• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

ms
ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆବୁଧାବି: କରୋନା କଟକଣା ଭିତରେ ଧମାକାଦାର ଆରମ୍ଭ ହୋଇଛି IPL ୧୩ ତମ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଧୁଳି ଚଟାଇଛି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍। ଅମ୍ବାତି ରାୟୁଡୁ ଓ ଫାପ ଡୁପ୍ଲେସିସଙ୍କ ଦମଦାର ବ୍ୟାଟିଂ ବଳରେ ସିଏସକେ ୫ ୱିକେଟରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଛି।ଅନ୍ୟ ପକ୍ଷରେ ଟାଇଟଲ ଫେଭରିଟ୍ କୁହାଯାଉଥିବା ମୁମ୍ବାଇକୁ ନିରାଶ ହେବାକୁ ପଡିଛିା ୫ ୱିକେଟ ହରାଇ ୧୬୩ କରିଛି। […]

  • Saturday, 03 July 2021
IPL 2020 News in Odia
IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ଦୁବାଇ: ଚଳିତ ଆଇପିଏଲର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଉକ୍ତ ମ୍ୟାଚରେ ମାର୍କସ୍ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନର ସମ୍ମାନଜନକ ସ୍କୋର ଛିଡ଼ା କରିପାରିଛି। ଫଳରେ ଏହି ମ୍ୟାଚ୍ ଜିତିବା ପାଇଁ ପଞ୍ଜାବକୁ ୧୫୮ ରନ୍ କରିବାକୁ ପଡ଼ିବ। ଦିଲ୍ଲୀ ପକ୍ଷରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟୋଇନିସ୍ ମାତ୍ର ୨୧ ବଲରେ ୫୩ […]

gayle
ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

ଦୁବାଇ: କରୋନା ମହାମାରୀ ଯୋଗୁ ଏଥର ଭାରତ ବଦଳରେ ୟୁଏଇରେ ଖେଳାଯାଉଛି ଆଇପିଏଲର ୧୩ଶ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ୨ୟ ଦିନରେ ଅର୍ଥାତ୍ ରବିବାର ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ତେବେ ମ୍ୟାଚ୍ ପୂର୍ବରୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଅଫିସିଆଲ୍‌ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ବସ୍ ଭିତରେ ଭୋଜପୁରୀ ଗୀତରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି। […]

  • Saturday, 03 July 2021
cb
IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଦୁବାଇ: ଯୁବ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଦିକଲ ଓ ଅଭିଜ୍ଞ ଏବି ଡିଭିଲିୟର୍ସଙ୍କ ଅର୍ଦ୍ଧଶତକ ପରେ ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ ବାଙ୍ଗାଲୋର (ଆରସିବି) ସୋମବାର ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ଗତ ତିନୋଟି ସଂସ୍କରଣ ପରେ ଟୁର୍ଣ୍ଣାମେଣ୍ଟରେ ତା’ର ପ୍ରଥମ ମ୍ୟାଚରେ ବିଜୟୀ ହୋଇ ପରାଜୟଧାରା ଭାଙ୍ଗିଛି। ଏହା ପୂର୍ବରୁ ୨୦୧୭, ୨୦୧୮ ଏବଂ ୨୦୧୯ ସଂସ୍କରଣରେ ଆରସିବି ତା’ର ପ୍ରଥମ ମୁକାବିଲାରେ ପରାସ୍ତ […]

modi-and-virat
ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୪ ତାରିଖରେ ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ର ପ୍ରଥମ ବାର୍ଷିକୀ ଅବସରରେ ଦେଶବ୍ୟାପୀ ଅନଲାଇନ୍ ଫିଟ୍ ଇଣ୍ଡିଆ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। କୋହଲିଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅଭିନେତା ମିଲିନ୍ଦ ସୋମନ୍ ମଧ୍ୟ ଅନଲାଇନ୍ ମାଧ୍ୟମରେ ଯୋଗଦେବେ। ଏହି ଅବସରରେ ପିଏମ୍ ମୋଦି ସେହି ମାନଙ୍କ ସହ କଥା ହେବେ, ଯେଉଁମାନେ ନିଜ ନିଜର ଫିଟେନସ୍ ଦ୍ୱାରା ଲୋକଙ୍କ ପାଇଁ […]

  • Saturday, 03 July 2021
ms
ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି, କିନ୍ତୁ ଏବେବି ସେ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ହୋଇ ରହିଛନ୍ତି। ଅଭିଜ୍ଞଠାରୁ ଆରମ୍ଭ କରି ଯୁବ ଖେଳାଳି, ସମସ୍ତେ ଧୋନିଙ୍କୁ ଖୁବ୍ ସମ୍ମାନ ଦିଅନ୍ତି। ଦିନେ ସଚିନ୍ ତେନ୍ଦୁଲକରଙ୍କୁ ପୂଜା କରୁଥିବା ଖୋଦ୍ ଧୋନି ଆଜି ଅନେକ ଯୁବ କ୍ରିକେଟରଙ୍କ ପାଇଁ ଭଗବାନ ସାଜିଛନ୍ତି। ଧୋନିଙ୍କ ସହ ସାକ୍ଷାତ କରିବା ଅନେକ ଯୁବ ଖେଳାଳିଙ୍କ ପାଇଁ […]

  • Saturday, 03 July 2021
marsh1
ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ଅଲରାଉଣ୍ଡର ମିଚେଲ୍ ମାର୍ଶ ଆଇପିଏଲରୁ ଆଉଟ୍ ହୋଇଛନ୍ତି। ତାଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ଜେସନ୍ ହୋଲ୍ଡରଙ୍କୁ ହାଇଦ୍ରାବାଦ ଟିମରେ ସାମିଲ୍ କରାଯାଇଛି। 🚨 Official Statement 🚨 Mitchell Marsh has been ruled out due to injury. We wish him a speedy recovery. Jason Holder will replace him for #Dream11IPL […]

  • Saturday, 03 July 2021
rohit
ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆବୁ ଧାବି: ଫର୍ମକୁ ଫେରିଲେ ହିଟ୍ ମ୍ୟାନ୍ ରୋହିତ୍ ଶର୍ମା। ପ୍ରଥମ ମ୍ୟାଚରେ ଫେଲ୍ ମାରିଥିବା ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଟିମର ଦ୍ୱିତୀୟ ମୁକାବିଲାରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ରୋହିତଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୫ ରନ୍ କରି କେକେଆର୍ ଆଗରେ ୧୯୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିଛି। ଶେଖ ଜାୟେଦ ଷ୍ଟାଡିୟମରେ […]

  • Saturday, 03 July 2021
modi-and-kohli
ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, 'ଏତେ ଫିଟ୍ କେମିତି ରହୁଛ'

ନୂଆଦିଲ୍ଲୀ: ଫିଟ୍ ଇଣ୍ଡିଆ ଡାଇଲଗ ଜରିଆରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦି କୋହଲିଙ୍କୁ ଫିଟେନସ୍ ଓ ତାଙ୍କର ନିୟମିତ ରୁଟିନକୁ ନେଇ କଥା ହୋଇଛନ୍ତି। ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା, ଯେଉଁଥିରେ କୋହଲି ଦୁବାଇରୁ ଯୋଗ ଦେଇଥିଲେ। ଏହି ଅବସରରେ ପିଏମ୍ ମୋଦି ଫିଟନେସ୍ ରୁଟିନ୍ ସମ୍ବନ୍ଧରେ ପଚାରିଥିଲେ। ଜବାବରେ ବିରାଟ୍‌ କହିଲେ, ମୋତେ ଏକ ବଡ଼ […]

  • Saturday, 03 July 2021
dean
ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ମୁମ୍ବାଇ: କ୍ରିକେଟ୍ ଜଗତରୁ ଆସିଲା ବଡ଼ ଦୁଃଖଦ ଖବର। ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଏବଂ ଜଣାଶୁଣା କମେଣ୍ଟେଟର୍ ଡିନ୍ ଜୋନ୍ସଙ୍କର ଗୁରୁବାର ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ବର୍ତ୍ତମାନ ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଚାଲିଛି। ଏଥିପାଇଁ ଜୋନ୍ସ ମୁମ୍ବାଇରେ ରହି କମେଣ୍ଟ୍ରୀ କରୁଥିଲେ। ଜୋନ୍ସ ମଧ୍ୟ ସୋସିଆଲ୍‌ ମିଡିଆରେ ଖୁବ୍ ସକ୍ରିୟ ଥିଲେ। ଡିନ୍ ଜୋନ୍ସଙ୍କ […]

  • Saturday, 03 July 2021
rahul
ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ଦୁବାଇ: ଲଗାତର ଦୁଇଟି କ୍ୟାଚ୍ ଛାଡ଼ିବା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଏହାର ଫାଇଦା ଉଠାଇ କିଙ୍ଗସ୍ ଇଲେଭେନ୍ ପଞ୍ଜାବ କ୍ୟାପଟେନ୍ ଲୋକେଶ ରାହୁଲ୍ ଚଳିତ ଆଇପିଏଲର ପ୍ରଥମ ଶତକ ମାରିଛନ୍ତି। ତାଙ୍କର ବିସ୍ଫୋରକ ଶତକୀୟ ଇନିଂସ୍ ବଳରେ ପଞ୍ଜାବ ଆରସିବି ବିପକ୍ଷ ମ୍ୟାଚରେ ୩ ୱିକେଟ୍ ହରାଇ ୨୦୬ ରନ୍ କରିଛି। ରାହୁଲ୍ ମାତ୍ର ୬୯ ବଲରେ ୧୪ ଚୌକା ଓ ୭ ଛକା ସହ ୧୩୨* ରନର […]

  • Saturday, 03 July 2021
anu
ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କର। ଗତକାଲି କିଙ୍ଗସ୍ ଇଲେଭେନ୍ ପଞ୍ଜାବ (KXIP) ବିପକ୍ଷ ମ୍ୟାଚରେ କେଏଲ୍ ରାହୁଲଙ୍କ ଦୁଇଟି କ୍ୟାଚ୍ ହାତଛଡ଼ା କରିଥିଲେ କୋହଲି। ଯାହାକୁ ନେଇ ଗାଭାସ୍କର କୋହଲିଙ୍କୁ ଟାର୍ଗେଟ୍ କରିଥିଲେ। ଏପରିକି ମ୍ୟାଚରେ କମେଣ୍ଟ୍ରୀ ବେଳେ ଗାଭାସ୍କର ଉଭୟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କାଙ୍କ […]

  • Saturday, 03 July 2021
ms
ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଦୁବାଇ: ଚଳିତ ଆଇପିଏଲର ସପ୍ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚେନ୍ନାଇ କ୍ୟାପଟେନ୍ ଧୋନି ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ଦକ୍ଷିଣ ଆଫ୍ରିକୀୟ ପେସର୍ ଲୁଙ୍ଗି ଏନଗିଡିଙ୍କ ସ୍ଥାନରେ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହେଜଲଉଡଙ୍କୁ ସାମିଲ୍ କରାଯାଇଛି। ସେହିପରି ଦିଲ୍ଲୀ ଦଳରେ ଦୁଇଟି ପରିବର୍ତ୍ତନ […]

  • Saturday, 03 July 2021
kolkatta
ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ଅବୁଧାବି: ଗତକାଲି ସନ୍‌ରାଇଜର ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ଅବୁଧାବିରେ ଖେଳାଯାଉଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ବିଜୟୀ ହୋଇଛି। କେକେଆର୍‌ରେ ଓପନର ଶୁବମାନ ଗିଲଙ୍କ ଦମଦାର ୭୦ ଓ ଇଓନ ମୋର୍ଗାନଙ୍କ ବିସ୍ଫୋରକ ୪୨ ରନ୍‌ ବଳରେ କୋଲକାତା ନାଇଟ ରାଇଡର୍ସର ଚଳିତ ଆଇପିଏଲରେ ପ୍ରଥମଥର ବିଜୟୀ ହୋଇଛି। ସନ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି କେକେଆର୍‌। ତେବେ ଏହାକୁ ମିଶାଇ ହାଇଦ୍ରାବାଦର କ୍ରମାଗତ ଦୁଇଥର ପରାଜୟ ହୋଇଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ […]

  • Saturday, 03 July 2021
sports
ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର

ଦୁବାଇ: ଏକ ରୋମାଞ୍ଚକର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗଳୁରୁ । ମ୍ୟାଚ ଟାଇ ହେବା ପରେ ସୁପର ଓଭର ଦୁଇ ଟିମର ଭାଗ୍ୟ ନିର୍ଦ୍ଧାରଣ କରିଥିଲା।  ଆଉ ଦର୍ଶକ ଦେଖିଥିଲେ ସୁପର ଓଭରରେ ସୁପର କମାଲ । ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇ ଆଇପିଏଲ ୧୩ ତମ ସଂସ୍କରଣର ଦଶମ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୭ ରନ୍ କରିବାରେ ସକ୍ଷମ […]

  • Saturday, 03 July 2021
SANJU
ମାତ୍ର ୧୦ ମ୍ୟାଚ୍‌ରେ ୧୫୩ ଛକା

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁ ଭାରତରୁ ୟୁଏଇ ସ୍ଥାନାନ୍ତର ହୋଇଥିବା ଆଇପିଏଲର ୧୩ତମ ସଂସ୍କରଣରେ ଛକାର ବର୍ଷା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ମାତ୍ର ୧୦ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଲାଗିଛି ୧୫୩ ବର୍ଷା। ଯାହାକି କୌଣସି ସଂସ୍କରଣର ପ୍ରଥମ ୧୦ଟି ମ୍ୟାଚରେ ସର୍ବାଧିକ ଛକା ବୋଲି କୁହାଯାଉଛି। ଟୁର୍ଣ୍ଣାମେଣ୍ଟରେ ତିନୋଟି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଛି। ତେବେ ଶାରଜାରେ ବଲ୍ ଅଧିକଥର ବାଉଣ୍ଡ୍ରୀ ପାର୍ ହୋଇଛି। ଶାରଜାରେ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ୬୨ଟି ଛକା […]

  • Saturday, 03 July 2021
ESSEX
ମୁସଲିମ୍ କ୍ରିକେଟର୍‌ଙ୍କ ଉପରେ ଢାଳିଲେ ବିଅର୍, ଆଉ ତା' ପରେ…

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତରେ ଏବେ ଗୋଟିଏ ଘଟଣାକୁ ନେଇ ବିବାଦ ଦେଖା ଦେଇଛି। ଏହି ଘଟଣା ଘଟିଛି ଇଂଲଣ୍ଡରେ, ଯେଉଁଠାରେ ବିଜୟ ଉତ୍ସବରେ ମସଗୁଲ୍ ହୋଇ ଜଣେ ମୁସଲିମ୍ କ୍ରିକେଟରଙ୍କ ଉପରେ ବିଅର୍ ଢଳାଯାଇଛି। ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ବବ୍ ୱିଲିସ୍ ଟ୍ରଫିର ଫାଇନାଲ୍ ମୁକାବିଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫାଇନାଲରେ ଏସେକ୍ସ ଟିମ୍ ସମରସେଟ୍‌ ହରାଇ ଟାଇଟଲ୍ ଜିତିଛି। ଟାଇଟଲ୍‌ ଜିତିବା ପରେ ଟିମ୍ ଶ୍ୟାମ୍ପେନ୍ ଏବଂ ବିଅର୍ ଦ୍ୱାରା ବିଜୟ ଉତ୍ସବ ମନାଇଥିଲେ। […]

  • Saturday, 03 July 2021
ipl
ଟସ୍ ଜିତିଲା ଦିଲ୍ଲୀ, ଫେରିଲେ ଈଶାନ୍ତ ଶର୍ମା

ଦୁବାଇ: ଚଳିତ ଆଇପିଏଲରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଜି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ। ଲଗାତର ଦୁଇଟି ମ୍ୟାଚ୍ ହାରିଥିବା ହାଇଦ୍ରାବାଦ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେହିପରି ଦିଲ୍ଲୀ ହ୍ୟାଟ୍ରିକ୍ ବିଜୟ ହାସଲ ଲକ୍ଷ୍ୟରେ ରହିଛି। ଉକ୍ତ ମ୍ୟାଚରେ ଦିଲ୍ଲୀ କ୍ୟାପଟେନ୍ ଶ୍ରେୟସ୍ ଆୟର୍ ଟିମରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ଅଭିଜ୍ଞ ପେସ୍ […]

  • Saturday, 03 July 2021
dd
ପୁଣି ଚମକିଲା ଦିଲ୍ଲୀ ବୋଲିଂ, ହାଇଦ୍ରାବାଦ ୧୬୨/୪

ଆବୁ ଧାବି: ଚଳିତ ଆଇପିଏଲର ଲଗାତର ଦୁଇଟି ମ୍ୟାଚ୍ ହାରିଥିବା ସନରାଇଜର୍ସ ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ଆଶାରେ ଆଜି ଇନଫର୍ମ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିଛି। ଏହି ମ୍ୟାଚରେ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋଙ୍କ ସଫଳ ଓପନିଂ ପାର୍ଟନରଶିପ୍ ଏବଂ କେନ୍ ୱିଲିୟମସନଙ୍କ ବିସ୍ଫୋରକ ଇନିଂସ୍ ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୬୨ ରନ୍ କରିଛି। ଅନ୍ୟ ପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ […]

  • Saturday, 03 July 2021
ipl13
ଟସ୍ ଜିତିଲେ ସ୍ମିଥ୍, ପ୍ରଥମେ ବ୍ୟାଟିଂ କରିବ କେକେଆର୍

ଦୁବାଇ: ଲଗାତର ଦୁଇଟି ମ୍ୟାଚ୍ ଜିତିସାରିଥିବା ଷ୍ଟିଭେନ୍ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ତା’ର ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟୁଛି। ବୁଧବାର ଖେଳାଯାଉଥିବା ଏହି ମୁକାବିଲାରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ କେକେଆର୍ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଅପରିବର୍ତ୍ତିତ ରହିଛି। ରାଜସ୍ଥାନ ଏହି ମ୍ୟାଚ୍ ଜିତି ବିଜୟର ହ୍ୟାଟ୍ରିକ୍ ଲଗାଇବା ଲକ୍ଷ୍ୟରେ ଥିବା ବେଳେ କେକେଆର୍ ବିଜୟଧାରା ଜାରି ରଖିବାକୁ ଚାହିଁବ। […]

  • Saturday, 03 July 2021
gill
ରାଜସ୍ଥାନ ଆଗରେ ୧୭୫ ରନର ଟାର୍ଗେଟ୍ ରଖିଲା କେକେଆର୍

ଦୁବାଇ: ଚଳିତ ଆଇପିଏଲର ଦ୍ୱାଦଶ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଏହି ମ୍ୟାଚରେ କେକେଆର୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୪ ରନ୍ କରିଛି। ଦଳ ପକ୍ଷରୁ ଶୁବମାନ ଗିଲ୍‌ ସର୍ବାଧିକ ୪୭ (୩୪ ବଲ୍‌, ୫ ଚୌକା, ୧ ଛକା) ରନ୍ ଓ ଇଅନ୍ ମୋର୍ଗାନ୍ ୩୪* କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ୍ ବିଜୟ ପାଇଁ ରାଜସ୍ଥାନକୁ ୧୭୫ ରନ୍ କରିବାକୁ […]

  • Saturday, 03 July 2021
robin
ବଡ଼ ଭୁଲ୍ କରିଦେଲେ ରବିନ୍ ଉଥାପ୍ପା! ଭାଙ୍ଗିଲେ ଆଇସିସି ଗାଇଡଲାଇନ୍

ଦୁବାଇ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ରବିନ୍ ଉଥାପ୍ପା ବଡ଼ ଭୁଲ୍ କରି ଦେଇଛନ୍ତି। ବୁଧବାର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ଉଥାପ୍ପାଙ୍କୁ ବଲରେ ଲାଳ ଲଗାଉଥିବା ଦେଖିବାକୁ ମିଳିଛି, ଯାହା ସେ ଆଇସିସିର କୋଭିଡ୍-୧୯ ଗାଇଡଲାଇନର ଉଲ୍ଲଙ୍ଘନ କରିଛନ୍ତି। ଏହି ଘଟଣା କେକେଆର୍ ଇନିଂସର ତୃତୀୟ ଓଭରର ପଞ୍ଚମ ବଲରେ ଘଟିଛି। ଏହି ଉଥାପ୍ପା ସୁନୀଲ୍ ନରିନଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ। ସେ ମିଡ୍-ଅନ୍ ଅଞ୍ଚଳରେ ବଲ୍ ଧରିବା […]

  • Saturday, 03 July 2021
trump
କରୋନା ସହିତ ଲଢ଼ିବାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବାବା ସେହୱାଗଙ୍କ ଆଶୀର୍ବାଦ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହେବା ପରେ ଦେଶ ବିଦେଶରୁ ବହୁ ନେତା ଓ ସେଲିବ୍ରେଟି ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି “ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କ ଶୀଘ୍ର ସୁସ୍ଥ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି।” ମୋଦିଙ୍କ ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍‌ଫୋର ବ୍ୟାଟ୍ସମ୍ୟାନ୍ […]

  • Saturday, 03 July 2021
dhoni
ଧୋନୀଙ୍କ ବ୍ୟାଟିଂକୁ ନେଇ ସେହୱାଗ କହିଲେ-ଦ୍ୱାଦଶ ପରୀକ୍ଷାର ଦିନକ ପୂର୍ବରୁ ...

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ (CSK) ଲଗାତାର ତୃତୀୟ ମ୍ୟାଚରେ ହାରିଯାଇଛି। ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ (SRH) ଚେନ୍ନାଇକୁ ୭ ରନ୍‌ରେ ହରାଇ ଦେଇଛି। ଏହି ମ୍ୟାଚ୍‌ ପରେ କ୍ରିକେଟ ଏକ୍ସପର୍ଟସମାନେ କ୍ୟାପ୍‌ଟେନ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ କ୍ରିକେଟରମାନେ ମଧ୍ୟ ସମୀକ୍ଷା କରି କହିଛନ୍ତି, ଧୋନି ଯଥେଷ୍ଟ ବିଳମ୍ବରେ ଦ୍ରୁତ ରନ୍‌ କରିବା  ଆରମ୍ଭ କରିଥିଲେ, ଆଉ ସେତେବେଳକୁ ମ୍ୟାଚ୍‌ ଚେନ୍ନାଇ ହାତରୁ ଖସି ଯାଇଥିଲା। ବ୍ୟାଟ୍‌ସମ୍ୟାନ ବୀରେନ୍ଦ୍ର ସେହୱାଗ […]

  • Saturday, 03 July 2021
chahal
ଚହଲ ଧରିଲେ ଏମିତି କ୍ୟାଚ୍‌, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଉଠିଲା ଅଙ୍ଗୁଳି: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ବିପକ୍ଷରେ ସଞ୍ଜୁ ସାମସନ୍‌ ଆଜି ଭଲ ପ୍ରଦର୍ଶନ କରିପାରିଲେ ନାହିଁ। ମାତ୍ର ୪ ରନ୍ କରି ଯୁଜ୍‌ବେନ୍ଦ୍ର ଚହଲଙ୍କ ବଲ୍‌ରେ ଆଉଟ୍‌ ହୋଇଗଲେ। ଚହଲଙ୍କ ଲେଗ୍‌ସ୍ପିନ୍‌ ବଲ୍‌କୁ ବୁଝିପାରିଲେନି ସଞ୍ଜୁ। ସିଧା ବୋଲରଙ୍କ ହାତକୁ କ୍ୟାଚ୍‌ ଦେଇଦେଲେ। ଚହଲଙ୍କର ଏହି କ୍ୟାଚ୍‌କୁ ନେଇ ଏବେ ସୋସିଆଲ୍‌ ମିଡିଆରେ ତର୍କ ବିତର୍କ ଲାଗି ରହିଛି। କାରଣ ଚହଲ ଏମିତି ଶୈଳୀରେ କ୍ୟାଚ୍ ଧରିଛନ୍ତି ଯେ କିଛି ଲୋକଙ୍କୁ ଲାଗୁଛି ବଲ୍‌ଟି ମାଟିରେ ଲାଗିଯାଇଛି। […]

  • Saturday, 03 July 2021