• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

singda
ଅଭାବୀ ଯୁବକଙ୍କ ସଫଳ କାହାଣୀ : ସିଙ୍ଗଡ଼ା ବିକାଳିରୁ ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ

ଝାରସୁଗୁଡ଼ା : ଇଚ୍ଛାଶକ୍ତି ଦୃଢ ଥିଲେ, ଲକ୍ଷ୍ୟ ପ୍ରତି ଆନ୍ତରିକତା ଥିଲେ କୌଣସି ପ୍ରତିବନ୍ଧକ ତୁମକୁ ପଥଚ୍ୟୁତ କରାଇ ପାରିବନି।  ଏମିତି ଏକ ଇଚ୍ଛାଶକ୍ତି ଏବଂ ଆନ୍ତରିକତା ଥିଲା ଶଶିକାନ୍ତଙ୍କ ପାଖରେ ଯେଉଁଥି ପାଇଁ ସେ ଆଜି ସିଙ୍ଗଡା ବିକାଳିରୁ ହୋଇପାରିଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ। ଆମେ କହୁଛୁ ଝାରସୁଗୁଡ଼ାର ଶଶିକାନ୍ତ ଶର୍ମାଙ୍କ କଥା, ତାଙ୍କ ସଫଳତାର କାହାଣୀ। ଏକ ମାରଓ୍ୱାଡ଼ି ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶଶିକାନ୍ତ। ବାପା ମହେଶ ଶର୍ମା ଜଣେ ସିଙ୍ଗଡ଼ା ବିକାଳି। ଖଣ୍ଡା […]

  • Saturday, 10 July 2021
Capture1
ଟ୍ରମ୍ପଙ୍କ ହାତକୁ ଏମିତି ବାଡେଇଲେ ମୋଦି.... ଫଟୋକୁ ନେଇ ସୋଶାଲ ମିଡିଆରେ ମଜାକ୍‌

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫ୍ରାନ୍ସ ଜି-୭ରେ ସମ୍ମିଳନୀରେ ସାକ୍ଷାତ ହୋଇଥିଲା।  ଦୁଇ ନେତାଙ୍କର ଏହି ସାକ୍ଷାତକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱ ବହନ କରୁଥିଲା। ବିଶେଷ କରି ଭାରତ-ପାକିସ୍ତାନ ପାଇଁ। କାରଣ ଏହି ସାକ୍ଷାତ ସମୟରେ ଟ୍ରମ୍ପ ମୋଦିଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଥିଲେ। ପାକିସ୍ତାନ ବେଶ ଉତ୍ସାହର ସହ ଏହି ସାକ୍ଷାତକାରକୁ ଚାହିଁ ବସିଥିଲା।   ହେଲେ ଟ୍ରମ୍ପ […]

  • Saturday, 10 July 2021
heart4
କାହିଁକି ହୁଏ ହାର୍ଟ ଆଟାକ୍‌ ? କେମିତି ତା’ଠାରୁ ଦୂରେଇ ରହିବେ ? ଜାଣନ୍ତୁ ଉପାୟ

ଭୁବନେଶ୍ୱର: ଅଫିସ୍‌ କାମର ପ୍ରେସର, ଅଧିକ ମାତ୍ରାରେ ଫାଷ୍ଟ୍‌ଫୁଡ୍‌ ଖାଇବା, ଧୂମପାନ କରିବା ଓ ମଦ ପିଇବା ଯୋଗୁ ଆଜିର ଯୁବପିଢ଼ି ମାରାତ୍ମକ ହୃଦରୋଗର ଶିକାର ହେଉଛନ୍ତି। ଯୁବାବସ୍ଥାରେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଓ ଜଣେ ବ୍ୟକ୍ତିଙ୍କୁ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ ଆସିଲେ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ନେବା ଉଚିତ୍‌, ଏହାକୁ ନେଇ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର […]

  • Saturday, 10 July 2021
drying-clothes1
ବର୍ଷା ଦିନେ ଲୁଗାପଟାରୁ ଦୁର୍ଗନ୍ଧ ବାହାରୁଛି ? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର : ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ପିନ୍ଧି ବାହାରକୁ ଗଲେ ନିଜକୁ […]

  • Saturday, 10 July 2021
love story
ଏକ ଶାଶ୍ୱତ ପ୍ରେମ କାହାଣୀ- ଦୁଇଗୋଡ ହରାଇବା ପରେ ବି ପ୍ରେମିକଙ୍କ ହାତ ଛାଡ଼ି ନ ଥିଲେ ବିଜୟଲକ୍ଷ୍ମୀ

ଯାଜପୁର:ତ୍ୟାଗର ଅନ୍ୟନାମ ପ୍ରେମ। ଯେଉଁ ପ୍ରେମରେ ତ୍ୟାଗ ନାହିଁ, ନିଷ୍ଠା ନାହିଁ ସେ ପ୍ରେମ କେବେ ଶାଶ୍ୱତ ହୋଇ ପାରେନା।  ଏମିତି ଶାଶ୍ୱତ ପ୍ରେମକୁ ନେଇ ଅନେକ ଫିଲ୍ମ ଆମେ ଦେଖିଛେ, ଗପବହି ପଢିଛେ। ହେଲେ ଏହି ରିଲ୍‌ ଲାଇଫର ପ୍ରେମ ବାସ୍ତବ ଜୀବନରେ ଅବାସ୍ତବ ଲାଗେ। କିନ୍ତୁ ରିଲ୍‌ ଲାଇଫ୍‌ର ସବୁ ପ୍ରେମ କାହାଣୀ ରିଅଲ ଲାଇଫ୍‌ରେ ଅବାସ୍ତବ ନୁହେଁ। ଏଇ ଯେମିତି ଅଶୋକ ଆଉ ବିଜୟଲକ୍ଷ୍ମୀଙ୍କ ପ୍ରେମ କାହାଣୀ। ଶୁଣିଲେ ଆଖି ଆଗରେ ନାଚିଯିବ […]

  • Saturday, 10 July 2021
file photo
ଅଗଷ୍ଟ ୧୫: ଭାରତର ସ୍ୱାଧୀନତା ପାଇଁ କିଏ ବାଛିଥିଲେ ଏହି ତାରିଖ ?

ନୂଆଦିଲ୍ଲୀ: ଦୀର୍ଘ ସଂଗ୍ରାମ ପରେ ଭାରତ ତାର ସ୍ୱାଧୀନତା ହାସଲ କରିଥିଲା ୧୯୪୭ ଅଗଷ୍ଟ ୧୫ ତାରିଖରେ। ହେଲେ କିଏ ବାଛିଥିଲା ଏଇ ତାରିଖ ? ଏକଥା ସତ ଯେ, ଭାରତୀୟମାନେ  ବାଛି ନ ଥିଲେ ଏହି ତାରିଖ । ବରଂ ବିରୋଧ କରିଥିଲେ। କାରଣ ଏହି ଦିନର ତିଥି ଭାରତୀୟଙ୍କ ପାଇଁ ଆଦୌ ଭଲ ନ ଥିଲା। ତେବେ କିଏ ବାଛିଲା ଏହି ତାରିଖ ! ସେଦିନ ତାରିଖ ଥିଲା ୩ ଜୁନ୍‌ ୧୯୪୭ ମସିହା। […]

  • Saturday, 10 July 2021
bhagat-singh-2
ସଂଗ୍ରାମୀଙ୍କ ରକ୍ତରେ ଭିଜା ଲାଲ୍‌ମାଟିକୁ ବୋତଲରେ ରଖି ପୂଜା କରୁଥିଲେ ଭଗତ୍‌ ସିଂ

ତାଙ୍କୁ ସେତେବେଳେ ମାତ୍ର ୧୨ ବର୍ଷ। ଶୁଣିବାକୁ ପାଇଥିଲେ ଜଲିଆନାୱାଲାବାଗ୍‌ ହତ୍ୟାକାଣ୍ଡ। ଘରେ ସ୍ଥିର ହୋଇ ବସି ପାରିଲେ ନାହିଁ। ସ୍କୁଲ ନ ଯାଇ ସିଧା ଚାଲିଲେ ଘଟଣାସ୍ଥଳକୁ। କୁନି ପିଲାଟି କ’ଣ ଭାବିଲା କେଜାଣି,  ଭାରତୀୟଙ୍କ ରକ୍ତରେ ଭିଜି ଯାଇଥିବା ଲାଲ୍‌ ମାଟି ଆଣି ଗୋଟିଏ ବୋତଲରେ ଭର୍ତ୍ତି କଲା । ଶେଷଯାଏ ସେହି ମାଟିକୁ ସେ ପୂଜା କରୁଥିଲା ପଲାଟି। ଜାଣନ୍ତି ସେ କିଏ ? ଏହି ବୀର ହେଉଛନ୍ତି ଭଗତ୍‌ ସିଂ। ସ୍ୱାଧୀନତା ସଂଗ୍ରାମର ଏହି […]

  • Saturday, 10 July 2021
୧୨
ଏବେ ବି ଗୁଲାମଗିରିରୁ ମୁକୁଳି ନାହାନ୍ତି ପିମ୍ପୁଡ଼ି....ଜାଣନ୍ତୁ କିଛି ରୋଚକ କଥା

କେତେକ କ୍ଷେତ୍ରରେ ମଣିଷ ଓ ପିମ୍ପୁଡ଼ିଙ୍କ କାର୍ଯ୍ୟରେ ସାମଞ୍ଜସ୍ୟ ଦେଖାଯାଏ। ପିମ୍ପୁଡ଼ିମାନେ ମଣିଷଙ୍କ ଭଳି କାର୍ଯ୍ୟ କରନ୍ତି। ମଣିଷମାନଙ୍କ ଭଳି ଚାଷବାସ କରନ୍ତି, ଖାଦ୍ୟ ସଂଗ୍ରହ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି ଓ ଶୃଙ୍ଖଳାରେ ଧାଡ଼ି ବାନ୍ଧି ଯା’ ଆସ କରନ୍ତି। ଖାଲି ସେତିକି ନୁହେଁ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସୈନିକ ଭଳି ମିଳି ମିଶି ଆକ୍ରମଣ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ? ଏହିସବୁ କାର୍ଯ୍ୟ ଛଡ଼ା ପିମ୍ପୁଡ଼ି […]

  • Saturday, 10 July 2021
woman officer
ଏବେ ଶ୍ରୀନଗରବାସୀଙ୍କ ସୁଖଦୁଃଖର ସାଥୀ ଏଇ ଦୁଇ ମହିଳା ଅଫିସର

ଶ୍ରୀନଗର :ଜମ୍ମୁକାଶ୍ମୀରରେ ଧାରା ୩୭୦ ହଟିବା ପରେ ସେଠାରେ ପରସ୍ଥିତି ବେଶ ଗମ୍ଭୀର। ଭାରତ ନୁହେଁ, ପ୍ରତ୍ୟେକ ଦେଶର ନଜର ଏବେ ଜମ୍ମୁକାଶ୍ମୀର ଉପରେ। କେଉଁ ମୁହୂର୍ତ୍ତରେ କ’ଣ ବି ଘଟିପାରେ । ଏମିତି ସ୍ଥିତିରେ ଏବେ ଜାମ୍ମୁ-କାଶ୍ମୀର। ତଥାପି ପରିସ୍ଥିତିକୁ ସମ୍ଭାଳିବା ପାଇଁ ସୁରକ୍ଷାକର୍ମୀ-ପୁଲିସ-ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଧାରା ୩୭୦ ହଟିବା ପରଠାରୁ ଅର୍ଥାତ୍‌ ୮ ଦିନ ଭିତରେ ଏଠାରେ କୌଣସି ଅପ୍ରୀତିକର ଘଟିଥିବା ନଜରକୁ ଆସିନାହିଁ। ସବୁଠୁ ଉତ୍ତେଜନାପୂର୍ଣ୍ଣ ସ୍ଥାନ ଶ୍ରୀନଗରରେ […]

  • Saturday, 10 July 2021
3
ପଜେସିଭ୍‌ ପାର୍ଟନର୍‌ଙ୍କୁ ମନେଇବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର: କେତେକ କ୍ଷେତ୍ରରେ ଦେଖାଯାଏ, ରିଲେସନ୍‌ସିପ୍‌ରେ ଥିବାବେଳେ ପୁରୁଷ ହୁଅନ୍ତୁ ବା ମହିଳା ତାଙ୍କ ପାର୍ଟନରଙ୍କୁ ଚାହିଁଲେ ବି ଅନେକ ସମୟରେ ଖୁସି ରଖି ପାରନ୍ତି ନାହିଁ। ଏପରି ହେବା ପଛରେ ଅନ୍ୟ କୌଣସି କାରଣ ନାହିଁ। କାରଣ କେବଳ ମାନସିକତା। ବେଳେ ବେଳେ ପାର୍ଟନରଙ୍କ ସଙ୍କୁଚିତ ମାନସିକତା ଯୋଗୁ ଆମେ ବହୁମୂଲ୍ୟ ସମୟ, ଖସି ସବୁକିଛି ନଷ୍ଟ କରି ଦେଇଥାଉ। ସଙ୍କୁଚିତ ମାନସିକତା ଏକ ରିଲେସନ୍‌ସିପ୍‌ ପାଇଁ ଆଦୌ ଭଲ ନୁହେଁ। ଏହା ସଂପର୍କକୁ ଭାଙ୍ଗିଦିଏ। […]

  • Saturday, 10 July 2021
freedom fighter
ସ୍ୱାଧୀନତା ସଂଗ୍ରାମର ନିର୍ଭୀକ ଯୋଦ୍ଧା, ଯାହାଙ୍କୁ ନେଇ ଏତେ ହୁଏନି ଚର୍ଚ୍ଚା

ଆଉ ଆଳ୍ପ କିଛି ଦିନର ଅପେକ୍ଷା। ଭାରତ ତାର ୭୩ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ସେଥିପାଇଁ ସବୁଠି ଖୁସି ଆଉ ଆନନ୍ଦର ପରିବେଶ। ଆଜି ଆମେ ଯେଉଁ ସ୍ୱାଧୀନତାର ସ୍ୱାଦ ଚାଖୁଛୁ, ତା’ ପଛରେ ଆମ ପୂର୍ବଜ ମାନଙ୍କର ବଳିଦାନ ରହିଛି। ଏହି ମୁକ୍ତି ସଂଗ୍ରାମରେ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ସାମିଲ୍‌ ଥିଲେ। ସେଥିମଧ୍ୟରୁ ଏମିତି ଅନେକ ବିଶିଷ୍ଟ ଯୋଦ୍ଧା ରହିଛନ୍ତି, ଯେଉଁମାନଙ୍କୁ ନେଇ ଏତେ ଚର୍ଚ୍ଚା କିମ୍ବା ଆଲୋଚନା ହୁଏନି। ଆଜି […]

  • Saturday, 10 July 2021
sushma
ସୁଷମାଙ୍କ ଯୁକ୍ତିରେ ପ୍ରଶ୍ନ ଭୁଲିଗଲେ ପାକିସ୍ତାନ ଆଙ୍କର୍

ନୂଆଦିଲ୍ଲୀ: ଲାଜବାବ୍‌ ସୁଷମାଙ୍କ ଭାଷଣ। ଅକାଟ୍ୟ ତାଙ୍କର ଯୁକ୍ତି। ତାଙ୍କ ବକ୍ତବ୍ୟର ପ୍ରତ୍ୟେକଟି ଶବ୍ଦ କହେ ଗୋଟିଏ ଗୋଟିଏ କଥା। ସେ ଶବ୍ଦର ଯେମିତି ବିକଳ୍ପ ନାହିଁ।  କୋମଳ, ଲାଳିତ୍ୟପୂର୍ଣ୍ଣ ଢଙ୍ଗରେ ସେ ଏମିତି ତାଙ୍କର ଯୁକ୍ତି ଉପସ୍ଥାପନ କରନ୍ତି, ପ୍ରତିପକ୍ଷ ଚୁପ୍‌ ହେବାକୁ ବାଧ୍ୟ ହୋଇଥାଏ। ତାଙ୍କର ଆବର୍ତ୍ତମାନରେ ଆଜି ମନେପଡେ ସେଇସବୁ କଥା, ଯୁକ୍ତି, ଭାଷଣ ଆଉ ଅଭିଭାଷଣ। ଏଇ ପରିପ୍ରେକ୍ଷୀରେ ଆମେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ଉପରେ କହିବାକୁ ଚାହିଁବୁ ଯାହା […]

  • Saturday, 10 July 2021
b-96-1-750x430
୩୭୦ ପାଇଁ ବଳିପଡ଼ିଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀ, ତାଙ୍କ ସ୍ଵପ୍ନ ସାକାର କଲା ବିଜେପି

ଭୁବନେଶ୍ୱର:”ଏକ ହି ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଔର୍ ଦୋ ନିଶାନ୍‌ ନହିଁ ଚଲେଗା”। ଏହି ନାରା ଦେଇ ୧୯୫୩ ମେ’ ୧୧ରେ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିଲେ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ। ଧାରା ୩୭୦କୁ ବିରୋଧ କରି ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ଶ୍ୟାମା ପ୍ରସାଦଙ୍କୁ ଗିରଫ କରଗଲା। ଆଉ ଏହାର ହଠାତ୍‌ ମାସକ ପରେ ୨୩ ଜୁନ୍‌ ୧୯୫୩ରେ ତାଙ୍କର ରହସ୍ୟଜନକ ମୃତ୍ୟୁର ଖବର ଆସିଲା। କୁହାଯାଏ […]

  • Saturday, 10 July 2021
letter
ବହୁତ ଲଢିଲି...ଆଉ ପାରୁନି...ଏମିତି ଭାବପୂର୍ଣ୍ଣ ଥିଲା ସିଦ୍ଧାର୍ଥଙ୍କ ଶେଷ ଚିଠି

‘ବହୁତ ଲଢିଲି। ଲଢି ଲଢି ଥକିଗଲି। ଆଉ ପାରୁନି। ଆଜି ମୁଁ ମୋର ପରାଜୟ ସ୍ୱୀକାର କରୁଛି। ଯେଉଁ ଲୋକମାନେ ମୋ ଉପରେ ଭରସା କରିଥିଲେ ସେମାନଙ୍କୁ ମୁଁ  ନିରାଶ କରୁଛି। ମୋତେ କ୍ଷମା କରିଦେବେ। ଜଣେ ପ୍ରାଇଭେଟ ଇକ୍ୱିଟି ଲେଣ୍ଡର ପାର୍ଟନରଙ୍କ ଚାପ ଆଉ ସହି ପାରୁନି।  ସିଏ ମୋତେ ଶେୟାର ଫେରାଇ ଆଣିବାକୁ ବାଧ୍ୟ କରୁଛନ୍ତି। ଏଥିପାଇଁ ୬ ମାସ ତଳେ ଜଣେ ବନ୍ଧୁଙ୍କଠାରୁ କରଜ ଆକାରରେ ବହୁତ ଅଧିକ ଟଙ୍କା ଆଣିଛି। ଏବେ […]

  • Saturday, 10 July 2021
Shoaib-Akhtar (1)
ବେଗମ୍‌ଙ୍କ ବିୟୋଗରେ ‘ମହାଦେବ’ ଏମିତି ଝୁରୁଥିଲେ...ସୋଏବ କହିଲେ ହିନ୍ଦୁଧର୍ମର କାହାଣୀ

ଲାହୋର:ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତରଙ୍କ ମୁହଁରେ ହିନ୍ଦୁ ଧର୍ମ ଏବଂ ଧର୍ମପୀଠର ବର୍ଣ୍ଣନା । ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ସୋଏବ ହିନ୍ଦୁଧର୍ମର ଏକ କାହାଣୀ ବିଷୟରେ କହୁଛନ୍ତି। ଏହି କାହାଣୀ ଅନୁସାରେ କୁଆଡେ ମହାଦେବ ଓ ବିଷ୍ଣୁଙ୍କ  ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ଏଥିରେ ଶିବ ଜିତିଥିଲେ। ଏହି କାହାଣୀର ଏକ ଭିଡିଓ ଭାଇରାଲ ହୋଇଛି। ଅବଶ୍ୟ ଏହି ଭିଡିଓ ମାଧ୍ୟମରେ ପାକିସ୍ତାନର ଐତିହ୍ୟ ଏବଂ ସୁନ୍ଦର ନଜାରା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ସୋଏବଙ୍କର […]

  • Saturday, 10 July 2021
Odisha
କାର୍ଗିଲ ବିଜୟ ଦିବସରେ ମନେ ପଡ଼ନ୍ତି ସହିଦ ଓଡ଼ିଆ ବୀର

ଚାନ୍ଦବାଲି: ବୀର ସହିଦଙ୍କୁ ଆଜି ସାରାଦେଶ ଝୁରୁଛି। ଯେଉଁ ଦେଶ ପାଇଁ ସେମାନେ ହସି ହସି ଜୀବନ ଦେଇ ଦେଲେ ସେମାନଙ୍କ ପାଇଁ ଆଜି କାନ୍ଦୁଛି ସେଇ ଦେଶର ମାଟି, ପାଣି, ପବନ। ଆମେ କହୁଛୁ କାର୍ଗିଲ୍‌ ଯୁଦ୍ଧରେ ସହିଦ ଯବାନଙ୍କ କଥା। ଏହି ସହିଦ ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାଙ୍ଗୁଡ଼ା ଗାଁର ନିରଞ୍ଜନ ବେହେରା। ନିରଞ୍ଜନଙ୍କ ବୀରତ୍ୱ ପାଇଁ ଗାଁଠୁ ପରିବାର, ରାଜ୍ୟଠୁ ଦେଶ ସମସ୍ତେ ଝୁରୁଛନ୍ତି। ଲଢୁଆ […]

  • Saturday, 10 July 2021
mausima
ମାଉସୀ ମା’ ଓ ଶ୍ରଦ୍ଧାର ପୋଡ଼ପିଠା

ଭାବର ଠାକୁର ଜଗନ୍ନାଥ। କେତେ ଲୀଳା, କେତେ ଖେଳା ତା’ର। ତାକୁ ନେଇ ଲେଖା ହେଇଛି କେତେ ପୁରାଣ, କେତେ କାହାଣୀ । କହିଲେ ସରବନି । ହେଲେ ଏସବୁ ଭିତରେ ଗୋଟିଏ କଥା ସତ, ଭକ୍ତର ମନକୁ ପଢିପାରେ, ମାନକୁ ବୁଝିପାରେ, ଅଭିମାନକୁ ଭାଙ୍ଗିପାରେ ସେଇ ହଟିଆ ଠାକୁର କାଳିଆ ଠାକୁର…।  ଏମିତି ଦିନେ ଅଭିମାନ କରିଥିଲେ କୈକେୟୀ। ଆଉ ତାଙ୍କ ଅଭିମାନ ଭାଙ୍ଗିବାକୁ କଥା ଦେଇଥିଲେ ପ୍ରଭୁ ଶ୍ରୀରାମ। ଦେଇଥିବା ସେଇ କଥାକୁ ଆଜି […]

  • Saturday, 10 July 2021
Capture
ସିକନ୍ଦର ଆଲାମ୍‌, ମହାପ୍ରସାଦ, ଚପଳା ଓ ଶ୍ରଦ୍ଧାର କଥା

“କାହାର କ’ଣ ଖାଦ୍ୟ। କୁହାଯାଏ, ତୃଣାଦି ପଶୁଙ୍କର ଖାଦ୍ୟ। ଆଶା ମନୁଷ୍ୟର ଓ ଶ୍ରଦ୍ଧା ଦେବତାଙ୍କର ଖାଦ୍ୟ।” ଡକ୍ଟର ସିଦ୍ଧେଶ୍ୱର ମହାପାତ୍ରଙ୍କ ଲିଖିତ ‘ନୀଳ ପାହାଡ଼ର ଡାକ’ ପୁସ୍ତକର ‘ଶ୍ରଦ୍ଧାବିଶ୍ୱାସର କ୍ଷେତ୍ର’ ଅଧ୍ୟାୟର ଶେଷ ପାରାର ପ୍ରଥମ ଦୁଇ ଧାଡ଼ିରେ ଏହା ଲେଖା ହୋଇଛି। ‘ଶ୍ରଦ୍ଧାବିଶ୍ୱାର କ୍ଷେତ୍ର’ ଅଧ୍ୟାୟରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଭକ୍ତଙ୍କ ଶ୍ରଦ୍ଧା ବିଷୟରେ ଲେଖକ ଅନେକ ସୁନ୍ଦର ସୁନ୍ଦର ଉଦାହରଣ ଦେଇଛନ୍ତି। ଆଉ ସେଥିରେ ସ୍ଥାନିତ ହୋଇଛି, ଚପଳା ବସ୍ ଓ […]

  • Saturday, 10 July 2021
୩
ଅଭିମାନର ଭାଷା ବୁଝିପାରେ କାଳିଆ...

ଭାବକୁ ନିକଟ ସେ ଅଭାବକୁ ଦୂର। ଭକ୍ତର ଭାବରେ ସେ ବନ୍ଧା। ପ୍ରତିଟି ଓଡିଆର ପ୍ରାଣର କେନ୍ଦ୍ର ସେହି ଜଗତର ନାଥ ଜଗନ୍ନାଥ। ତାକୁ ନେଇ ପ୍ରତିଟି ଭକ୍ତ ସାଉଁଟିଛି ଅନେକ ସ୍ମୃତି ଆଉ ଅନୁଭୂତି। ଆଉ ମୁଁ ଜଣେ ଓଡ଼ିଆ ଭାବରେ ଜଗନ୍ନାଥଙ୍କ ଅନେକ ଅନୁଭୂତି ମଧ୍ୟରୁ ଗୋଟିଏ  ଏଠାରେ ପ୍ରକାଶ କରିବାକୁ ଯାଉଛି।… ବର୍ଷେ ତଳର କଥା। ସକାଳୁ ସକାଳୁ ବାଇକ୍‌ରେ ଭୁବନେଶ୍ୱରରୁ ଘରକୁ(ତାଳଚେର) ଯାଉଥାଏ। ଘରେ ପହଞ୍ଚିବା ପରେ ସାଙ୍ଗ ଚଗୁଲୁର ଫୋନ‌ […]

  • Saturday, 10 July 2021
dasmula
ଜ୍ୱର ଭଲ ହେବା ପାଇଁ କ’ଣ ଖାଆନ୍ତି ମହାପ୍ରଭୁ ?

ଭୁବନେଶ୍ୱର: ଆପଣ ଜାଣନ୍ତି କି ପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର ହେଲେ ସେ କି ଔଷଧ ଖାଆନ୍ତି ?  ଆମ ଭିତରୁ ଅନେକଙ୍କର ହୁଏତ ଏ ସମ୍ପର୍କରେ କୌଣସି ଧାରଣା ନ ଥିବେ । ଆମକୁ ଜ୍ୱର ହେଲେ ଆମେ ଯେପରି ଖାଦ୍ୟପେୟରେ ସାବଧାନତା ଓ ସନ୍ତୁଳନ ଅବଲମ୍ବନ କରିଥାଉ, ଶ୍ରୀଜୀଉମାନେ ମଧ୍ୟ ଠିକ୍‌ ସେହିପରି କରିଥାନ୍ତି। ପ୍ରତିଦିନ ଷାଠିଏ ପଉଟି ନୈବେଦ୍ୟ ଗ୍ରହଣ କରୁଥିବା ମହାପ୍ରଭୁ ଅନବସର ଲୀଳା ସମୟରେ କେବଳ ପଣା ଓ ଚକଟାରେ ସନ୍ତୁଷ୍ଟ […]

  • Saturday, 10 July 2021
Alarnath-Temple
ଅନବସର ବେଳେ କାହିଁକି ଅଲାରନାଥ ଦର୍ଶନ ? ଜାଣନ୍ତୁ..

ଭୁବନେଶ୍ୱର: ଗତକାଲି ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରା। ଅତ୍ୟଧିକ ସ୍ନାନ କରି ପ୍ରବଳ ଜ୍ୱରରେ ପଡ଼ିଛନ୍ତି ତିନି ଠାକୁର। ଏବେ ଅଣସର ଘରେ ଠାକୁରମାନେ ଥିବା ବେଳେ ୧୫ ଦିନ ଯାଏ ତାଙ୍କୁ ଦେଖିବା ମନା। ଜଗନ୍ନାଥ ଦର୍ଶନରୁ ବଞ୍ଚିତ ଭକ୍ତମାନଙ୍କ ସୁଅ ଛୁଟିଛି ଏବେ ଅଲାରନାଥ ପୀଠକୁ। କଥାରେ ଅଛି ଅଣସର ବେଳେ ଅଲାରନାଥଙ୍କ ଦର୍ଶନ ଜଗନ୍ନାଥ ଦର୍ଶନର ଫଳ ଦେଇଥାଏ। ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠର ବୈଚିତ୍ୟ ବି କମ୍‌ […]

  • Saturday, 10 July 2021
maxresdefault
'ଫୋନି' ମାଡ଼ ପରେ ବି ଜମୁଛି ରଜ ପାନର ଆସର

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ॥ ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥ ପାନ ଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ, ଢାଳି ଦେଇଗଲା ଶିରରେ, ରାଜା ହୋଇଗଲେ ରଜରେ॥ ଭୁବନେଶ୍ୱର (ବିଶ୍ୱବନ୍ଦିତା ସ୍ୱାଇଁ): ଏ ହେଉଛି ଜଣାଶୁଣା ରଜ ଗୀତ। ଓଡ଼ିଆମାନଙ୍କ ଗଣ ପର୍ବ ହେଉଛି ରଜ। ତିନି […]

  • Saturday, 10 July 2021
a33-2
ଜଙ୍ଗଲରେ ଖୋଲିଛନ୍ତି ଡାକ୍ତରଖାନା, ତିଆରି କରୁଛନ୍ତି ୫୦୦ ପ୍ରକାର ହର୍ବାଲ ଔଷଧ

ଥିରୁଅନନ୍ତପୁରମ୍‌: ସ୍ମାଟଫୋନ୍‌ ଯୁଗରେ ଆମର ମନେ ରଖିବାର ଶକ୍ତି ଧିରେ ଧିରେ କମି କମି ଯାଉଛି। ଏହି କାମ ଏବେ ଫୋନ୍‌ ଏବଂ ଗୁଗଲ୍‌ କରୁଛି। କିଛି କଥା ମନେ ନ ପଡ଼ିଲେ ଆମେ ଫୋନ୍‌ ନ ହେଲେ ଗୁଗଲ୍‌ ଦେଖୁଛୁ। ହେଲେ ଆମ ଆଜି ଏମିତି ଜଣଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୧୦୦ କି ୨୦୦ ପ୍ରକାର ନୁହେଁ, ୫୦୦ ପ୍ରକାର ହର୍ବାଲ୍‌ ଔଷଧ ତିଆରି କରିବା ଜାଣିଛନ୍ତି। ସବୁଠାରୁ ବଡ଼ କଥା ହେଉଛି,  ୫୦୦ […]

  • Saturday, 10 July 2021
nnnnnnnnnnnnnnnnnnnnnn
ନବୀନ କହିଲେ ବିଜୟର ସିକ୍ରେଟ, ବିରୋଧୀଙ୍କୁ ମାତ୍‌ ଦେବାର କୌଶଳ

ଭୁବନେଶ୍ୱର: ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ଲୋକପ୍ରିୟ ନେତା।  କମ୍‌ କଥା କହିବାକୁ ପସନ୍ଦ କରନ୍ତି କିନ୍ତୁ କାମ କରନ୍ତି ବେଶି।  ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କୁ ମାତ୍‌ ଦେଇ ସାରା ଦେଶରେ ବହୁଛି ମୋଦି ହାୱା। କିନ୍ତୁ ଓଡ଼ିଶାରେ ତାଙ୍କ ବ୍ୟକ୍ତିତ୍ୱକୁ ମଳିନ କରିପାରିନି ସେ ହାୱା। ଓଡ଼ିଶାର ଲୋକେ ନବୀନଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ପୁଣି ଥରେ ତାଙ୍କ ହାତକୁ ଟେକି ଦେଇଛନ୍ତି ଶାସନ ଭାର । ୫ମ […]

  • Saturday, 10 July 2021
2j
ଓଡ଼ିଶାରେ ବିଜେପି ହାରିନି ବରଂ ବଢୁଛି, କହିଲେ ବୈଜୟନ୍ତ

ଭୁବନେଶ୍ୱର: ସବୁ ବିରୋଧି ଦଳଙ୍କର ନିର୍ବାଚନୀ ନାରା ଥିଲା ‘ମୋଦି ହଟାଅ’। ଦେଶର ସମସ୍ୟା, ସମାଧାନ, ଉନ୍ନତି ଏହାକୁ ସେମାନେ ପ୍ରସଙ୍ଗ କରି ନ ଥିଲେ। ଭୋଟର ଏକଥା ମଧ୍ୟ ବୁଝି ପାରିଥିଲେ ଯେ, ବିରୋଧୀଙ୍କ ପାଖେ ଆଉ କିଛି ଇସ୍ୟୁ ନାହିଁ। ତେଣୁ ଭୋଟର ଏଥର ନିର୍ବାଚନରେ ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ ବିଜେପିକୁ ପୂର୍ଣ୍ଣ ବହୁମତ ଦେଲେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେଜୟନ୍ତ ପଣ୍ଡା। ନିର୍ବାଚନ ଫଳାଫଳ ଚିତ୍ର ସ୍ପଷ୍ଟ ହେବା […]