ଭୁବନେଶ୍ୱର : ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ପୋଲିଂ ଅଫିସରଙ୍କ ବିରୋଧରେ ଫେରାଦ ହେଲା ବିଜେପି। ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। କେନ୍ଦୁଝର ଜିଲ୍ଲା ଘସିପୁରା ଗୋହିରା ପଞ୍ଚାୟତ ଭୋଲାନୂଆଗାଁ ବୁଥ୍ରେ ପୋଲିଂ ଅଫିସର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଦଳ ଅଭିଯୋଗ କରିଛି। ଅନ୍ୟମାନଙ୍କ ପାଇଁ ପୋଲିଂ ଅଫିସର ନିଜେ ଭୋଟ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଭିଡିଓ ଭାଇରାଲ ହୋଇଥିଲେ […]
ବାଲେଶ୍ୱର : ରାଜ୍ୟର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ପ୍ରଚାରକୁ ଆଉ ମାତ୍ର ୨୪ ଘଣ୍ଟା ଥିବାରୁ କେହି କାହାକୁ ଛାଡ଼ିବା ମୁଡ୍ରେ ନାହାଁନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ବାଲେଶ୍ୱର ରେମୁଣାରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ୍। ବେରୋଜଗାରୀ ଦେଶରେ ସବୁଠୁ ବଡ଼ ସମସ୍ୟା […]
ଜଗତସିଂହପୁର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର। ଜଗତସିଂହପୁର ବାଲିକୁଦା ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ସବୁ କିଛି ଭୁଲି ଯାଉଛନ୍ତି। ତାଙ୍କ ଅଣଓଡ଼ିଆ ଅଫିସର ଯାହା କିଛି ଲେଖିକି ଦେଉଛନ୍ତି, ସେସବୁ ସେ ପଢୁଛନ୍ତି। ହେଲେ ସମୟ ସରିଆସିଲାଣି ଖୁବଶୀଘ୍ର ନବୀନ ବିଦାୟ ନେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହାପରେ ଏରସମାରେ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ […]
ଜଗତସିଂହପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମାରାଥନ ପ୍ରଚାର। ଜଗତସିଂହପୁର ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୋଡ଼ା କଲେଜ ଗ୍ରାଉଣ୍ଡରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ପାଇଁ ଓଡ଼ିଶା ବାସୀଙ୍କ ଭୋଟ୍ ମୂଲ୍ୟବାନ, ଓଡିଶାବାସୀ ନୁହଁନ୍ତି ବୋଲି ନବୀନ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ବନ୍ୟା ବାତ୍ୟା ସମୟରେ ଆନ୍ଧ୍ର, ଗୁଜରାଟ […]
ଭୁବନେଶ୍ୱର : ଶେଷରେ ଝାରପଡ଼ା ଜେଲକୁ ଗଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ। ତାଙ୍କ ଜାମିନ ଆବେଦନର ଶୁଣାଣି ୨୪ ତାରିଖକୁ ଘୁଞ୍ଚିଥିବାରୁ ସେପର୍ଯ୍ୟନ୍ତ ଜେଲରେ ରହିବେ ମହାରଥୀ। ଜେଲ୍ ୱାର୍ଡରେ ରହି ଚିକିତ୍ସିତ ହେବେ। ଗତକାଲି ନିର୍ବାଚନ ଫ୍ଳାଇଂ ସ୍କ୍ୱାର୍ଡରେ ଥିବା ମାଜିଷ୍ଟ୍ରେଟଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ଗିରଫ ହୋଇଥିଲେ ପ୍ରଦୀପ ମହାରଥୀ। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ନିଜ ଫାର୍ମ ହାଉସରେ ମଦ ଓ ଟଙ୍କା ବାଣ୍ଟୁଥିବା ଖବର ପାଇ ଫ୍ଲାଇଂ ସ୍କ୍ୱାର୍ଡ […]
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲି କେନ୍ଦ୍ରାପଡ଼ାରେ ଏକ ବିଶାଳ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଜୋରଦାର ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ ମୋଦି। ଏଥିପାଇଁ ବାରୁଅ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଛି।
ଭୁବନେଶ୍ୱର : ମହଙ୍ଗା ପ଼ଡିଲା ମାଜିଷ୍ଟ୍ରେଟଙ୍କୁ ମାଡ଼। ଗିରଫ ହେଲେ ପ୍ରଦୀପ ମହାରଥୀ। ପିପିଲି ବିଧାୟକ ତଥା ଏଥର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ ପରେ କରାଯାଇଥିଲା କୋର୍ଟ ଚାଲାଣ। ମହାରଥୀଙ୍କ ବିରୋଧରେ ଲାଗିଛି ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା। ପୁରା ଘଟଣା ଥିଲା ଏମିତି। ରବିବାର ରାତି ୧୧ଟା ୪୫। ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ପାଇ ପହଞ୍ଚିଥିଲା ଫ୍ଳାଇଂ ସ୍କ୍ୱାର୍ଡର ତିନୋଟି […]
ଭୁବନେଶ୍ୱର : ଆସନ୍ତାକାଲି ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୬ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ। ଓଡ଼ିଶାର ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଓଡ଼ିଶାରେ ମତଦାନ ହେବାକୁ ଥିବା ୬ଟି ଲୋକସଭା […]
ଭୁବନେଶ୍ୱର : ରାତି ପାହିଲେ ତୃତୀୟ ସଂଗ୍ରାମର ମହାଫାଇଟ୍। ତାପୂର୍ବରୁ କିନ୍ତୁ ରକ୍ତରଂଜିତ ହେଲାଣି ରାଜନୀତି। ଗତକାଲି ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଏବଂ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଭାଙ୍ଗିଯାଇଛି ଭୁବନେଶ୍ୱର ମଧ୍ୟର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି। ଚୁର୍ମାର୍ କାର୍ର କାଚ। କିନ୍ତୁ ବର୍ତ୍ତିଯାଇଛନ୍ତି ଜଗନ୍ନାଥ। କାଲି ପ୍ରଚାର ସାରି ଡେଲ୍ଟା କଲୋନୀର ଦଳୀୟ ଅଫିସକୁ ଯାଉଥିବାବେଳେ ଗାଡ଼ିକୁ ବୋମାମାଡ଼ କରାଯାଇଥିବା […]
ବାଲେଶ୍ୱର( ରଶ୍ମୀରଂଜନ ଦାସ) : ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ କଂଗ୍ରେସ କର୍ମୀଙ୍କୁ ଗିରଫ ଦାବିରେ ବିଏସ୍ପି ନେତା କୃଷ୍ଣ ସଗରିଆଙ୍କ ଆନ୍ଦୋଳନ। କୃଷ୍ଣ ସଗରିଆଙ୍କ ନେତୃତ୍ୱରେ ଶତାଧିକ ବିଏସ୍ପି କର୍ମୀ ଭଣ୍ଡାରୀପୋଖରୀ ଥାନା ଘେରାଉ କରିଥିଲେ। ଗତ ୧୯ ତାରିଖରେ କୃଷ୍ଣ ସଗରିଆ ନିଜ ଦଳର କର୍ମୀଙ୍କ ସହ ସଭା କରିବାକୁ ଆସିଥିବାବେଳେ ତାଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମର୍ଥକ ଠେଲାପେଲା କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ […]
ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍। ଗତକାଲି ହେବାକୁ ଥିବା ଭୋଟ୍ ଗ୍ରହଣ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ମଙ୍ଗଳବାର ହେବାକୁ ଥିବା ଭୋଟ୍ରେ ମୋଟ୍ ୩୧୮୬ଟି କ୍ରିଟିକାଲ ବୁଥ୍ ରହିଛି। ୬ ଲୋକସଭା, ୪୨ ବିଧାନସଭା ପାଇଁ ୧୦, ୪୬୪ ବୁଥ୍ ରହିଛି। ୩ୟ ପର୍ଯ୍ୟାୟ ପାଇଁ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ସେମାନଙ୍କ ମତ […]
ଢେଙ୍କାନାଳ( ରାଜଶ୍ରୀ ଶତପଥୀ) : ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନର ଭୋଟ ଗ୍ରହଣ। ଢେଙ୍କାନାଳରେ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଭୟ ମଡେଲ୍ ଓ ପିଙ୍କ୍ ବୁଥ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ଏବଂ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାରା ମିଲିଟାରୀ ଫୋର୍ସ ଓ ଓଏସ୍ଏପିଙ୍କ ସହ ମୋଟ୍ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏନେଇ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ନବୀନ ନିଜ କୋଟେରୀଙ୍କ ଚକ୍ରବ୍ୟୁହରେ କିଭଳି ଫସିଛନ୍ତି, ତାକୁ ଦେଖି ଦୁଃଖ ଲାଗୁଛି ବୋଲି ବୈଜୟନ୍ତ ଟୁଇଟ୍ କରିଛନ୍ତି। ପାରାଦୀପ-ହରିଦାସପୁର ରେଳପଥର ମୁଖ୍ୟ ଉଦ୍ୟୋକ୍ତା ନିଜେ ବିଜୁ ଅଙ୍କଲ ଥିଲେ। କେନ୍ଦ୍ରାପଡ଼ାକୁ ରେଳ ସଂଯୋଗ ନେଇ ୪୦ ବର୍ଷର ସ୍ୱପ୍ନ ଫାଇଲରେ ପଡ଼ିଥିଲା। ସେ ସାଂସଦ ହେବା ପରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ […]
ଭୁବନେଶ୍ୱର : କେନ୍ଦ୍ରାପଡ଼ାକୁ ରେଲୱେ ଲାଇନ୍ ନଆସିବା ନେଇ ବିଜେଡି ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପରେ ଦୋଷ ଲଦିବା ପରେ ଶ୍ରୀ ପଣ୍ଡା ଏହାକୁ ଖଣ୍ଡନ କରିଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ସେ କହିଛନ୍ତି ଯେ ନବୀନ ତାଙ୍କ ନାମରେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି। ବର୍ତ୍ତମାନ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଥିବା ଶ୍ରୀ ପଣ୍ଡା ଏହି […]
ଭୁବନେଶ୍ୱର : ପ୍ରଥମ ଥର ବୈଜୟନ୍ତଙ୍କ ନାଁ ନେଇ ଟାର୍ଗେଟ୍ କରିଛନ୍ତି ନବୀନ। କେନ୍ଦ୍ରାପଡ଼ାର ବିକାଶ ପାଇଁ କିଛି ନକରିବା ସହ ତାଙ୍କ ସ୍ୱାସ୍ଥ୍ୟ ପଛର ଗୁଜବ ପ୍ରଚାର କରିବା ଏବଂ ରାଜନୀତିରେ ଉଚ୍ଚ ଆକାଂକ୍ଷା ରଖିବା ସହ ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସେପଟେ ନବୀନଙ୍କ ଏସବୁ ଆରୋପ ଉପରେ କଡ଼ା ଜବାବ ରଖିଛନ୍ତି ବୈଜୟନ୍ତ। କେନ୍ଦ୍ରାପଡ଼ାକୁ ରେଳ କେମିତି ଆସିଲା […]
ଭୁବନେଶ୍ୱର : ରାଜଧାନୀରେ ନିର୍ବାଚନୀ ହିଂସା। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ିକୁ ବୋମାମାଡ଼ ଅଭିଯୋଗ। ଜଗନ୍ନାଥ ଆଜି ନିର୍ବାଚନ ପ୍ରଚାର ସାରି କର୍ମୀଙ୍କ ସହ ଆଲୋଚନା ପାଇଁ ଡେଲଟା କଲୋନୀ ସ୍ଥିତ ବିଜେପି ପାର୍ଟି ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି। ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଚୁରମାର ହୋଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଗନ୍ନାଥ ଆଜି ଡେଲଟା କଲୋନୀ […]
ଘସିପୁରା : ଘସିପୁରାରେ ନିର୍ବାଚନୀ ହିଂସା। ନିର୍ବାଚନ ପ୍ରଚାରବେଳେ ବିଜେଡି-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ରାମଚନ୍ଦ୍ରପୁର ଥାନା ଭଣ୍ଡାରୀପଡ଼ା ଛକ ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ହୋଇଛି। ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। କଂଗ୍ରେସ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଜେନାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଛି। […]
ଭୁବନେଶ୍ୱର : ଶେଷ ପର୍ଯ୍ୟାୟ ମୁକାବିଲା ଲାଗି କମ୍ପୁଛି ପ୍ରଚାର ମୈଦାନ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଗ୍ରାଉଣ୍ଡରେ ବିଭିନ୍ନ ଦଳର ହେଭିୱେଟ୍। ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଲାଗି ଜୋରଦାର ହୋଇଛି ପ୍ରଚାର ପରିବେଶ। ବିଜେପି ପାଇଁ ଆଜି ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ। ଗୋୟଲ ଆଜି କେନ୍ଦ୍ରାପଡ଼ା ମାର୍ଶାଘାଇରେ ଆୟୋଜିତ ମେଗା ରୋଡ୍ ଶୋ’ରେ ଭାଗ ନେଇ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରାପଡ଼ା ବିଧାନସଭା […]
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧୀନରେ ଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥଗିତ ରହିଲା ମତଦାନ। ଆସନ୍ତା ୨୯ ତାରିଖରେ ଏଠାରେ ଭୋଟ୍ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏଠାରେ ମତଦାନକୁ ସ୍ଥଗିତ ରଖାଯାଇଛି। ଏନେଇ ରିଟର୍ଣ୍ଣିଂ ଅଫିସର ନିର୍ଦ୍ଦେଶମାନା ଜାରି କରିଛନ୍ତି। ଭାରତୀୟ ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୫୨ ଅନୁସାରେ କୌଣସି ସ୍ଥାନରେ ପ୍ରାର୍ଥୀଙ୍କ ମୃତ୍ୟୁ ହେଲେ ନିର୍ବାଚନ ସ୍ଥଗିତ ରଖାଯିବାର ନିୟମ […]
ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପୋଲିଂ ବୁଥ୍କୁ ଯିବା ପୂର୍ବରୁ ପୋଲିଂ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ମୃତକ ହେଲେ ଚମ୍ପୁଆ ହାଇସ୍କୁଲର କର୍ମଚାରୀ ଅଭୟ କୁମାର ସେଠୀ। ଘସିପୁରାର ୨୧ ନମ୍ବର ଏସ୍ସିର ବୁଥ୍ ନଂ ୧୪୯ରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ନିର୍ବାଚନ ଡ୍ୟୁଟିକୁ ବାହାରିବା ବେଳେ ଡେସପାଚ୍ ରୁମ୍ରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା। ସେଠାରେ ଅଭୟଙ୍କୁ ମୃତ ଘୋଷଣା […]
ଭୁବନେଶ୍ୱର : ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ସରକାରୀ ଅବହେଳା ନେଇ ବିଜୁ ଜନତା ଦଳ ଉପରେ ବର୍ଷିଛି ବିଜେପି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିନି ବୋଲି ବିଜେପି ଅଭିଯୋଗ କରିଛି। ଭୁବନେଶ୍ୱରରେ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିନି ; ବର୍ଷା ହେଲେ ପାଣି ଜମୁଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ରାସ୍ତାଘାଟରେ ଅବ୍ୟବସ୍ଥା। ଏଠାକାର ସାଂସଦ, ବିଧାୟକ, ମେୟର ଓ କର୍ପୋରେଟର ବିଜେଡିର। ବର୍ଷା ହେଲେ ପାଣି ଜମୁଛି, ଶିକ୍ଷା, ସ୍ୱାସ୍ଥ୍ୟ […]
ବାଲେଶ୍ୱର(ରଶ୍ମୀ ରଂଜନ ଦାସ) : ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ଚାଷୀମାନେ ଧାନ ମଣ୍ଡିରେ ନୁହେଁ ନିଜ ଘରେ ବସି ଧାନ ବିକ୍ରି କରିପାରିବେ। ଏଥିସହ ୧୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମାଗଣାରେ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ। ଖାଲି ସେତିକି ନୁହେଁ, BJP କ୍ଷମତାକୁ ଆସିଲେ ପୂର୍ବ ସରକାରର ସବୁ ଯୋଜନା ଜାରି ରହିବା ସହିତ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ। ବାଲେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି […]
ଭୁବନେଶ୍ୱର : ଦିନକ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ଏଥିପାଇଁ ବୁଥ୍ ଅଭିମୂଖେ ବାହାରିଲେଣି ପୋଲିଂ ଅଧିକାରୀ। ନିର୍ବାଚନ କମିଶନଙ୍କ ପକ୍ଷରୁ ପୋଲିଂ ଅଧିକାରୀଙ୍କୁ ବିଭିନ୍ନ ପୋଲିଂ ବୁଥକୁ ପଠାଯାଉଛି। ଭୁବନେଶ୍ୱରର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେବି କଲେଜରେ ଷ୍ଟ୍ରଙ୍ଗରୁମ୍ ଓ ବିତରଣ […]
ଭୁବନେଶ୍ୱର : ରାଜନୀତି ରଣାଙ୍ଗନକୁ ଓହ୍ଲାଇଛନ୍ତି ଅର୍ଦ୍ଧାଙ୍ଗିନୀ। ଖରାକୁ ଖାତିର ନକରି ଘରର ଚାରି କାନ୍ଥରୁ ବାହାରି ସ୍ୱାମୀଙ୍କ ପାଇଁ ସାଜିଛନ୍ତି ସେନାପତି। ସ୍ୱାମୀ ଗୋଟିଏ ଯାଗାରେ ଭୋଟ୍ ମାଗୁଥିବା ବେଳେ ତାଙ୍କ ସ୍ତ୍ରୀ ଅନ୍ୟ କେଉଁଠି ପ୍ରଚାର କରୁଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଏଭଳି କୌଶଳ ଆପଣାଇଛନ୍ତି କିଛି ଲୋକସଭା ଓ ବିଧାନସଭା ପ୍ରାର୍ଥୀ। ସମ୍ୱଲପୁର ବିଜେପି ଲୋକସଭା ପ୍ରାର୍ଥୀ ହେଉଛନ୍ତି ଦେବଗଡ଼ ‘ରାଜା’ […]
ସମ୍ବଲପୁର : ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ହେଉଛି ବିଗ୍ ଫାଇଟ୍। ତିନି ନୂଆ ମୁହଁ ଭିତରେ ହେଉଛି ଟକ୍କର। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଥର ପୁରୁଣା ଉପରେ ଭରସା ନକରି ଜନତାଙ୍କ ଆଗକୁ ନୂଆ ଚେହେରାଙ୍କୁ ଆଣିଛନ୍ତି। ବିଜେଡିର ନଳିନୀକାନ୍ତ ପ୍ରଧାନ, କଂଗ୍ରେସର ଶରତ ପଟ୍ଟନାୟକ ଓ ବିଜେପିର ନିତେଶ ଗଙ୍ଗଦେବଙ୍କ ମଧ୍ୟରେ ହେବ ଲଢ଼େଇ। ଗଡ଼ ବଜାୟ ରଖିବାକୁ ବିଜେଡି ଏଠି ଏଥର ସିଟିଂ ଏମ୍ପି ନଗେନ୍ଦ୍ର […]