• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

ipl
ବାଙ୍ଗାଲୋରକୁ ହରାଇଲା କୋଲକତା ନାଇଟ୍ ରାଇଡର୍ସ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଆର୍‌ସିବିକୁ ୪ ୱିକେଟ୍‌ରେ ପରାସ୍ତ କରି ଆଇପିଏଲରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ରନ୍‌ କରିବାରେ ସକ୍ଷମ ହୋଇଥିଲା। ଜବାବରେ କେକେଆର୍ ୭ଟି ବଲ୍‌ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। କୋଲକାତା ଟିମ୍‌ ପକ୍ଷରୁ ସୁନିଲ ନାରିନ୍‌ ମାତ୍ର ୧୯ବଲ୍‌ରେ ବିସ୍ଫୋରକ ୫୦ ରନ କରିଥିବା ବେଳେ ଅଧିନାୟକ ଦୀନେଶ କାର୍ତ୍ତିକ ଅପରାଜିତ ୩୫ ରନ କରି […]

tenis
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା ଟେବୁଲ ଟେନିସ ଦଳ ପ୍ରଥମ ଥର ପାଇଁ ହାତେଇଲା ସ୍ୱର୍ଣ୍ଣ ପଦକ

ଗୋଲ୍‌ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ରଚିଲା ଭାରତ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଟେବୁଲ୍‌ ଟେନିସ ଦଳ ସ୍ୱର୍ଣ୍ଣ ପଦକ ହାତେଇଛି। ଦଳଗତ ମୁକାବିଲାରେ ଭାରତ ସିଙ୍ଗାପୁରକୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛି। ଏହାକୁ ଲଗାଇ ଭାରତ ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର ଅକ୍ସେନ୍‌ଫୋର୍ଡ ଷ୍ଟୁଡିଓସରେ ଖେଳାଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ସିଙ୍ଗାପୁରକୁ ହରାଇ ଏହି ଗୌରବ ହାସଲ କରିଛି। ଫାଇନାଲ୍‌ର ପ୍ରଥମ ସିଙ୍ଗଲ୍‌ସ ମୁକାବିଲାରେ ଦେଶର ଷ୍ଟାର ଖେଳାଳି ମାନିକା […]

  • Friday, 16 July 2021
ipl 11
IPL 11: ଗୋଟିଏ ୱିକେଟ୍‌ରେ ମୁମ୍ବାଇକୁ ହରାଇଲା ଚେନ୍ନାଇ

ମୁମ୍ବାଇ: ଆଇପିଏଲ ସିଜିନ୍ ଇଲେଭେନ୍‌ର ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଚମତ୍କାର ପ୍ରଦର୍ଶନ।ମୁମ୍ବାଇ ୱାଙ୍ଖଡେ ଷ୍ଟାଡ଼ିୟମ୍‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। । ଚେନ୍ନାଇ ବିଜୟର ମୁଖ୍ୟ ଭୂମିକା ନେଇଥିଲେ ଡ୍ୱେନ ବ୍ରାଭୋ। ସେ ଧୂଆଁଧାର ୬୮ ରନ୍‌ କରିଥିଲେ। ଟସ୍‌ ଜିତି ଚେନ୍ନାଇ ମୁମ୍ୱାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରଥମେ ଆସିଥିଲେ ଅଧିନାୟକ […]

India Pakistan Cricket team
ICC T-20 WC: ସମାନ ଗ୍ରୁପ୍‌ରେ ଭାରତ-ପାକିସ୍ତାନ, ଫ୍ୟାନ୍‌ଙ୍କ ମଧ୍ୟରେ ବଢ଼ିଲାଣି ଉତ୍ସାହ

ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ୍‌ ପାଇଁ ଗ୍ରୁପ୍ ଘୋଷଣା ହୋଇସାରିଛି । ଉଭୟ ଗ୍ରୁପ୍‌ ଶକ୍ତିଶାଳୀ ରହିଥିବା ଦେଖାଯାଇଛି । ଏଥର ଟୁର୍ଣ୍ଣାମେଣ୍ଟ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

IPL
ଉଦଘାଟନୀ ଉତ୍ସବରେ ଯୋଗଦେବେ ବହୁ ବଲିଉଡ଼ କଳାକାର

ମୁମ୍ବାଇ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍‌ର ମହାସମର। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍‌ରେ ଏହା ୧୧ ତମ ସଂସ୍କରଣ।  ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ  କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ। ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ। ଉଦ୍‌ଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ ଧରି ଚାଲିବ।  ଏହା ପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍‌। ଉଦ୍‌ଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜର ଜଲ୍‌ୱା ଦେଖାଇବାକୁ ସାମିଲ […]

chunu
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ୫୩ କେଜି ମହିଳା ଭାରୋତ୍ତଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାରର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ସେହିପରି ଭାରୋତ୍ତୋଳନରେ ଆଉ ଏକ ପଦକ ଆସିଛି ଭାରତର ଖାତାକୁ। ପୁରୁଷ ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି […]

play
ଆଜି ଠାରୁ ଆରମ୍ଭ ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଭାରତରୁ ଭାଗନେଉଛନ୍ତି ୨୨୭ ଖେଳାଳି, ଓଡ଼ିଶାରୁ ୮

ଭୁବନେଶ୍ୱର/ଗୋଲ୍ଡ କୋଷ୍ଟ : ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆଜିଠୁ ଆରମ୍ଭ ହେଉଛି ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା। ଆଜି ଏହାର ରଙ୍ଗାରଙ୍ଗ ଉଦଘାଟନୀ ସମାରୋହ। ଆସନ୍ତାକାଲିଠୁ ଆରମ୍ଭ ହେବ ଇଭେଣ୍ଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉଦଘାଟନୀ ସମାରୋହରେ ଭାରତ ତରଫରୁ ପତାକା ଧରିବେ ବ୍ୟାଡମିଣ୍ଟନ କୁଇନ୍ ପି.ଭି ସିନ୍ଧୁ। ଚଳିତ ବର୍ଷ ଭାରତରୁ ୨୨୭ଜଣ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାରୁ ୮ ଜଣ ଭାଗ ନେଉଛନ୍ତି। ଓଡ଼ିଶାରୁ ପୁରୁଷ ହକିରେ ଅମିତ୍ ରୋହିଦାସ […]

  • Friday, 16 July 2021
dhoni
ପଦ୍ମ ଭୂଷଣରେ ସମ୍ମାନିତ ହେଲେ ଧୋନି

ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଧୋନୀଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ସୂଚନା ଅନୁସାରେ, ଭାରତର ଏହି ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣକୁ ୫ଜଣ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ଧୋନିଙ୍କ ବ୍ୟତୀତ ବିଲିୟାର୍ଡସ୍‌ ଚମ୍ପିଆନ୍‌ ପଙ୍କଜ ଆଡ଼ୱାନି ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ପାଇଛନ୍ତି। […]

  • Friday, 16 July 2021
sport
ଆଇପିଏଲ୍‌-୧୧ :  ରାଜସ୍ଥାନ ରୟାଲସ୍‌ରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନ ନେବେ କ୍ଲାସେନ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ତଥା ଓ୍ଵକେଟକିପର ହେନ୍‌ରିଚ୍‌ କ୍ଲାସେନ୍‌ ଏବେ ଚର୍ଚ୍ଚାରେ। ସେ ଏବେ ରାଜସ୍ଥାନ ରୟାଲସ୍‌ରେ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ବଲ ଟାମ୍ପରିଂ ବିବାଦରେ  କ୍ରିକେଟ ଅଷ୍ଟ୍ରେଲିଆ ଓ ଆଇପିଏଲ୍‌ରୁ ବାଦ୍‌ ପଡ଼ିଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନରେ କ୍ଲାସେନ୍‌ ଖେଳିବେ। କ୍ରିକେଟ ଅଷ୍ଟ୍ରେଲିଆ ସ୍ମିଥ୍‌ଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରିବା ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ସ୍ମିଥ୍‌ଙ୍କୁ ରାଜସ୍ଥାନ ରୟାଲସ୍‌ରେ ସ୍ଥାନ ଦେବାକୁ ମନା କରିଦେଇଛି। […]

smith1
ବଲ୍ ଟ୍ୟାମ୍ପରିଂ ଘଟଣା : ସ୍ମିଥ୍ ଓ ଡେଭିଡ ଓ୍ୱାର୍ନରଙ୍କୁ ବର୍ଷେ ପାଇଁ ବାସନ୍ଦ କଲା ଅଷ୍ଟ୍ରେଲିଆ

କାନବେରା/ନୂଆ ଦିଲ୍ଲୀ : ବହୁ ଚର୍ଚ୍ଚିତ ବଲ ଟାମ୍ପରିଂ ଘଟଣାରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଓ ଉପ-ଅଧିନାକ ଡେଭିଡ ଓ୍ୱାର୍ନରଙ୍କୁ ବର୍ଷକ ପାଇଁ ବାସନ୍ଦ ସୂଚନା। ସେହିପରି ବଲ୍ ଟାମ୍ପରିଂ କରି ଧରା ପଡ଼ିଥିବା ବେନକ୍ରାଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ କରାଯାଇଛି। ଏହି ୩ଜଣ ଖେଳାଳି ସିଡନୀରେ ପହଞ୍ଚିବା ପରେ ଗଣମାଧ୍ୟମରେ ପକ୍ଷ ରଖିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ବଲ୍ ଟାମ୍ପରିଂ ବେଳେ ଅଷ୍ଟ୍ରେଲିଆ ଟିମ୍ ଧରା ପଡ଼ିଥିଲା। ସେହିପରି ବଲ୍ […]

  • Friday, 16 July 2021
smith
ଆଇପିଏଲ୍‌ରୁ ବାସନ୍ଦ ହେବେ ସ୍ମିଥ ଓ ୱାର୍ନର

ଭୁବନେଶ୍ୱର : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରୁ ବିଦା ହେବେ ଦୁଇ ବିବାଦୀୟ ଅଷ୍ଟ୍ରେଲିଆ କ୍ରିକେଟର୍‌ ସ୍ମିଥ୍‌ ଓ ୱାର୍ନର। ବଲ୍‌ ଟାମ୍ପରିଂ ଘଟଣାରେ ଛନ୍ଦିହେବା ପରେ ଆଜି ଅଷ୍ଟ୍ରେଲିଆ କ୍ରିକେଟର୍‌ ଉଭୟ ସ୍ମିଥ ଓ ୱାର୍ନରଙ୍କ ସହ ବେନକ୍ରାଫ୍ଟଙ୍କୁ ୧ ବର୍ଷ ପାଇଁ ବାସନ୍ଦ କରିପାରେ। ଯଦି ଅଷ୍ଟ୍ରେଲିଆ କ୍ରିକେଟ୍‌ ଏଭଳି ନିଷ୍ପତ୍ତି ନେଉଛି ତେବେ ଆଇପିଏଲରେ ମଧ୍ୟ ଏହା ଉପରେ ପ୍ରଭାବ ପଡ଼ିବ। ସ୍ମିଥ୍‌ ଓ ୱାର୍ନର ଆଇପିଏଲ୍‌ରୁ ବଞ୍ଚିତ ହୋଇପାରନ୍ତି। ଆସନ୍ତା କାଲି ସୁଦ୍ଧା […]

  • Friday, 16 July 2021
ball
ରାଜସ୍ଥାନ ରୟାଲ୍‌ସ ଅଧିନାୟକ ପଦରୁ ସ୍ମିଥ୍‌ଙ୍କ ଛୁଟି

ମୁମ୍ବାଇ: ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍‌ସ ଦଳର ଅଧିନାୟକ ପଦରୁ ବିଦା ହେଲେ ଅଷ୍ଟ୍ରେଲିଆ କ୍ରିକେଟର୍‌ ଷ୍ଟିଭ୍‌ ସ୍ମିଥ୍‌। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଲ୍ ଟାମ୍ପରିଂ କରି ଧରାପଡ଼ିବା ପରେ ଦଳ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କୁ ରାଜସ୍ଥାନ ରୟାଲ୍‌ସର ଅଧିନାୟକ କରାଯାଇଛି। ପୂର୍ବରୁ ଏହି ଅଭିଯୋଗରେ ନିନ୍ଦିତ ହେବା ପରେ ଷ୍ଟିଭ୍‌ ସ୍ମିଥ୍‌ ଅଷ୍ଟ୍ରେଲିଆ ଅଧିନାୟ ପଦ ହରାଇଥିଲେ। ଏବେ ରାଜସ୍ଥାନ ରୟାଲ୍‌ସର ଅଧିନାୟକ ପଦରୁ ବିଦା […]

  • Friday, 16 July 2021
smith
ମହଙ୍ଗା ପଡିଲା ବଲ୍ ଟାମ୍ପରିଂ : ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍

କେପଟାଉନ୍: ମହଙ୍ଗା ପଡିଲା ବଲ୍ ଟାମ୍ପରିଂ।  ଅଷ୍ଟ୍ରେଲିଆର କ୍ରିକେଟ୍ ଟିମ୍ ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍। ସେହିପରି ଉପ-ଅଧିନାୟକ ପଦରୁ ମଧ୍ୟ ହଟିଛନ୍ତି ଡେଭିଡ୍ ୱାର୍ଣ୍ଣର। ଏନେଇ ଅଷ୍ଟ୍ରେଲିଆନ କ୍ରିକେଟ୍ ବୋର୍ଡ଼ ଆଜି କନଫର୍ମ କରିଛି। କାର୍ଯ୍ୟାନୁଷ୍ଠାନ ପାଇଁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଥିଲେ। ଅନ୍ୟପକ୍ଷରେ, କାମଚଳା ଅଧିନାୟକ ଭାବେ ଟିମ୍ ପେନ୍ ଙ୍କ ନାମ ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍‌କ୍ରଫଟ୍‌ ଏକ ହଳଦିଆ […]

  • Friday, 16 July 2021
mohammad shami
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ସାମି

ନୂଆଦିଲ୍ଲୀ: ପତ୍ନୀଙ୍କ ବିଭିନ୍ନ ଅଭିଯୋଗକୁ ନେଇ ଗତ କିଛିଦିନ ଧରି ବିବାଦ ଘେରରେ ଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି।। ସୂଚନା ଅନୁସାରେ, ଗତକାଲି ଡେରାଡୁନରୁ ଦିଲ୍ଲୀ ଫେରୁଥିବା ସମୟରେ ସାମି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ଟ୍ରକ ସହ ସାମିଙ୍କ କାର୍ ମୁହାମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ସାମିଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରେ କିଛି ଷ୍ଟିଚ୍ ମଧ୍ୟ ପଡ଼ିଛି। ତେବେ ସାମି ବର୍ତ୍ତମାନ ବିପଦମୁକ୍ତ ବୋଲି ଜଣାପଡ଼ିଛି। […]

ball tampering
ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କଲା ଅଷ୍ଟ୍ରେଲିଆ

କେପଟାଉନ୍:  ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛି ଅଷ୍ଟ୍ରେଲିଆ ଦଳ। କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍‌କ୍ରଫଟ୍‌  ଏକ ହଳଦିଆ ରଙ୍ଗର ବସ୍ତୁ ଧରି ବଲ୍ ଟ୍ୟାମ୍ପରିଂ କରୁଥବା କ୍ୟାମେରାରେ କଏଦ୍ ହୋଇଥିଲା। ଅମ୍ପାୟାର୍ ନିଗେଲ୍ ଲଙ୍ଗ୍ ଓ ରିଚାର୍ଡ ଇଲିଙ୍ଗ ଓ୍ୱର୍ଥ ଏନେଇ ବାନ୍‌କ୍ରଫଟ୍‌ଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବାନ୍‌କ୍ରଫଟ୍‌ ପକେଟରୁ ଏକ ଚଷମା ଖୋଳ ବାହାର କରି ଦେଖାଇଥିଲେ। ଫଳରେ ସେହି ସମୟରେ […]

cricket
ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ : ଗେଲ୍‌ଙ୍କୁ ପଛରେ ପକାଇଲେ ରିଦ୍ଧିମାନ ଶାହ

କୋଲକାତା : ଭାରତୀୟ କ୍ରିକେଟ୍‌ରଙ୍କ ବ୍ୟାଟିଂ ଯାଦୁ ଏବେ ସାରା ବିଶ୍ୱକୁ ପାଗଳ କରିଛି। ବିରାଟ ହୁଅନ୍ତୁ କିମ୍ବା ରୋହିତ , କିଏ କେତେବେଳେ କେଉଁ ରେକର୍ଡ ଭାଙ୍ଗୁଛି କିଛି କହି ହେଉନି। ନିକଟରେ ଦିନେଶ କାର୍ତ୍ତିକଙ୍କର ଜବରଦସ୍ତ ବ୍ୟାଟିଂର ଚର୍ଚ୍ଚା ଥମିନଥିବା ବେଳେ, ଏବେ ଆଉ ଜଣେ ବ୍ୟାଟ୍ସ ମ୍ୟାନ୍‌ଙ୍କର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ସେ ହେଉଛନ୍ତି ଭାରତର ୱିକେଟ୍‌ କିପର-ବ୍ୟାଟ୍ସ ମ୍ୟାନ୍ ରିଦ୍ଧିମାନ ଶାହ। ବିସ୍ଫୋରକ ବ୍ୟାଟିଂ କରି ସେ କ୍ରିସ୍‌ ଗେଲ୍‌ଙ୍କୁ ପଛରେ […]

  • Friday, 16 July 2021
IPL1
IPL ୨୦୧୮ : ଉଦ୍‌ଘାଟନୀ ଉତ୍ସବ ତାରିଖରେ ପରିବର୍ତ୍ତନ

ଆଉ ଦିନ କେଇଟା ପରେ ଚମକିବ ଆଇପିଏଲ୍‌। ଏହାର ୧୧ତମ ସିଜିନ ଆରମ୍ଭ ହେବାକୁ ଯାଉଛି। କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଲାଣି। ବିଶ୍ୱର ବଛା ବଛା ଖେଳାଳିଙ୍କୁ ଗୋଟିଏ ଟିମ୍‌ରେ ଦେଖିବାକୁ ସୁଯୋଗ ମିଳିବ। ଏହାରି ମଧ୍ୟରେ ଏକ ସୂଚନା ଦିଆଯାଇଛି ଯେ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବର ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଧାର୍ଯ୍ୟ ହୋଇଥିଲା, ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ଏପ୍ରିଲ ୬ ତାରିଖରେ ଆୟୋଜନ କରାଯିବ। କିନ୍ତୁ ପରେ ବି‌ଭିନ୍ନ ସମସ୍ୟା […]

  • Friday, 16 July 2021
hardik pandya
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ  ବିରୋଧରେ ମାମଲା ରୁଜୁ କରିବାକୁ ଏକ ସ୍ୱତନ୍ତ୍ର ଏସସି/ଏସଟି କୋର୍ଟ ନିର୍ଦେଶ ଦେଇଛନ୍ତି। ହାର୍ଦ୍ଦିକ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ  ଦେଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପାଣ୍ଡ୍ୟା ଜାଣିଶୁଣି ଆମ୍ବେଦକରଙ୍କ ପ୍ରତିନିଧିତ୍ୱ କରୁଥିବା ସମ୍ପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଇଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଗତବର୍ଷ ଡିସେମ୍ବର ୨୬ରେ ହାର୍ଦ୍ଦିକ ପାଣ୍ଡ୍ୟା ଆମ୍ବେଦକରଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

virat
IPL ପାଇଁ ବିରାଟଙ୍କ ସଜବାଜ : ନୂଆ ହେୟାର ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସବୁଥିରେ ବିରାଟଙ୍କ କିଛି ନା କିଛି ଭିନ୍ନ ଶୈଳୀ ଦେଖିବାକୁ ମିଳେ। ତାହା ଖେଳ ହେଉ ବା ନିଜର ବ୍ୟକ୍ତଗତ ଜୀବନ। ସବୁବେଳେ ସେ ଚର୍ଚ୍ଚାରେ। ଫିଟ୍‌ ଏବଂ ହଟ୍‌କେ ରହିବାକୁ ବିରାଟ ମଧ୍ୟ ସବୁବେଳେ ପ୍ରୟାସ କରିଥାନ୍ତି। ଏବେ ଏକ ଅଲଗା ଲୁକ୍‌ରେ ବିରାଟ ନଜର ଆସିବେ। IPL ପୂର୍ବରୁ ବିରାଟ ସେୟାର କରିଛନ୍ତି ତାଙ୍କ ନୂଆ ଲୁକ୍‌। ଯେଉଁଥିରେ ତାଙ୍କ ନୂଆ ହେୟାର ଷ୍ଟାଇଲ୍‌ ଦେଖିବାକୁ ମିଳିଛି। ବିଅଡ୍‌ ଲୁକ୍‌ ବା ଦାଢି […]

  • Friday, 16 July 2021
dinesh
କାର୍ତ୍ତିକ ଫାଇନାଲ ମ୍ୟାଚରେ ୭ ନମ୍ବରରେ ଖେଳିବା ନିଷ୍ପତ୍ତି ମୋର ଥିଲା : ରୋହିତ୍‌ ଶର୍ମା

ଫାଇନାଲ୍ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ୪ ୱିକେଟରେ ହରାଇ ନିଦାହାସ୍ ଟ୍ରଫିକୁ ନିଜ୍‌ ନାଁରେ କରିଛି। ଭାରତ ବିଜୟ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଶେଷ ବଲ୍‌ରେ ଦିନେଶ କାର୍ତ୍ତିକ ଛକା ମାରିବେ ବୋଲି ଚିନ୍ତା କରିନଥିଲେ। କାର୍ତ୍ତିକଙ୍କୁ ଫାଇନାଲ ମ୍ୟାଚରେ ୭ ନମ୍ବରରେ ଖେଳିବା ପାଇଁ ନିଷ୍ପତ୍ତି ନିଆଯାଇଲା ଏବଂ ତାଙ୍କ ଉପରକୁ ୬ ନମ୍ବର ସ୍ଥାନରେ ବିଜୟ ଶଙ୍କରଙ୍କୁ ଖେଳିବା ପାଇଁ ସୁଯୋଗ ଦିଆଯାଇଥିଲା। ଏହି ନିଷ୍ପତ୍ତି ରୋହତିଙ୍କର ହିଁ ଥିଲା ବୋଲି […]

  • Friday, 16 July 2021
nidahas trophy final
ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଭାରତ ଚାମ୍ପିଅନ୍: ବାଂଲାଦେଶ ୪ ଓ୍ୱିକେଟରେ ପରାସ୍ତ

କଲମ୍ବୋ: ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ। ଫାଇନାଲରେ ବାଂଲାଦେଶକୁ ୪ ଓ୍ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି।  ଭାରତ ଆଗରେ ୧୬୭ ରନର ଟାର୍ଗେଟ ଥିଲା। ରୋମାଞ୍ଚକର ମୁକାବିଲାରେ ଶେଷ ବଲରେ ଦିନେଶ କାର୍ତ୍ତିକ ଛକା ମାରି ଦଳକୁ ଚାମ୍ପିଅନ କରାଇଛନ୍ତି।  ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୬୬ ରନ୍ କରିଥିଲା।   ବାଂଲାଦେଶ ପକ୍ଷରୁ ସବୀର ରହମାନ ସର୍ବାଧିକ ୭୭ ରନ୍  କରିଥିଲେ। […]

nidahas trophy final
ନିଦହାସ୍ ଟ୍ରଫି: ଆଜି ଫାଇନାଲ୍ ମ୍ୟାଚ୍

କଲମ୍ବୋ: ନିଦହାସ୍‌ ଟି ଟ୍ୱେଣ୍ଟି ତ୍ରିରାଷ୍ଟୀୟ ସିରିଜର ଆଜି ଫାଇନାଲ ମ୍ୟାଚ୍‌। କଲମ୍ବୋରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ରେକର୍ଡ ଦୃଷ୍ଟିରୁ ଟି ଟ୍ୱେଣ୍ଟିରେ ଭାରତ, ବାଂଲାଦେଶ ଠାରୁ ଗୋଟିଏ ବି ମ୍ୟାଚ ହାରିନି। ଉଭୟ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍ ଭାରତ ଜିତିଛି। ତେଣୁ ଏହି ବିଜୟ ଧାରାକୁ ବଜାୟ ରଖି ଟାଇଟଲ ହାତେଇବାକୁ ଉଦ୍ୟମ କରିବ ଭାରତର ଯୁବ ବାହିନୀ। ଉଭୟ ବ୍ୟାଟିଂ ଓ ବୋଲିଂ ଦୃଷ୍ଟିରୁ ଭାରତ […]

nidahas trophy
ନିଦହାସ୍‌ ଟ୍ରଫି: ଶ୍ରୀଲଙ୍କାକୁ ୨ ୱିକେଟରେ ହରାଇ ଫାଇନାଲରେ ବାଂଲାଦେଶ

କଲୋମ୍ବୋ: ଶ୍ରୀଲଙ୍କାକୁ ଦୁଇ ୱିକେଟରେ ହରାଇ ବାଂଲାଦେଶ ନିଦହାସ୍‌ ଟି-ଟ୍ୱଣ୍ଟି ସିରିଜି ଫାଇନାଲରେ ପ୍ରବେଶ କରିଛି। ରବିବାର ଭାରତ ସହ ବାଂଲାଦେଶର ଫାଇନାଲ ଟକ୍କର ହେବ। ବାଂଲାଦେଶ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ୧୬୦ ରନ୍‌ର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ଗୋଟିଏ ବଲ୍‌ ବାକିଥାଇ ୧୯.୫ ଓଭରରେ ହାସଲ କରିନେଇଥିଲା। ବାଂଲାଦେଶ ପକ୍ଷରୁ ତାମିମ ଇକୱାଲ […]

rohit sharma
ଫର୍ମକୁ ଫେରିଲେ ହିଟ୍ ମ୍ୟାନ୍

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସିରିଜରୁ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ କରି ଫର୍ମ ପାଇଛନ୍ତି। ଏହି ଇଂନିସରେ ରୋହିତ ୬୧ଟି ବଲ୍‌ରୁ ୮୯ ରନ୍‌ ସଂଗ୍ରହ କରିଛନ୍ତି। ଏହି ୮୯ରନର ପାଳିରେ ସେ ୫ଟି ଚୌକା ଓ ୫ଟି ବିଶାଳ ଛକା ମାରିଥିଲେ। ହିଟ୍‌ମ୍ୟାନ୍‌ ନାଁରେ ଜଣାଶୁଣା ରୋହିତ ଶର୍ମା ଏହି ବିସ୍ଫୋରକ ଇଂନିସ ଖେଳିବା ସହ ଯୁବରାଜଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ରୋହିତ ୭୮ ମ୍ୟାଚ୍‌ରୁ […]

india
୧୭ ରନ୍‌ରେ ବାଂଲାଦେଶକୁ ହରାଇଲା ଭାରତ

କଲମ୍ୱୋ: ଶ୍ରୀଲଙ୍କାରେ ଖେଳା ଯାଉଥିବା “ନିଦହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦” ଟୁର୍ଣ୍ଣାମେଣ୍ଟରେ ଆଜିର ମ୍ୟାଚରେ ଭାରତ ୧୭ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅଧିନାୟକ ରୋହିତ ଶର୍ମା। ତାଙ୍କର ୮୯ ରନ୍‌ ବଳରେ ଭାରତ ୧୭୬ ରନ୍‌ କରିଥିଲା। ମାତ୍ର ବାଂଲାଦେଶ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ବାଂଲାଦେଶ ଟସ୍‌ ଜିତି ଭାରତକୁ […]

  • Friday, 16 July 2021