Advertisment

ଲେବାନନ୍‌ରେ ମୃତ୍ୟୁର ବ୍ଲୁ ପ୍ରିଣ୍ଟ ରଚିଥିଲା ଇସ୍ରାଏଲ ! ଜାଣନ୍ତୁ ପେଜର୍‌ ବ୍ଲାଷ୍ଟର ପୂରା କାହାଣୀ…

କିଛି ଦିନ ପୂର୍ବରୁ ହିଜବୁଲ୍ଲାହ ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ତିଆରି ପାଇଁ ଅର୍ଡର ଦେଇଥିଲା। କମ୍ପାନୀ ଚଳିତ ବର୍ଷ ଏପ୍ରିଲରୁ ମେ ମଧ୍ୟରେ ତାଇୱାନରୁ ଲେବାନନକୁ ଏହି ପେଜର୍ ପଠାଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Lebanon Pager Blast

Lebanon Pager Blast

ଲେବାନନ୍ ଏବଂ ସିରିଆର କେତେକ ଅଞ୍ଚଳରେ ସିରିଏଲ୍ ପେଜର୍ ବିସ୍ଫୋରଣ ଯୋଗୁଁ ଏଯାଏ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ହିଜବୁଲ୍ଲାହ ଇସ୍ରାଏଲକୁ ଦାୟୀ କରିଛି। ତେବେ ଇସ୍ରାଏଲ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିନି। ଅନ୍ୟପଟେ, ଦାବି କରାଯାଉଛି ଯେ ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ପ୍ରାୟ ପାଞ୍ଚ ମାସ ପୂର୍ବରୁ ଏହି ବିସ୍ଫୋରଣ ପାଇଁ ଯୋଜନା କରିଥିଲା।  ଏହି ସୂଚନା ମିଳିବା ପରେ ବର୍ତ୍ତମାନ ତାଇୱାନ କମ୍ପାନୀ ଉପରେ ସନ୍ଦେହ ସୃଷ୍ଟି ହୋଇଛି।

Advertisment

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ହିଜବୁଲ୍ଲାହ ବିରୁଦ୍ଧରେ ମୋସାଦ ଗୁପ୍ତଚର ଅପରେସନ୍ ପାଇଁ ଇସ୍ରାଏଲ ଏହି ପେଜରରେ ବିସ୍ଫୋରକ ସାମଗ୍ରୀ ଲଗାଇଥିଲା। ରିପୋର୍ଟରେ କୁହାଯାଇଛି ଯେ କିଛି ଦିନ ପୂର୍ବରୁ ହିଜବୁଲ୍ଲାହ ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ତିଆରି ପାଇଁ ଅର୍ଡର ଦେଇଥିଲା। କମ୍ପାନୀ ଚଳିତ ବର୍ଷ ଏପ୍ରିଲରୁ ମେ ମଧ୍ୟରେ ତାଇୱାନରୁ ଲେବାନନକୁ ଏହି ପେଜର୍ ପଠାଇଥିଲା।

କିନ୍ତୁ ଲେବାନନରେ ପହଞ୍ଚିବା ପୂର୍ବରୁ ଏଥିରେ ଟ୍ୟାମ୍ପରିଂ ଏବଂ ସେଥିରେ ବିସ୍ଫୋରକ ସାମଗ୍ରୀ ଲଗାଯାଇଥିବା କୁହାଯାଉଛି। ପେଜରଗୁଡ଼ିକ ଏପ୍ରିଲ୍ ରୁ ମେ ମଧ୍ୟରେ ଡେଲିଭର ହେବାର ଥିଲା। ମାତ୍ର ଏହି ସମୟରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲାହ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଥିଲା। ତେଣୁ ଇସ୍ରାଏଲ୍ ଏହି କାଣ୍ଡ କରିଥିବା ସନ୍ଦେହ କରାଯାଉଛି। ଆମେରିକୀୟ ଅଧିକାରୀଙ୍କ କହିବାନୁସାରେ, ପେଜରର ମଡେଲ ନମ୍ବର ଥିଲା AP924 ଏବଂ ବ୍ୟାଟେରୀ ପାଖରେ ପ୍ରତ୍ୟେକ ପେଜରରେ ୧ରୁ ୨ଗ୍ରାମ୍ ବିସ୍ଫୋରକ ଥିଲା।

Advertisment

ଲେବାନନରେ ଅପରାହ୍ନ ପ୍ରାୟ ସାଢେ ତିନିଟାରେ ଏହି ପେଜରଗୁଡିକରେ ମେସେଜ୍ ଆସିଥିଲା ​​ଏବଂ ଏହା ପରେ ବିସ୍ଫୋରଣ ହୋଇଥିଲା। କୁହାଯାଉଛି ଯେ ବିସ୍ଫୋରଣ ପୂର୍ବରୁ ପେଜରରେ କିଛି ସେକେଣ୍ଡ ପାଇଁ ବିପ୍ ଶବ୍ଦ ଶୁଣାଯାଇଥିଲା। ଘରଠାରୁ ଆରମ୍ଭ କରି ରାସ୍ତାଘାଟ ଏବଂ ବଜାରରେ ବିସ୍ଫୋରଣ ହୋଇଥିଲା । କେତେବେଳେ କାହା ପକେଟରେ ତ ଆଉ କାହା ହାତରେ ବିସ୍ଫୋରଣ ହୋଇଥିଲା । ପ୍ରାୟ ଏକ ଘଣ୍ଟା ଧରି ଲେବାନନରୁ ସିରିଆ ପର୍ଯ୍ୟନ୍ତ ବିସ୍ଫୋରଣ ହୋଇଥିଲା। ତେବେ ଏହା ହିଜବୁଲ୍ଲାର ଯୋଗାଯୋଗ ବ୍ୟବସ୍ଥା ଉପରେ ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି ।

ତେବେ କ'ଣ ଏହି ପେଜର ?

ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ। ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ରେଡିଓ ସିଗନାଲ୍ ଦ୍ୱାରା ଏହା ମେସେଜ୍ ରିସିଭ୍ କରିଥାଏ। ମୋବାଇଲ୍ ନଥିବା ବେଳେ ଏହାର ବହୁଳ ବ୍ୟବହାର ହେଉଥିଲା । ୧୯୯୦ ଦଶକରେ ବେଶ୍ ଲୋକପ୍ରିୟ ଥିଲା ପେଜର। ସେହି ସମୟରେ ଏହାକୁ ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ବ୍ୟବହାର କରୁଥିଲେ।

ପେଜର୍ ଭିତରେ ଥିଲା PETN !

ସ୍କାଏ ନ୍ୟୁଜ୍ ଆରବ ରିପୋର୍ଟ ଅନୁଯାୟୀ, ମୋସାଦ ହିଜବୁଲ୍ଲାହର ପେଜର୍ ଭିତରେ PETN ଫିଟ୍ କରିଥିଲା। ଏହା ବାସ୍ତବରେ ଏକ ପ୍ରକାର ବିସ୍ଫୋରକ, ଯାହା ପେଜର୍ ବ୍ୟାଟେରୀରେ ବ୍ୟବହୃତ ହୋଇଥିଲା । ବ୍ୟାଟେରୀର ତାପମାତ୍ରା ବୃଦ୍ଧି କରି ଏହି ପେଜରଗୁଡିକ ବିସ୍ଫୋରଣ କରାଯାଇଥିଲା। ତେବେ ଏହି ବିସ୍ଫୋରକର ଓଜନ ୨୦ ଗ୍ରାମରୁ କମ୍ ଥିଲା ।

୧୯୯୬ରେ ଫୋନ୍ ଭିତରେ ଲଗାଯାଇଥିଲା RDX

ଇସ୍ରାଏଲର ଏଭଳି ଆକ୍ରମଣର କରିବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ଗୁପ୍ତଚର ବିଶ୍ଳେଷକ ଡେଭିଡ କେନେଡିଙ୍କ ଅନୁଯାୟୀ, ୧୯୯୬ ମସିହାରେ ତାଙ୍କୁ ହତ୍ୟା କରିବା ପାଇଁ ହାମାସ ନେତା ୟାହିୟା ଆୟାଶଙ୍କ ଫୋନରେ ଇସ୍ରାଏଲ ୧୫ ଗ୍ରାମ RDX ବିସ୍ଫୋରକ ଲଗାଇଥିଲା।

Lebanon Blast
Advertisment
Advertisment