Advertisment

Pager Blast: ପେଜର ଆଟାକ୍‌ରେ ୪୦ ଜଣଙ୍କ ମୃତ୍ୟୁ, ନିଜକୁ ଦାୟୀ କଲା ଇସ୍ରାଏଲ

ଅନୁମତି ଦେଇଥିବା ସ୍ୱୀକାର କଲେ ପିଏମ୍ ବେଞ୍ଜାମିନ୍ ନେତାନ୍ୟାହୁ । ଗତ ସେପ୍ଟେମ୍ବରରେ ଲେବାନନରେ ହୋଇଥିଲା ପେଜର ଆଟାକ୍।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Pager Blast

ପେଜର ବିସ୍ଫୋରଣ କରିଥିଲା ଇସ୍ରାଏଲ, ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ

ଲେବାନନରେ ହିଜବୁଲ୍ଲା ଉପରେ ପେଜର ଆଟାକ୍ ପାଇଁ ଅନୁମତି ଦେଇଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ଖୋଦ୍ ନେତନ୍ୟାହୁ ଏହା ସ୍ୱୀକାର କରିଥିବା କହିଛନ୍ତି ତାଙ୍କ ମୁଖପାତ୍ର ଓମର ଦୋସ୍ତରୀ। ପେଜର ଆଟାକକୁ ନେତନ୍ୟାହୁ ଗ୍ରୀନ୍ ସିଗନାଲ୍ ଦେଇଥିଲେ ବୋଲି ରବିବାର ସେ ସ୍ୱୀକାର କରିଥିବା ଦୋସ୍ତରୀ କହିଛନ୍ତି। ଗତ ସେପ୍ଟେମ୍ବର ମାସରେ ପେଜର ଆଟାକରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଇରାନ ସମର୍ଥିତ ହିଜବୁଲ୍ଲାର ୩ ହଜାରରୁ ଅଧିକ ସୈନିକ ଆହତ ହୋଇଥିଲେ।

Advertisment

ଗତ ସେପ୍ଟେମ୍ବର ୧୭ ତାରିଖରେ ଲେବାନନରେ ପେଜର ଆଟାକ୍ ଖବର ସାମ୍ନାକୁ ଆସିଥିଲା। ହିଜବୁଲ୍ଲାର ସୈନିକଙ୍କ ପାଖରେ ଥିବା ହଜାର ହଜାର ପେଜର ଏକକାଳୀନ ବିସ୍ଫୋରଣ ହୋଇଥିଲା। ଏଥିଯୋଗୁ ହେଜବୁଲ୍ଲା ସମେତ ଏକାଧିକ ସାଧାରଣ ଲୋକ ମଧ୍ୟ ମୃତାହତ ହୋଇଥିଲେ।

ଅଧିକ ପଢ଼ନ୍ତୁ: Trump-Putin Ukraine Phone Call: କ’ଣ ପୁଟିନ୍‌ଙ୍କୁ ଫୋନ୍‌ କରି ଏପରି କହିଛନ୍ତି ଟ୍ରମ୍ପ ?

Advertisment

 ବୁଧବାର ଲେବାନନ ସରକାର ମିଳିତ ଜାତିସଂଘର ଲେବର ଏଜେନ୍ସି ନିକଟରେ ଭୟଙ୍କର ପେଜର ବିସ୍ଫୋରଣ ସମ୍ପର୍କରେ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିଥିଲା। ଏପରି ପେଜର ଆକ୍ରମଣ ମାନବ ସମାଜ ବିରୋଧରେ ଗୋଟିଏ ବଡ଼ ଯୁଦ୍ଧ। ଏହା ପଛରେ ଇସ୍ରାଏଲ ସରକାର ରହିଛନ୍ତି। ଲେବାନନର ଏପରି ଅଭିଯୋଗ ପରେ ନେତାନ୍ୟାହୁ ନିଜ ଆଡ଼ୁ ପେଜର ଆକ୍ରମଣ ପାଇଁ ସେ ହିଁ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି।

ଅନ୍ୟପଟେ ଗତ ଅକ୍ଟୋବର ଶେଷ ସପ୍ତାହରେ ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଥିଲା ଭାରତ। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଉଭୟ ପକ୍ଷକୁ ଯୁଦ୍ଧରୁ ବିରତ ରହି କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି। ଭାରତ କହିଛି, ଯୁଦ୍ଧ ଦ୍ୱାରା କାହାର ଲାଭ ହେବନି। ମଧ୍ୟଏସିଆରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ନେଇ ଭାରତ ଚାହେଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ତେବେ ଅକ୍ଟୋବରରେ ହୋଇଥିବା ଆକ୍ରମଣ ବାବଦରେ ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ଯେ, ଇରାନ ଉପରେ IDFର ଆକ୍ରମଣ ପରେ ପରେ ହିଜବୁଲ୍ଲାଙ୍କ ପକ୍ଷରୁ ଇସ୍ରାଏଲ ଉପରେ ୮୦ଟି ରକେଟ୍ ମାଡ କରାଯାଇଛି। ପ୍ରଥମେ ଇରାନ ଉପରେ ଜୋରଦାର ଆକ୍ରମଣ କରିଥିଲା ଇସ୍ରାଏଲ୍। ରାଜଧାନୀ ତେହେରାନରେ ଥିବା ସେନା କ୍ୟାମ୍ପକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରିଥିଲା ଆଇଡିଏଫ୍।

ଆକ୍ରମଣରେ ୧୦୦ରୁ ଅଧିକ F-35 ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା। ୨ହଜାର କିମି ଦୂରରୁ ତେହେରାନ ସମେତ କାରଜା, ତିରକିତ, ସମାରା, ସଲାଉ-ଉଦ୍ଦିନ, ଅଲଦୋର ଏବଂ ଡିଆଲ୍ ଅଞ୍ଚଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା। ଆକ୍ରମଣ ପରେ ଇରାନର ସମସ୍ତ ବିମାନ ବନ୍ଦରରୁ ବିମାନସେବା ସ୍ଥଗିତ ରଖାଯାଇଥିଲା ।

ଗତ ଅକ୍ଟୋବର ୧ରେ ଇରାନ ଆକ୍ରମଣର ପ୍ରତିଜବାବରେ ନିର୍ଦ୍ଧିଷ୍ଟ ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା କହିଥିଲା ଇସ୍ରାଏଲ ଡିଫେନ୍ସ ଫୋର୍ସ। ଏପରିକି ମଧ୍ୟପ୍ରାଚ୍ୟର ଯେକୌଣସି ଅଂଚଳକୁ ଇସ୍ରାଏଲ ଟାର୍ଗେଟ୍ କରିପାରିବ ବୋଲି କହିଥିଲେ ଇସ୍ରାଏଲ କାଉନସେଲ୍ ଜେନେରାଲ୍। ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ପ୍ରାୟ ୨ଶହ ବାଲିଷ୍ଟିକ ମିସାଇଲ ମାଡ଼ କରିଥିଲା ଇରାନ ।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ବିଜୟ ପରେ ଏଲନ ମସ୍କଙ୍କ ଟ୍ରାନ୍ସଝିଅ ଦେଲେ ବଡ଼ ବୟାନ, କହିଲେ...

Israel
Advertisment
Advertisment