/odishatv-khabar/media/post_attachments/uploadimage/library/16_9/16_9_0/NIA_1745919719.jpg)
NIA
ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ତୀବ୍ର ଆକ୍ରୋଶ ରହିଛି । ସରକାର ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ଘନ ଘନ ଉଚ୍ଚସ୍ତରୀୟ ବୈଠକ ବସୁଛି । ନ୍ୟାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି (NIA) ବିଭିନ୍ନ ଦିଗରୁ ଏହି ଘଟଣାର ତଦନ୍ତ ଜାରି ରଖିଛି । ପହଲଗାମ୍ ପୀଡିତଙ୍କୁ ଭେଟି ଘଟଣା ବାବଦରେ ପଚରାଉଚରା କରୁଛନ୍ତି ଏନଆଇଏ ଟିମ୍ । ଏହି କ୍ରମରେ ଏନଆଇଏର ଏକ ଟିମ୍ ଆଜି କଟକରେ ପହଞ୍ଚି ପହଲଗାମ୍ ହମଲାରେ ଅଳ୍ପକେ ବର୍ତ୍ତିଯାଇଥିବା ଦେଉଳିସାହିର ଭୋଳ ପରିବାରକୁ ପଚରାଉଚରା କରିଛନ୍ତି । ରଞ୍ଜିତ ଭୋଳଙ୍କ ପରିବାର ସଦସ୍ୟଙ୍କୁ ୨ ଘଣ୍ଟା ପଚରାଉଚରା କରିଥିବା ଜଣାପଡିଛି ।
ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରନ ଘାଟିରେ ଆତଙ୍କବାଦୀ ଆକ୍ରମଣ ବେଳେ ସେଠାରେ ଉପସ୍ଥିତ ଥିଲେ କଟକର ଏହି ଭୋଳ ପରିବାର । ଆତଙ୍କବାଦୀଙ୍କୁ ବର୍ବର କାଣ୍ଡକୁ ନିଜ ଆଖିରେ ଦେଖିଥିଲେ । ଏହାପୂର୍ବରୁ ଏନଆଇଏମ୍ ଟିମ୍ ପହଲଗାମ୍ ହମ୍ଲାରେ ମୃତ ବାଲେଶ୍ୱରର ପ୍ରଶାନ୍ତ ଶତପଥିଙ୍କ ଘରକୁ ଯାଇ ପଚରାଉଚରା କରିଥିଲେ ।
କଟକ ନିବାସୀ ରଞ୍ଜିତ କୁମାର ଭୋଳ, ତାଙ୍କ ପତ୍ନୀ ଏବଂ ପୁଅ-ବୋହୂ ଜମ୍ମୁ କଶ୍ମୀର ପହଲଗାମ୍ ବୁଲିବାକୁ ଯାଇଥିବା ବେଳେ ତାଙ୍କ ଆଖି ସାମ୍ନାରେ ଘଟିଥିଲା ଆତଙ୍କବାଦୀ ହମ୍ଲା ହୋଇଥିଲା । ତେବେ ସୌଭାଗ୍ୟବଶତଃ ପୁରା ପରିବାର ଜୀବନ ବଞ୍ଚାଇ ଫେରି ଆସିଥିଲେ ।
ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣର ଆଖି ଦେଖା ଘଟଣା ବଖାଣିଲେ କଟକର ରଞ୍ଜିତଙ୍କ ପରିବାର
ଓଡ଼ିଶା ଫେରି ନିଜ ଆଖିରେ ଦେଖିଥିବା ସେଦିନର ଲୋମହର୍ଷଣକାରୀ ଦୃଶ୍ୟକୁ ବୟାନ କରିଥିଲେ । ଭୋଳ ପରିବାର କହିଥିଲେ, ଆମେ ଦିନ ଦୁଇଟା ବେଳେ ମିନି ସ୍ୱିଜରଲ୍ୟାଣ୍ଡ କୁହାଯାଉଥିବା ପହଲଗାମ୍ରେ ପହଞ୍ଚିଥିଲୁ । ଆମେ ସମସ୍ତେ ମିଶି ଫଟୋ ଉଠାଉଥିଲୁ, ଏତିକି ବେଳେ ବ୍ଲାଙ୍କ ଫାୟାରିଂ ହେଲା । ପୁଅ କହିଲା ସମସ୍ତେ ରାକ୍ ତଳେ ଲୁଚିଯାଅ । କିଛି ନା କିଛି ଅଘଟଣ ଘଟିବାକୁ ଯାଉଛି ।
ଆତଙ୍କବାଦୀମାନେ ପ୍ରଥମେ ସିକ୍ୟୁରିଟିକୁ ଗୁଳି କଲେ । ତା'ପରେ ପର୍ଯ୍ୟଟକମାନେ ଦୌଡ଼ି ବାହାରିକୁ ଯିବା ବେଳେ ଯେଉଁ ଚାରି ଜଣ ଆତଙ୍କବାଦୀ ଥିଲେ ସେମାନଙ୍କ ମଧ୍ୟରୁ ତିନି ଜଣ ପୁରୁଷଙ୍କୁ ମାରି ଚାଲିଲେ । ଆତଙ୍କବାଦୀ ଆମ ପାଖରେ ଛିଡା ହୋଇଥିଲେ । ଆମ ଆଗରେ ତିନି ଜଣଙ୍କୁ ମାରିଦେଲେ । ଆମେ ସେଇଠି ଲୁଚିଗଲୁ, ଟିକେ ବୁଲିଥିଲେ ଆମକୁ ସଫା କରିଦେଇଥା'ନ୍ତା । ଭାଗ୍ୟ ଭଲ ବୋଲି ଆମେ ଚାରି ଜଣ ବଞ୍ଚିଗଲୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)