ମାସ ସାରା ...ବର୍ଷ ସାରା...ମଂଚା ଉପରେ ବିତୁଛି ଜୀବନ । କି ଖରା କି ବର୍ଷା, ଢାଉଁ ଢାଉଁ ବାଜା ନବାଜିଲେ ସବୁ ଫସଲକୁ ଦଳିମକଚି ନଷ୍ଟ କରିଦେବେ ହାତୀ। ବାରମ୍ବାର ଗୁହାରି କରିବା ପରେ ବି ଶୁଣୁନି ପ୍ରଶାସନ
ମୃତକ ହେଲେ ଅଡ଼ବା ଥାନାର ପଟାଚାଞ୍ଛତା ଗାଂର ଗୌରଚନ୍ଦ୍ର କାର୍ଜି।
ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଏହି ସବୁ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହିବେ ।
ହେବ କି ନାହିଁ ସେହି ଚିନ୍ତାରେ ଥିଲା ଚାଷୀ । ବର୍ତ୍ତମାନ ବର୍ଷା ହେଲା, ଚାଷୀ ମୁହଁରେ ହସ ଫୁଟିଲା । ସକାଳ ହେଲା କ୍ଷଣି ବଳଦ ନେଇ ବିଲକୁ ଯାଉଛି ଚାଷୀ ଭାଇ ।
ଆଉ ଟେନ୍ସନ୍ ନାହିଁ । ଏଣିକି ବିହନ ଲାଗି କାଟିବାକୁ ପଡ଼ିବନି ସରକାରୀ ଦପ୍ତର ଚକ୍କର...ଘର ଦୁଆର ମୁହଁରେ ଉନ୍ନତମାନର ବିହନ ପହଞ୍ଚାଉଛି ପ୍ରଶାସନ
ଓଡିଶା ମିଲେଟ୍ ମିଶନ ଓ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ଏ ଜମିରେ ଖରାଦିନିଆ ମାଣ୍ଡିଆ ଚାଷ ପାଇଁ କହିଲେ । ଲୋକେ କହିଲେ, ଯେଉଁଠି ବର୍ଷା ଦିନେ ଧାନ ହେଉନି, ସେଇଠି ପୁଣି ଖରା ଦିନେ ମାଣ୍ଡିଆ ଚାଷ ଅସମ୍ଭବ । କିନ୍ତୁ ଦୁଇ ବିଭାଗର ଉଦ୍ୟମ ଓ ଲୋକଙ୍କ ପରିଶ୍ରମରେ ଆଜି ଖରାଦିନରେ ମଧ୍ୟ ମାଣ୍ଡିଆ ଚାଷ ହୋଇ ପାରିଛି
ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।
ପିଆଜ, କେବେ ଖାଉଟୀଙ୍କୁ କନ୍ଦାଏ ତ ଆଉ କେବେ ଚାଷୀଙ୍କୁ । ବଜାର ବ୍ୟବସ୍ଥା ଏବଂ ସଂରକ୍ଷଣ ସୁବିଧା ଅଭାବରୁ ହାଣ୍ଡିଶାଳର ଅତି ଦରକାରୀ ପରିବା ଯେ ହୀନ ଦରରେ ବିକ୍ରି ହେବ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।
ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ। ରାଜ୍ୟରେ ରବି ଧାନ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ଭିତରେ ମଣ୍ଡିରେ ଧାନ ବିକ୍ରି ନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପି-ପାସ୍ ବ୍ୟବସ୍ଥାରେ ଆଣିଛି ସଂଶୋଧିତ ନିୟମ।
ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ।
ନେତାଙ୍କ ଚାଷୀ ଅବତାର...୫ବର୍ଷ ପରେ ଓୟୁଏଟି କ୍ୟାମ୍ପସରେ ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ। ସୁକିନ୍ଦାରେ ମନମୋହନ ଓ କୋଲାବିରାରେ ପିସିସି ସଭାପତିଙ୍କ ଚାଷ ଅନୁକୂଳ। ଏଣେ ବିହନ ନପାଇ ଚାଷୀ ହନ୍ତସନ୍ତ, କୃଷିମନ୍ତ୍ରୀ କହିଲେ ବହୁତ ମହଜୁଦ୍ ଅଛି।
ଚିନ୍ତାରେ ନୂଆପଡ଼ା ଜିଲ୍ଲାର ପିଆଜ ଚାଷୀ । ଅଧିକ ଅମଳ ଆଶାରେ ଚାଷ କରିଥିଲେ । ମାତ୍ର ଷଣ୍ଢା ବାହାରିଗଲା ଆଉ ବଢୁନି ପିଆଜ ।
କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ ୨ ହଜାର ଟଙ୍କାର ଋଣ ରାଶି ।
ପ୍ରଫୁଲ କୁମାର ସ୍ୱାଇଁ, ଘର କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁରେ । ବର୍ଷବର୍ଷ ଧରି ପ୍ରଫୁଲଙ୍କ ପରିବାର ଚାଷ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ଜିଲ୍ଲାର କୁନ୍ଦୁରା ଲ୍ୟାମ୍ପସରୁ ଚାଷ ଋଣ ନେଇ ଚାଷ କରିଥାନ୍ତ । ପ୍ରଫୁଲ ଲ୍ୟାମ୍ପସରୁ ୨୦ହଜାର ଟଙ୍କା ଋଣ ନେଇଥିଲେ ସେହି ଟଙ୍କା ବି ସୁଝି ଦେଇଥିବା କହିଛନ୍ତି କିନ୍ତୁ ସେ ତାଙ୍କ ବ୍ୟାଙ୍କ ବା ଲ୍ୟାମ୍ପସ ଖାତା ଦେଖିବାବେଳେ ସେ ୧ଲକ୍ଷ ୨ହଜାର ଟଙ୍କା ଋଣ ନେଇଥିବା ଜମା ଖାତାରେ ରହିଛି ।
ଫଳିଲେ ହଇରାଣ, ନହେଲେ ଚିନ୍ତା । ଏତେ ମାତ୍ରାରେ ପଣସ ଫଳିଛି ନେବାକୁ ଲୋକ ନାହାନ୍ତି...ନଷ୍ଟ ହେବା ଭୟରେ କିଲୋକୁ ୧୫ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ
କାଳ ହେଲା ଏଲଇଡି ଲାଇଟ୍। କ୍ଷେତରେ ଧାନ ପାଚିନି, ଆଉ ଫଳ ଆସିବାର ଚାନ୍ସ ନାହିଁ। ବର୍ଷକ ପରିଶ୍ରମ ବେକାର..ଏବେ କଞ୍ଚାଧାନକୁ କାଟି ନେଉଛନ୍ତି ଚାଷୀ। ଆଉ କହୁଛନ୍ତି, ଫଳ ତ ହେଲାନି..ଏଇ କୁଟା ଗାଈ ହେଲେ ଖାଇବ
ବିଲ ହିଡରେ ପୋଲିସ ଜଗିଛି। କ୍ଷେତକୁ ପାଣି ମଡାଚାଲିଛି..ଫସଲ ପାଚିଲା ବେଳକୁ ପାଣିକୁ ନେଇ ବାଡାପିଟା..ଅମଳ ଚିନ୍ତାରେ ଚାଷୀ ।
ଅନ୍ତରାଷ୍ଟ୍ରୀୟ କୃଷି ସମ୍ମିଳନୀରେ ଯୋଗଦେବାକୁ ବିଦେଶ ଭ୍ରମଣ ପାଇଁ ରାଜ୍ୟର ୪ ଚାଷୀ ବାଦ୍ ପଡ଼ିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ରାଜ୍ୟର ୩ ପ୍ରଶାସନିକ ଅଧିକାରୀ ।
କେନାଲ ପାଣି ଆସୁନଥିବାରୁ ଚାଷୀ ବର୍ଷକୁ ଗୋଟିଏ ସାରଦ ଧାନ ଚାଷ କରି ପରିବାର ପ୍ରତିପୋଷଣ କରେ । ହେଲେ ସେହି ଧାନଚାଷକୁ ଏବେ ବନ୍ୟା ଉଜାଡି ଦେଇଛି ।
ସୋସାଇଟି କହୁଛି ସାର ନାହିଁ । ଖୋଲା ବଜାରକୁ ଗଲେ ୨୬୬ ଟଙ୍କାର ୟୁରିଆ ବିକ୍ରି ହେଉଛି ୫ ଶହ ଟଙ୍କାରେ ।
ଓଡ଼ିଶାର ୨୪ ହଜାର ହେର ଜମିରେ ପ୍ରାକୃତିକ ଚାଷ କରାଯାଉଛି । ଆଗାମୀ ଦିନରେ ଏହାର ଫାଇଦା ମିଳିବ ।
ଭାଗ୍ୟ ବଦଳାଇ ଦେଲା ପରିବା ଚାଷ। ପାଳରେ ଭେଣ୍ଡି, କଖାରୁ, ଗୁଆଁର, କଲରା ଚାଷ କରି ମାସକୁ ଲକ୍ଷେ ଟଙ୍କାରୁ ଅଧିକ ଚାଷ କରୁଛନ୍ତି ଦୁଇ ଭାଇ। ନିଜେ ଭଲରେ ଚଳିବା ସହ ପାଖଆଖ ପିଲାଙ୍କୁ ଦେଉଛନ୍ତି ଭଲ ଦୁଇ ପଇସା ରୋଜଗାର। ଭୁବନେଶ୍ୱରରୁ ବେପାରୀ ଯାଇଁ ନେଇ ଆସୁଛନ୍ତି ପରିବା।
ସବୁ ଦିନେ ଧଳା କୁର୍ତ୍ତା ପିନ୍ଧି ରାଜନୀତି ଚାଷ କରୁଥିବା ନେତା-ମନ୍ତ୍ରୀମାନେ ଅକ୍ଷୟ ତୃତୀୟା ଆସିଲେ ଧୋତି ପିନ୍ଧି ଚାଷ କରିବାକୁ ବାହାରି ପଡନ୍ତି। କିଏ ଚପଲ ପିନ୍ଧି ଜମି ହଳ କରେ ତ ଆଉ କିଏ ଧାନ ବୁଣିବା କୌଶଳ ନ ଜାଣି କ୍ୟାମେରା ଆଗରେ ଏଣେତେଣେ ଧାନ ବୁଣି ପକାନ୍ତି। ଯେମିତି ଅକ୍ଷୟ ତୃତୀୟାରେ ଦିନିକିଆ ଚାଷୀ ହୋଇ ଅଭିନୟ କରୁଥିବା ନେତା କେମିତି କଲବଲ ହେଲେ ଦେଖନ୍ତୁ...
ଧାନ କିଆରୀ ପାଇଁ କାଳ ସାଜିଛି ଷ୍ଟ୍ରିଟ୍ ଲାଇଟ୍ । ରାତି ତମାମ ଅନବରତ ଆଲୁଅ ଯୋଗାଉଥିବା ଏଲ୍ଇଡି ଲାଇଟ୍ ଉଜାଡ଼ି ଦେଉଛି ଚାଷୀଙ୍କ ଦାନାପାଣି । ଆଲୋକର ପ୍ରଭାବରେ କେଉଁଠି ଗର୍ଭଧାରଣ କ୍ଷମତା ହରାଉଛି ଧାନ ଗଛ ତ ଆଉ କେଉଁଠି ହୃଷ୍ଟପୁଷ୍ଟ ହୋଇପାରୁନି ଧାନକେଣ୍ଡା । ବହୁଳ ମାତ୍ରାରେ ଧାନ ଫସଲ ହେଉଥିବା ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର ଚାଷୀ ଏବେ ଏଭଳି ଅଭିଯୋଗ ଆଣିଛନ୍ତି ।
କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ ।