/odishatv-khabar/media/post_attachments/uploadimage/library/16_9/16_9_0/film_star_1746075993.jpg)
film star
ପାକିସ୍ତାନ ଉପରେ ଭାରତର ଆଉ ଏକ ଆକ୍ସନ। ପାକିସ୍ତାନୀ ଟପ୍ ଅଭିନେତା, ଅଭିନେତ୍ରୀ ଭାରତରେ ବ୍ୟାନ୍। ହାନିଆ ଆମୀର, ଅଲ୍ଲୀ ଫୈଜଲ୍, ମାହିରା ଖାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ।
Advertisment
ଅଧିକ ପଢ଼ନ୍ତୁ: ବଡ଼ ଆକ୍ସନ ନେଲା ଭାରତ; ଭାରତ ଆକାଶରେ ଉଡ଼ିପାରିପାରିବନି ପାକିସ୍ତାନ ବିମାନ
୧୦ରୁ ଅଧିକ ଫିଲ୍ମ ଷ୍ଟାରଙ୍କ ଇନଷ୍ଟାଗ୍ରାମ୍ ସମେତ ଅନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି। ଏହି ସମସ୍ତ ଅଭିନେତା ଅଭିନେତ୍ରୀଙ୍କ ରହିଛି ଲକ୍ଷାଧିକ followers।
Advertisment
ସୂଚନାଯୋଗ୍ୟ, ଏହା ପୂର୍ବରୁ ଭାରତରେ ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଥିଲା ଭାରତ। ଏଥିସହ ପାକିସ୍ତାନର ଟ୍ୱିଟର ଆକାଉଣ୍ଟ ଓ ପାକିସ୍ତାନ ପାଇଁ ସମସ୍ତ ଏୟାରସ୍ପେଶ୍ ବନ୍ଦ କରିଥିଲା ଭାରତ।
ଏଥିସହ ସିନ୍ଧୁ ନଦୀ ଚୁକ୍ତିକୁ ବାତିଲ କରିଥିଲା ଭାରତ। ଫଳରେ ପାଣି ଟୋପେ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ପାକିସ୍ତାନୀ। ଏଥିସହ ଶନିବାର ବିନା କୌଣସି ସୂଚନାରେ ଝେଲମ ନଦୀ ପାଣି ଛାଡ଼ିବା ଫଳରେ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦ ନିକଟରେ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି।
ଅଧିକ ପଢ଼ନ୍ତୁ: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)