• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

file-itr-income-tax-return-in-just-rs-149-500x500
ଆୟକର ରିଟର୍ଣ୍ଣ ଦାଖଲର ଅବଧି ବଢିଲା

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲର ଅବଧି ବୃଦ୍ଧି ପାଇଛି। ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଅଗଷ୍ଟ ୩୧କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଏହି ଆୟକର ରିଟର୍ଣ୍ଣର ତାରିଖ ଅବଧି ଜୁଲାଇ ୩୧ ଥିଲା। ଏବେ ମାସେ ଆହୁରି ଅବଧି ବଢ଼ିବା ପରେ ଅଧିକ ସଂଖ୍ୟାର ଲୋକ ଏହି ଆୟକର ଜମା କରିବା ପାଇଁ ସମୟ ପାଇବେ ବୋଲି ଆଶା ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯଦି କେହି ବ୍ୟକ୍ତି ଅଗଷ୍ଟ ୩୧ […]

1
କର୍ଣ୍ଣାଟକ ରାଜନୀତି: ସରକାର ଗଠନ ପାଇଁ ସଜ ହେଉଛି ବିଜେପି

ବାଙ୍ଗାଲୋର: ଶେଷରେ କର୍ଣ୍ଣାଟକରେ ଭାଙ୍ଗିଲା ମେଣ୍ଟ ସରକାର। ଏବେ ସରକାର ଗଠନ ଲାଗି ବିଜେପି ଆରମ୍ଭ କରି ଦେଇଛି ସଜବାଜ। ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ପର୍ଯ୍ୟବେକ୍ଷକ ଆଜି ବେଙ୍ଗାଲୁରୁ ଯିବେ ଏବଂ ବିଧାୟକ ଦଳ ବୈଠକରେ ସାମିଲ ହେବେ । ବୈଠକରେ ବି.ଏସ୍. ୟେଦୁରପ୍ପାଙ୍କୁ ନେତା ଭାବେ ବଛାଯିବ । ୨୬ ତାରିଖ ଶୁକ୍ରବାର ଦିନ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି […]

tyt
ଅଫିସରେ ମୋଦିଙ୍କ ସହ ଏଇ ଛୋଟ ଛୁଆ କିଏ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଫିସରେ ପ୍ରତିଦିନ ବଡ଼ ବଡ଼ ନେତାଙ୍କୁ ସାକ୍ଷାତ କରନ୍ତି। ମୋଦିଙ୍କୁ ଭେଟୁଥିବା ଭିଆଇପିଙ୍କ ମଧ୍ୟରେ ବିଦେଶର ପ୍ରତିନିଧିମାନେ ମଧ୍ୟ ରହିଥାଆନ୍ତି। ହେଲେ ମଙ୍ଗଳବାର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କର ଜଣେ ଖାସ୍‌ ସାଙ୍ଗ ଆସିଥିଲେ। ମୋଦି ସେହି ଖାସ୍‌ ସାଙ୍ଗ ସହ ଅଫିସରେ ଖେଳୁଥିବାର ଦୃଶ୍ୟ ଆଜି ସେ ନିଜେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ମୋଦି ଗୋଟିଏ ଛୋଟ ପିଲାକୁ ଧରିଥିବା ଦେଖିବାକୁ ମିଳିଛି। ମୋଦି […]

fo8q95r8_hrithik-roshan_625x300_18_July_19
ଆସୁଛି ୱାର ! ପର୍ବତ ଶିଖରରେ ମୁହାଁମୁହିଁ ହେବେ ୨ ସୁପରଷ୍ଟାର

ମୁମ୍ବାଇ: ପର୍ବତ ଶିଖରରେ ସୁପର ବାଇକ୍‌ ରେସ୍‌।  ପର୍ବତ ପୁଣି ଛୋଟମୋଟ ନୁହେଁ, ପର୍ତ୍ତୃଗାଲର ସୁଉଚ୍ଚ ପର୍ବତ ‘ ସେରା ଦ ଏଷ୍ଟ୍ରେଲା’ । ଏହି ରେସ୍‌ରେ ମୁହାଁମୁହିଁ ହେଉଛନ୍ତି ବଲିଉଡର ୨  ଆକ୍ସନ ହିରୋ ହ୍ରିତିକ୍‌ ରୋଶନ ଓ ଟାଇଗର ସ୍ରଫ୍‌ । ଏପରି ସିନ୍‌ ଦର୍ଶକଙ୍କୁ ହଲ୍‌ରେ ସିଟ୍‌ ଜାବୁଡ଼ି ଧରିବାକୁ ବାଧ୍ୟ କରିବ। ପର୍ବତ ଶିଖରରେ ବାଇକ୍‌ ରେସ୍‌ର ଏପରି ଦୃଶ୍ୟ ବଲିଉଡ ଇଣ୍ଡଷ୍ଟ୍ରି ଲାଗି ପ୍ରଥମ ହେବ । ଏପରି ସିନ୍‌ […]

555555
ଟ୍ରମ୍ପଙ୍କ ମଧ୍ୟସ୍ଥତାରେ କଶ୍ମୀର ବିବାଦର ସମାଧାନ ଚାହୁଁଛନ୍ତି ଇମ୍ରାନ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ ଓ ତାଙ୍କଠାରୁ କଶ୍ମୀର ସମସ୍ୟାରେ ମଧ୍ୟସ୍ଥତା ସମ୍ପର୍କିତ ବୟାନ ଶୁଣିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଉତ୍ସାହିତ ହୋଇ ଉଠିଛନ୍ତି। ଭାରତ କଶ୍ମୀର ସମସ୍ୟାକୁ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଚାହୁଁଥିବା ବେଳେ ଆଜି ଇମ୍ରାନ୍‌ ବିପରୀତ ଢଙ୍ଗରେ ବୟାନ ଦେଇଛନ୍ତି। ଟ୍ରମ୍ପଙ୍କୁ ସାକ୍ଷାତ କରିବା ପରେ ଇମ୍ରାନ୍‌ କହିଛନ୍ତି, “କଶ୍ମୀର ସମସ୍ୟା ଦୀର୍ଘ ୭୦ ବର୍ଷ ହେଲା ଚାଲି ଆସିଛି। ତେଣୁ ଏହା ଦ୍ୱିପାକ୍ଷିକ […]

444444
ଲୋକସଭାରେ ପାରିତ ହେଲା ସୂଚନା ଅଧିକାର ଆଇନ ୨୦୧୯

ନୂଆଦିଲ୍ଲୀ: ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧିତ ସୂଚନା ଅଧିକାର ଆଇନ ୨୦୧୯ ପାରିତ ହୋଇଛି। ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏହାକୁ ଆଗତ କରିଥିଲେ। ଏହି ସଂଶୋଧନ ବିଧେୟକ ସପକ୍ଷରେ ୨୧୮ ଏବଂ ବିପକ୍ଷରେ ୭୯ ଜଣ ସାଂସଦ ଭୋଟ୍ ଦେଇଥିଲେ। ସଂଶୋଧିତ ବିଧେୟକରେ ସୂଚନା କମିଶନରଙ୍କ ରୋଜଗାର, ବେତନ, କାର୍ଯ୍ୟକାଳ ଓ ଅନ୍ୟ ନିୟମକୁ ଲାଗୁ କରିବାର ଅଧିକାର ସରକାରଙ୍କୁ ଦେବାକୁ ବିଲ୍‌ରେ ଉଲ୍ଲେଖ ରହିଛି। ତେବେ ଏହି ବିଲ୍ ଉପରେ ଚର୍ଚ୍ଚା ବେଳେ କଂଗ୍ରେସ ସଂସଦୀୟ […]

ghg
ଜହ୍ନକୁ ଯାଇ କ’ଣ ଖୋଜିବ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ମାଇଲ ଖୁଣ୍ଟ କୁହାଯାଉଥିବା ଚନ୍ଦ୍ରଯାନ-୨ ଜହ୍ନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସୋମବାର ମଧ୍ୟାହ୍ନ ୨ଟା ୪୩ ମିନିଟ୍‌ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ କରାଯାଇଥିଲା।  ଚନ୍ଦ୍ରରେ ପହଞ୍ଚିବା ପାଇଁ ଏହାକୁ ପ୍ରାୟ ୪୮ ଦିନ ଲାଗିବ। ୪୮ ଦିନ ପରେ ଜହ୍ନରେ ପହଞ୍ଚିବା ପରେ କେଉଁଠି ରହିବ ? କ’ଣ କରିବ ? ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)  ଏହି ଚନ୍ଦ୍ରଯାନ-୨କୁ ଜହ୍ନର ସାଉଥ […]

11111
ସେନାରେ ଯୋଗଦେଲେ ସହିଦ ଔରଙ୍ଗଜେବଙ୍କ ଦୁଇ ଭାଇ, କହିଲେ ଭାଇ ମୃତ୍ୟୁର ପ୍ରତିଶୋଧ ନେବୁ

ନୂଆଦିଲ୍ଲୀ: ଭାଇର ସାହସ ଓ ବୀରତ୍ୱରେ ଅନୁପ୍ରାଣିତ ହୋଇ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଜାମ୍ମୁ କାଶ୍ମୀର ସୋପିଆନର ଦୁଇ ଭାଇ ମହମ୍ମଦ ଶବୀର ଓ ମହମ୍ମଦ ତାରିକ। ମାତୃଭୂମିର ରକ୍ଷା ସହ ଆତଙ୍କବାଦୀଙ୍କୁ ନିପାତ କରି ଭାଇ ମୃତ୍ୟୁର ପ୍ରତିଶୋଧ ନେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ସେମାନେ। ଭାରତୀୟ ସେନାବାହିନୀରେ ଯୋଗ ଦେଇଥବା ଏହି  ଦୁଇ ବୀର ଯବାନ ହେଉଛନ୍ତି  ସହିଦ ଔରଙ୍ଗଜେବଙ୍କ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ଶବୀର। ଏଠାରେ ମନେ […]

girl-child_Reuters
ଉତ୍ତରକାଶୀ: ତିନି ମାସ ଭିତରେ ଜନ୍ମ ନେଇନି ଜଣେ ବି ଶିଶୁକନ୍ୟା

ଉତ୍ତରକାଶୀ:  ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୩ ମାସ ହେବ କୌଣସି ଝିଅ ଜନ୍ମଲାଭ କରିନାହାନ୍ତି। ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି। କାରଣ କେନ୍ଦ୍ର ସରକାର ଲିଙ୍ଗଗତ ସମାନୁପାତ ରଖିବା ପାଇଁ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଆରମ୍ଭ କରିଥିବାବେଳେ ଉତ୍ତରକାଶୀର ଏହାର କିଛି ପ୍ରଭାବ ପଡି ନ ଥିବା ଦେଖିବାକୁ ମିଳିଛି। ଅନ୍ତିମ ୩ ମାସର ରିପୋର୍ଟ ଅନୁଯାୟୀ ପାଖାପାଖି ୧୩୨ଟି ଗାଁରେ ୨୧୬ ଜଣ ଶିଶୁ ଜନ୍ମଲାଭ […]