଆପତ୍ତି କରିଛନ୍ତି । ଯେଉଁଥିରେ ମଲାଇକା ଆରୋରାଙ୍କ ରୋଜଗାରକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ସୋସିଆଲ ମିଡିଆରେ ଏ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି ଅର୍ଜୁନ।
ଭାରତର ସ୍ୱାଧୀନତା ଦିବସ ଏକ ଜାତୀୟ ଦିବସ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇଥିଲା । ଆଉ ତା’ପରେ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହେଲା ।
ଆଉ ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ସୂଚନା ପରେ ସମଗ୍ର ମୁମ୍ବାଇ ପୋଲିସକୁ ସତର୍କ କରାଯାଇଥିଲା। ଏଟିଏସ୍ ଠାରୁ କ୍ରାଇମ୍ବ୍ରାଞ୍ଚ ଶାଖା ଏବଂ ପ୍ରତ୍ୟେକ ପୋଲିସ୍ ଷ୍ଟେସନ୍ ପର୍ଯ୍ୟନ୍ତ ପୋଲିସର ପ୍ରତ୍ୟେକ ୟୁନିଟ୍କୁ ସକ୍ରିୟ କରାଯାଇଥିଲା। ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ଏହା ଏକ ମିଥ୍ୟା କଲ ବୋଲି ଜଣାପଡିଥିଲା।
ବିହାରର ପାଟନାରେ ଫୁଲୱାରୀରେ ଏହି ଘଟଣା ଘଟିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଯେ, ଏତେ ଭୟଙ୍କର ହେବ ତାହାକୁ କେହି କେବେ ବିଶ୍ୱାସ କରିପାରିନଥିବେ। ପାଟନାର ଆଲାଭ କଲୋନୀରରେ ଏମାନେ ରହୁଥିଲେ। ତେବେ ପତ୍ନୀ ତାଙ୍କୁ ଛୁରୀରେ ଆକ୍ରମଣ କରି ତାଙ୍କ ବ୍ୟକ୍ତିଗତ ଅଙ୍ଗ କାଟି ଦେଇଥିଲେ। ଏହାପରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ପ୍ରବଳ କଷ୍ଟ ସାଙ୍ଗକୁ ରକ୍ତସ୍ରାବର ମାତ୍ରା ମଧ୍ୟ ବହୁ ଅଧିକ ରହିଥିଲା। ଆଉ ଏହି ସମୟରେ ସେ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ନିଜର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେ ସେହି ସ୍ଥାନ ଛାଡ଼ି ପଳାଇଥିବା ଜଣାପଡ଼ିଛି।
ଘରେ ନିତିଦିନିଆ ଜୀବନରେ ଆମେ ଖାଦ୍ୟ ଖାଇବା ପାଇଁ ବିଭିନ୍ନ ଧାତୁର ବାସନକୁସନ ବ୍ୟବହାର କରିଥାଉ । ସାଧାରଣତଃ ଘରେ ଘରେ ଷ୍ଟିଲ୍ ବାସନର ବ୍ୟବହାର ବେଶୀ ହୋଇଥାଏ । କିନ୍ତୁ ତମ୍ବା ପାତ୍ରରେ ବହୁ ଔଷଧୀୟ ଗୁଣ ରହିଥାଏ ବୋଲି ବହୁତ କମ୍ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ତମ୍ବା ପାତ୍ରର ଔଷଧୀୟ ଗୁଣ ବିଷୟରେ ।
ନଦୀ ପାଣି ହଠାତ୍ ବଢିଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଘଂଟାକୁ ଘଂଟା ନଦୀରେ ଜଳସ୍ତର ବଢୁଥିବାରୁ ଚିନ୍ତାରେ ପୂରା ଗାଁ ଲୋକେ। କେମିତି ନିଜର ଆସବାବପତ୍ରକୁ ସୁରକ୍ଷିତ ସ୍ଥାନକୁ ନେବେ ଓ କେମିତି ନିଜେ ସୁରକ୍ଷଇତ ରହିବେ ତାହା ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ।
ପ୍ରଧାନମନ୍ତ୍ର କିଷାନ୍ ସମ୍ମାନ ନିଧି ଯୋଜନା ଅନୁଯାୟୀ ପଞ୍ଜୀକୃତ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ କି ସମୁଦାୟ ପରିମାଣର ଅର୍ଥ କୃଷକମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାକୁ ତିନୋଟି କିସ୍ତିରେ ଦିଆଯାଉଛି | ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁଯାୟୀ, ଏହି ଟଙ୍କାକୁ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ।
ସେପଟେ, ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ତଳକୁ ଏଯାଏ ଖସି ନାହିଁ। ରାଜ୍ୟରେ ୨୪ ଘଣ୍ଟାରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୭୧୮ ଜଣ ଥିବାବେଳେ ଲୋକାଲ କେସ୍ ୫୨୫ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ପୁଣି ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକେଇ ଉଡେଇଦେବାକୁ ଅଲ୍କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି
ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ । କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ମଧ୍ୟ ଅନେକ ରୋମାଂଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ମହିଳା ବାସ୍କେଟବଲ୍ ଏବଂ ଇନଡୋର ଭଲିବଲ୍ ବର୍ଗରେ ଶେଷ ହେବ ଟୋକିଓ ଅଲିମ୍ପିକ୍ସ । ଏହାସହ ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲ ଚାଳନା, ପୁରଷ ବର୍ଗର ମାରାଥନ ଦୌଡ଼ ହେବ । ଅଲିମ୍ପିକ୍ସ ଇତିହାସରେ ସବୁଠାରୁ ସ୍ମରଣୀୟ ହୋଇ ରହିବ ଟୋକିଓ ଅଲିମ୍ପିକ୍ସ ।
ଗାୟକ ତଥା ରାପର ହନି ସିଂ ଏବେ ଚର୍ଚ୍ଚାରେ । ପାରିବାରିକ ହିଂସା ଅଭିଯୋଗରେ ପତ୍ନୀ ଶାଲିନୀ ସ୍ୱାମୀ ହନି ସିଂଙ୍କ ବିରୋଧରେ ଦିଲ୍ଲୀର ଟିସ ହାଜାରି କୋର୍ଟରେ ଆବେଦନ କରିଥିଲେ । ପ୍ରଥମ ଥର ପାଇଁ ହନି ସିଂ ଏହି ଅଭିଯୋଗ ଉପରେ ନୀରବତା ଭାଙ୍ଗି ସୋସିଆଲ ମିଡିଆରେ ନିଜର ବିବୃତ୍ତି ରଖିଛନ୍ତି ।
ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ଟୋକିଓରେ ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା । ଭାରତକୁ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ନୀରଜ ଚୋପ୍ରା ଦେଲେ ସ୍ୱର୍ଣ୍ଣ ପଦକ । ସାରା ବିଶ୍ୱରେ ଭାରତ ଗର୍ବ ଆଉ ଗୌରବ ସାଜିଲେ ନିରଜ । ପ୍ରଥମ ରାଉଣ୍ଡରେ ନିଜର ୮୭.୦୩ ମିଟର ଥ୍ରୋ କରି ନିରଜ ଆଗରେ ରହିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ସେ ଆଗରେ ରହିଥିଲେ । ଦ୍ୱିତୀୟ ରାଉଣ୍ଡରେ ସେ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ କରି ସମସ୍ତଙ୍କୁ ଚକିତ କରିଥିଲେ । ଏହି ପଦକକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।
ଭାରତରେ ଜନସନ୍ ଟିକାକୁ ମିଳିଲା ଅନୁମତି । ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି । ଜନସନର ସିଙ୍ଗଲ ଡୋଜ୍ ଟିକାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି । କୋଭିଡର ଗୁରୁତର ସଂକ୍ରମଣ ପ୍ରତିରୋଧ କରିବାରେ ଜନସନ ଟିକା ୮୫ ପ୍ରତିଶତ ଫଳପ୍ରଦ ହେଉଛି ବୋଲି ଜନସନ ଏବଂ ଜନସନ ଦାବି କରିଛି ।
ନିତିଦିନିଆ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଦେଶୀ ଘିଅର ବ୍ୟବହାର କରିଥାଉ । ଆୟୁର୍ବେଦ ଅନୁସାରେ ଦେଶୀ ଘିଅ ଖାଇବା ଦ୍ୱାରା ଶରୀରର ଅନେକ ଲାଭ ମିଳିଥାଏ l
ଟୋକିଓ ଅଲିମ୍ପିକ୍ସରେ ପଦକରୁ ବଞ୍ଚିତ ହେଲେ ଯୁବ ଗଲଫର ଅଦିତି। ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେରେ ଚତୁର୍ଥ ସ୍ଥାନରେ ରହିଲେ ଅଦିତି। ଅଲମ୍ପିକ୍ସରେ ଭାରତୀୟ ଗଲଫରଙ୍କ ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଟୋକିଓରେ ଆରମ୍ଭରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ଅଦିତି । ରିଓ ଅଲିମ୍ପିକ୍ସରେ ୪୧ତମ ସ୍ଥାନରେ ରହିଥିଲେ ଅଦିତି ।
ରାଜସ୍ଥାନରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ରେଳବାଇରେ ରାହୁଲ ନାମକ ଜଣେ ବ୍ୟକ୍ତି କାମ କରନ୍ତି। ରାହୁଲ କୋଟା ଡିଭିଜନର ଲାଖେରୀରେ ଏମସିଏଫ ଭାବରେ କାର୍ଯ୍ୟ କରୁଛନ୍ତି। ଅଗଷ୍ଟ ୩ ତାରିଖ ରାତିରେ ଇନ୍ଦ୍ରଗଡରେ ପ୍ରବଳ ବର୍ଷା ହୋଇଥିଲା। ସ୍ଥିତି ଏପରି ହୋଇଥିଲା କି ରେଳ ଲାଇନ୍ ପୂରା ପାଣିରେ ବୁଡ଼ି ଯାଇଥିଲା। ଆଉ ଏହାର ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳକୁ ଯାଇଥିଲେ ରାହୁଲ
ନିଜ ଜୀବନକୁ ସ୍ୱାଭାବିକ କରିବା ପାଇଁ ଅଭିନେତ୍ରୀ ମଦିରା ବେଦୀ ସୋସିଆଲ ମିଡ଼ିଆରେ ନିଜର ଏକ ନୂଆ ଫଟୋ ସେୟାର କରିଛନ୍ତି। ନିଜ ଜୀବନକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା କରୁଛନ୍ତି ମନ୍ଦିରା ।
ବଦଳିଲା ଖେଳରତ୍ନ ପୁରସ୍କାରର ନାମ। ଖେଳରତ୍ନ ପୁରସ୍କାର ନାମ ବଦଳିବା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜୀବ ଗାନ୍ଧି ଖେଳରତ୍ନ ବଦଳରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ହେବ ବୋଲି ସୂଚନା ମିଳିଛି। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ଧ୍ୟାନଚାନ୍ଦଙ୍କ ନାଁରେ ନାମିତ ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା, ତେଣୁ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ପୁରସ୍କାରର ନାମ ପରିବର୍ତ୍ତନ ହୋଇଥିବା କହିଲେ ମୋଦି।
ତେବେ ପୂର୍ବରୁ ଅଗଷ୍ଟ ୧ରେ ମୁମ୍ବାଇ POCSO କହିଥିଲେ, କୌଣସି ନାବାଳିକାଙ୍କ ହାତ ଧରିବା କିମ୍ବା ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ନୁହେଁ। କେବଳ ଏତିକି ନୁହେଁ ବରଂ ଏପରି ମାମଲାରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ ମଧ୍ୟ କରିଦେଇଥିଲେ କୋର୍ଟ। ତେବେ ମାମଲାଟି ଏବେ ର ନୁହେଁ ବରଂ ୨୦୧୭ ମସିହାରେ ହୋଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଜଣେ ଯୁବକ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରେ ଏହି ଘଟଣାକୁ ନେଇ ସମ୍ପୃକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ଦାୟର ହୋଇଥିଲା
ଏବେ ଚିନ୍ତା ବଢାଉଛି ବାଦଲ ଫଟା ବର୍ଷା। ସ୍ଥିତି ଏମିତି ହେଲାଣି ଯେ, ବାଦଲ ଫଟା ବର୍।ଆ ଯୋଗୁଁ ଅନେକ ସମୟରେ ବହୁମୂଲ୍ୟ ଜୀବନ ବି ଯାଉଛି। ତେବେ ଆପଣ ଜାଣିଛନ୍ତି କି? କେମିତି ଓ କାହିଁକି ହୁଏ ବାଦଲ ଫଟା ବର୍ଷା? ଯଦି ଆକାଶରେ ହଠାତ୍ ମେଘ ଘୋଟି ଆସେ ଏବଂ ତାହା ମାତ୍ର କେହି ମିନିଟ୍ରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବର୍ଷିଥାଏ ତାହାକୁ ବାଦଲ ଫଟା ବର୍ଷା କୁହାଯ।ଏ। ଆଉ ଏହି ବର୍ଷା ସାଧାରଣ ବର୍ଷାଠାରୁ ବେଶ୍ ଭିନ୍ନ ମଧ୍ୟ। ସୂଚନା ଅନୁସାରେ ଏହି ବର୍ଷା ମାତ୍ର ୧୦ ସେକେଣ୍ଡ ମଧ୍ୟରେ ପାଖାପାଖି ୧ ସେଣ୍ଟିମିଟର୍ ପର୍ଯ୍ୟନ୍ତ ବର୍ଷିଥାଏ। ଏହି ବର୍ଷା ପ୍ରାୟତଃ ୧୦ କିମି ବ୍ୟବଧାନ ପର୍ଯ୍ୟନ୍ତ ହୋଇଥାଏ। ଏମିତିକି ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଅନେକ ବାଦଲ ଫାଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଆଉ ଯଦି ଏକା ସାଙ୍ଗରେ ଏମିତି ହୁଏ ତେବେ କ୍ଷୟକ୍ଷତିର ଆକଳନ କରିବା ବୋଧହୁଏ ମୁସ୍କିଲ ହେବ। କାରଣ ଭୟଙ୍କର ଭାବରେ ଧନଜୀବନ ନଷ୍ଟ ହୋଇଥାଏ।