Advertisment

20-foot-long King Cobra Rescue: ଶ୍ରେଣୀଗୃହରେ ବୁଲିଲା ଅହିରାଜ; ତା’ପରେ...

କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲା ବୁଲି କରୁଥିବା ଲୋକେ ଦେଖିଥିଲେ। ଗତକାଲି ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହ ଭିତରକୁ ପଶି ଆସିଥିଲା ଅହିରାଜ। ଅହିରାଜଟି ଶ୍ରେଣୀଗୃହରେ ବୁଲୁଥିବା ସ୍କୁଲ କର୍ମଚାରୀ ଦେଖିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
class Room

class Room

ଶ୍ରେଣୀଗୃହ ଭିତରୁ ଉଦ୍ଧାର ହେଲା ଅହିରାଜ। ଗଜପତି ଜିଲ୍ଲା ରାୟଗଡ଼ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଉଦ୍ଧାର ହୋଇଛି ୨୦ ଫୁଟ ଲମ୍ବର ଅହିରାଜ । ଗତକାଲି ରାତିରେ ଚିକିଟି ସ୍ନେକ୍ ହେଲ୍ପଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ଏହି ସମୟରେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ନଥିଲେ।

Advertisment

ଅଧିକ ପଢ଼ନ୍ତୁ: ହିଂସ୍ର ହୋଇ ପଡ଼ୁଛନ୍ତି ବଉଳା କୁମ୍ଭୀର; ଆଜିଠୁ ଭିତରକନିକା ବନ୍ଦ 

କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲା ବୁଲି କରୁଥିବା ଲୋକେ ଦେଖିଥିଲେ। ଗତକାଲି ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହ ଭିତରକୁ ସାପଟି ପଶି ଆସିଥିଲା। ଅହିରାଜଟି ଶ୍ରେଣୀଗୃହରେ ବୁଲୁଥିବା ସ୍କୁଲ କର୍ମଚାରୀ ଦେଖିଥିଲେ। ଏନେଇ ଶ୍ରେଣୀଗୃହ କବାଟ ବନ୍ଦ କରିଦେଇଥିଲେ। ଫଳରେ ସାପଟି ବାହାରକୁ ବାହାରିପାରି ନଥିଲା। ପରେ ଘଟଣା ବିଷୟରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଜଣାଇଥିଲେ।

ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ । ସ୍ନେକ ହେଲ୍ପଲାଇନ୍ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।

Advertisment

ସାପଟିକୁ ଉଦ୍ଧାର ପାଇଁ ସ୍ନେକ ହେଲ୍ପଲାଇନ୍ ଟିମକୁ ନାକେଦମ୍ ହେବାକୁ ପଡ଼ିଥିଲା। ଅହିରାଜକୁ ସୁରକ୍ଷିତ ଭାବେ ପ୍ରାକୃତିକ ଆବାସରେ ଛଡ଼ାଯାଇଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ: ଅକ୍ଷୟ ତୃତୀୟାରେ କାହିଁକି କରାଯାଏ ଜଳଦାନ, କେଉଁ ଦେବୀଙ୍କୁ ସ୍ମରଣ କରି ବୁଣାହୁଏ ବିହନ

Gajapati Cobra Snake
Advertisment
Advertisment