ଭୁବନେଶ୍ୱର : ଆରବୀୟ ରାଷ୍ଟ୍ର ସହ ଓଡ଼ିଶା ଯୋଡ଼ିବ ଦ୍ୱିପାକ୍ଷିକ ସଂପର୍କ। ଆରବୀୟ ରାଷ୍ଟ୍ରରୁ ତୈଳ ଆମଦାନୀ କରାଯିବ। ଏହାର ପ୍ରତି ବଦଳରେ ଓଡ଼ିଶାରୁ ଚାଉଳ, କୃଷିଜାତ ଦ୍ରବ୍ୟ ଓ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ କରାଯିବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସୂଚନା ଦେଇଛନ୍ତି। ଏହାଦ୍ୱାରା ତେଲ ଉତ୍ପାଦନକାରୀ ରାଷ୍ଟ୍ର ସହ ସଂପର୍କ ଯୋଡ଼ିବାକୁ ପ୍ରୟାସ କରାଯିବ। ଆଜି ଏନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଛି। ଆସନ୍ତା ସପ୍ତାହରେ […]
ଭୁବନେଶ୍ୱର: ସୁ ସୁ ହୋଇ ବହୁଥିଲା ପବନ। ଚମକାଇ ଦେଉଥିଲା ବିଜୁଳି। ତା ସାଙ୍ଗକୁ ଘଡଘଡି ସହ ଝଡ଼ ବର୍ଷା। ଆଜକୁ ଠିକ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା। ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯। ସେ ଦିନ ଉପକୂଳ ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା। ଆଉ ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅନେକ ପରିବାର। ୧୯୯୯ ମସିହା ଅକ୍ଟୋବର ୨୫ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିଲା ଲଘୁଚାପ। […]
ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଆରମ୍ଭ ହୋଇଛି ନବକଳେବର। ହରିପ୍ରସାଦଙ୍କ ପରେ ଏବେ ଶୁଭଙ୍କର ସରକାରଙ୍କୁ ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଓଡ଼ିଶା କଥା ବୁଝିବାକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଆଉ ୪ ଜଣ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ ବୋଲି ଦୁଇ ଦିନ ତଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଇଙ୍ଗିତ ଦେଇଥିଲେ। ତେବେ […]
ଭୁବନେଶ୍ୱର: ଓଡ଼ିଶା ରେ କରୋନା ସ୍ଥିତିକୁ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୀତରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କାରଣ ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ। ତେଣୁ ସଜାଗ ନ ରହିଲେ ସଂକ୍ରମଣ ବଢ଼ିପାରେ। ସେ ଆହୁରି କହିଛନ୍ତି, ‘ବର୍ତ୍ତମାନ ସଂକ୍ରମଣ କମିଛି ଓ ଦୈନିକ ୧୫ଶହ ପାଖାପାଖି ରହିଛି। ପୂଜାରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲା, ତେବେ ଲୋକଙ୍କ ସହଯୋଗ ଯୋଗୁ ଏହା କମିଛି। […]
ଭୁବନେଶ୍ୱର: ସମସ୍ତଙ୍କ ସହଯୋଗ ପାଇଁ ପୂଜାରେ ସଂକ୍ରମଣ ବଢ଼ି ନାହିଁ। ହେଲେ ସଜାଗ ନ ରହିଲେ ପୁଣି କାୟା ବିସ୍ତାର କରିପାରେ କରୋନା। ଶୀତ ଦିନରେ ସଂକ୍ରମଣର ସେକେଣ୍ଡ ୱେଭ୍ ଆସିପାରେ। ସୁସ୍ଥ ହୋଇଥିବା ଲୋକ ବି ପୁଣି ସଂକ୍ରମଣର ଶୀକାର ହୋଇପାରନ୍ତି। କାରଣ ଓଡ଼ିଶାରେ କରୋନା ପୁନଃ ସଂକ୍ରମଣର ପ୍ରମାଣ ମିଳିସାରିଛି ବୋଲି ଆଜି ଏଭଳି ଭାବରେ ପ୍ରକାଶ କରିଛନ୍ତି ଆଇଏଲଏସ୍ (ILS) ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା। ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ILSରେ ଟେଷ୍ଟ […]
ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା, ରାଜ୍ୟ ବିକାଶର ବିକଳ ଚିତ୍ର। ଭାରତର ଅନ୍ୟ ରାଜ୍ୟ ତୁଳନାରେ, ଓଡ଼ିଶାର ଶାସନ କଳ ଯେ କେତେ ଦୁର୍ବଳ, ତାହା ସାମ୍ନାକୁ ଆଣିଛି ପବ୍ଲିକ୍ ଆଫାୟାର୍ସ ଇଣ୍ଡେକ୍ସ-୨୦୨୦। ଯେଉଁଥିରେ ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ, ଓଡ଼ିଶାର ସ୍ଥାନ ତଳ ଆଡ଼ୁ ଦ୍ୱିତୀୟ ଇକ୍ୱିଟି, ଗ୍ରୋଥ୍ ଓ ସସ୍ଟେନେବିଲିଟି। ରାଜ୍ୟର ଶାସନ ବ୍ୟବସ୍ଥାକୁ ସୂଚାଉଥିବା ଏହି ୩ଟି ଯାକ ମାନଦଣ୍ଡରେ, ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ଓଡ଼ିଶା। ଇକୁଇଟି କ୍ଷେତ୍ରରେ […]
ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଉତ୍ପାଦିତ ହେବ ଅତ୍ୟାଧୁନିକ ଭ୍ୟାକ୍ସିନ୍। ରାଜଧାନୀ ଉପକଣ୍ଠ ଅନ୍ଧାରୁଅରେ ଏହି ଅତ୍ୟାଧୁନିକ ଉତ୍ପାଦନକେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସି ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ କମ୍ପାନୀକୁ ଇନକୁବେଟର ପ୍ରତିଷ୍ଠା ଓ ଷ୍ଟାର୍ଟଅପ୍ ବିକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଜ୍ଞାନ ଓ ବୈଷୟିକ ପ୍ରମୁଖ ସଚିବ ସନ୍ତୋଷ ଷଡ଼ଙ୍ଗୀ ଯୋଗ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବାତ୍ୟା ‘ଅମ୍ପନ୍’ ପାଇଁ ଓଡ଼ିଶାକୁ କେନ୍ଦ୍ର ସହାୟତା ଘୋଷଣା କରିଛି। ୧୨୮ କୋଟି ୨୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟିରେ ଏହି ସହାୟତା ରାଶିକୁ ଅନୁମୋଦନ ମିଳିଛି। ଓଡ଼ିଶା ସମେତ ୬ଟି ରାଜ୍ୟକୁ ଦୁର୍ବିପାକ ସହାୟତା ଘୋଷଣା କରାଯାଇଛି। ଏହି ୬ ରାଜ୍ୟ ହେଲା ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମ୍। ମୋଟ ୪ ହଜାର […]
କେନ୍ଦ୍ରାପଡ଼ା: ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି। କେନ୍ଦ୍ରାପଡ଼ାରେ ଘଟିଛି କାନ ଶୁଣି ନଥିବା କଥା। ସେହି ପାଣି କଳିର ଇଏ ଦୁଇଟି ଚିତ୍ର। ଗୋଟିଏ ଗତ ୧୦ ତାରିଖର ତ ଅନ୍ୟଟି ଗଲାକାଲିର ନଦୀ ରୂପୀ ମାଆ, ଖରସ୍ରୋତାର ସୁରକ୍ଷା ପାଇଁ ସ୍ଲୋଗାନ ଦେଇ ଦୁଇ କିଲୋମିଟର ଲମ୍ବର ଏ ବିଶାଳ ମାନବ ଶୃଙ୍ଖଳ ଗତକାଲି ଦେଖିବାକୁ ମିଳିଥିଲା କଟକ-ଚାନ୍ଦବାଲି ରାସ୍ତାର ଗଡ଼ଗଡ଼ି ଘାଟରୁ ଅଚ୍ୟୁତପୁର ଯାଏଁ। ଦୁଇ ହଜାରରୁ ଅଧିକ ପିଲାଠୁ ବୁଢ଼ା […]
ଦୀର୍ଘଦିନର ପ୍ରତୀକ୍ଷା ପରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି। ଓଡ଼ିଶା ପକ୍ଷରୁ କୋରାପୁଟ ଜିଲ୍ଲାର ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଭାରପ୍ରାପ୍ତ ତହସିଲଦାର ମହାଦେବ ଭତ୍ରା, ରେଭିନ୍ୟୁ ସୁପ୍ରଭାଇଜର ପହଞ୍ଚି ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ବିବାଦର ସମାଧାନ ନୁହେଁ, କେବଳ ସ୍ଥିତି ପରଖିବାକୁ ଆସିଥିଲୁ ବୋଲି ଆନ୍ଧ୍ରର ଅଧିକାରୀମାନେ କହିଛନ୍ତି। ବିଶାଖାପାଟଣା ଜିଲ୍ଲାପାଳଙ୍କୁ କୋରାପୁଟ୍ ଜିଲାପାଳଙ୍କ ପକ୍ଷରୁ ଚିଠି କରାଯାଇଛି। ଉଭୟ ଜିଲ୍ଲାପାଳ […]
ବାଙ୍କୀ: ଡମପଡ଼ା-ଚନ୍ଦକା ଅଭୟାରଣ୍ୟର ଉତ୍ତର ପାର୍ଶ୍ୱରେ ରହିଛି ଅନେକ ଗୁମ୍ଫା। ତେବେ ବାଙ୍କୀ ଡମପଡ଼ା ବ୍ଲକ୍ ପାଥପୁର ନିକଟରେ ରହିଛି ଏକ ବହୁପୁରାତନ ଗୁମ୍ଫା। ଯାହାର ନାଁ ପାଣ୍ଡବ ବଖରା। ଅନୁମାନ କରାଯାଏ ଏହା ୮ ହଜାର ଖ୍ରୀଷ୍ଟପୂର୍ବର ଗୁମ୍ଫା। କିନ୍ତୁ ଲୋକକଥା ଅନୁସାରେ ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ଓ ଦ୍ରୌପଦୀ ଏହି ସ୍ଥାନରେ ଅଜ୍ଞାତବାସରେ ରହୁଥିଲେ ସେହି ଅନୁଯାୟୀ ଏହି ବଖରା ଗୁଡ଼ିକର ନାମକରଣ କରାଯାଇଛି। ଦ୍ୱାପର ଯୁଗର କଥା କୌରବଙ୍କ ଷଡ଼ଯନ୍ତ୍ରର ଶିକାର […]