କଟକ: କଟକ ଲୋକସଭା କ୍ଷେତ୍ର ଅଧିନରେ ଥିବା ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୯ଟି ବୁଥରେ ବ୍ୟାପକ ଅନିୟମିତ ହୋଇଛି। ଏଠାରେ ନାଗରିକମାନେ ଠିକ୍ରେ ଭୋଟ୍ ଦେଇ ପାରିନାହାନ୍ତି। ଖାଲିସେତିକି ନୁହେଁ ଏଠାରେ ଇଭିଏମ୍ରେ ତ୍ରୁଟି ପରିଲକ୍ଷିତ ମଧ୍ୟ ହୋଇଛି। ଏଣୁ ଏଠାରେ ସାନିମତଦାନ କରାଯାଉ। ଆଜି ଭାରତୀୟ ଜନତାପାର୍ଟିର ସ୍ଥାନୀୟ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ଦଳର ଅନ୍ୟ କର୍ମକର୍ତ୍ତାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଏଭଳି ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଆଠଗଡ଼ର ୧୬୬, […]
ବାଲେଶ୍ୱର/କେନ୍ଦ୍ରାପଡ଼ା/ଭୁବନେଶ୍ୱର: ଏଥର ବିଜେଡ଼ି ଯାଉଛି ଏବଂ ବିଜେପି ଆସୁଛି। ହାତଗଣତି କେତେଜଣ ଅଫିସର ନବୀନ ସରକାରକୁ ଓଡ଼ିଶାରେ ବଞ୍ଚାଇ ରଖିପାରିବେ ନାହିଁ। ନବୀନଙ୍କ ନାଁ ଧରି ଏଭଳି ସିଧା ସିଧା ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ମୋଦି ଦୁଇ ଦୁଇ ଥର ଓଡ଼ିଶା ଆସି ପରୋକ୍ଷରେ ନବୀନଙ୍କୁ କଟକ୍ଷା କରିଥିଲେ ମଧ୍ୟ ଏତେ ମାତ୍ରାରେ ଉତ୍ତେଜିତ ହୋଇ ନ ଥଇଲେ। ଏଥର କିନ୍ତୁ ମୋଦି କହିଛନ୍ତି, ମୁଁ ପୂର୍ବରୁ ମର୍ଯ୍ୟାଦା ପାଳନ କରି […]
ଭୁବନେଶ୍ୱର: ରାଜ୍ୟରେ ଆଜି ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। ଏଥିରେ ୬ଟି ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଚାଲିଥିଲା କସରତ। ହେଲେ ଦିନ ଗୋଟେ ସୁଦ୍ଧା ଆଖିଦୃଷ୍ଟିଆ ଭୋଟ୍ ଦାନ ହୋଇ ନ ଥିବା ବେଳେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ମତଦାନ ସର୍ବନିମ୍ନ ୨୦%ରେ ସୀମିତ ଥିଲା। ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ସୂଚନା ଅନୁସାରେ ସଂନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଇଭିଏମ୍ ସହ ଭିଭିପାଟରେ […]
ପୁରୀ(ମଧୂସୁଦନ ମିଶ୍ର): ଗୋଟିଏ ଦଳକୁ ଭୋଟ୍ ଦେଲେ ଆଉ ଗୋଟିଏ ଦଳକୁ ଭୋଟ୍ ଯାଉଛି। ଏଭଳି ସନ୍ଦେହ ସକାଶେ ଆଜି ଏକ ପୋଲିଂ ବୁଥ୍ରେ ଭୋଟରମାନେ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କମାଶାସନ ଅଞ୍ଚଳର ୨୨୨ ନମ୍ବର ବୁଥ୍ରେ ଏଭଳି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଭୋଟରଙ୍କ ଅଭିଯୋଗ ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ହୋଇଛି।
ଭଦ୍ରକ(କିର୍ତ୍ତୀ ଦାସ): ଭଦ୍ରକ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିର୍ବାଚନୀ ପ୍ରଚାର କରିଛନ୍ତି। ସ୍ଥାନୀୟ ନେହରୁ ଷ୍ଟାଡ଼ିୟମରେ ଦଳର ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକ ଓ ଲୋକସଭା ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କ ପାଇଁ ନବୀନ ପ୍ରଚାର କରିଥିଲେ। ଏହି ଅବସରରେ ନବୀନ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଚିରାଚରିତ ଭାବରେ ନିଜର ଲିଖିତ ଭାଷଣ ପଢ଼ି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଆଡ଼ୁ ଅବହେଳାର ଦୋଷ […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ ଜଣେ ପୋଲିଂ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। କର୍ମଚାରୀଜଣଙ୍କ ନାମ ନବ କିଶୋର ନାୟକ(୪୨) ଏବଂ ତାଙ୍କ ଘର ହିନ୍ଦୋଳ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର ୪୧ ନମ୍ବର ବୁଥରେ କର୍ମଚାରୀ ଜଣକ କାର୍ଯ୍ୟରତ ଅବସ୍ଥାରେ ଏହି ଅଭାବନୀୟ ଘଟଣା ଘଟିଛି। ମତଦାନ ଚାଲିଥିବା ବେଳେ ନବ କିଶୋର ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ […]
ଭୁବନେଶ୍ୱର: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହେଲେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇନଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। କଂଗ୍ରେସ ଏଜେଣ୍ଟକୁ ମାଡ଼ ମାରି ବାହାର କରି ଦେଉଥିବା ନିରଞ୍ଜନ ଅଭିଯୋଗ ଆଣିଛନ୍ତି। ଏଥିସହ […]
ପୁରୀ: ଏବେ ରାଜ୍ୟ ରାଜନୀତିର ମାହୋଲ ସରଗରମ। ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ହେଭିୱେଟ୍। ଏ ମଧ୍ୟରେ ବିଜେପି ପାଇଁ ପ୍ରଚାର କରିବାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ପୀୟୂଷ ଗୋଏଲ୍ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଯାଇ ସେଠାରେ ଦଳ ପାଇଁ ପ୍ରଚାର କରିଥିଲେ। ଏଥିସହ ସୁକଳରୁ ସତ୍ୟବାଦୀ ଯାଏ ଏକ ରାଲି ମଧ୍ୟ କରାଯାଇଥିଲା। ଏଥିରେ ଉଭୟ ବିଧାୟକ ଓ ସାଂସଦ […]
ଆଳି(ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆଜି ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ରୋଡ୍ ଶୋ ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଜୁଆଣିଆ ଛକଠାରେ ବିଜେଡ଼ିର କିଛି କର୍ମୀ ଦୁଇ ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ ପ୍ରତିଶତ ମତଦାନ ହୋଇଛି। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାଯର୍ୟାଳୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଗତକାଲି ଅନୁଷ୍ଠିତ ୫ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ଭୋଟିଂ ହୋଇଥିଲା। ଏହି ୫ ଲୋକସଭା କ୍ଷେତ୍ର ମଧ୍ୟରୁ ବରଗଡ଼ରେ ସର୍ବାଧିକ ୭୭.୫୭, କନ୍ଧମାଳରେ ୭୨.୮୮, ବଲାଙ୍ଗିରରେ ୭୨.୪୨, ସୁନ୍ଦରଗଡ଼ରେ ୭୧.୪୪ ଏବଂ ଆସ୍କାରେ ସର୍ବନିମ୍ନ ୬୬.୩୦ ପ୍ରତିଶତ ମତଦାନ ହୋଇଛି। ଏହା ପୂର୍ବରୁ […]
କନ୍ଧମାଳ: ଛାତିରେ ମାଓ ଆକ୍ରମଣର ଛାତିଏ ଛନକା ଥିଲା। କିନ୍ତୁ ତଥାପି ଇଭିଏମ୍ ମେସିନ୍କୁ ଧରି ଜଙ୍ଗଲ ଭିତରେ ୧୫ କିମି ଚାଲି ଚାଲି ଆସିଲେ ପୁଲିଂ ପାର୍ଟି। ଏହି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିର୍ଲା ପଞ୍ଚାୟତର ୧୩୭ ଏବଂ ୧୩୮ ନମ୍ବର ବୁଥ୍ରେ ନିୟୋଜିତ ପୋଲିଂ ପାର୍ଟି ୧୫ କିମି ଚାଲି ଚାଲି ଆସି ବାଲିଗୁଢ଼ାରେ ପହଞ୍ଚିଛନ୍ତି। ନିର୍ବାଚନରେ ନିୟୋଜିତ ଏହି କର୍ମଚାରୀମାନେ ମତଦାନ ପରେ ମାଓ ଅଧ୍ୟୁଷିତ ଅଞ୍ଚଳରେ […]
ଭୁବନେଶ୍ୱର: ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେଡି। ରାଜ୍ୟରେ ଦିନକୁ ଦିନ ବଢୁଥିବା ରାଜନୈତିକ ହିଂସା ଉପରେ ମତ ରଖି ଏହିପରି ଭାବରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର। ଗତ ପଞ୍ଚାୟତ ନିର୍ବାଚନ ବେଳେ ୧୭ରୁ ୨୦ ଜଣଙ୍କୁ ହତ୍ୟା କରାଯାଇଥିଲା। ଏବେ ବିଜେଡି ସେହି ଧାରା ବଜାୟ ରଖିବାକୁ ଚାହୁଁଛି ବୋଲି ଲେଖାଶ୍ରୀ ସିଧାସଳଖ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଁରେ ବିଜେପି କର୍ମୀଙ୍କୁ ହତ୍ୟା କରାଗଲା ବିଭିନ୍ନ […]
ଭଦ୍ରକ(ତପନ ସ୍ୱାଇଁ): ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଭଦ୍ରକ ଭଣ୍ଡାରିପୋଖରୀ ବିଧାନସଭା ର୍ନିବାଚନ ମଣ୍ଡଳୀରେ ଜୋର୍ଦାର୍ ପ୍ରଚାର ଚଳାଇଛି କଂଗ୍ରେସ। ଚଳିତଥର ଏହି ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି। ସେ ଆଜି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚନ୍ଦ୍ରଭାନୁପୂର ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେଇ ତାଙ୍କୁ ଜିତାଇବାକୁ ଭୋଟର୍ଙ୍କୁ ନିବେଦନ କରିଛନ୍ତି। ଏଥିସହିତ ଭଦ୍ରକରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ମଧୁସ୍ମିତା ସେଠୀଙ୍କୁ ବିଜୟୀ କରାଇବାକୁ ନିରଞ୍ଜନ ନିବେଦନ କରିଛନ୍ତି। […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ନିର୍ବାଚନୀ ପ୍ରଚାରବେଳେ ସାମ୍ବାଦିକଙ୍କ ଉପରେ ଚିହିଙ୍କି ଉଠିଛନ୍ତି କେନ୍ଦ୍ରାପଡ଼ାର ବିଜେଡ଼ି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି। ଗତକାଲି କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନମଣ୍ଡଳୀରେ ଅନୁଭବ ରାଲି କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଅତିମାତ୍ରାରେ କ୍ଷୁବ୍ଧ ହୋଇପଡ଼ିଛନ୍ତି। କେନ୍ଦ୍ରାପଡ଼ାରେ ନେତା, ଅଭିନେତା ଓ ଆଇନଜୀବୀଙ୍କ ମଧ୍ୟରେ ଲଢ଼େଇ ହେଉଛି କି ବୋଲି ପ୍ରଶ୍ନରେ ଅନୁଭବ ଭିଷଣ ମାତ୍ରାରେ ରାଗିଯାଇ କହିଛନ୍ତି, ଏହି ପ୍ରଶ୍ନ ଗଣମାଧ୍ୟମ ଦ୍ୱାରା ତିଆରି ହୋଇଥିବା ପ୍ରଶ୍ନ। ସେହିପରି ଗତ ୫ ବର୍ଷ […]
ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଗ୍ନିଶମ ସେବା, ପୁରୀ ମ୍ୟୁନିସିପାଲଟିକୁ ସମନ୍ୱୟ ନେଇ ପ୍ରଶଂସା । ପୁରୀର ଜନସାଧାରଣଙ୍କ ସହଯୋଗ ଓ ସଂଯମତା ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରାୟ ଦୁଇ ବର୍ଷ ପରେ ବିଜେଡିର ପ୍ରତିବାଦ ପଲିଟିକ୍ସ । କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତକୁ ଓହ୍ଲାଇଲା ଦଳ । ଆଜି ରାଜ୍ୟତମାମ ଏଫ୍ସିଆଇ ଦପ୍ତର ଓ ଗୋଦାମ ଆଗରେ ବିଜେଡି ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ଖୋର୍ଦ୍ଧା(ବଳରାମ ଲେଙ୍କା): ୨୦୧୯ ସାଧାରଣ ନିର୍ବାଚନରେ ରାଜନୈତିକ ହିଂସା ଦିନକୁ ଦିନ ତୀବ୍ରତର ହେଉଛି। ଫଳସ୍ୱରୂପ ଗୁଳିକାଣ୍ଡରେ ଜଣେ ସକ୍ରିୟ ରାଜନୀତିକ କର୍ମୀଙ୍କର ପ୍ରାଣ ଯାଇଛି। ସୂଚନା ଅନୁସାରେ ଗତକାଲି ଖୋର୍ଦ୍ଧାରେ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସହଯୋଗୀ (ଖୋର୍ଦ୍ଧା ଜିଲ୍ଲା ବିଜେପି ମଣ୍ଡଳ ସଭାପତି) ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତ ମାନେ ଗୁଳି କରି ହତ୍ୟା କିରଛନ୍ତି। ଏଭଳି ହିଂସା କାଣ୍ଡକୁ ନେଇ ବିଜେପି ପକ୍ଷରୁ ବିଜେଡିକୁ ସିଧା ସଳଖ ଦୋଷାରୋପ କରାଯାଇଥିବା ବେଳେ ଦଳ […]
ଭୁବନେଶ୍ୱର: ବିଜେପିରେ ମହାମିଳନ। ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା, ପୁରୀ, ପିପିଲି, ଡେଲାଙ୍ଗ, ଯାଜପୁରର କୋରେଇ ଓ ମାହାଙ୍ଗା ଅଞ୍ଚଳରୁ ୩ ହଜାରରୁ ଅଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପସ୍ଥିତିରେ ଏମାନେ ସମସ୍ତେ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ଉଭୟ […]
ଭୁବନେଶ୍ୱର : ନିର୍ବାଚନୀ ସଭାରେ ଗ୍ରାମବାସୀଙ୍କୁ ମନ୍ତ୍ରୀ ତଥା ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଧମକାଇ ଥିବା ଅଭିଯୋଗ ହୋଇଛି। ମନ୍ତ୍ରୀ ସଭା ମଝିରେ ଜଣେ ବ୍ୟକ୍ତିଙ୍କୁ ଧମକ ଦେଉଥିବାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କର୍ଲାଜୁରୀ ଗାଁରେ ଏକ ସଭା ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ନିରଞ୍ଜନ। ସେ ଭାଷଣ ଦେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଜୋରରେ କିଛି କହିଥିଲେ। […]
ଭୁବନେଶ୍ୱର: ଏବେ କିନ୍ତୁ ରାଜତନ୍ତ୍ର ନାହିଁ, ଚାଲିଛି ଗଣତନ୍ତ୍ର। ଏଥିରେ ମଧ୍ୟ ପ୍ରମୁଖ ଭୂମିକା ନେଉଛନ୍ତି ପୂର୍ବତନ ରାଜ୍ୟର ରାଜା ଓ ରାଣୀ। ପ୍ରଜାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ନିର୍ବାଚନ ମଇଦାନରେ ବେଶ୍ ଚଳଚଞ୍ଚଳ ହେଉଛନ୍ତି। ୨୦୧୯ ମହାସମରରେ ଏମିତି ଅନେକ ରାଣୀଙ୍କୁ ନେଇ ଚାଲିଛି ଚର୍ଚ୍ଚା। ଯଦିଓ ଗଣତନ୍ତ୍ର ଶାସନ ଯୁଗରେ ରାଜତନ୍ତ୍ରର ସ୍ଥାନ ନାହିଁ। ତଥାପି ଏମାନଙ୍କ ପ୍ରତି ପ୍ରଜାଙ୍କର ଥିବା ଅତୁଟ ଅନୁରକ୍ତି ଓ ଭୋଟ ବ୍ୟାଙ୍କକୁ ଦେଖି ସେମାନଙ୍କୁ ରଣାଙ୍ଗନକୁ […]
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁ’ରେ ହୋଇଛି ଫିଲ୍ମ। ନାଁ ରହିଛି ‘ବିଜୁ ବାବୁ’। ପୋଷ୍ଟରରେ ମଧ୍ୟ ରହିଛି ବିଜୁ ବାବୁଙ୍କ ଫଟୋ। ହେଲେ ଫିଲ୍ମରେ କିନ୍ତୁ ଜମାରୁ ନାହିଁ ପ୍ରବାଦ ପୁରୁଷଙ୍କ ଜୀବନୀ କି ଆଦର୍ଶ ଉପରେ ଗୋଟିଏ ବି ଦୃଶ୍ୟ। ଯେଉଁ ଦର୍ଶକ ବିଜୁବାବୁଙ୍କ ନାଁ ଶୁଣି ଆଗ୍ରହରେ ସିନେମା ଦେଖିବାକୁ ଯାଉଛନ୍ତି, ଶୋ’ ଶେଷରେ ବାହାରକୁ ଆସି ଗର ଗର ହେଉଛନ୍ତି। ନିର୍ବାଚନର ଠିକ ପୂର୍ବରୁ […]
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମିଳେ କେତେ ଆଶା କେତେ ପ୍ରତିଶ୍ରୁତି। ନୂଆ ନୂଆ ଯୋଜନାର ଭେଳିକି ଦେଖାଇ ଭୋଟରଙ୍କୁ ଆକର୍ଷିତ କରନ୍ତି ସରକାରୀ ଦଳ। ହେଲେ ନିର୍ବାଚନ ସରିଗଲେ ଯେମିତି ଲୋକଙ୍କ ଦୁଃଖ ଦେଖିବାକୁ କାହାରି ପାଖରେ ସମୟ ନଥାଏ। ଏମିତିକି ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଜନତାଙ୍କ ପାଇଁ ବି ପାଣିର ଗାର ହୋଇଯାଏ ପ୍ରତିଶ୍ରୁତି। ଆଜି ‘ଭୋଟରଙ୍କ ମୁଦ୍ଦା’ରେ ଜାଣନ୍ତୁ ରାଜ୍ୟରେ ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ […]
ଭୁବନେଶ୍ୱର: ରାଜ୍ୟରେ ତିନି ପ୍ରମୁଖ ଦଳ ପ୍ରାୟତଃ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ତେବେ କୌଣସି ଦଳ ଏଯାଏ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି। ଆସନ୍ତୁ ଜାଣିବା କେଉଁ ଦଳ ଆଉ କେତେ ଆସନରେ ଘୋଷଣା କରିନାହାନ୍ତି ସେମାନଙ୍କ ପ୍ରାର୍ଥୀଙ୍କ ନାଁ। ବିଜେଡି ବାରିପଦା ଓ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପିର ସ୍ଥିତି ଉପରେ ନଜର ପକାନ୍ତୁ, ଦଳ କେନ୍ଦ୍ରାପଡ଼ା ଓ କାକଟପୁର ନିର୍ବାଚନମଣ୍ଡଳୀରେ ଦଳର ଟିକେଟ୍ ଘୋଷଣା ବାକି […]
ଭୁବନେଶ୍ୱର: କଂଗ୍ରେସରେ ଘଡ଼ିକେ ଘୋଡା ଛୁଟୁଛି। ଏ ଘଣ୍ଟାରେ ପ୍ରାର୍ଥୀଙ୍କ ନାଁ ଘୋଷଣା, ଆର ଘଣ୍ଟାକୁ ପରିବର୍ତ୍ତନ। ଟିକେଟ ବଣ୍ଟାକୁ ନେଇ ଦଳରେ ଅସନ୍ତୋଷ ଏମିତି ବଢିଛି ଯେ କାହାକୁ ପ୍ରାର୍ଥୀ କରିବେ କାହାକୁ କରିବେନି, ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି ନେତୃବୃନ୍ଦ। ମହିଳା କଂଗ୍ରେସ ସଭାନେତ୍ରୀ ହୁଅନ୍ତୁ କି ପିପିଲିର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ପିସିସି ସଭାପତିଙ୍କ ବିରୁଦ୍ଧରେ ଖୋଲା ବିଦ୍ରୋହ ଘୋଷଣା କରିଛନ୍ତି। ଏଣେ ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭଙ୍କ ପ୍ରାର୍ଥିତ୍ୱ ପ୍ରସଙ୍ଗକୁ ନେଇ ଯେଉଁ […]
ଭୁବନେଶ୍ୱର: ଛକାପଞ୍ଝା ରାଜନୀତି ଭିତରେ ଏଥର ଟିକେଟକୁ ନେଇ ବିଜେପିରେ ଶେଷ ଯାଏଁ ଲାଗି ରହିଛି ସସ୍ପେନ୍ସ। କଂଗ୍ରେସରୁ ଇସ୍ତଫା ଦେଇଥିବା ବିଭୁପ୍ରସାଦ ତରେଇ ଆଜି ପଦ୍ମ ଧରିବା ପରେ ଦଳ ତାଙ୍କୁ ଜଗତସିଂହପୁର ଲୋକସଭାରୁ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ତାଙ୍କ ପରି ଶେଷ ମୁହୁର୍ତ୍ତରେ ପଦ୍ମ ଧରି ଲୋକସଭାରୁ ପ୍ରାର୍ଥୀ ହୋଇଛନ୍ତି ୪ ହେଭିୱେଟ୍। ବିଧାନସଭାର ପ୍ରାର୍ଥୀ ଅଙ୍କ ବି ଦଳକୁ ଏଥର ନାକେଦମ କରିଛି। ଅସନ୍ତୋଷ ଓ ବିଦ୍ରୋହର ସ୍ୱର ଭିତରେ ଦଳ […]