• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "62" result for "ସୋସିଆଲ୍ ମିଡିଆ" in https://otvkhabar.in

online
ମହଙ୍ଗା ପଡିଲା ସୋସିଆଲ୍ ମିଡିଆରେ ଲୋକଙ୍କୁ ଠକିବା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଶସ୍ତାରୁ ହିନସ୍ତା। ଅନଲାଇନ ମାର୍କେଟିଂ ନାଁରେ ଲକ୍ଷଲକ୍ଷ ଟଙ୍କା ଠକେଇ। ଦାମୀ ପୋଷାକରେ ଲୋଭନୀୟ ଅଫିର ଦେଖାଇ ସୋସିଆଲ୍ ମିଡିଆରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ।  ଅଭିଯୁକ୍ତଙ୍କ  ନାଁ ରଶ୍ନୀ ରଂଜନ ପାଣି । ତେବେ କେମିତି ଲୋକଙ୍କୁ ଠକୁ ଥିଲେ ରଶ୍ମୀରଂଜନ ଆସନ୍ତୁ ଜାଣିବା – ଫେସବୁକ୍ ଆକାଉଣ୍ଟ ଉପରେ  ପ୍ରଥମେ ଗେଟେଓ୍ୱ ଫାଉଣ୍ଡସେନ ନାଁରେ ଫେସବୁକ ଆକାଉଣ୍ଟ ଖୋଲିଥିଲେ ରଶ୍ମୀରଂଜନ । ଏହାପରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନାମୀଦାମୀ କମ୍ଫାନୀର […]

Neha Dhupia
ପୁଣି ମା’ ହେବେ ନେହା, ସୋସିଆଲ୍ ମିଡିଆରେ ଦେଲେ ଖବର

ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ନେହା ଧୁପିଆ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।

aurangzeb-last-image
ସେନା ଯବାନ ଔରଙ୍ଗଜେବଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ

ଶ୍ରୀନଗର: ଭାରତୀୟ ସେନାର ଯବାନ ଔରଙ୍ଗଜେବଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ହତ୍ୟା କରିବା ପୂର୍ବରୁ ଏହି ଭିଡିଓ ସୁଟ୍ କରିଥିବା ଜଣାପଡ଼ିଛି । ଏହି ଭିଡିଓରେ ଆତଙ୍କବାଦୀମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ବ୍ୟକ୍ତିଗତ ଜୀବନ ସହିତ ସେ କେଉଁ କେଉଁ ଏନ୍‌କାଉଣ୍ଟରରେ ସାମିଲ ଥିଲେ, ଏନ୍‌କାଉଣ୍ଟରରେ କଣ କଣ ହୋଇଥିଲା ସେ ସଂପର୍କରେ ଟିକିନିଖି ପ୍ରଶ୍ନ କରିଥିଲେ ଆତଙ୍କବାଦୀ । ଏପରିକି ଔରଙ୍ଗଜେବଙ୍କ ଆର୍ମି ଟିମ୍ […]

bridal
ଜିନ୍ସ ପିନ୍ଧି ନବବିବାହିତାଙ୍କ ବେଲି ନୃତ୍ୟ : ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍

ସୋସିଆଲ୍ ମିଡିଆରେ ବାହାଘରର ଅନେକ ଭିଡ଼ିଓ ଭାଇରାଲ୍ ହେଉଛି । ଆପଣ ନିଶ୍ଚୟ ଏମିତି ସବୁ ଭିଡ଼ିଓ ଦେଖିଥିବେ,ଯେଉଁଥିରେ କନ୍ୟା ନୃତ୍ୟ କରୁଥିବାର ନଜର ଆସିଥିବ। ଏବେ ଆଉ ଏକ ଭିଡ଼ିଓ ଏମିତି ଖୁବ୍ ଭାଇରାଲ୍ ହୋଇଛି। ଏହି ଭିଡ଼ିଓରେ ଜଣେ ନବବିବାହିତା ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି। ହେଲେ ଏହା ଟିକେ ଭିନ୍ନ ଧରଣର। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭାଇରାଲ୍ ଭିଡ଼ିଓକୁ ଗୋଟିଏ ଦିନରେ ୬ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। […]

question viral
ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ : ଆଜି ଥିବା ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ବୁଲିବା ସୂଚନା

ଢେଙ୍କାନାଳ: ଢେଙ୍କାନାଳରେ ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ନେଇ ଚର୍ଚ୍ଚା। ଆଜି ଥିବା ଗଣିତ ପରୀକ୍ଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍‌ରେ ବୁଲିବା ସୂଚନା ମିଳିଛି। ପରୀକ୍ଷା ୯ଟା୩୦ରେ ଆରମ୍ଭ ହୋଇଥିଲା। ତେବେ ୯ଟା୫୪ରେ ଭାଇରାଲ୍ ହୋଇଥିବା ଚର୍ଚା ହେଉଛି। ଓଡ଼ାପଡ଼ା ବ୍ଲକର ଏକ ପରୀକ୍ଷା କେନ୍ଦ୍ରରୁ ଭାଇରାଲ୍ ହୋଇଥିବା ସୂଚନା  ମିଳିଛି। ଉଲ୍ଲେଖନୀୟ ଯେ ,ପୂର୍ବରୁ ଓଡ଼ିଆ, ଇଂରାଜୀ ପ୍ରଶ୍ନପତ୍ର ମଧ୍ୟ ଭାଇରାଲ୍ ହୋଇଥିଲା।

elephant
ମାଉଥ୍ ଅର୍ଗାନ୍ ବଜାଉଛି ହାତୀ ! ସୋସିଆଲ୍ ମିଡିଆରେ ଭିଡ଼ିଓ ଭାଇରାଲ୍

ତାମିଲନାଡୁ :   ଆପଣ ମାଉଥ୍ ଅର୍ଗାନ୍ ବଜାଉଥିବା ଅନେକ କଳାକାରଙ୍କୁ ଦେଖିଥିବେ , ହେଲେ ଏକ ହାତୀ ଯେ ଏଥିରେ ମାହିର୍, କେବେ ଦେଖିଛନ୍ତି ? ଏମିତି ଏକ ଖବର ପ୍ରକାଶ ପାଇଛି ଏନଡି ଟିଭିରେ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଗୋଟେ ହାତୀ ମାଉଥ୍ ଅର୍ଗାନ୍ ବଜାଇ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ , ଅନଦାଲ ନାମକ ଏହି ହାତୀ ନିଜର ଶୁଣ୍ଢରେ ମାଉଥ୍ ଅର୍ଗାନ୍ ଏମିତି […]

Tripura
ବିବାହ ମଣ୍ଡପରେ ଜିଲ୍ଲାପାଳଙ୍କ ଦାଦାଗିରି: ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

କୋଭିଡ ନିୟମକୁ ପାଳନ କରିବା ଆଳରେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦାଦାଗିରିକୁ ନେଇ ଚର୍ଚ୍ଚା। ଘଟଣା ଘଟିଛି ତ୍ରିପୁରାର ରାଜଧାନୀ ଅଗରତାଲାରେ ଡିଏମ୍ ଜଣଙ୍କ ଦଳବଳ ଧରି ବିବାହମଣ୍ଡପକୁ ଯାଇ ଯେଉଁ ହରକତ୍ କରିଛନ୍ତି ତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାପରେ ଅବଶ୍ୟ ସେ ନିଜ ଆଚରଣ ପାଇଁ କ୍ଷମା ମାଗିଛନ୍ତି, କିନ୍ତୁ ଡିଏମଙ୍କ ଅଭଦ୍ରାମୀକୁ ଗୁରତର ସହ ନେଇ ମୁଖ୍ୟ ଶାସନ ସଚିବଙ୍କ ଠାରୁ ରିପୋର୍ଟ […]

doc
ଏକା ଏକା ଟିକା ନେଇ ସୋସିଆଲ୍ ମିଡିଆରେ ଲାଇଭ୍ କରୁଥିଲେ, ଏହି ସମୟରେ ଆସିଲା ପତ୍ନୀଙ୍କ ଫୋନ୍… ତା ପରେ…

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ମାତ୍‌ ଦେବା ପାଇଁ ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି।  ଏମିତି ଜଣେ ଡାକ୍ତର, ଯିଏକି କରୋନା ଟିକା ନେବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏକାଏକା ଟିକା ନେଉଥିବାରୁ ସେ ପତ୍ନୀଙ୍କ ମଧୁର ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଭିଡିଓକୁ ଦେଖିଲେ ଆପଣଙ୍କ ମୁହଁରେ ମଧ୍ୟ ହସ ଫୁଟି ଉଠିବ। ଭିଡିଓରେ କାର୍ଡିଓଲୋଜିଷ୍ଟ୍‌ […]

social-media
ଓଟିଭି ସୋସିଆଲ୍ ମିଡିଆ ଖବରକୁ ନେଇ ବିଏମ୍‌ସିର ପ୍ରତିକ୍ରିୟା

ଭୁବନେଶ୍ୱର: ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍‌ସି ଆପତ୍ତି ଦର୍ଶାଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛି। କରୋନା ସମ୍ପର୍କରେ ଓଟିଭି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାର କରୁଥିବା ଏହି ପ୍ରେସ୍‌ ରିଲିଜରେ ଅଭିଯୋଗ କରି ବିଏମ୍ସି ସୋ-କଜ୍ ନୋଟିସ ଜାରି କରିଛି। ଏଥିସହ ପୋଲିସରେ ଅଭିଯୋଗ କରିଥିବା ଉଲ୍ଲେଖ କରିଛି। ତେବେ ଏହି ପ୍ରସଙ୍ଗରେ ଓଟିଭି ସ୍ପଷ୍ଟ କରିବାକୁ ଚାହେଁ ଯେ, ଅଗଷ୍ଟ ୬ ତାରିଖରେ ଓଟିଭିର ସୋସିଆଲ୍ […]

1
ୱେବ୍ ସିରିଜ୍ 'ଗ୍ରହଣ'କୁ ବ୍ୟାନ୍ ଦାବି; ସୋସିଆଲ୍ ମିଡିଆରେ ହଙ୍ଗାମା

ମୁମ୍ବାଇ : ୱେବ୍ ସିରିଜ୍ ‘ଗ୍ରହଣ’ ଜୁନ୍ ୨୪ରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ସିରିଜ୍ ରିଲିଜ୍ ହେବା ପୂର୍ବରୁ ଏହାକୁ ନିଷିଦ୍ଧ କରିବାକୁ ଦାବି କରାଯାଇଛି। ଏହି ସିରିଜକୁ ନେଇ ଟ୍ୱିଟରରେ ଏକ ବଡ଼ ଧରଣର ହଙ୍ଗାମା ହୋଇଛି। ଶିଖ୍‌…

social media
ନୂଆ ସୋସିଆଲ୍ ମିଡିଆ ଗାଇଡଲାଇନ୍‌ : ତ୍ରିସ୍ତରୀୟ ଅଭିଯୋଗ ନିବାରଣ ବ୍ୟବସ୍ଥା ସହ ସ୍ବ-ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ : ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମ ଲାଗୁ ହୋଇଛି । ଦେଶର ଅଖଣ୍ଡତା, ସର୍ବଭୌମତ୍ୱ ଓ ସୁରକ୍ଷା, ବୈଦେଶିକ ସଂପର୍କ, ଆଇନଶୃଙ୍ଖଳା ସଂପର୍କିତ କିମ୍ବା ୫ ବର୍ଷ ବା ତଦୁର୍ଦ୍ଧ୍ୱ…