ଅନନ୍ତସ୍ୱାମୀ ରୂପେ ପୂଜା ପାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଦର୍ଶନ କରନ୍ତୁ ।
ବିକଶିତ ହେବ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର । ପୂର୍ବରୁ ବିଭିନ୍ନ ସମସ୍ୟା କାରଣରୁ ଏଠାରେ ସପ୍ତାହକୁ ମାତ୍ର ତିନିଦିନ ପୂଜା ହେଉଥିବା ବେଳେ ଏ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି।
କୋହିନୂର ଏକଦା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପା ଯାଇଥିବା ଭାରତର ଦୂର୍ମୂଲ୍ୟ ହୀରା ଯେଉଁ କାରଣ ପାଇଁ ବ୍ରିଟିଶ୍ ରାଜବଂଶ ହାତରେ ପଡୁ ନା କାହିଁକି ପୂର୍ବର ବହୁ ନିଷ୍ଫଳ ପ୍ରୟାସ ସତ୍ତ୍ୱେ, ସ୍ୱଦେଶ ଫେରାଇ ଆଣିବାକୁ ଏବେ କିନ୍ତୁ ଜାଗିଛି ଛୋଟ ଆଶା ।
ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ
ମହାପ୍ରଭୁ ଜଗନ୍ନାଥଙ୍କର ରହିଛି ୨୪ ମୁଖ୍ୟ ବେଶ। ପ୍ରତିବର୍ଷ ୨୨ଟି ବେଶ ହୋଇଥାଏ, ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ। ଏହି ଦୁଇଟି ବିରଳ ବେଶ କ’ଣ ଆଉ କିପରି ହୁଏ ଆସନ୍ତୁ ଜାଣିବା।
ଯଦିଓ ତାଙ୍କ ଜନ୍ମ ଓ ଲାଳନପାଳନ ଓଡ଼ିଶାରେ ହୋଇନି, କିନ୍ତୁ ସେ ଜଣେ ଖାଣ୍ଟି ଓଡ଼ିଆ। ସାରା ପୃଥିବୀ ତାଙ୍କୁ ଜାଣେ। ଆମ ଦେଶର ସେ ଜଣେ ପ୍ରସିଦ୍ଧ ମାଇଥୋଲୋଜିଷ୍ଟ ବା ପୁରାଣାଶାସ୍ତ୍ର ବ୍ୟାଖ୍ୟାକାର। ସେ ହେଉଛନ୍ତି ଦେବଦତ୍ତ ପଟ୍ଟନାୟକ। ସେ କୁହନ୍ତି, ଯିଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଜାଣିନି, ସେ ଭାରତକୁ ଜାଣିନି। ନିକଟରେ ସେ ଓଡ଼ିଶା ଆସିଥିବା ବେଳେ ତାଙ୍କୁ ଭେଟିଥିଲେ ଓଟିଭିର ଡେପୁଟୀ ଏଡିଟର ଅମରେଶ ବିଶ୍ୱାଳ।
ପୁରୀ: ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ SBIର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର୍ କରିଛି ୟେସ୍ ବ୍ୟାଙ୍କ। ମୂଳଧନ ୩୮୯ କୋଟି ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା, ଏମିତି ମୋଟ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାଙ୍କୁ ଷ୍ଟେଟ୍ ବ୍ୟାଙ୍କରେ ୟେସ୍ ବ୍ୟାଙ୍କ ପକ୍ଷରୁ ଜମା […]
ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ି ଦୌଡ଼ି ପୁରୀ ଆସିଲେ ଭଦ୍ରକର ଜଣେ ଯୁବକ। ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସୌରଭ ସେଠୀ ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ନିଜ ଗାଁରୁ ଦୌଡ଼ି ଦୌଡ଼ି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ସେନାରେ ଯୋଗଦେବା ପାଇଁ ବାରମ୍ବାର ଚେଷ୍ଟା ପରେ ବି ବିଫଳ ହେବାରୁ ସୌରଭ, ମହାପ୍ରଭୁଙ୍କ ଶରଣ ପଶିଛନ୍ତି। କାଳିଆ ଠାକୁରଙ୍କୁ ମନର […]