/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628337081.jpg)
Honey Singh lied to his wife's allegations
ମୁମ୍ବାଇ : ଗାୟକ ତଥା ରାପର ହନି ସିଂ ଏବେ ଚର୍ଚ୍ଚାରେ । ପାରିବାରିକ ହିଂସା ଅଭିଯୋଗରେ ପତ୍ନୀ ଶାଲିନୀ ସ୍ୱାମୀ ହନି ସିଂଙ୍କ ବିରୋଧରେ ଦିଲ୍ଲୀର ଟିସ ହାଜାରି କୋର୍ଟରେ ଆବେଦନ କରିଥିଲେ । ପ୍ରଥମ ଥର ପାଇଁ ହନି ସିଂ ଏହି ଅଭିଯୋଗ ଉପରେ ନୀରବତା ଭାଙ୍ଗି ସୋସିଆଲ ମିଡିଆରେ ନିଜର ବିବୃତ୍ତି ରଖିଛନ୍ତି । ନୀରବତା ଭାଙ୍ଗି ସୋସିଆଲ ମିଡିଆରେ ନିଜର ବିବୃତ୍ତି ସେୟାର କରି ହନି ସିଂ ଲେଖିଛନ୍ତି, ‘୨୦ ବର୍ଷର ମୋର ସାଥୀ ଶାଲିନୀ ତଲୱାରଙ୍କ ଦ୍ୱାରା ମୋ ଉପରେ ଏବଂ ମୋ ପରିବାର ଉପରେ ଲଗାଯାଇଥିବା ମିଥ୍ୟା ଅଭିଯୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ଏହି ଅଭିଯୋଗ ଅତ୍ୟନ୍ତ ନିନ୍ଦନୀୟ । ତେବେ ମୋର ଗୀତ ପାଇଁ କଠୋର ସମାଲୋଚନା, ମୋ ସ୍ୱାସ୍ଥ୍ୟ ଉପରେ କଳ୍ପନାଜଳ୍ପନା ଏବଂ ଗଣମାଧ୍ୟମର କଭରେଜ୍ ସତ୍ତ୍ୱେ ମୁଁ କୌଣସି ସାର୍ବଜନୀନ ପ୍ରେସ୍ ନୋଟ୍ ଦେଇ ନାହିଁ । ହେଲେ ଏହି ପ୍ରସଙ୍ଗକୁ ନେଇ ଆଉ ନୀରବ ରହିବାକୁ ମୁଁ ଉଚିତ ମନେ କଲି ନାହିଁ । କାହିଁକି ନା କିଛି ଅଭିଯୋଗ ମୋ ପରିବାର, ମୋର ବୃଦ୍ଧ ବାପା-ମା ଏବଂ ସାନ ଭଉଣୀ ଉପରେ ଲଗାଯାଉଛି । ଯେଉଁମାନେ ମୋର କଠିନ ସମୟରେ ମୋ ସହ ଠିଆ ହୋଇଥିଲେ ।
ଇଣ୍ଡଷ୍ଟ୍ରି ସହିତ ୧୫ ବର୍ଷରୁ ଅଧିକ ସମୟ ଧରି ଜଡିତ ଅଛି । ସାରା ଦେଶର କଳାକାର ଏବଂ ସଙ୍ଗୀତଜ୍ଞମାନଙ୍କ ସହିତ କାମ କରିଛି । ସମସ୍ତେ ମୋ ପତ୍ନୀଙ୍କ ସହ ମୋର ସମ୍ପର୍କ ବିଷୟରେ ସମସ୍ତେ ଅବଗତ ଅଛନ୍ତି, ଏବଂ ସେ ସବୁବେଳେ ମୋ ସହିତ ସୁଟିଂ, ଇଭେଣ୍ଟ ଏବଂ ମିଟିଂରେ ଯାଇଛନ୍ତି । ଏହାଛଡ଼ା ’ହନି ସିଂ ଆହୁରି ଲେଖିଛନ୍ତି, ମୁଁ ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରୁଛି ଏବଂ ମାମଲା କୋର୍ଟରେ ବିଚାରଧୀନ ରହିଛି । ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱସ ମୋର ଅଛି ଏବଂ ମୁଁ ନିଶ୍ଚିତ ସତ୍ୟ ପ୍ରକାଶ ପାଇବ । ସେହିପରି ମୁଁ ମୋର ପ୍ରଶଂସକ ଓ ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ ମୋର ଏବଂ ମୋ ପରିବାର ବିଷୟରେ କୌଣସି କମେଣ୍ଟ ଦିଅନ୍ତୁ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)