ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ବିଭିନ୍ନ ଫଳରୁ ଶରୀରକୁ ଅନେକ ଭିଟାମିନ ମିଳିଥାଏ । କଦଳୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ଅଟେ । ଆପଣ ଜାଣିଛନ୍ତି କି ଆପଣ ଫୋପାଡି ଦେଉଥିବା କଦଳୀ ଚୋପା ଆପଣଙ୍କ ପାଇଁ କେତେ ଲାଭଦାୟକ । ତେବେ କଦଳୀର ଚୋପାରୁ ମଧ୍ୟ ଅନେକ ଭିଟାମିନ ମିଳିଥାଏ । ଆସନ୍ତୁ ଜାଣିବା କଦଳୀ ଚୋପାର ବିଭିନ୍ନ ଉପକାରିତା ବିଷୟରେ..
କଥାରେ ଅଛି ଓଡିଶାର ବାର ମାସରେ ତେର ପରବ । ବିଶେଷ କରି ଆମ ଓଡ଼ିଶାର ସୁଆଦିଆ ପିଠା ପାଇଁ ସାରା ଦେଶରେ ବହୁତ ପ୍ରସିଦ୍ଧ ଲାଭ କରିଛି । ପର୍ବପର୍ବାଣୀରେ ଆମ ଓଡ଼ିଆ ଘରେ ତିଆରି ହୁଏ ଭଳି କି ଭଳି ପିଠା । କେତେବେଳେ ମଣ୍ଡା ପିଠା ତ କେବେ ଆରିଷା ପିଠା,ଏହି ଭଳି ଭିନ୍ନ ଭିନ୍ନ ପିଠା ତିଆରି ହୁଏ ଆମ ଓଡ଼ିଆ ଘରେ । ତେବେ ଆମେ ଆପଣ ମାନଙ୍କୁ ଏକ ଭିନ୍ନ ଓ ନିଆରା କାକରା ପିଠା ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନା ହେଉଛି ‘କଞ୍ଚା କଦଳୀ କାକରା’ । ଏହି ରେସିପିଟି ଆପଣମାନେ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତ ହୋଇଥାଏ। ଏହା ଶରୀରରେ ଆଇରନର ଅଭାବକୁ ପୂରଣ କରିଥାଏ ଓ ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ସେହିପରି ଦହି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଏଥିରେ ଥିବା ହିତକର ବ୍ୟାକ୍ଟେରିଆ ହଜମ ପ୍ରକ୍ରିୟାକୁ ଦୃଢ ରଖିବା ସହିତ ପେଟଜନିତ ସମସ୍ୟା ଦୂର କରେ।
ଲକ୍ଷ୍ନୌ: ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କୁ ରାସ୍ତା ଉପରେ ପୂଜାର୍ଚ୍ଚନା କଲେ ପୋଲିସ୍। ଆଳତୀ, ଧୂପ, ଦୀପ ଲଗାଇ ପୂଜା କଲେ।ଏଭଳି କିଛି ଘଟଣା ଏବେ ଉତ୍ତରପ୍ରଦେଶ କାନପୁର ପୋଲିସ୍ ପାଇଁ ବେଶ ଚର୍ଚ୍ଚା ସାଉଁଟିଛି। ଆଜି ସକାଳୁ କିଛି ଲୋକେ ନିୟମ ଖିଲାପ କରିଥିବା ଦେଖିବାକୁ ମିଳିଥିଲା। ବିନା କାରଣରେ କିଛି ଲୋକ ବାହାରେ ବୁଲୁଥିଲେ। ଯାହାପରେ ପୋଲିସ୍ ସେମାନଙ୍କୁ ଅଭିନବ ଭାବେ ଦଣ୍ଡ ଦେଇଛି। ନା ମାଡ଼ ନା ଜେଲ୍…ବିଚ୍ ରାସ୍ତା ଉପରେ ହିଁ ପୋଲିସ୍ ସେମାନଙ୍କ […]
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ଜାରି ହୋଇଛି ଲକ୍ଡାଉନ୍। ହେଲେ ଏହି ଲକ୍ଡାଉନ ଯୋଗୁ ସବୁଠାରୁ ବେଶି ପ୍ରଭାବିତ ହୋଇଛି ପ୍ରବାସୀ ଶ୍ରମିକମାନଙ୍କର ଜୀବନ ଜୀବିକା । ଏସବୁ ଭିତରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଭୋକିଲା ପେଟରେ ଆଉ ପାଉଟ ହେଉଥିବା ପ୍ରବାସୀ ଶ୍ରମିକମାନେ ମଶାଣିରେ ପଡ଼ି ଖରାରେ ଶଢ଼ି ଯାଇଥିବା କଦଳୀ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀର ଯମୁନା ନଦୀ କୂଳରେ ଦୀର୍ଘ ଦିନ ହେଲା ପଡ଼ି […]
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ରାହୁଲ ବୋଷ ନିକଟରେ ୨ଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ। ଏହି ମାମଲାରେ ଚଣ୍ଡିଗଡର ପଞ୍ଚ ତାରକା ହୋଟଲ ଜେଡବ୍ଲ୍ୟୁ ମ୍ୟାରିଅଟ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି। ଚଣ୍ଡିଗଡର ଅବକାରୀ ଓ କର ବିଭାଗ ଏହି ଜୋରିମାନା ଲଗାଇଛି। ସିଜିଏସଟିର ଧାରା ୧୧ ଉଲ୍ଲଂଘନ କରିଥିବା ଅଭିଯୋଗରେ ହୋଟେଲ ବେଆଇନ ଭାବରେ ଏହି ବିଲ୍ ତିଆରି କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କଦଳୀ ଜିଏସଟି ପରିସରଭୁକ୍ତ ନୁହେଁ। କିନ୍ତୁ ହୋଟେଲ […]
ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଗାଡ଼ିରେ ହେଉଛି ଗଞ୍ଜେଇ ଚୋରା ଚାଲାଣ। ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ପୁଲିସ୍ ନିକଟରୁ ବର୍ତ୍ତିବା ପାଇଁ ଦୁର୍ବୃତ୍ତମାନେ ଏଭଳି କିଛି ନୂଆ ପନ୍ଥା ଆପଣାଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଭୁବନେଶ୍ୱରକୁ ଏକ ଟ୍ରକ୍ ଯୋଗେ କଦଳୀ କାନ୍ଧି ଆସୁଥିବା ବେଳେ ଏହି ଗାଡ଼ିକୁ ଅଟକା ଯିବାରୁ ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି। ଗାଡ଼ି ଭିତରେ ଥିବା କଦଳୀ କାନ୍ଧି ତଳେ […]
ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍ ରୋଗୀଙ୍କର ସୁଗାର ସ୍ତର କମ୍ ହୋଇଥାଏ। ତା’ସହିତ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍ ବୃଦ୍ଧି ସମସ୍ୟା ମଧ୍ୟ କମ୍ ହୋଇଥାଏ। ଆସନ୍ତୁ ଜାଣିବା କଦଳୀ ଫୁଲ ଖାଇଲେ କ’ଣ ସବୁ ଲାଭ ମିଳିଥାଏ…. ୧. କଦଳୀ ଫୁଲରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବାରୁ ଏହାକୁ ଖାଇଲେ ଶରୀରରେ ରକ୍ତର ମାତ୍ରା […]
ପଟ୍ଟାମୁଣ୍ଡାଇ: ବ୍ରାଉନ୍ ସୁଗର ଚାଲାଣର ଅଭିନବ ପନ୍ଥା। କଦଳୀ କାନ୍ଧି ଭିତରେ ହେଉଛି ବ୍ରାଉନ୍ ସୁଗର ଚାଲାଣ। ଏମିତି କିଛି ଦୃଶ୍ୟ କ୍ୟାମେରାରେ କଏଦ ହେବାପରେ ପୂରା ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟ ବେଳେ କଦଳୀ ବୋଝେଇ ଗାଡ଼ିରେ ଏଭଳି ଅଭିନବ ଢଙ୍ଗରେ ବ୍ରାଉନ ସୁଗର ଚାଲାଣ ହେଉଥିବା ନଜର ଆସିଛି। ଏହି ବ୍ରାଉନ୍ ସୁଗର କଟକରୁ ରାଜନଗର ଆସିଥାଏ ବୋଲି ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଉଛି ଛାତ୍ରମାନେ ଏଭଳି […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡା ଅଂଚଳକୁ ପୁଣି ଫେରିଛନ୍ତି ହାତୀ ପଲ। ବଲାଙ୍ଗିର ଅଞ୍ଚଳରୁ ଏହି ହାତୀପଲ ଚାଲି ଆସିଥିବା ଜଣାପଡ଼ିଛି। ଏହି ପଲରେ ୨୯ଟି ହାତୀ ଥିବା ବେଳେ ସୁନାବେଡ଼ା ଅଞ୍ଚଳର ପଏଁର ଏବଂ ଅନୁପଗଡ଼ ଗାଁ ଆଖପାଖ ଅଞ୍ଚଳରେ ଏହି ହାତୀମାନେ ଆସ୍ଥାନ ଜମାଇଛନ୍ତି। ଖାଲି ସେତିକି ନୁହେଁ, ସଦଳବଳ ହାତୀ ଗାଁରେ ବୁଲୁଥିବାବେଳେ ବ୍ୟାପକ କଦଳୀ ଗଛକୁ ବି ନଷ୍ଟ କରି ଦେଇଛନ୍ତି। ତେବେ ଏମାନଙ୍କ ବିଚରଣ ଉପରେ ନଜର ରଖାଯାଇଛି ବୋଲି […]
ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ଉପଦ୍ରବ ସୃଷ୍ଟି କରୁଥିବା ଲୋକଙ୍କୁ ଧରିବା ପାଇଁ ପୁଲିସ୍ ଉଠାଇଛି ଏକ ସ୍ୱତନ୍ତ୍ର କୌଶଳ । ଫିଲ୍ମରେ ଯେମିତି ଅପରାଧିଙ୍କୁ ଧରିବା ପାଇଁ ପୁଲିସ୍ ନିଜର ବେଶ ବଦଳେଇଥାନ୍ତି । କେତେବେଳେ ଫଳ ବିକାଳୀ ତ କେତେ ଭିକ୍ଷୁକ ସାଜି ସଡ଼କରେ ବସିଥାନ୍ତି । ଆଉ ଅପରାଧି ଅପରାଧ ଘଟାଇବା ବେଳେ , ତାକୁ ଧରିନେଇଥାନ୍ତି । ଠିକ୍ ଏହିଭଳି ନାଗରିକ ସଂଶୋଧନ ଆଇନ୍( CAA)କୁ ନେଇ ବିଶୃଙ୍ଖଳା ସୃଷ୍ଟି […]
ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ମଞ୍ଜା, ବଡ଼ି, ଆଳୁ, ଲଙ୍କା, ପୋସ୍ତ, ସୋରିଷ, ଜିରା, ରସୁଣ, ସୋରିଷ ତେଲ, ହଳଦୀ ଗୁଣ୍ଡ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳପା ଛଡ଼ାଇ ପରିଷ୍କାର କରି ଏହାକୁ ତେଲରେ ଭାଜି ନିଅନ୍ତୁ। ମଞ୍ଜା ଏବଂ ଆଳୁକୁ କାଟି ତେଲରେ କଷି ନିଅନ୍ତୁ। ଲଙ୍କା, ପୋସ୍ତ, ସୋରିଷ, ଜିରା ଏବଂ ରସୁଣକୁ ମିଶାଇ ବାଟି ନିଅନ୍ତୁ। ବଟା ଯାଇଥିବା ମସଲା ଓ ଗୋଲମରିଚ ଗୁଣ୍ଡକୁ ମଞ୍ଜା ଓ ଆଳୁ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଗୋଡ଼ା ଗାଁରେ ହାତୀ ଉପଦ୍ରବ। ଗତକାଲି ରାତିରେ ହାତୀ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଉକ୍ତ ଗ୍ରାମର ବଟକୃଷ୍ଣ ଖୁଣ୍ଟିଆ ଓ ମାଧବ ପାଇକରାୟଙ୍କ କଦଳୀ ବଗିଚା ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ହାତୀ ପଲ ଏହାସହ ତାଙ୍କ ଘର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ଫଳରେ ବହୁ କଦଳୁଈ ଗଛ ନଷ୍ଟ ହୋଇଛି।
ସୁନ୍ଦରଗଡ଼: ଏତେ ନୃଶଂସ କଣ ମଣିଷ ହୋଇପାରେ ! ଯାହାକୁ ବିଶ୍ୱାସ କରି ହାତ ଧରିଥିଲା, ଆଜି ସେଇ ବିଶ୍ୱାସର ହାତ ନୃଶଂସ ଭାବେ ହତ୍ୟା କରିବାକୁ ପଛାଇଲାନି। ନିଜ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲା ସୈତାନ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ତଳସରା ଥାନା ସବଡେଗା ଗାଁରେ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେ଼ଗା ବସ୍ତିରେ ରୁହନ୍ତି ଖଏରୁ ନାଏକ ଓ ସ୍ତ୍ରୀ ଶକୁନ୍ତଳା ନାଏକ। ସ୍ତ୍ରୀ ଶକୁନ୍ତଳା ନାଏକ ୩୦ […]
ନୂଆଦିଲ୍ଲୀ:ଡ୍ରଗ୍ସ କାରବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପୁଲିସ ଯେତେ ନିୟମ ବାହାର କରୁଛି, ମାଫିଆମାନେ ସେତେ ବାଟ ବାହାର କରୁଛନ୍ତି। ଏମିତି ଏକ ଅଭିନବ ଉପାୟରେ ଆଫଗାନିସ୍ଥାନରେ ଦିଲ୍ଲୀ ଆସୁଥିଲା ଡ୍ରଗ୍ସ। ଏମିତି ଭାବରେ ତାକୁ ଅଣାଯାଉଥିଲା, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଖୁସିର ଖବର ଯେ, ପୋଲିସ ଡ୍ରଗ୍ ମାଫିଆଙ୍କୁ ତାଙ୍କ ମିଶନ୍ରେ ରୋକ୍ ଲଗାଇବାରେ ସପଳ ହୋଇଛି। ଏହି ମାଫିଆମାନେ ଡ୍ରଗ୍ସ ଥିବା କ୍ୟାପ୍ସୁଲ ପେଟରେ ଲୁଚାଇ ଆଣୁଥିଲେ। ଏଥିପାଇଁ ସେମାନଙ୍କୁ […]
ଭୁବନେଶ୍ୱର: କଙ୍କଡ଼ା ତରକାରୀ, କଷା ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଖାସ୍ କରି ଏସବୁ ଅପେକ୍ଷା କଙ୍କଡ଼ା ଝୋଳ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆଜି ଆପଣଙ୍କୁ କଦଳୀ ପତ୍ରରେ କଙ୍କଡ଼ାର ଏକ ସ୍ୱାଦିଷ୍ଟ ଆଇଟମ୍ ତିଆରି କରିବା ଶିଖାଇବୁ ଯାହା କମ୍ ତେଲରେ ପ୍ରସ୍ତୁତ ହେବା ସହ କମ୍ ସମୟ ବି ଲାଗିଥାଏ। ଜାଣନ୍ତୁ କିପରି ପ୍ରସ୍ତୁତ କରିବେ କଦଳୀ ପତ୍ର ଶୁଖା କଙ୍କଡ଼ା ଆବଶ୍ୟକ ସାମଗ୍ରୀ କଙ୍କଡ଼ା, ନଡ଼ିଆ ରସ, ପିଆଜ ପେଷ୍ଟ, ଅଦା ରସୁଣ […]
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes