/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655145200.jpeg)
Snana Yatra 2022 Live Updates
ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ ଦେଖାଦେବେ କାଳିଆ ଠାକୁର । ବଡ଼ଦାଣ୍ଡରୁ ଭକ୍ତ ଦେଖିବ ଚତୁର୍ଦ୍ଧା ମୂରତି। ପବିତ୍ର ସ୍ନାନଯାତ୍ରାର ଟିକିନିକି ଖବର ଓ ଭିଡିଓ ଦେଖନ୍ତୁ ଓଟିଭିର ଏହି ଲାଇଭ୍ ପେଜ୍ରେ ।
- Jun 14, 2022 14:28 IST
'ଜୋତା, ଚପଲ କାଢ଼ି ଆସନ୍ତୁ.. ମହାପ୍ରଭୁଙ୍କ ଟଙ୍କ ତୋରାଣୀ ମାଗଣାରେ ପିଅନ୍ତୁ..'
'ଜୋତା, ଚପଲ କାଢ଼ି ଆସନ୍ତୁ.. ମହାପ୍ରଭୁଙ୍କ ଟଙ୍କ ତୋରାଣୀ ମାଗଣାରେ ପିଅନ୍ତୁ..' #SnanaPurnima2022#JayJagannath#Puri#OTVpic.twitter.com/DRzSlXyzjo
— ଓଟିଭି (@otvkhabar) June 14, 2022
- Jun 14, 2022 14:23 IST
ବାହାଘର ସରୁ ସରୁ ଭାଇ-ଭଉଣୀଙ୍କ ସହ ଯାତ୍ରା ପାଇଁ ବାହାରିଲେ କଳାକହ୍ନେଇ
- Jun 14, 2022 14:22 IST
ଆଃ କି ଦିବ୍ୟ ଦୃଶ୍ୟ....ଜଗତ ଆଗରେ ମହାସ୍ନାନ କଲା କାଳିଆ
- Jun 14, 2022 13:53 IST
ସ୍ନାନ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ଦିବ୍ୟ ସ୍ନାନ
- Jun 14, 2022 13:43 IST
ଗରାବଡ଼ୁ ସେବାୟତା ଜଳ ଆଣିଥିଲେ...ଏବେ ସ୍ନାନ ବେଦୀରେ ସ୍ନାନ କଲେ ଶ୍ରୀଜିଉ
- Jun 14, 2022 13:37 IST
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଛି ହନୁ
- Jun 14, 2022 13:36 IST
ଜଗାର ସ୍ନାନ ଦେଖିବା ପାଇଁ ଲୋକାରଣ୍ୟ ହେଲା ବଡ଼ଦାଣ୍ଡ
- Jun 14, 2022 13:35 IST
ସ୍ନାନ ପାଇଁ ପ୍ରସ୍ତୁତ ହେଲେଣି ମହାପ୍ରଭୁ
- Jun 14, 2022 13:35 IST
'ଜୋତା, ଚପଲ କାଢ଼ି ଆସନ୍ତୁ.. ମହାପ୍ରଭୁଙ୍କ ଟଙ୍କ ତୋରାଣୀ ମାଗଣାରେ ପିଅନ୍ତୁ..'
- Jun 14, 2022 13:34 IST
ଚାମର ପଡ଼ିଲାଣି, ଭୋଗ ଖାଇବାକୁ ପ୍ରସ୍ତୁତ ହେଲାଣି କାଳିଆ
- Jun 14, 2022 13:34 IST
କେତେ ଗରା ଜଳ କେଉଁ ଦିଅଁ ପାଖରେ ଲାଗେ?
- Jun 14, 2022 13:33 IST
ଘଂଟ ବାଜୁଛି, ମୃଦଙ୍ଗ ବାଜୁଛି। କାଳିଆ ପାଖରେ ଭୋଗ ଲାଗୁଛି
- Jun 14, 2022 13:33 IST
ସବୁଦିନ ଦର୍ପଣରେ ହେଲେ ଆଜି ପ୍ରତ୍ୟେକ୍ଷ ରୂପରେ କରନ୍ତି ସ୍ନାନ
- Jun 14, 2022 12:48 IST
ସ୍ନାନବେଦିରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ
ସ୍ନାନବେଦିରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ
୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ଆରମ୍ଭ
ସୁନା କୂଅକୁ ଆସିଥିବା ଜଳରେ ଚାଲିଛି ଦିବ୍ୟସ୍ନାନ - Jun 14, 2022 12:04 IST
ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ କ’ଣ ରହିଛି ସମ୍ପୂର୍ଣ୍ଣ ନୀତିକାନ୍ତି ? ଜାଣନ୍ତୁ..
ଦେବ ସ୍ନାନ ପୂର୍ଣ୍ଣିମା ଏକ ପବିତ୍ର ପର୍ବ । ଏହା ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ରୂପେ ବିଖ୍ୟାତ । ଶ୍ରୀ କ୍ଷେତ୍ରର ୧୩ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ । ଜ୍ୟେଷ୍ଠମାସ ପୂର୍ଣ୍ଣିମା ଦିନ ଏହି ଯାତ୍ରା ପାଳିତ ହୋଇଥାଏ । ଦେବାଦେବ ଭଗବାନ ସକଳ ଦେବତାଙ୍କର ଅଧିଶୂର ଶ୍ରୀ ଜଗନ୍ନାଥଙ୍କ ସ୍ନାନକୁ ସମଗ୍ର ଓଡିଶାର ପୁରପଲ୍ଲୀ, ଗାଁ ଗଣ୍ଡାରେ ଦେବସ୍ନାନ ରୂପରେ ପାଳିତ କରାଯାଏ । ଲୋକଙ୍କୁ ପାପତାପରୁ ଉଦ୍ଧାର କରିବାକୁ ଜଗତର ନାଥ ଜଗନ୍ନାଥ ବଡ ଦାଣ୍ଡକୁ ଓଲ୍ଲାଇ ଆସିଥାନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା ଜଗନ୍ନାଥଙ୍କର ଆର୍ବିଭାବ ଦିବସ ବୋଲି ପୈାରାଣିକ ମତ ରହିଛି । ତେଣୁ ଏହି ଦିନ ତାଙ୍କୁ ମହାସ୍ନାନ କରା ଯାଇଥାଏ । ଅଧିକ ପଢ଼ନ୍ତୁ..
- Jun 14, 2022 11:38 IST
ସ୍ନାନ ବସ୍ତ୍ରରେ ଚତୁର୍ଦ୍ଧା ମୂର୍ତ୍ତି
#ଫଟୋରେ_ଖବର:
ସ୍ନାନ ବସ୍ତ୍ରରେ ଚତୁର୍ଦ୍ଧା ମୂର୍ତ୍ତି #PhotoStory#SnanaPurnima2022#Puri#OTVpic.twitter.com/APwAjUDaVW— ଓଟିଭି (@otvkhabar) June 14, 2022
- Jun 14, 2022 11:37 IST
ଚାଲିଛି ଶ୍ରୀଜିଉଙ୍କ ଅବକାଶ ନୀତି
#ଫଟୋରେ_ଖବର:
ଚାଲିଛି ଶ୍ରୀଜିଉଙ୍କ ଅବକାଶ ନୀତି #PhotoStory#SnanaPurnima2022#Puri#OTVpic.twitter.com/g1oGUjDTM0— ଓଟିଭି (@otvkhabar) June 14, 2022
- Jun 14, 2022 11:37 IST
#ଫଟୋରେ_ଖବର
#ଫଟୋରେ_ଖବର
ଅଖିଳ ବ୍ରହ୍ମାଣ୍ତ ନାଥ ହେ, ବ୍ରହ୍ମ ଦାରୁ ରୁପିଣ . . . ପ୍ରଭୁ ଜଗନ୍ନାଥ ରୂପ ଥାଇବି ତୁମେ ଅରୂପ । ଆଖି ଥାଇବି ପଲକଶୂନ୍ୟ,. #Odisha#Puri#OTV#SnanaPurnima2022pic.twitter.com/serPVIU8pK— ଓଟିଭି (@otvkhabar) June 14, 2022
- Jun 14, 2022 11:36 IST
ସ୍ନାନବେଦୀରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ
#ଫଟୋରେ_ଖବର:
ସ୍ନାନବେଦୀରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ
#PhotoStory#SnanaPurnima2022#Puri#OTVpic.twitter.com/mRSlpZiudL— ଓଟିଭି (@otvkhabar) June 14, 2022
- Jun 14, 2022 11:36 IST
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
#ଫଟୋରେ_ଖବର
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି...#SnanaPurnima2022#Odisha#Puri#OTVpic.twitter.com/XKvLRHHX3M— ଓଟିଭି (@otvkhabar) June 14, 2022
- Jun 14, 2022 11:17 IST
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଛି ସୁଭାଷିତ ପୁଷ୍ପ.. ଜଗାର ଆଜି ସବୁ ନୀତି ଦେଖିବେ ଭକ୍ତ
- Jun 14, 2022 11:16 IST
ସ୍ନାନ ମଣ୍ଡପରେ ସଜେଇ ହେଲେଣି ଶ୍ରୀଜିଉ.. ଆଉ କିଛି ସମୟରେ ହେବ ଦିବ୍ୟ ସ୍ନାନ ନୀତି
- Jun 14, 2022 11:16 IST
ସ୍ନାନ ମଣ୍ଡପରେ ଚାଲିଛି ଠାକୁରଙ୍କ ନୀତିକାନ୍ତି.. ଦେଖନ୍ତୁ ଲାଇଭ ଦୃଶ୍ୟ
- Jun 14, 2022 09:58 IST
ନୀଳଗିରିରେ ଆରମ୍ଭ ହୋଇଗଲାଣି ସ୍ନାନ ଯାତ୍ରା, ଦେଖନ୍ତୁ ଲାଇଭ ଦୃଶ୍ୟ
- Jun 14, 2022 09:57 IST
ଆଉ କିଛି ସମୟ ପରେ ସ୍ନାନ କରିବେ ମହାପ୍ରଭୁ
- Jun 14, 2022 09:57 IST
ରୁନ୍ଧା ଚାଲିଛି ଶ୍ରୀ ଅଙ୍ଗ.. ଚକା ଉପରେ ବିଜେ ଅଛନ୍ତି ଶ୍ରୀଜିଉ
- Jun 14, 2022 09:56 IST
ଜାତିଆଣ ଭାବ ଦେଖେନି ଜଗା.. ସେ ଭକ୍ତର ଭାବକୁ ବୁଝେ
- Jun 14, 2022 09:55 IST
ମଦନମୋହନ ଓ ରାମକୃଷ୍ଣଙ୍କ ଚାଲିଛି ପହଣ୍ଡି ବିଜେ..
- Jun 14, 2022 09:55 IST
ସ୍ନାନ ବେଦୀରେ ବିରାଜ କଲେଣି ମହାପ୍ରଭୁ..
- Jun 14, 2022 09:54 IST
୧୦୮ ସୁଭାଷିତ ଜଳରେ ମହାସ୍ନାନ କରିବେ ଶ୍ରୀଜିଉ
- Jun 14, 2022 08:27 IST
ଆଜି ଭକ୍ତର ଆନନ୍ଦ କହିଲେ ନସରେ, ଦୁଇ ବର୍ଷ ପରେ ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ
- Jun 14, 2022 08:03 IST
ବୈଶାଖ ମାସରେ ଟାଣୁଆ ଖରା.. ସେଇଥିପାଇଁ ହୁଏ ଚନ୍ଦନ ଯାତରା..
- Jun 14, 2022 08:02 IST
ଆଜି ଦେବସ୍ନାନ ପୂର୍ଣ୍ଣିମା; ଚତୁର୍ଦ୍ଧାମୂରତି ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରୁଛନ୍ତି, ଦେଖନ୍ତୁ କିଛି ଚିତ୍ର...
- Jun 14, 2022 08:00 IST
ସ୍ନାନ ମଣ୍ଡପେ ଭକ୍ତଙ୍କ ଗହଳି, ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ବିଜେ ଶ୍ରୀଜିଉ
- Jun 14, 2022 07:38 IST
ରଥଯାତ୍ରାର ଆଦ୍ୟ ପର୍ବ ସ୍ନାନଯାତ୍ରା ଓ ଜଗନ୍ନାଥଙ୍କ ଗଜାନନ ବେଶ
ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ରଥଯାତ୍ରାର ଆଦ୍ୟ ପର୍ବ। ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ ଶ୍ରୀଜିଉଙ୍କ ରଥଯାତ୍ରା ପର୍ବ। ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଦେଖି ଚର୍ମଚକ୍ଷୁକୁ ପବିତ୍ର କରିବା ପାଇଁ ଚାହିଁ ବସିଥାନ୍ତି ଭକ୍ତଗଣ।
- Jun 14, 2022 07:14 IST
କରୋନା ପରେ ପୁଣି ଏକାଠି ହେଲେ ଭକ୍ତ ଓ ଭଗବାନ.. ପହଣ୍ଡି ବେଳେ ଭକ୍ତଙ୍କୁ କଣେଇ କଣେଇ ଚାହୁଁଛି ଜଗା
- Jun 14, 2022 07:01 IST
ସ୍ନାନବେଦୀରେ ଚତୁର୍ଦ୍ଧାମୂରତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ
ଆଜି ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥି । ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ଦେବସ୍ନାନ ନୀତି । ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ୧୦୮ ଗରା ସୁବାସିତ ଜଳରେ ଆଜି ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଧାଡ଼ି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିଜେ କଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ବିଜେ କଲେ । ଧାଡ଼ିପହଣ୍ଡିରେ ଦେବୀ ସୁଭଦ୍ରା, ଶେଷରେ ଶ୍ରୀଜଗନ୍ନାଥ ବିଜେ କଲେ ।
- Jun 14, 2022 06:52 IST
ହଲି ହଲି ଆସୁଛି ଜଗା.. ପେଟେ ଖାଇକି ଦଇତାଙ୍କ କାନ୍ଧରେ ଝୁଲୁଛି..
- Jun 14, 2022 06:51 IST
ଝୁଲି ଝୁଲି ସ୍ନାନ ମଣ୍ଡପ ଅଭିମୁଖେ ଯାଉଛି କାଳିଆ ସାଆନ୍ତ
- Jun 14, 2022 06:50 IST
ଆଲଟ ପଡ଼ୁଛି, ଚାମର ପଡ଼ୁଛି.. ଝୁଲି ଝୁଲି ଜଗା ଆସୁଛି
- Jun 14, 2022 06:29 IST
ଝୁଲି ଝୁଲି ସ୍ନାନ ମଣ୍ଡପ ଆଡ଼କୁ ଆସୁଛି କଳା କହ୍ନେଇ.. ମୁଣ୍ଡରେ ଟାହିଆ ବାନ୍ଧିଛି, ଅଧରରେ ପଡ଼ିଛି ଅଧର ଗଣ୍ଠି.. ଆଃ କି ଅପୂର୍ବ ଦୃଶ୍ୟ....
- Jun 14, 2022 06:28 IST
ଶୂନ୍ୟ ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ ହେଉଛନ୍ତି ଦେବୀ ସୁଭଦ୍ରା
- Jun 14, 2022 06:27 IST
ସ୍ନାନ ମଣ୍ଡପରେ ପହଣ୍ଡି ହୋଇ ପହଞ୍ଚିଲେ ଶ୍ରୀବଳଭଦ୍ର ମହାପ୍ରଭୁ
- Jun 14, 2022 06:27 IST
ସ୍ନାନ ମଣ୍ଡପକୁ ବିଜେ କରୁଛନ୍ତି ମହାପ୍ରଭୁ ବଳଭଦ୍ର.. ଦଇତାଙ୍କ କାନ୍ଧରେ ଝୁଲୁଛନ୍ତି ବଡ଼ ଭାଇ
- Jun 14, 2022 06:26 IST
ଆଗେ ଆଗେ ବଡ଼ ଭାଇ.. ପଛେ ପଛେ ସ୍ନାନ ମଣ୍ଡପ ଅଭିମୁଖେ ମାଆ ସୁଭଦ୍ରା ଆସିଗଲେଣି..
- Jun 14, 2022 06:25 IST
ସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର.. ଭକ୍ତଙ୍କ ଲାଗିଲାଣି ଗହଳି, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ବଡଦାଣ୍ଡ
- Jun 14, 2022 06:24 IST
ଶ୍ରୀଅଙ୍ଗରେ ପାଟ ରସି.. ଭିଡ଼ିଛନ୍ତି କଷି କଷି.. ହେ ରାଘବ ଦାସେ, ତୁମ ମଥାରେ ମୋ ଟାହିଆ ହସେ
- Jun 14, 2022 06:23 IST
ଦେଖ ଦେଖ.. ଆସୁଛି ଝୁଲି ଝୁଲି ଧଳାହାତୀ.. ସ୍ନାନ ମଣ୍ଡପକୁ ବିଜେ କରୁଛନ୍ତି ପ୍ରଭୁ ବଳଭଦ୍ର ମହାପ୍ରଭୁ
- Jun 14, 2022 06:17 IST
ପଡ଼ିଲା ହରିବୋଲ ହୁଳହୁଳି.. ପହଣ୍ଡି ହୋଇ ଆସିଲେ ସୁଦର୍ଶନ ମହାପ୍ରଭୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)