/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627308135.jpg)
Curd and Banana
କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତ ହୋଇଥାଏ। ଏହା ଶରୀରରେ ଆଇରନର ଅଭାବକୁ ପୂରଣ କରିଥାଏ ଓ ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ସେହିପରି ଦହି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଏଥିରେ ଥିବା ହିତକର ବ୍ୟାକ୍ଟେରିଆ ହଜମ ପ୍ରକ୍ରିୟାକୁ ଦୃଢ ରଖିବା ସହିତ ପେଟଜନିତ ସମସ୍ୟା ଦୂର କରେ। ତେବେ ଆପଣ ନିଶ୍ଚୟ ଦେଖିଥିବେ ଯେ ଅଧିକାଂଶ ଲୋକ କଦଳୀ ସହିତ କ୍ଷୀର ଖାଉଛନ୍ତି। କିନ୍ତୁ କଦଳୀ ସହିତ ଦହି ଖାଇବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ। କଦଳୀ ଓ ଦହିକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରାଯାଇପାରେ ।
Advertisment
ଦହିରେ ହିତକର ବ୍ୟାକ୍ଟେରିଆ, କ୍ୟାଲ୍ସିୟମ୍, ଭିଟାମିନ୍ ଓ ମିନେରାଲ୍ସ ପ୍ରଚୁର ପରିମାଣରେ ମିଳୁଥିବାବେଳେ କଦଳୀରେ ଭିଟାମିନ୍, ଆଇରନ୍ ଏବଂ ଫାଇବର ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ତେଣୁ ଆପଣ ପ୍ରତିଦିନ ନିଜ ଜଳଖିଆରେ କଦଳୀ ଓ ଦହିକୁ ରଖି ପାରିବେ।
Also Read
Advertisment
ଦହି ଓ କଦଳୀ ଖାଇବା ଦ୍ୱାରା କ’ଣ ଲାଭ ମିଳେ
- ଯଦି ଆପଣଙ୍କ ପାଖରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଅଛି ତେବେ ଆପଣ ନିୟମିତ ଭାବରେ ଜଳଖିଆରେ କଦଳୀ ଓ ଦହି ଖାଇପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର। କୋଷ୍ଠକାଠିନ୍ୟର ସମସ୍ୟାକୁ ଦୂରକରିବା ପାଇଁ ଦହିରେ କିସ୍ମିସ୍ ଓ କଦଳୀ ମିଶେଇ ଖାଇବା ଦ୍ୱାରା ଆରାମ ମିଳିଥାଏ।
- ଉଭୟ ଦହି ଓ କଦଳୀରେ ଫାଇବରର ପରିମାଣ ବହୁତ ଅଧିକ। ଦହିରେ କଦଳୀ ଖାଇବା ଦ୍ୱାରା ଶରୀରର ଚର୍ବି ଖୁବ୍ ଶୀଘ୍ର ବର୍ଣ୍ଣ ହୋଇଥାଏ। ଜଳଖିଆରେ ଦହି ଓ କଦଳୀ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରି ରହେ। ଶୀଘ୍ର ଭୋକ ନ ହେବାରୁ ଅତ୍ୟଧିକ ଖାଇବାକୁ ପଡେ ନାହିଁ। ଫଳରେ ଏହା ଓଜନକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ।
- କଦଳୀରେ ଥିବା ଫାଇବର ଦହିର ହିତକାରୀ ବ୍ୟାକ୍ଟେରିଆକୁ ସମର୍ଥନ କରେ। ଫଳରେ କ୍ୟାଲ୍ସିୟମ୍ର ଉତ୍ତମ ପ୍ରକ୍ରିୟାକରଣ ହୋଇଥାଏ। ଜଳଖିଆରେ ଦହି ଓ କଦଳୀ ଖାଇଲେ ହାଡକୁ ଶକ୍ତିଶାଳୀ କରାଯାଇପାରେ।
- ଯଦି ଜଣେ ବହୁତ କ୍ଳାନ୍ତ ଅନୁଭବ କରୁଥାଏ ତେବେ ଦହି ଓ କଦଳୀ ଖାଇବା ବହୁତ ଲାଭଦାୟକ ହୋଇପାରେ। ଜଳଖିଆରେ ଦହି ଓ କଦଳୀ ଖାଇବା ଦ୍ୱାରା ଦିନସାରା ଶରୀରରେ ଶକ୍ତି ଭରି ରହିଥାଏ ଓ ଥକ୍କାପଣ ଅନୁଭବ ହୁଏ ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)