Advertisment

How Kashmir became Muslim majority: ଦିନେ ବ୍ରାହ୍ମଣ ପଣ୍ଡିତଙ୍କ ପାଇଁ ପରିଚିତ ଥିଲା କାଶ୍ମୀର ଉପତ୍ୟକା: କେମିତି ପାଲଟିଗଲା ମୁସଲିମ ବହୁଳ ଭୂଖଣ୍ଡ

କାଶ୍ମୀରରେ ଆଜି ବି ଏପରି କିଛି ମୁସଲମାନ ଅଛନ୍ତି ଯେଉଁମାନେ ନିଜର ନାମ ସହ ‘ପଣ୍ଡିତ’ କିମ୍ବା ପାରମ୍ପରିକ ବ୍ରାହ୍ମଣ ଉପନାମା ଲଗାଇଛନ୍ତି । ଏମାନଙ୍କୁ ‘ମୁସଲିମ ପଣ୍ଡିତ’ ବା ‘ପଣ୍ଡିତ ଶେଖ’ କୁହାଯାଉଛି । ଏମାନେ ସବୁ ହିନ୍ଦୁ ବ୍ରାହ୍ମଣ ଥିଲେ ଯିଏ କି ପରିସ୍ଥିତି ଚାପରେ ଧର୍ମ ପରିବର୍ତ୍ତନ କରିଛନ୍ତି ।

author-image
Minati Mishra
ମୁସଲିମଙ୍କ ନାଁରେ ପଣ୍ଡିତ ଉପନାମା

ମୁସଲିମଙ୍କ ନାଁରେ ପଣ୍ଡିତ ଉପନାମା

ଆଜି କାଶ୍ମୀରକୁ ନେଇ ସବୁଆଡେ ଚାଲିଛି ବିତର୍କ । ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କୁମ୍ଭକୁ ନେଇ ଦେବତା-ରାକ୍ଷସ ଟଣାଓଟରା ହେବା ପରି କାଶ୍ମୀରକୁ ନେଇ ଚାଲିଛି ଟଣାଓଟରା । ଏ ଟଣାଓଟରା କେତେବେଳେ ବିଭିନ୍ନ ରାଜନେତାଙ୍କ ଭିତରେ ତ କେତେବଳେ ଆତଙ୍କବାଦୀ-ସାଧାରଣ ଜନତାଙ୍କ ମଧ୍ୟରେ । ଆଉ କେତେବେଳେ ଦୁଇ ପଡୋଶୀ ଦେଶ ଭାରତ-ପାକିସ୍ତାନ ମଧ୍ୟରେ । ଆଉ ଏହା ମଧ୍ୟରେ ବିଚରା ଲହୁଲୁହାଣ ହୋଇଛି ଏ କାଶ୍ମୀର ଉପତ୍ୟକାର ମାଟି, ପାଣି, ପବନ । ବିବର୍ଣ୍ଣ ହୋଇଛି ଇତିହାସର ପୃଷ୍ଠା । ।

Advertisment

ଇତିହାସ ସାକ୍ଷୀ ଅଛି, ଦିନେ କାଶ୍ମୀର ମୂଳ ଜନସଂଖ୍ୟା କହିଲେ ବ୍ରାହ୍ମଣ ପଣ୍ଡିତଙ୍କୁ ହିଁ ବୁଝାଉଥିଲା । ବିଶେଷ କରି ମୁସଲମାନମାନେ ଆସିବା ପୂର୍ବରୁ ଅଧିକ ସଂଖ୍ୟକ କାଶ୍ମୀର ପଣ୍ଡିତ ଏଠାରେ ରହୁଥିଲେ । କାଶ୍ମୀର ପଣ୍ଡିତ କାଶ୍ମୀର ଉପତ୍ୟକାର ପଞ୍ଚ ଗୌଡ ବ୍ରାହ୍ମଣ ଗୋଷ୍ଠୀର ଥିଲେ । ଉଚ୍ଚଶିକ୍ଷା, ବାଗ୍ମୀତା ଏବଂ ପ୍ରଶାସନିକ କାର୍ଯ୍ୟରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରଶ୍ନ ଉଠେ, ଏହି ପୁରା ଅଞ୍ଚଳର ଲୋକ କେମିତି ମୁସଲମାନ ପାଲଟିଗଲେ ? କେମିତି ଏହି ମୁସଲିମ ସଂପ୍ରଦାୟର ଲୋକ ଆଜି ନିଜକୁ ମୁସଲିମ ପଣ୍ଡିତ ବୋଲି କହୁଛନ୍ତି ?

ମଧ୍ୟଯୁଗର ମୁସଲିମ ଶାସନ ସମୟରେ ବିଶେଷ କରି ୧୪ଶ ଶତାବ୍ଦୀରେ ସୁଲତାନ ସିକନ୍ଦର ମୁତଶିକନଙ୍କ ସମୟରେ ବହୁ ସଂଖ୍ୟକ ହିନ୍ଦୁ ଧର୍ମ ପରିବର୍ତ୍ତନ କରିଥିଲେ । ଅନେକ ପରିସ୍ଥିତିରେ ପଡି ଭୂଖଣ୍ଡ ଛାଡି ପଳାଇଥିଲେ । ହେଲେ ଏମାନେ ନିଜର ସାମାଜିକ ପରିଚୟ ବଦଳାଇ ନ ଥିଲେ । ନିଜ ନାମରୁ ପଣ୍ଡିତ, ଭଟ, ଲୋନ, ଗନୀ ଆଦି ଉପନାମ ହଟାଇ ନ ଥିଲେ । ଏହି ଉପନାମ ସେମାନଙ୍କର ବାଗ୍ମୀତା, ସାମାଜିକ ସ୍ଥିତିର ପରିଚୟ ଦେବା ସହ ଏବଂ କାଶ୍ମୀର ସହ ସେମାନଙ୍କର ସମ୍ପର୍କକୁ ଯୋଡି ରଖିଥିଲା । ଇସଲାମ ଧର୍ମ ଗ୍ରହଣ ପରେ ବି ଏହି ଉପନାମ ସେମାନେ ହଟାଇ ନ ଥିଲେ ।

Advertisment

କାଶ୍ମୀରରେ ଆଜି ବି ଏପରି କିଛି ମୁସଲମାନ ଅଛନ୍ତି ଯେଉଁମାନେ ନିଜର ନାମ ସହ ‘ପଣ୍ଡିତ’ କିମ୍ବା ପାରମ୍ପରିକ ବ୍ରାହ୍ମଣ ଉପନାମା ଲଗାଇଛନ୍ତି । ଏମାନଙ୍କୁ ‘ମୁସଲିମ ପଣ୍ଡିତ’ ବା ‘ପଣ୍ଡିତ ଶେଖ’ କୁହାଯାଉଛି । ଏମାନେ ସବୁ ହିନ୍ଦୁ ବ୍ରାହ୍ମଣ ଥିଲେ ଯିଏ କି ପରିସ୍ଥିତି ଚାପରେ ଧର୍ମ ପରିବର୍ତ୍ତନ କରିଛନ୍ତି ।

ଐତିହାସିକ ତଥ୍ୟ ଅନୁସାରେ, ମୁସଲମାନଙ୍କ ଆସିବା ପୂର୍ବରୁ କାଶ୍ମୀରରେ ମୁଖ୍ୟତଃ ହିନ୍ଦୁମାନେ ଥିଲେ । ଗୋଟିଏ ସମୟରେ କାଶ୍ମୀରରେ ବୌଦ୍ଧ ଧର୍ମ ମଧ୍ୟ ବେଶ ପ୍ରଭାବଶାଳୀ ଥିଲା । ହେଲେ ବହୁସଂଖ୍ୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ କେମିତି ମୁସଲମାନ ପାଲଟିଗଲେ ? ଆଉ ଏକ ପ୍ରଶ୍ନ ମଧ୍ୟ ମନରେ ଆସେ, କାଶ୍ମୀରର ମୁସଲିମଙ୍କ ନାଁ ସାଥିରେ ‘ପଣ୍ଡିତ’ ଉପନାମ କାହିଁକି ଲାଗିଛି ?

ମହମ୍ମଦ ଦେନ ଫୌକଙ୍କ ଲିଖିତ ପ୍ରସିଦ୍ଧ ପୁସ୍ତକ ‘କଶ୍ମୀର କୌମ କା ଇତିହାସ’ରେ ପଣ୍ଡିତ ଶେଖ ନାମରେ ଏକ ବିଷୟବସ୍ତୁ ରହିଛି । ଏଥିରେ ଉଲ୍ଲେଖ ରହିଛି, କଶ୍ମୀରକୁ ଇସଲାମମାନେ ଆସିବା ପୂର୍ବରୁ ଏଠାରେ ସମସ୍ତେ ହିନ୍ଦୁ ଥିଲେ । ହିନ୍ଦୁ ବ୍ରାହ୍ମଣଙ୍କ ସହ ଅନ୍ୟ ଜାତିର ଲୋକ ବି ଥିଲେ । ହେଲେ ବ୍ରାହ୍ମଣଙ୍କ ମଧ୍ୟରେ ଏମିତି ଗୋଟିଏ ଗୋଷ୍ଠୀ ଥିଲେ ସେ ସମୟରେ ଯେଉଁମାନଙ୍କ ପେଷା ଥିଲା କେବଳ ପାଠ ପଢିବା ଏବଂ ପଢାଇବା । ଏହି ଲୋକମାନଙ୍କୁ ପଣ୍ଡିତ କୁହାଯାଉଥିଲା ।

କାହିଁକି କାଶ୍ମୀରର ଅନେକ ମୁସଲମ ନିଜ ନାଁରେ ପଣ୍ଡିତ ଉପାଧି ଲଗାଇଛନ୍ତି ?

ପୁସ୍ତକରେ ଉଲ୍ଲେଖ ରହିଛି, ‘ଇସଲାମ ଧର୍ମକୁ ଗ୍ରହଣ କରିବା ପରେ ଏହି ବ୍ରାହ୍ମଣ ସଂପ୍ରଦାୟ ପଣ୍ଡିତ ଉପନାମକୁ ଛାଡିନ ଥିଲେ । ଏହା ତାଙ୍କ ପାଇଁ ଗର୍ବ ଏବଂ ସମ୍ମାନର ପରିଚୟ ଥିଲା । ସେଥିପାଇଁ ଏହି ଗୋଷ୍ଠୀ ମୁସଲିମ ହେବା ପରେ ବି ତାଙ୍କୁ ପଣ୍ଡିତ ବୋଲି କୁହାଯାଉଥିଲା । ସମ୍ମାନର ସହିତ ସେମାନଙ୍କୁ ଖ୍ୱାଜା ବୋଲି ମଧ୍ୟ କୁହାଯାଏ । ଅଧିକ ସଂଖ୍ୟକ ମୁସଲମାନ ପଣ୍ଡିତ ଗ୍ରାମାଞ୍ଚଳରେ ଥିବା ଦେଖିବାକୁ ମିଳେ ।

ମୂଳ ପଣ୍ଡିତ ଜନଜାତି ସହ ଏମାନଙ୍କର ରହିଛି ସମ୍ପର୍କ

କଶ୍ମୀରରେ ମୁସଲମାନ ପଣ୍ଡିତମାନଙ୍କ ସଂଖ୍ୟା ପାଖାପାଖି ୫୦ ହଜାର ହେବ । ଏମାନେ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ସ୍ୱୀକାର କରି ନେଇଛନ୍ତି । ଯେଉଁମାନେ ମୁସଲମାନ ପଣ୍ଡିତ ସେମାନେ ହିଁ କାଶ୍ମୀରର ମୂଳ ବାସିନ୍ଦା ବୋଲି କହିହେବ । ଏହି ପୁସ୍ତକ ଅନୁସାରେ, ପ୍ରକୃତ କାଶ୍ମୀର ବାସିନ୍ଦା ଏହିମାନେ । ଏଠାରେ ଏମିତି ମୁସଲମାନ ଅଛନ୍ତି ଯେଉଁମାନେ ମୁସଲିମ ସାଂଜ୍ଞା ସହ ଭଟ, ବଟ ଲେଖୁଛନ୍ତି ।ଏହା ପଛରେ ମଧ୍ୟ ଏକ କାହାଣୀ ରହିଛି । ଏମାନେ ମଧ୍ୟ ଅନେକ ବର୍ଷ ପୂର୍ବରୁ ନିଜର ଧର୍ମ ପରିବର୍ତ୍ତନ କରିଥିଲେ ଏବଂ ହିନ୍ଦୁରୁ ମୁସଲମାନ ହୋଇ ଯାଇଥିଲେ । ଯେଉଁମୁସଲମାନ ନିଜ ନାଁ ସହ ’ପଣ୍ଡିତ’ ଲେଖୁଛନ୍ତି ସେମାନେ ଉଚ୍ଚ ବର୍ଗର ଥିଲେ ଏବଂ ବ୍ରାହ୍ମଣମାନଙ୍କ ମଧ୍ୟରେ ବି ସବୁଠାରୁ ଉଚ୍ଚ ବର୍ଗର ଥିଲେ ।

କିଏ ଥିଲେ କାଶ୍ମୀରର ମୂଳ ପ୍ରଜାତି

ଇତିହାସ ଏବଂ ଗବେଷଣାତ୍ମକ ପୁସ୍ତକରୁ ଯାହା ତଥ୍ୟ ମିଳେ, ସେ ଅନୁସାରେ ଦେଖିଲେ, କାଶ୍ମୀରର ମୂଳ ପ୍ରଜାତି ପଣ୍ଡିତ ନଥିଲେ । ଏଠିକାର ମୂଳ ବାସିନ୍ଦା ଜୈନ ଏବଂ ପରେ ବୌଦ୍ଧ ଧର୍ମର ଥିଲେ । ତା’ପରେ ପଣ୍ଡିତମାନେ ଏଠାରେ ରାଜତ୍ୱ କଲେ । ସମୟ କ୍ରମେ ଏହି ପଣ୍ଡିତମାନେ ମୁସଲମାନ ହୋଇଥିଲେ । ହେଲେ ସେମାନେ ଯେତେବେଳେ ନିଜ ନାମ ସହିତ ପଣ୍ଡିତକୁ ଏକ ଉପାଧି ଭାବରେ ଯୋଡିଲେ, ସେତେବେଳେ ହିନ୍ଦୁ ପଣ୍ଡିତ କିମ୍ବା ମୁସଲମାନ କେହି ଏଥିରେ କୌଣସି ଆପତ୍ତି ଉଠାଇ ନ ଥିଲେ । କହିବାକୁ ଗଲେ, ଏହିପରି ପଣ୍ଡିତ ଲେଖକ ସମ୍ପ୍ରଦାୟ କାଶ୍ମୀର ମୁସଲମାନମାନଙ୍କ ମଧ୍ୟରେ ହଜିଗଲେ ।

କାଶ୍ମୀର ପଣ୍ଡିତଙ୍କ ଇତିହାସ

କାଶ୍ମୀର ପଣ୍ଡିତ କାଶ୍ମୀର ବ୍ରାହ୍ମଣ ଭାବେ ପରିଚିତ ଥିଲେ । ଏମାନେ ହିନ୍ଦୁମାନଙ୍କର ଏକ ଗୋଷ୍ଠୀ ଥିଲେ ଯେଉଁମାନେ ମୁଖ୍ୟତଃ ସାରସ୍ୱତ ବ୍ରାହ୍ମଣ ଥିଲେ ହେଲେ ପରେ ଧର୍ମ ପରିବର୍ତ୍ତନ କରି ମୁସଲିମ ପଣ୍ଡିତ ହୋଇ ଯାଇଥିଲେ । ତୃତୀୟ ଶତାବ୍ଦୀ ବେଳକୁ ହିନ୍ଦୁମାନେ ବହୁ ସଂଖ୍ୟାରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଅଷ୍ଟମ ଶତାବ୍ଦୀରେ କାଶ୍ମୀର ଉପତ୍ୟକାରେ ତୁର୍କୀ ଏବଂ ଆରବୀୟ ମାନଙ୍କର ଆକ୍ରମଣ ବୃଦ୍ଧି ପାଇଲା । ହେଲେ ସେମାନେ ପର୍ବତଘେରା କାଶ୍ମୀର ଘାଟିକୁ ଅଣଦେଖା କରିଥିଲେ । କାରଣ ଏହି ଅଞ୍ଚଳ ଦୁର୍ଗମ ଥିଲା ଏବଂ ଯାତାୟାତ ପାଇଁ ସହଜ ନ ଥିଲା । ହେଲେ ଚତୁର୍ଦ୍ଦଶ ଶତାବ୍ଦୀରେ ଏଠାରେ ମୁସଲମାନ ଶାସନ ପ୍ରତିଷ୍ଠା ହେଲା ।

ଏହି ଚତୁର୍ଦ୍ଦଶ ଶତାବ୍ଦୀରୁ ସୁଲତାନ ସିକନ୍ଦର ବୁତସିକାନ ହିନ୍ଦୁମାନଙ୍କୁ ବହୁ ସଂଖ୍ୟାରେ ପଳାୟନ କରିବାକୁ ବାଧ୍ୟ କରିଥିଲେ । ଏମାନେ ଦେଶର ଅନ୍ୟ ଭାଗକୁ ଚାଲି ଯାଇଥିଲେ । କିଛି ହିନ୍ଦୁ ଧର୍ମ ପରିବର୍ତ୍ତନ କରି ଦେଇଥିଲେ । ହେଲେ ବୁତସିକନଙ୍କ ଉତ୍ତରାଧିକାରୀମାନେ ହିନ୍ଦୁମାନଙ୍କ ପ୍ରତି ଉଦାର ଥିଲେ । ସେମାନେ ବୁଝି ପାରିଥିଲେ, ପଣ୍ଡିତଙ୍କ ବିନା କାଶ୍ମୀରର ସଂସ୍କୃତି ସମ୍ପର୍କରେ ଚିନ୍ତା କରାଯାଇ ପାରିବ ନାହିଁ । କାରଣ ଏମାନେ ହିଁ ଏଠିକାର ସଂସ୍କୃତିର ବାହକ ଅଟନ୍ତି ।

ଭିନ୍ନ ନାମରେ କାଶ୍ମୀର ପଣ୍ଡିତ

ବନବାସୀ କାଶ୍ମୀର ପଣ୍ଡିତ: ଯେଉଁ ପଣ୍ଡିତମାନେ ମୁସଲିମ ରାଜାଙ୍କ ଦମନଲୀଳା ଭୟରେ ଲୁଚି ପଳାଇଥିଲେ ସେ ସମସ୍ତେ ବୁତସିକନଙ୍କ ଏହି ଉତ୍ତରାଧିକାରୀଙ୍କ ସମୟରେ ଅଧିକାଂଶ ଫେରି ଆସିଥିଲେ । ସେମାନଙ୍କୁ ବନବାସୀ କାଶ୍ମୀର ପଣ୍ଡିତ କୁହାଯାଉଥିଲା ।

ମଲମାସୀ ପଣ୍ଡିତ: ଏହି ଶ୍ରେଣୀର କାଶ୍ମୀର ପଣ୍ଡିତମାନେ ମୁସଲମାନ ରାଜାଙ୍କ ସାମ୍ନାରେ ମୁଣ୍ଡ ନୁଆଁଇ ନ ଥିଲେ ବରଂ ମଥା ଟେକି ଚାଲୁଥିଲେ ।

ବୁହିର କାଶ୍ମୀର ପଣ୍ଡିତ:ଏହି ଶ୍ରେଣୀର କାଶ୍ମୀର ପଣ୍ଡିତମାନେ ସାଧାରଣତଃ ବ୍ୟବସାୟ ବାଣିଜ୍ୟ କରୁଥିଲେ ।

ମୁସଲିମ କାଶ୍ମୀର ପଣ୍ଡିତ: ଏହି ଶ୍ରେଣୀର କାଶ୍ମୀର ପଣ୍ଡିତମାନେ ପୂର୍ବରୁ ହିନ୍ଦୁ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମୁସଲମାନ ହୋଇଥିଲେ । ଏହି ଶ୍ରେଣୀର ମୁସଲିମ ପଣ୍ଡିତଙ୍କ ନାମରେ ଭଟ, ବଟ, ଧର, ଦାର, ଲୋନ, ମଂଟୁ, ମିଂଟୁ, ତାନ୍ତ୍ରେ, ମଟ୍ଟୁ, ପଣ୍ଡିତ, ରାଜଗୁରୁ, ରାଜଦାନ, ମଗରେ, ୟାଟୁ, ବାନି ଆଦି ଉପନାମ ରହୁଥିଲା ।

ପ୍ରାଚୀନ କାଳରେ କାଶ୍ମୀର

୧) ବୈଦିକ କାଳରେ କାଶ୍ମୀର ହିନ୍ଦୁ ଧର୍ମର କେନ୍ଦ୍ର ଥିଲା ।

-ନୀଳମତ ପୁରାଣ ଏବଂ ରାଜତରଙ୍ଗିଣୀ ପରି ପ୍ରାଚୀନ ଗ୍ରନ୍ଥରେ କାଶ୍ମୀରର ହିନ୍ଦୁ ଶାସକ ଏବଂ ଧାର୍ମିକ ପରମ୍ପରାର ବର୍ଣ୍ଣନା କରାଯାଇଛି ।

-କାଶ୍ମୀରରେ ଶିବ ପୂଜା (ଶୈବ ପରମ୍ପରା) ଏବଂ ବୈଷ୍ଣବ ପରମ୍ପରାର ପ୍ରଭାବ ଥିଲା । କାଶ୍ମୀର ଶୈବ ଦର୍ଶନ ବିଚାରର ଏକ ପ୍ରମୁଖ କେନ୍ଦ୍ର ଥିଲା ।

୨) ବୌଦ୍ଧ ଧର୍ମର ଉଦୟ

ଅଶୋକଙ୍କ ଶାସନ କାଳରେ (ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀ)ରେ ବୌଦ୍ଧ ଧର୍ମ କାଶ୍ମୀରରେ ପ୍ରଭାବ ବିସ୍ତାର କରିଥିଲା ।

-କାଶ୍ମୀର ବୌଦ୍ଧ ବିଦ୍ୱାନ ଏବଂ ବିଶ୍ୱବିଦ୍ୟାଳୟର କେନ୍ଦ୍ର ବିନ୍ଦୁ ପାଲଟିଗଲା । ଏସିଆର ଅନ୍ୟ ଦେଶକୁ ବୌଦ୍ଧ ଧର୍ମର ପ୍ରଚାର ଏହି କାଶ୍ମୀର ଉପତ୍ୟକାରୁ ହିଁ ହୋଇଥିଲା । ‘

୩) କେଉଁଠୁ ଆସିଲେ ମୁସଲିମ ?

-ତ୍ରୟୋଦଶ ଶତାବ୍ଦୀ ପରେ ଇସଲାମ କାଶ୍ମୀରରେ ପ୍ରବେଶ କରିଥିଲେ ।

-ସୈୟଦ, ସୁଫି ସନ୍ଥମାନେ ଏବଂ ମୀର ସୈୟଦ ଅଲି ହମଦାନୀଙ୍କ ପରି ବ୍ୟକ୍ତିତ୍ୱ ଇସଲାମ ଧର୍ମ ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

-ଧୀରେ ଧୀରେ ସାମାଜିକ ଚାପ, ସାଂସ୍କୃତିକ ପରିବର୍ତ୍ତନ କାରଣରୁ ବହୁ ସଂଖ୍ୟକ ଲୋକ ଇସଲାମ ଧର୍ମକୁ ଆପଣେଇ ନେଇଥିଲେ ।

In Kashmir Hindu-Muslim Kashmir Pandit
Advertisment
Advertisment