କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ ।
ଚାଷୀଙ୍କ ମୁହଁରେ ଫୁଟିଲା ହସ। ପନିପରିବା, ଫୁଲ ଓ ଫଳର ସୁରକ୍ଷାକୁ ନେଇ ଚାଷୀ ପୂରା ବିନଦାସ୍। ଚାଷୀଟିଏ ତା ଜିନିଷକୁ ଶୀତଳ ଭଣ୍ଡାରରେ ମାସେ ରଖୁ କି ୧୫ ଦିନ। ତାକୁ କିଲୋ ପିଛା ଏକ ଟଙ୍କା ହିଁ ଦେବାକୁ ପଡ଼ିଛି। ଜାଣନ୍ତୁ କେଉଁଠି କେମିତି ମିଳୁଛି ଏ ସୁବିଧା...
ସେପଟେ ମାଡ଼ି ଆସିଲାଣି ବର୍ଷା । ଧାନ ବିକ୍ରି କରିବା ପାଇଁ ଚାଷୀ ଟୋକନ ପାଇଛିି । ମାତ୍ର ଧାନ ବିକ୍ରି ହୋଇନପାରିବା ଯୋଗୁଁ ୧୦ ଦିନ ହେଲାଣି ଖୋଲା ଆକାଶ ତଳେ ପଡ଼ି ରହିଛି । ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ । ମିଲର୍ସ ମଣ୍ଡିକୁ ଧାନ କିଣିବାକୁ ଆସୁନଥିବାରୁ ଧାନ ଉଠୁନଥିବା ଅଭିଯୋଗ ହୋଇଛି ।
ତମ ନେତା କିଏ? ତମେ କାହିଁକି ଆନ୍ଦୋଳନରେ ବସିଛ? ମୋ ପାଖରେ ସମୟ ନାହିଁ, ତମ କଥା ବୁଝିବାକୁ। ରାଗରେ ତମତମ ହୋଇ ଏମିତି ଚାଷୀଙ୍କ ଉପରେ ବର୍ଷିଲେ ତହସିଲଦାର ମ୍ୟାଡମ୍...
ଦର୍ଶକ ବନ୍ଧୁ ଚାଷୀ ବାରମାସୀ ଖଟି ଖଟି ଯାହା ନ ପାଉଛି ବେପାରୀ କେବଳ ହାଟ ବଜାରରେ ବିକ୍ରି କରି ତା ଠାରୁ ଅଧିକ ଲାଭ ଉଠାଉଛନ୍ତି। ଏଇ କଥା ପ୍ରାୟ ସମସ୍ତେ କୁହନ୍ତି। ଆଉ ଏବେ ଦେଖନ୍ତୁ ଏଠି ଏ ଦୃଶ୍ୟ। କୋବି ଆପଣ କଟକ ଭୁବନେଶ୍ୱରରେ କେତେ ଟଙ୍କାରେ କିଣୁଛନ୍ତି? ଏଠି ବିଲରେ ପୋକ ଲାଗିଯାଉଛି। ଛନଛନିଆ ପତ୍ରଲଗା କୋବି ଗୋଟାକୁ ୪ ରୁ ୫ ଟଙ୍କା। ଏ ଚାଷୀ ଭାଇଙ୍କୁ ଉଦ୍ଧାର କରିବ କିଏ?
ଯଥାଶୀଘ୍ର କୃଷି ଋଣ ଛାଡ଼ ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ବାବଦକୁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ପାଇଁ ଦାବି କଂଗ୍ରେସ ଏପରି ଦାବି କରିଛି । ଯଦି ଦାବି ପୂରଣ ନହୁଏ ଆସନ୍ତା ୧୫ରେ ଆନ୍ଦୋଳନ ଚେତାବନୀ ।
ବାତ୍ୟା ସିନା ଟଳିଗଲା କିନ୍ତୁ ଚାଷୀଙ୍କ ଦୁର୍ଦ୍ଦଶା ବଢାଇଦେଇ ଗଲା । ବର୍ଷକର ପରିଶ୍ରମ ବର୍ଷାରେ ଦୋଇଗଲା । ଅତରିକ୍ତ ବର୍ଷାରୁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଶୁଣନ୍ତୁ ପରିବାଚାଷୀଙ୍କ ପ୍ରତିକ୍ରିୟା କଣ ରହିଛି
ଜୱାଦ ପ୍ରଭାବରେ ରାଜ୍ୟରେ ହୋଇଥିବା ବର୍ଷାରେ ଚଷୀକୂଳ ପ୍ରଭାବିତ । ଅମଳକ୍ଷମ ଧାନ ଏବେ ପାଣିରେ ବୁଡି ରହିଛି । ଚିନ୍ତାରେ ଚାଷୀ ଭାଇ । ଜଗତସିଂହପୁରରେ ମଧ୍ୟ ଏକର ଏକର ଧାନ ଚାଷଜମି ପାଣିରେ ବୁଡି ରହିଛି । ଏନେଇ କଣ ରହିଛି ଚାଷୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ ..।
ଗୁମୁରି ଗୁମୁରି କାନ୍ଦୁଥିବା ପତ୍ନୀ ଭାଳି ହେଉଛନ୍ତି, କେମିତି ଅଦିନିଆ ବର୍ଷା ତାଙ୍କ ଅଭାବୀ ପରିବାରରେ ଅଦିନରେ ଘଟାଇଲା ବିରାଟ କ୍ଷତି ।
ବାତ୍ୟା ଆସୁଛି, ତରତର ହୋଇ ଧାନ କାଟିନେଉଛନ୍ତି ଚାଷୀ...ଦେଖନ୍ତୁ ଏହି ଭିଡ଼ିଓ…
ଆସୁଥିବା ବର୍ଷାକୁ ନେଇ ଚାଷୀ ଅମଳକୁ ନେଇ ଚିନ୍ତାରେ ରହିଥିବା ବେଳେ ଏବେ ସଂରକ୍ଷଣ ପାଇଁ ସ୍ଥାନକୁ ନେଇ ଚିନ୍ତା ପ୍ରକଟ କରିଛି । ଏମିତି ସ୍ଥିତିରେ ଅନ୍ଧାର ରାତିରେ ଆନ୍ଧ୍ରକୁ ଚାଲାଣ ହେଉଛି ବର୍ଷଯାକର ଅମଳ । ପ୍ରତିଦିନ ଶହ ଶହ ଟ୍ରକ୍ ଧାନ ଆନ୍ଧ୍ରକୁ ଚାଲାଣ ହେଉଛି । ଦେଖନ୍ତୁ ଏହାର ଏକ ରିପୋର୍ଟ ।
କୋହଲା ପାଗକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି । ଅମଳ ହୋଇଯାଇଥିବା ଧାନ ଓ ମାଣ୍ଡିଆକୁ କେଉଁଠି ରଖିବେ ସେନେଇ ଚିନ୍ତାରେ କୋରାପୁଟ ଜିଲ୍ଲା ତଳ ଲିମକା ଗ୍ରାମର ଚାଷୀ । ଏ ସମ୍ପର୍କରେ ଲିମିକା ଗାଁର ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତନିଧି ସୂର୍ଯ୍ୟ ନାରାୟଣ ପଣ୍ଡ ।
ଚାଷୀଙ୍କୁ ଘାରିଛି ବର୍ଷା ଭୟ । ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ । ଏହାରି ମଧ୍ୟରେ ପ୍ରାଣ ବିକଳରେ ଚାଷୀ ବର୍ଷା ପାଣିରେ ଭିଜା ଧାନକୁ ସୁଖୀଇବାରେ ଲାଗିପଡିଛନ୍ତି
ସମ୍ବାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ଚାଷୀଙ୍କ ମନରେ ପଶିଛି ଛନକା । ଧାନ ଚାଷ ବର୍ତ୍ତମାନ ଅମଳ ହୋଇନଥିବାରୁ ଚାଷୀଙ୍କୁ ଚିନ୍ତା ଘାରିଛି । ବର୍ଷାରୁ ଧାନ ଚାଷ ଉଜୁଡି ଯିବା ନେଇ ଆଶଙ୍କା କରିଛି ଚାଷୀ । କେନ୍ଦ୍ରାପଡାରୁ ଏ ନେଇ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ମନୋଜ ସ୍ୱାଇଁ ।
କଞ୍ଚାଧାନ କାହିଁକି କାଟି ନେଉଛନ୍ତି ଚାଷୀ? ବର୍ଷ ସାରା ପରିଶ୍ରମ କଲେ, କିନ୍ତୁ ଧାନ ପାଚିବା ପୂର୍ବରୁ କାହିଁକି କାଟିନେଲେ ?
ମେସିନ୍ ଗୋଟିଏ, କାମ କରୁଛି ପାଞ୍ଚଟି। ଘାଇଁ ଘାଇଁ ହାତରେ ବିଲେଇ ଦେଲେ ଉଡ଼ିଯାଉଛି ଅଗାଡ଼ି, ରହିଯାଉଛି ଧାନ, ମକାରୁ ଛାଡ଼ୁଛି ଦାନା, ଗହମ କେଣ୍ଡାରୁ ବାହାରୁଛି ଗହମ। ନାଁ ଟି ୟାର ପଞ୍ଚକର୍ମା। ଚାଲନ୍ତୁ ଦେଖିବା କିଏ ଏହି ଦେଶୀ ଯୋଗାଡ଼ ପଛର ମାଷ୍ଟର।
ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଲାଗି ତିଆରି ହୋଇଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଚାଷୀଙ୍କ କାମରେ ଲାଗୁନି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଫଳରେ ପ୍ରଭାବିତ ହୋଇଥିବା ଧାନ ଫସଲ ଏବେ ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି।
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ହଠାତ୍ ଝଟ୍କା ଲାଗିବା ଯୋଗୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ମୃତ୍ୟୁ ପ୍ରବଳ ରକ୍ତସ୍ରାବ ଯୋଗୁ ହୋଇଛି।
ପାନଚାଷୀ ଏବେ ପ୍ରବଳ ଚିନ୍ତାରେ। ଚାଷ କରିବାକୁ ଖର୍ଚ୍ଚ ଯେତେ ହେଉଛି, ସେହି ଅନୁସାରେ ଲାଭ ନାହିଁ। ଘୋଡ଼ା ୬କୁ ଦାନା ୯... ଦେଖନ୍ତୁ କଟକ ନିଆଳି ଓ ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରୁ ପାନଚାଷୀଙ୍କ ଖବର।
ଏଣିକି ଜମିରେ ଡ୍ରୋନ ସାହାଯ୍ୟରେ କୀଟନାଶକ ସିଞ୍ଚନ କରାଯିବ। ଡ୍ରୋନ କେମିତି ଜମିରେ କୀଟନାଶକ ପକାଇବ ନିକଟରେ ତାହାର ଡେମୋ ପ୍ରଦର୍ଶନ କରାଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦ (Indian Council of Agricultural Research) ନିର୍ଦ୍ଦେଶ ଅନୁଯାୟୀ ଗରୁଡା ଏୟାର ସ୍ପେସ୍ ପକ୍ଷରୁ ଗୋଡ୍ଡା କୃଷି ବିଜ୍ଞାନ କେନ୍ଦ୍ରରେ ଏପରି ଡ୍ରୋନ୍ ପ୍ରଦର୍ଶନ କରାଯାଇଛି ।
ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଚାଷୀ ହେଲେ ରାଜକନିକା ଥାନା ଅନ୍ତର୍ଗତ ହାଟସାହି ଗାଁର ଅମର ଜେନା। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ତଳି ପୋତିବାର ୮ ଦିନ ପରେ ଥୋଡ଼ ବାହାରିବାରୁ ଚିନ୍ତାରେ ଚାଷୀ ।
ଚାଷୀଙ୍କୁ ସାଂଘାତିକ ଭାବେ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ କିଷାନ ସଭା କାର୍ଡ ଦେଇ ସେଥିରେ ସମସ୍ତ ପ୍ରକାର ସୁବିଧା ମିଳୁଥିବା କହି ଠକେଇ ହୋଇଥିବା ଅଭିଯୋଗ ଆସିଛି।
ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ବର୍ଷା ଉପରେ ନିର୍ଭର କରୁଥିବା ଚାଷୀ ହନ୍ତସନ୍ତ । ବର୍ଷା ନଥିବାରୁ ସମୁଦ୍ରରେ ମାଛ ବି ମିଳୁନାହାନ୍ତି ।