ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବାପଘର ଛାଡ଼ି ପରକୁ ଆପଣାର କରି ସେ ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ମଥାରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ଦୁହିତାରୁ ହୋଇଥିଲେ କୁଳବଧୂ। ସ୍ୱାମୀଙ୍କୁ ନେଇ କରିଥିଲେ ସଂସାର। ହେଲେ ସ୍ୱପ୍ନ ରହିଗଲା ଅଧାରେ। ବାପା-ମାଆଙ୍କୁ ଛାଡ଼ି ଯେଉଁମାନଙ୍କୁ ଅତି ଆପଣାର ଭାବିଥିଲେ, ସେମାନେ ପାଲଟିଗଲେ ଦାନବ। ଆଉ ଶେଷରେ ଯୌତୁକ ପାଇଁ ନେଇଗଲେ ନବବଧୂଙ୍କ ଜୀବନ। ଆଜି ଏମିତି ଏକ ଘଟଣା ଆଲୋଚ୍ୟ ବିଷୟ ପାଲଟିଛି ଢେଙ୍କାନାଳ ଜିଲ୍ଲା […]
ଖୋର୍ଦ୍ଧା: ବେଗୁନିଆ ଯୌତୁକ ପାଇଁ ବଧୂ ହତ୍ୟା ମାମଲାରେ ପୀଡ଼ିତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି। ମୃତକ ଚନ୍ଦ୍ରକାନ୍ତିଙ୍କ ସ୍ୱାମୀ ଦେବାଶିଷ ବାରିକକୁ ଗିରଫ କରିଛି ପୋଲିସ। ଚନ୍ଦ୍ରକାନ୍ତିଙ୍କ ମୃତ୍ୟୁ ପରେ ବାପା ଓ ମାଆଙ୍କ ସହିତ ଦେବାଶିଷ ଫେରାର ଥିଲେ। ଯୌତୁକ ପାଇଁ ସେମାନେ ଚନ୍ଦ୍ରକାନ୍ତିଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଗତକାଲି ମୃତ୍ୟୁ ପୂର୍ବରୁ ପୀଡ଼ିତା ବୟାନ ଦେଇଥିଲେ। ସେ କହିଥିଲେ କିପରି ସ୍ୱାମୀ, ଶାଶୂ ଓ […]
ଖୋର୍ଦ୍ଧା: ଯୌତୁକ ପାଇଁ ବୋହୂକୁ ନିଆଁରେ ପୋଡ଼ି ହତ୍ୟା ଅଭିଯୋଗ । ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗତ୍ରୟ ଗାଁରେ। ଗାଁର କାଳିକା ସାହିର ରବି ବାରିକ,ତାଙ୍କ ସ୍ତ୍ରୀ ଓ ପୁଅ ସହ ମିଶି ବୋହୂକୁ ଯୌତୁକ ପାଇଁ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ମହିଳା […]
ବ୍ରହ୍ମପୁର : କୁହାଯାଏ ସ୍ୱାମୀ-ସ୍ତ୍ରୀର ସଂପର୍କ ସ୍ୱର୍ଗରେ ତିଆରି ହୋଇଥାଏ । ସଂସାର ନାଆର ଦୁଇ ନାଉରୀ ଉଭୟ । ବେଦି ଉପରେ ଆଗ୍ନୀକୁ ସାଖି ରଖି ଥରେ ହାତ ସହ ହାତ ଗଣ୍ଠି ପଡିଗଲେ , ତା ସାତ ଜମନ ଯାଏ ବାନ୍ଧି ହୋଇଯାଏ । ସେଥିପାଇଁ ଏ ବନ୍ଧନ ଅପୂର୍ବ ବନ୍ଧନ । ଏ ମିଳନ ପବିତ୍ର ମିଳନ । କିନ୍ତୁ ବେଳେ ବେଳେ ଏଇ ମଧୁର ସଂପର୍କରେ ଲାଗିଯାଏ ନିଆଁ । ଅର୍ଥସ୍ୱାର୍ଥ […]
ପଟ୍ଟାମୁଣ୍ଡାଇ: ପୁଣି ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡିରା ଗାଁରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ନମିତା ମଲ୍ଲିକ। ଗତ ଦୁଇ ବର୍ଷ ତଳେ ନମିତାଙ୍କର ଅଣ୍ଡିରା ଗାଁର ରବିନ୍ଦ୍ର ମଲ୍ଲିକଙ୍କ ସହ ବିବାହ ହୋଇଥିଲା। ତେବେ ବିବାହ ପରଠୁ ହିଁ ତାଙ୍କ ଉପରେ ଯୌତୁକ ନିର୍ଯାତନା ଆରମ୍ଭ […]
ଶିକ୍ଷା ଭଲ ମନ୍ଦ ବିଚାର କରିବାର ଶକ୍ତି ଦେଇଥାଏ । ଯୌତୁକ ଦେବା ଓ ନେବା ଜଘନ୍ୟ ଅପରାଧ । ତେବେ ବଣ୍ଡ ସାଇନ୍ କରିବାର ଏହି ନିୟମ କେବଳ ଛାତ୍ରମାନଙ୍କ ମଧ୍ୟରେ ସୀମିତ ରହିବ ନାହିଁ ।
ଭୁବନେଶ୍ୱର : ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ। ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଭୁବନେଶ୍ୱର କେଶୁରା ସ୍ଥିତ ଆଶୁତୋଷ ନଗରରେ ଏହି ଘଟଣା ଘଟିଛି। ଗତକାଲି ଆଶୁତୋଷ ନଗର ଅଞ୍ଚଳରେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମହିଳାଙ୍କ ପରିବାର ଲୋକେ ପହଞ୍ଚିଥିଲେ। ତେବେ ପୁଲିସକୁ ଏ ସମ୍ପର୍କରେ ଶାଶୂ ଘର ଲୋକେ ଜଣାଇନଥିବା ସେମାନେ କହିଛନ୍ତି। ଗତ କିଛି ଦିନ ଧରି ଯୌତୁକକୁ ନେଇ ଶାଶୂ […]
କେନ୍ଦ୍ରାପଡ଼ା : ଯୌତୁକ ଜହ୍ଲାଦଙ୍କ ନିଷ୍ଠୁର ନିଆଁରେ କଲବଲ ହୋଇ ଜଳିଗଲା ପୁଣି ଜଣେ ବୋହୂ। ରାତି ଅଧରେ ଜୀଅନ୍ତା ଜାଳି ଦେବାକୁ ଜଘନ୍ୟ ଉଦ୍ୟମ କରିଥିଲେ ଶାଶୁ ଓ ନଣନ୍ଦ। କେନ୍ଦ୍ରାପଡ଼ା ଜିଲ୍ଲା ବାଲିସୁଆଁର ନିର୍ମଳ ସ୍ୱାଇଁଙ୍କ ଘରେ ଗତକାଲିର ଏ ଲୋମଟାଙ୍କୁରା ଘଟଣା, ପୁଣି ଯୌତୁକ ରାକ୍ଷସଙ୍କ ଲୋଭର କୁତ୍ସିତ ପରିଣତିକୁ ଜନମାନସରେ ଉଜାଗର କରିଛି। ନିର୍ମଳଙ୍କ ଅନୁପସ୍ଥିତିରେ ପତ୍ନୀ ଭାରତୀଙ୍କୁ ହାତଗୋଡ଼ ବାନ୍ଧି କିରାସିନି ଢାଳି ଅତି ନିର୍ମମ ଭାବେ ହତ୍ୟା ଉଦ୍ୟମ […]
ବ୍ରହ୍ମପୁର: ସ୍ୱାମୀଙ୍କ ଘରେ ସ୍ତ୍ରୀ ବନ୍ଦୀ। ଯୌତୁକ ନିର୍ଯାତନାର ଏଭଳି କିଛି ଚରମ ପରିସ୍ଥିତି ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ଉପର ମହଲାରେ ସ୍ତ୍ରୀଙ୍କୁ ବନ୍ଦ କରି ତଳୁ ତାଲା ପକାଇଛନ୍ତି ଡାକ୍ତର ସ୍ୱାମୀ। ସ୍ଥାନୀୟ ଖୋଡ଼ାସିଙ୍ଗ ସ୍ଥିତ ବାଞ୍ଚାନିଧି କଲୋନୀର ଡାକ୍ତର ଶାନ୍ତି ଭୂଷଣ ପାଠୀଙ୍କ ନାଁରେ ସ୍ତ୍ରୀ ନିବେଦିତା ସାହୁ ଅଭିଯୋଗ ଆଣିଛନ୍ତି। ୨୦୧୫ରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ଏହାପରେ ନିର୍ଯାତନା ଆରମ୍ଭ ହୋଇଥିବା ନିବେଦିତା କହିଛନ୍ତି। ବିନା କୌଣସି କାରଣରେ ମାଡ଼, ଅଶ୍ଲୀଳ […]
ଭୁବନେଶ୍ୱର: ଯୌତୁକ ଜୁଇରେ ଜଳିବା ଆଗରୁ ଅଳ୍ପକେ ବର୍ତ୍ତିଗଲା ବୋହୂଟିଏ। ମରଣ ମୁହଁକୁ ଠେଲି ହୋଇ ନିଶ୍ଚିହ୍ନ ହେବା ଆଗରୁ ଫେରିଆସିଲା ଝିଅଟିଏ। ଆଉ ମାତ୍ର କେଇ ଘଣ୍ଟା ବିଳମ୍ବ ହୋଇଥିଲେ ହୁଏତ କିଛି ବି ଘଟିଯାଇଥାନ୍ତା। ସୌଭାଗ୍ୟକୁ ପଡୋଶୀଙ୍କ ଆଖିପଡ଼ିଲା ବୋଲି ଜୀବନ ବଞ୍ଚିଗଲା। ଦେଖନ୍ତୁ କେତେ ବର୍ବର, ବୀଭତ୍ସ ଆଉ ବେଦନାଦାୟକ ଦୃଶ୍ୟ। ବାନ୍ଧି ଦିଆଯାଇଛି ହାତଗୋଡ଼। ଡୋଲିରେ ପକାଇ ଚେତାଶୂନ୍ୟ କରି ଫିଙ୍ଗିଦିଆଯାଇଛି ଗାଇ ଗୁହାଳରେ। ଏ ହେଉଛନ୍ତି ବୁଗୁଡ଼ା ଥାନା ମଙ୍ଗରାଜପୁର […]
ଯୌତୁକ ଜୁଇରେ ଚାଲିଗଲା ଆଉ ଜଣେ ନବବଧୂଙ୍କ ଜୀବନ। କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍ ରାଜଧାନୀରେ ଘଟିଛି ଏଭଳି ଏକ ଅମାନୁଷିକ ଘଟଣା। ସ୍ୱାମୀ ଓ ସ୍ତ୍ରୀ ଉଭୟ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ଉଭୟ ଚାକିରି ମଧ୍ୟ କରୁଥିଲେ।
ଫରିଦାବାଦ : NRI ସ୍ୱାମୀର ନାରକୀୟ କାଣ୍ଡ । ସାତ ଜନମର ସାଥୀ ହେବା ପାଇଁ କଥା ଦେଇ ନବ ବିବାହିତାଙ୍କୁ ପ୍ରତାରିତ କଲା ସଇତାନ୍ ସ୍ୱାମୀ । ହରିୟାଣାର ଫରିଦାବାଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ଯୌତୁକ ଲୋଭରେ ନିଜର କର୍ତ୍ତବ୍ୟ ଭୁଲିବା ସହ ସବୁ ସୀମା ପାର୍ କରିଛି । ଆମେରିକାରେ ଘର ଓ ଗାଡ଼ି ନଦେଲେ ହନିମୁନ ଯାଇଥିବା ସମୟରେ ସୁଟ୍ କରିଥିବା ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବାକୁ […]
ଜୟପୁର: ହାତ ପାଆନ୍ତାରେ ମୋଟା ଅଙ୍କର ଟଙ୍କା ଉପହାର ମିଳିଲେ କିଏ ବା ଛାଡ଼ିବ! ହେଲେ ଏମିତି ଏକ ମୋଟା ଅଙ୍କର ଉପହାରକୁ ନେବାକୁ ମନା କରି ଦେଇଛନ୍ତି ଜଣେ ବିଏସଏଫ କନଷ୍ଟେବଳ ଜିତେନ୍ଦ୍ର ସିଂହ। ତେବେ ଘଟଣାଟି ଏମିତି। ରାଜସ୍ଥାନର ଜୟପୁର ନିକଟରେ ଥିବା ଅମ୍ୱାବରିରେ ଗୋବିନ୍ଦ ସିଂହ ଶେଖାଓ୍ୱତଙ୍କ ଝିଅ ଚଞ୍ଚଳ ଶେଖାଓ୍ୱତଙ୍କୁ ବିବାହ କରିବାକୁ ଗତ ଶନିବାର ଯାଇଥିଲେ ଜିତେନ୍ଦ୍ର। ବେଦିରେ ତାଙ୍କ ଶ୍ୱଶୁର ଉପହାର ସ୍ୱରୂପ ୧୧ ଲକ୍ଷ ଟଙ୍କା ନଗଦ […]
ଆଠଗଡ଼: ଯବାନଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ । ଏ ନେଇ କାନପୁର ଥାନାରେ ଏତଲା ଦେବା ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନି। ପୁଲିସ କାର୍ଯ୍ୟକଳାପ ପ୍ରତି ଭରସା ନ ପାଇବାରୁ ହତାଶ ପତ୍ନୀ ଏବେ ମାନବାଧିକାର ପରିଷଦର ଏକ ଟିମ୍ ସହ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଦେଖା କରି ସେ ନ୍ୟାୟ ଭିକ୍ଷା କରିଛନ୍ତି। କେନ୍ଦୁଝର ଦୈତାରୀରେ OISFର ସୁବେଦାର ଭାବେ କାର୍ଯ୍ୟ କରନ୍ତି ବିଭୂ ପ୍ରସାଦ ନାୟକ। ତାଙ୍କ ପତ୍ନୀ […]
ରାଜଧାନୀର ଜଣେ ରସିକିଆ ବିଲ୍ଡରଙ୍କ ରୋଚକ କାହାଣୀ । ଯାହାଙ୍କ ପାଇଁ ବିବାହ ଏକ ବେପାର । ସୁଖ ସଂସାରର ସ୍ୱପ୍ନ ଦେଖୁଥିବା ଯୁବତୀଙ୍କୁ ବିବାହ ବନ୍ଧନରେ ଛନ୍ଦୁଥିଲେ ଜାଣିଶୁଣି ।
Jibana Do Chakire Ashara Alok - This show is the most challenging show as it focuses on resolving real life issues of the people. It looks into family
ନବରଙ୍ଗପୁର: ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟା। ଜଣେ ୮ମାସର ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାଟି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଭୀମା ସାହିରେ ଘଟିଛି । ମୃତ ମହିଳାଙ୍କ ନାଁ ତନୁଶ୍ରୀ ନାୟକ। ଖବର ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୫ ତାରିଖରେ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଖୋଲିକୁଡ଼ା ଗାଁର ଅଲବର୍ଟ […]