ଅନୁମତି ଦେଇଥିବା ସ୍ୱୀକାର କଲେ ପିଏମ୍ ବେଞ୍ଜାମିନ୍ ନେତାନ୍ୟାହୁ । ଗତ ସେପ୍ଟେମ୍ବରରେ ଲେବାନନରେ ହୋଇଥିଲା ପେଜର ଆଟାକ୍।
ଲେବାନନ୍ରେ ପେଜର୍ ଓ ୱାକି-ଟକି ବିସ୍ଫୋରଣ ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ତେବେ ଏହି ବ୍ଲାଷ୍ଟ ପଛରେ କେରଳ ଲିଙ୍କ ଥିବା ଚର୍ଚ୍ଚା ଜୋର୍ ଧରିଛି।
ଗୋଲ୍ଡ ଆପୋଲୋ କହିଛି ଯେ ବୁଦାପେଷ୍ଟ ସ୍ଥିତ ଏକ କମ୍ପାନୀ BAC କନ୍ସଲ୍ଟିଂ ସହିତ ଦୀର୍ଘ ବର୍ଷ ହେବ ଏହାର ଚୁକ୍ତିନାମା ରହିଛି । ଯେଉଁଥିପାଇଁ ସେମାନଙ୍କୁ ଗୋଲ୍ଡ ଆପୋଲୋ ବ୍ରାଣ୍ଡକୁ ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ବ୍ୟବହାର କରିବାକୁ ଅନୁମତି ମିଳିଛି ।
ପେଜର୍ ବିସ୍ଫୋରଣରୁ ୨୪ଘଣ୍ଟା ନପୂରୁଣୁ ଏବେ ୱାକିଟକି ବିସ୍ଫୋରଣ ହୋଇଛି। ଗତକାଲି ପେଜର୍ ବିସ୍ଫୋରଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୱାକିଟକି ବିସ୍ଫୋରଣରେ ୨୦ଜଣ ଆଖିବୁଜିଛନ୍ତି।
କେବଳ ଲେବାନନ ନୁହେଁ ଇରାନରେ ମଧ୍ୟ ଏକାଧିକ ପେଜର ବ୍ଲାଷ୍ଟ ହୋଇଛି । ଏଭଳି ସିରିଜ ବ୍ଲାଷ୍ଟ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା କୁହାଯାଉଛି ।
କିଛି ଦିନ ପୂର୍ବରୁ ହିଜବୁଲ୍ଲାହ ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ତିଆରି ପାଇଁ ଅର୍ଡର ଦେଇଥିଲା। କମ୍ପାନୀ ଚଳିତ ବର୍ଷ ଏପ୍ରିଲରୁ ମେ ମଧ୍ୟରେ ତାଇୱାନରୁ ଲେବାନନକୁ ଏହି ପେଜର୍ ପଠାଇଥିଲା।
୧୯୯୦ ଦଶକରେ ଏହା ବେଶ୍ ଲୋକପ୍ରିୟ ଥିଲା। ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ ।