Advertisment

Earthquake Hits Pakistan Amidst Tensions: ରାତିରେ ଥରିଲା ପାକିସ୍ତାନ; ଲୋକେ ଭୟଭୀତ

ଭାରତୀୟ ସମୟ ଗତକାଲି ରାତି ପ୍ରାୟ ୯ଟା ୫୮ ମିନିଟରେ ଏହି ଭୂକମ୍ପ ହୋଇଥିବା ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି। ତେବେ ଏହି ଭୂକମ୍ପରେ କେତେ କ୍ଷୟକ୍ଷତି ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
pakistan

pakistan

ପହଲଗାମରେ ଆତଙ୍କୀଙ୍କ ବର୍ବରତାକୁ ନେଇ ଲାଗିରହିଥିବା ଛକାପଞ୍ଝା ଭିତରେ ଭୂକମ୍ପ ଝଟକାରେ ଥରିଛି ପାକିସ୍ତାନ। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ସୋସିଆଲ୍ ମିଡ଼ିଆ Xରେ ଏହି ସୂଚନା ଦିଆଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୪।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଆକ୍ସନ ନେଲା ଭାରତ; ଭାରତ ଆକାଶରେ ଉଡ଼ିପାରିପାରିବନି ପାକିସ୍ତାନ ବିମାନ

ଭାରତୀୟ ସମୟ ଗତକାଲି ରାତି ପ୍ରାୟ ୯ଟା ୫୮ ମିନିଟରେ ଏହି ଭୂକମ୍ପ ହୋଇଥିବା ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି। ତେବେ ଏହି ଭୂକମ୍ପରେ କ’ଣ କ୍ଷୟକ୍ଷତି ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।  ହେଲେ ଭୂମିକମ୍ପ ହେବା ଦ୍ୱାରା ପାକିସ୍ତାନରେ ରହୁଥିବା ଲୋକେ ଭୟବୀତ ହୋଇପଡ଼ିଥିଲେ। ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। 

Advertisment

ଅନ୍ୟପକ୍ଷରେ ବୋଲ ମାନୁନି ପାକିସ୍ତାନ। ଆଜି ପୁଣି ଥରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। LOCରେ ରାତି ସାରା ଗୁଳିମାଡ଼ କରିଛି ପାକିସ୍ତାନ ସେନା। ବିଶେଷ ଭାବେ କୁପୱାଡ଼ା, ଉରୀ, ଅଖନୁର ସେକ୍ଟରରେ ଘନ ଘନ ଗୁଳିମାଡ଼ ହେଉଛି।

ପହଲଗାମ୍ ହମଲା ପରେ ଲଗାତାର ୭ ଦିନ ଧରି ଏପରି କରୁଛି ପାକ୍। ପହଲଗାମ୍ ହମଲାରେ ସଂପୃକ୍ତ ଆତଙ୍କବାଦୀଙ୍କୁ ଖସାଇବାକୁ ପାକିସ୍ତାନ ଏପରି ଚାଲ୍ ରଚିଛି।ଜାଣିଶୁଣି ସୀମାରେ ଉତ୍ତେଜନା ସୃଷ୍ଟି କରିବ, ଗୁଳିମାଡ଼ କରିବ ଆଉ ଏଇ ବାହାନାରେ LOC ଦେଇ ଆତଙ୍କବାଦୀଙ୍କୁ ନିଜ ଦେଶ ଭିତରେ ପ୍ରବେଶ କରାଇବ। ପହଲଗାମ ହମଲାର ମୁଖ୍ୟ କାର୍ପଟଦାର ହାସିମ ମୂଷା, ଫାରୁକ୍ ଅବଦୁଲ୍ଲା ଦକ୍ଷିଣ କଶ୍ମୀର ଜଙ୍ଗଲରେ ଲୁଚି ରହିଛନ୍ତି। ଏମାନଙ୍କୁ ସୀମା ପାର କରାଇବାକୁ ଜାଣିଶୁଣି ଗୁଳିମାଡ଼ କରୁଛି ପାକିସ୍ତାନ।

ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

Earthquake Pakistan
Advertisment
Advertisment