ବଢିବ ଇଲେକ୍ଟ୍ରୋନିକ୍ ଉପାଦାନର ଦର। ଫ୍ରିଜ୍ ଏବଂ ଏସି ହେବ ମହଙ୍ଗା। କେବଳ ଏତିକି ନୁହେଁ ବରଂ ପାପାପାଖି ୫୦ ଉପକରଣର ଦର ବଢାଇବେ କେନ୍ଦ୍ର ସରକାର। ବିଭିନ୍ନ ସାମଗ୍ରୀ ଉପରେ ପାଖାପାଖି ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇମ୍ପୋର୍ଟ ଡ୍ୟୁଟି ବଢାଇବା ପାଇଁ ଘୋଷଣା କରିଛନ୍ତି
ଗାଡ଼ି ଚାଳକଙ୍କ ପାଇଁ ଜରୁରୀ ସୂଚନା। ଯଦି ଆପଣ କାର କିମ୍ବା ବାଇକ ପ୍ରତ୍ୟେକ ଦିନ ଚାଳନା କରୁଛନ୍ତି ତେବେ ଏହି ଖବର ଆପଣଙ୍କର ଜାଣିବା ନିହାତି ଦରକାର। ରାଜ୍ୟ ସରକାର ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି।
କଞ୍ଚା ଲଙ୍କାରୁ ବାହାରୁ ଥିବା କେମିକାଲରେ ଚାର୍ଜ ହେବ ସୌର ଲାଇଟ୍। ସୋଲାର ଟେକ୍ନୋଲୋଜି କିଛି ନୂଆ ଯୋଜନା କରିବାକୁ ଯାଉଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ମିଳିଥିବା ସୂଚନା ଅନୁସାରେ, କଞ୍ଚାଲଙ୍କାରୁ ବାହାରୁ ଯେଉଁ କେମିକାଲ ବାହାରେ ତାହା ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଗରମ ରହିଥାଏ
ଗୋଟିଏ ପରିବାର ହଜାରେରୁ ଅଧିକ ସଦସ୍ୟ ଏକାଠି ରହୁଛନ୍ତି। ଆଉ ଜଣେ ମହିଳା ମୁଖିଆ ବି ରହିଛନ୍ତି। ହୁଏତ ଏ କଥା ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏମିତି ପରିବାର ଆମ ଦେଶରେ ହିଁ ରହିଛି
ନୂଆଦିଲ୍ଲୀ: ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇନାହିଁ କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ଏଣିକି ଘରେ ବସି ଆପଣ ବି ନିଜ ଲାଇସେନ୍ସକୁ ରିନ୍ୟୁ କରିପାରିବେ। ଯିବାକୁ ପଡ଼ିବ ନାହିଁ RTO ଅଫିସ୍। ମିଳିଥିବା ସୂଚନା ଅନୁସାରେ, ଆପଣ ପରିବହନ ମନ୍ତ୍ରଣାଳୟ ଅଫିସିଆଲ୍ ୱେବସାଇଟକୁ (https://parivahan.gov.in/parivahan) ଯାଇ ଏହି ଛୋଟିଆ କାମଟି କରିବାକୁ ପଡ଼ିବ। ଯାହା ଦ୍ୱାରା ବିନା କୌଣସି ପରିଶ୍ରମରେ ଆପଣଙ୍କ ଲାଇସେନ୍ସ ରିନ୍ୟୁ ହୋଇପାରିବ। ଘରେ ବସି ରିନ୍ୟୁ ହୋଇଯିବ […]
ବର୍ତ୍ତମାନ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ମହିଳା। ସେମାନେ ସକ୍ଷମ ଓ ସଶକ୍ତ ମଧ୍ୟ। ଆଉ ସେହିଭଳି ଜଣେ ମହିଳା ଦିଲ୍ଲୀର ଶାନ୍ତି ଦେବୀ। ସେ ଆଉ ତାଙ୍କ କାରନାମା ବେଶ ନିଆରା।
ଆମେରିକାରେ ବଢ଼ିବାରେ ଲାଗିଛି ଜମିର ଚାହିଦା। ସେଠାରେ ଚାଷ ଜମି କିଣୁଛନ୍ତି କୋଟିପତି। ଏହି ତାଲିକାରେ ଆଗରେ ଅଛନ୍ତି ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍। ଆମେରିକାରେ ଏକର ଏକର ଚାଷ ଜମି କିଣି ସେ ଏବେ ଚର୍ଚ୍ଚାରେ। ଚାଷୀ ଓ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବିଲ୍ ଗେଟସ୍ ଏବେ ଚାଷ ଜମି କିଣିବାରେ ବ୍ୟସ୍ତ
ଚାଇନା ଆଇସକ୍ରିମରେ କରୋନା ଭୂତାଣି। ଚିନ୍ତାରେ ଆଇସକ୍ରିମ ଖାଇଥିବା ଲୋକେ। ତେବେ କରୋନା ଭାଇରସ ପାଇଁ ଦିନେ ଯେଉଁ ଦେଶ ଚର୍ଚ୍ଚାରେ ଥିଲା,ଆଇସକ୍ରିମରେ କରୋନା ଭୂତାଣୁ ଥିବା ଜଣାପଡ଼ିବା ପରେ ପୁଣି ଥରେ ଚର୍ଚ୍ଚରେ ଚାଇନା। ଖବର ଜଣାପଡ଼ିବା ପରେ ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଗ୍ରାହକଙ୍କୁ ଆଉ ଠକି ପାରିବେ ନାହିଁ ପେଟ୍ରୋଲ ପମ୍ପ ମାଲିକ। ତେଲ ଭରିବା ବେଳେ ନିର୍ଧାରିତ ଲିଟରଠୁ କମ ଦେଲେ ସ୍ଥିତି ହୋଇପାରେ ସଙ୍ଗୀନ।
୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ। ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ ସୁବାଷ ବୋଷ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ଥିଲା
କେବଳ ରିଲ୍ ନୁହେଁ ବରଂ ରିଏଲରେ ବି ୨ ବନ୍ଧୁ ଅଟନ୍ତି ତମାସା ମିଶ୍ର ଓ ରାଜଶ୍ରୀ ଶତପଥୀ। ଅନେକ ସମୟରେ ଏକାଠି ଖାଇବା ସହ ଏକାଠି ବୁଲି ଥାଆନ୍ତି ଏଦି ୨ ଯାତ୍ରା କଳାକାର। ତେବେ ଦୁଇ ବନ୍ଧୁ ଯେ, ଦିନେ ଏକାଠି ଅଭିନୟ କରିବାର ସୁଯୋଗ ପାଇବେ ତାହା କାହାକୁ ବା ଜଣା ଥିଲା?
କମୁଛି ହ୍ୱାଟ୍ସଆପ ଚାହିଦା। ବଢୁଛି ସିଗ୍ନାଲ ଓ ଟେଲିଗ୍ରାମ୍ ଆପର ବ୍ୟବହାର। ନୂଆ ନିୟମ ପରେ ସାରା ବିଶ୍ୱରେ ହ୍ୱାଟ୍ସଆପର ଲୋକପ୍ରିୟତା କମିବା ଆରମ୍ଭ ହୋଇଛି। ଏହାରି ଭିତରେ ଏକ ବଡ଼ ଖବର ସମ୍ନାକୁ ଆସିଛି। କେନ୍ଦ୍ର ସରକାର ହ୍ୱାଟ୍ସଆପ ଜାରି କରିଥିବା ନୂଆ ପଲିସି ଉପରେ ଅନୁଧ୍ୟାନ କରିବା ଆରମ୍ଭ କରି ଦେଇଛନ୍ତି…
ଗୁଗଲର ବଡ଼ ଆକ୍ସନ। ପ୍ଲେ ଷ୍ଟୋରରୁ ହଟିଲା ମୋବାଇଲ ଆପ୍। ଲୋନ ଏପ୍କୁ ନେଇ ଉପୁଜିଥିବା ସମସ୍ୟାରେ ଗୁଗଲ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆର୍ଥିକ କାରବାର କରୁଥିବା ବିଭିନ୍ନ ମୋବାଇଲ ଆପ୍ଲିକେସନସ୍କୁ ପ୍ଲେ ଷ୍ଟୋରରୁ ବାହାର କରି ଦେଇଛି ଗୁଗଲ। ଯେଉଁ ସବୁ ଆପ୍ଲିକେସନସଗୁଡିକ ନିୟମ କାନୁନକୁ ପାଳନ କରୁ ନଥିଲେ ସେସବୁକୁ ହଟାଇ ଦିଆଯାଇଛି।
ଷ୍ଟେଟ ବ୍ୟାଙ୍କରେ ଯଦି ଆକାଉଣ୍ଟ ଅଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ବ୍ୟାଙ୍କ ନ ଯାଇ ଘରେ ବସି ଆପଣ ଏହାର ଲାଭ ଉଠାଇ ପାରିବେ। ଏମିତିକି ବ୍ୟାଙ୍କ ନ ଯାଇ ଟଙ୍କା ନେଣଦେଣ କରି ପାରିବେ। ଏବେ ଜାଣନ୍ତୁ, କେମିତି ମିଳିବ ଏ ସୁବିଧା…
ବିରୋଧ। ସବୁଠି ବିରୋଧ। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ସାରା ଦେଶରେ ବିରୋଧ। ଜୋରଦାର ବିରୋଧ ପରେ ସଫେଇ ଦେବା ଆରମ୍ଭ କରି ଦେଇଛି ହ୍ୱାଟ୍ସଆପ। ଆସନ୍ତା ଫେବୃଆରୀ ୮ ତାରିଖରୁ ନୂଆ ପ୍ରାଇଭେସି ପଲିସୀ ନେଇ ଆସୁଛି ହ୍ୱାଟ୍ସଆପ। ଯାହାକୁ ସୋସିଆଲ ମିଡିଆ ୟୁଜର୍ସ ବିରୋଧ କରୁଛନ୍ତି।
ଅନ୍ୟକୁ ସାହାଯ୍ୟ କରି ଦିନେ ଚର୍ଚ୍ଚାରେ ଥିଲେ, ଏବେ ନିଜେ ହିଁ ଟେଲରିଂ କରିବା ଆରମ୍ଭ କରିଦେଲେ ସୋନୁ ସୁଦ୍
୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ବିରୋଧରେ ତୁନି ପଡିଥିଲା ବିଜେପି। କିନ୍ତୁ ଗତ କିଛି ଦିନ ହେବ ବିଜେପି ଗର୍ଜୁଛି, ବର୍ଷୁଛି। ପୁରୀଠୁ ନୟାଗଡ ନାବାଳିକା ମାମଲା ପର୍ଯ୍ୟନ୍ତ ରାଜରାସ୍ତାରେ ପ୍ରତିବାଦ ବି କରୁଛି। ମାହାଙ୍ଗାର ମହଙ୍ଗା ରାଜନୀତିରେ ଉଠୁଛି ପଡ଼ୁଛି ଓଡିଶା।
ଏଣିକି ରାସ୍ତାରେ ଟ୍ରାଫିକ ପୋଲିସ ଚଳାଇବେ ନାହିଁ ମନମାନି ବିନା ଡ୍ୟୁଟି ଡ୍ରେସକୋର୍ଡରେ ରାତିରେ ଅଟକାଇବେ ନାହିଁ ଗାଡ଼ି ଚଳନ୍ତା ଗାଡ଼ିରୁ ଚାବି କାଢିବା ମନା ଦିନକୁ କଟିବ ମାତ୍ର ଥରେ ଜୋରିମାନା ଟ୍ରାଫିକ ନିୟମ। ଏହି ଶଦ୍ଦ ସହ ଆମେ ମାନେ ସମସ୍ତେ ପରିଚିତ। ରାସ୍ତାରେ ଗାଡ଼ି ଚଳାଇବା ମାତ୍ରେ ଟ୍ରାଫିକ ବାବଦରେ ସବୁ ନିୟମ ଜାଣିବାର ଆବଶ୍ୟକତା ରହିଛି। ନଚେତ୍ କେତେବେଳେ ଯେ, ଅକାରଣେ ଫାଇନ ଦେବାକୁ ପଡିବ ତାହା କେହି କହିପାରିବେ ନାହିଁ। […]
ଏଣିକି ମୋବାଇଲ ଫୋନରେ ଆଉ ଶୁଣିବାକୁ ମିଳିବ ନାହିଁ ଅମିତାଭ ବଚ୍ଚନଙ୍କ କରୋନା ସଚେତନତାର ବାର୍ତ୍ତା। ବଚ୍ଚନଙ୍କ ବଦଳରେ ଏଣିକି ଶୁଣିବାକୁ ମିଳିବ ଜଣେ ମହିଳାଙ୍କ ସ୍ୱର। କେବଳ ଏତିକି ନୁହେଁ , କରୋନା ସଚେତନତା ନୁହେଁ ବରଂ କୋଭିଡ ଟିକା ସମ୍ପର୍କରେ ମୋବାଇଲ ଫୋନରେ ଦିଆଯିବ ବାର୍ତ୍ତା।