• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Ashwini Vaishnaw
କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ପାଇପାରନ୍ତି ଅଶ୍ୱିନୀ ବୈଷ୍ଣବ

କ୍ୟାବିନେଟ ମନ୍ତ୍ରୀ ହେବେ ବୈଷ୍ଣବ ! କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି ଅଶ୍ୱିନୀ ବୈଷ୍ଣବ। ଏନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହାସହ ସାମ୍ନାକୁ ଆସିଲା ଶପଥ ନେବାକୁ ଥିବା ୪୩ ମନ୍ତ୍ରୀଙ୍କ ତାଲିକା। ତାଲିକାର ୬ନମ୍ବର ସ୍ଥାନରେ ରହିଛି ଅଶ୍ୱିନୀ ବୈଷ୍ଣବଙ୍କ ନାଁ। ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୨ ନୂଆ ମନ୍ତ୍ରୀ ସାମିଲ୍ ହେବା ସ୍ପଷ୍ଟ ହୋଇଛି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡ଼ୁ

Narendra Modi
ଏହି ମାନଙ୍କୁ ସନ୍ଧ୍ୟାରେ ମିଳିପାରେ ମନ୍ତ୍ରୀ ପଦ, ଦେଖନ୍ତୁ ପୂରା ତାଲିକା

ସେହିପରି, କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ଇସ୍ତଫା ଦେଇଛନ୍ତି । ଏହାସହ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବି ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ଗତକାଲିଠାରୁ କେନ୍ଦ୍ରମନ୍ତ୍ରୀ ଥାବରଚାନ୍ଦ ଗେହଲୋଟଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

pratap sarangi
ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟମନ୍ତ୍ରୀ ପଦ ଛାଡ଼ିଲେ ଡାକ୍ତର ହର୍ଷବର୍ଦ୍ଧନ

କେନ୍ଦ୍ର ମନ୍ତିମଣ୍ଡଳରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ । ସଂପ୍ରସାରଣ ଅବସରରେ ଇସ୍ତଫା ଦେଇଥିବା ସୂଚନା । ଏମଏସଏମଇ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ ।

Bishweswar Tudu,Ashwini Vaishnaw
ଓଡ଼ିଶାରୁ ୨ ମନ୍ତ୍ରୀ ସାମିଲ ହେବା ନେଇ ସ୍ପଷ୍ଟ ହେଲା ଚିତ୍ର

ଆଜି ସନ୍ଧ୍ୟାରେ ମୋଦିଙ୍କ ଟିମର ନବକେଳବର । ନୂତନ କ୍ୟାବିନେଟରେ କାହାକୁ ମିଳିବ ମନ୍ତ୍ରୀପଦ ? ଏପରି କଳ୍ପନା ଜଳ୍ପନା ମଧ୍ୟରେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଥିଲା । କେନ୍ଦ୍ରମନ୍ତ୍ରୀ ହୋଇପାରନ୍ତି ମୟୂରଭଂଜ ସାଂସଦ ।

Ramesh Pokhriyal
ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଓ ରମେଶ ପୋଖରିଆଲ

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସନ୍ତୋଷ ଗଙ୍ଗୱାର ଓ ରମେଶ ପୋଖରିଆଲ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ କିଛି ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଶ୍ରମମନ୍ତ୍ରୀ ଥିଲେ ଗଙ୍ଗୱାର। ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଇସ୍ତଫା ଦେଇଛନ୍ତି।ସ୍ୱାସ୍ଥ୍ୟ ଗତ କାରଣ ଥିବାରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଦେବଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ଼ା ମଧ୍ୟ ଇସ୍ତଫା ଦେଇଛନ୍ତି।

NarendraModi
ମୋଦି ମନ୍ତ୍ରୀମଣ୍ଡଳରେ କିଏ କିଏ ହେବେ ସାମିଲ?

ଆଜି ସଂଧ୍ୟା ୬ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ। ଏଥିପାଇଁ ବିଜ୍ଞପ୍ତ ପ୍ରକାଶ ପାଇଛି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ରାଷ୍ଟ୍ରପତି ଭବନରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପୂର୍ବରୁ ସେଭେନ୍ ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେତାଙ୍କ ଭିଡ଼ ଲାଗିଲାଣି

NarendraModi
ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ୧୮ ମନ୍ତ୍ରୀ, ସନ୍ଧ୍ୟା ୬ରେ ଶପଥ ଗ୍ରହଣ ଉତ୍ସବ

ମୋଦିଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ନୂଆ ୧୮ ମନ୍ତ୍ରୀ। ରାଷ୍ଟ୍ରପତି ଭବନକୁ ୧୮ ଜଣଙ୍କ ନାଁ ଯାଇଥିବା ସୂଚନା ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ୍‌ ନାଁ ଯାଇଥିବା ସୂଚନା ମିଳିଛି। ଏହାସହ ପଶୁପତି ପାରସ, ନାରାୟଣ ରାଣେ, ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଯାଇଥିବା ସୂଚନା ମିଳିଛି

corona
ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୩, ୭୩୩ ନୂତନ ସଂକ୍ରମିତ ଚିହ୍ନଟ, ୯୩୦ ମୃତ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ପ୍ରତିଦିନ ନୂତନ ସଂକ୍ରମିତଙ୍କ ଗ୍ରାଫ୍ ଖସୁଛି । ତେବେ ଏହାରି ଭିତରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ସମ୍ପର୍କରେ ଆଲର୍ଟ ମଧ୍ୟ ଜାରି ହୋଇସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ସୁଦ୍ଧା ବିପଦ ଟଳିନି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୭୩୩ ନୂଆ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ପୁଣି ୧୦୦୦ ପାଖାପାଖି ରହିଛି । ଗୋଟିଏ ଦିନରେ ୯୩୦ କରୋନା ସଂକ୍ରମିତ ଜୀବନ ହାରିଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬ ଲକ୍ଷ ୬୩ ହଜାର ୬୬୫ କୁ ବୃଦ୍ଧି ପାଇଛି ।

Prime Minister Narendra Modi
କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂଆ ମନ୍ତ୍ରାଳୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଗଠନ ହେଲା ନୂତନ ମନ୍ତ୍ରାଳୟ । ଦେଶରେ ସମବାୟ ଆନ୍ଦୋଳନକୁ ମଜଭୁତ କରିବା ତଥା ଏହାକୁ ନୀତିଗତ ଢାଞ୍ଚା ଦେବା ଉଦ୍ଦେଶ୍ୟରେ ମିନିଷ୍ଟ୍ରି ଅଫ କୋଅପରେସନ ବା ସହଯୋଗ ମନ୍ତ୍ରାଳୟ ଭାବେ ଏହି ନୂତନ ମନ୍ତ୍ରାଳୟ  ଗଠନ କରାଯାଇଛି  ।

ESIC
ESIC ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର, କରୋନାରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ପେନ୍‌ସନ୍‌

ଇଏସ୍ଆଇସି ହିତାଧିକାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଯଦି ମହାମାରୀ କରୋନାରେ କୌଣସି ଇଏସ୍ଆଇ ହିତାଧିକାରୀଙ୍କ ମୃତ୍ୟୁ ହୁଏ, ତେବେ ମୃତକଙ୍କ ପରିବାର ଲୋକଙ୍କୁ ପ୍ରତି ମାସରେ ତାଙ୍କ ହାରାହାରି ଦରମାର ୯୦ ପ୍ରତିଶତ ପେନ୍‌ସନ୍‌ ଯୋଗାଇଦିଆଯିବ

Dillip Kumar
ବିଶିଷ୍ଟ ବଲିଉଡ୍‌ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ

ବିଶିଷ୍ଟ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ । ୯୮ ବର୍ଷ ବୟସରେ ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସକାଳ ୭ଟା ୩୦ରେ ପରଲୋକ ହୋଇଥିବା ନେଇ ସୂଚନା ରହିଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଦିଲ୍ଲୀପ କୁମାର ।

Ramesh Pokhriyal Nishank
 ଜୁଲାଇ ୨୦ରୁ JEE ମେନ୍ ପରୀକ୍ଷା  

ଜୁଲାଇ ୨୦ରୁ ହେବ JEE ମେନ୍ ପରୀକ୍ଷା । ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ JEE ମେନ୍ ସେସନ୍- ୩ ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ହେବ JEE ମେନ୍ ସେସନ୍-୪ ପରୀକ୍ଷା  ।

NarendraModi
ସନ୍ଧ୍ୟା ସୁଦ୍ଧା ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ନୂଆ ସଦସ୍ୟ

ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ । ଯେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ଅଛି, ସମସ୍ତଙ୍କୁ ଦିଲ୍ଲୀରୁ ଡକରା ଆସିଛି । ହେଲେ ସେମାନେ ଖୋଲାଖୋଲି କିଛି କହୁ ନାହାନ୍ତି । ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ।

Bhubaneswar Murder Case
ପ୍ରେମ ପାଇଁ ହୋଇଛି କି ଭୀମଟାଙ୍ଗୀ ହତ୍ୟାକାଣ୍ଡ?

ପ୍ରେମ ପ୍ରତାରଣାରୁ ପ୍ରଚଣ୍ଡ ପ୍ରତିଶୋଧ? ନା ଏକତରଫା ପ୍ରେମରୁ ଜଘନ୍ୟ କାଣ୍ଡ? ଭୁବନେଶ୍ୱର ଭୀମଟାଙ୍ଗୀ ମହିଳା ହତ୍ୟାକାଣ୍ଡର କାରଣକୁ ନେଇ ଚର୍ଚ୍ଚା ଭୀମଟାଙ୍ଗୀ ଫେଜ୍ ଓ୍ୱାନରେ ରହୁଥିବା ଯାଜପୁର କୁଆଖିଆ ଅଞ୍ଚଳର ୨୬ ବର୍ଷୀୟ ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କ ହତ୍ୟାକୁ ୨୪ ଘଣ୍ଟା ବିତିଯାଇଥିବା ବେଳେ ମିଳିପାରିନି ସ୍ପଷ୍ଟ ଚିତ୍ର

Mohalla Library
ଷଷ୍ଠ ଶ୍ରେଣୀର ଛାତ୍ରୀ ଆରମ୍ଭ କଲେ ମୋହଲ୍ଲା ଲାଇବ୍ରେରୀ

ମହାରାଷ୍ଟ୍ର ଔରାଙ୍ଗାବାଦରେ ଏବେ ଛୋଟ ଛୋଟ ପିଲାଙ୍କ ପାଇଁ ଖୋଲାଯାଇଛି ମୋହଲ୍ଲା ଲାଇବ୍ରେରୀ । ବସ୍ତି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏସବୁ ଲାଇବ୍ରେରୀ ଖୋଲାଯାଇଛି

NarendraModi
କାହାକୁ ମିଳିବ ମନ୍ତ୍ରୀ ପଦ? ଏବେଠୁ ଜୋର ଧରିଲାଣି ଚର୍ଚ୍ଚା

କ୍ୟାବିନେଟରେ ୮୧ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବା ବେଳେ, ଏବେ ମାତ୍ର ୫୩ ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ୍ ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ବିକଳ୍ପ ମହଜୁଦ ରହିଛି ପ୍ରଧାନମନ୍ତ୍ରୀଙ୍କ ପାଖରେ। ତେଣୁ ଆସନ୍ତାବର୍ଷ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ସେଠାକାର ସାଂସଦ ଓ ସହଯୋଗୀ ଦଳଙ୍କୁ ଗୁରୁତ୍ୱ ଦେଇପାରନ୍ତି ମୋଦି

NarendraModi
କାଲି ସନ୍ଧ୍ୟାରେ ନିଜ କ୍ୟାବିନେଟ୍‌ ସଂପ୍ରସାରଣ କରିବେ ପ୍ରଧାନମନ୍ତ୍ରୀ

କାଲି ସଂଧ୍ୟାରେ କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣ ହେବ। ଏନେଇ ଜାତୀୟ ଗଣମାଧ୍ୟମରୁ ମିଳିଛି ସୂଚନା । ଆସନ୍ତାକାଲି ହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ। ତେବେ କାହାକୁ ମନ୍ତ୍ରୀପଦ ମିଳିବ ତାହାକୁ ନେଇ ଏବେଠୁ ଜୋରସୋରରେ ଚର୍ଚ୍ଚା ଚାଲିଛି

Nitish Kumar
“କେନ୍ଦ୍ରରେ ଆମକୁ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଦେବା କଥା”

କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବା ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚାଲିଛି ଚର୍ଚ୍ଚା। ତେବେ ଦିଲ୍ଲୀରେ ଏନେଇ ଆଜି ମାନସମନ୍ଥନ ହେଉଥିବା ଜଣାପଡ଼ିଛି। କେଉଁ ବିଭାଗରେ କିଏ ମନ୍ତ୍ରୀ ରହିବେ? କାହାର ମନ୍ତ୍ରୀ ପଦ ଯିବ? କାହାକୁ ନୂଆ ଦାୟିତ୍ୱ ମିଳିବ? କିଏ ସଂଗଠନ ପାଇଁ କାମ କରିବ?

Theft Car
ସୁରଟ ପୋଲିସକୁ ବଡ଼ ସଫଳତା, ୨୦୦ ଚୋରା କାର ଜବତ ସହ ମାଷ୍ଟର ମାଇଣ୍ଡ ଗିରଫ

ସୁରଟରେ ଗାଡ଼ି ଭଡ଼ାରେ ନେଇ ବିକ୍ରି କରୁଥିବା ଏକ ବଡ଼ ରାକେଟ୍‌ର ପର୍ଦ୍ଦାଫାସ କରିଛି ପୋଲିସ୍ । ପ୍ରାୟ ୨୦୦ କାରକୁ ଜବତ କରାଯାଇ ସେଥିରୁ ୨୨ଟି କାରକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି ।

Lav Agarwal On Corona
ସଚେତନ ନହେଲେ ପୁଣି ଲାଗୁ ହେବ କରୋନା କଟକଣା: ଲବ୍‌ ଅଗ୍ରୱାଲ୍‌

କରୋନା ଭାଇରସର ଦ୍ୱିତୀୟ ଲହର ଧିମା ହେବା ପରେ ମାର୍କେଟ୍ ଓ ହିଲ୍ ଷ୍ଟେସନରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ୍ କହିଛନ୍ତି, ହିଲ୍ ଷ୍ଟେସନ୍ ଯାଉଥିବା ଲୋକେ କରୋନା ନିୟମର ଆଦୌ ପାଳନ କରୁନାହାନ୍ତି। ଯଦି ପ୍ରୋଟୋକଲ ପାଳନ କରାନଗଲା, ତାହେଲେ କୋହଳ ହୋଇଥିବା କଟକଣାକୁ ବନ୍ଦ କରିବାକୁ ପଡ଼ିବ

Copa Cup
କୋପା ଆମେରିକା କପ୍ ଫାଇନାଲରେ ପହଞ୍ଚିଛି ବ୍ରାଜିଲ

କୋପା ଆମେରିକା କପ୍ ଫାଇନାଲରେ ପହଞ୍ଚିଛି ବ୍ରାଜିଲ । ଲଗାତର ଦ୍ୱିତୀୟ ଥର ପାଇଁ ବ୍ରାଜିଲ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ସେମିଫାଇନାଲ ମ୍ୟାଚରେ ବ୍ରାଜିଲ ୧-୦ଗୋଲରେ ପେରୁକୁ ହରାଇଛି । ଆଜିର ମ୍ୟାଚରେ ନେମ୍ୟାରଙ୍କ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲା

Rashtrapati Bhavan
୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

କେନ୍ଦ୍ର କ୍ୟାବିନେଟ୍ ସଂପ୍ରସାରଣ ଚର୍ଚ୍ଚା ଭିତରେ ୮ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି। 

PM Modi
ଖୁବଶୀଘ୍ର ହେବ କେନ୍ଦ୍ର କ୍ୟାବିନେଟ୍‌ର ସଂପ୍ରସାରଣ, କିଛି ସାଂସଦଙ୍କୁ ଦିଲ୍ଲୀ ଡାକରା

ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟ୍‌ର ସଂପ୍ରସାରଣ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କିଛି ସାଂସଦଙ୍କୁ ଦିଲ୍ଲୀ ଡକରା ଯାଇଛି। କ୍ୟାବିନେଟ୍ ସଂପ୍ରସାରଣରେ ଏଥିରେ ୨୮ ଜଣଙ୍କୁ ନୂଆ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

k-ch-rao
ସ୍କୁଲ ପରେ ଏବେ କଲେଜ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ହାଇଦ୍ରାବାଦ: ସ୍କୁଲ ପରେ ଏବେ କଲେଜ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ।। ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ୍ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାନ୍ନଭୋଜନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର। ଚଳିତ ଶିକ୍ଷା ବର୍ଷରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ସରକାରୀ କଲେଜ୍‌ଗୁଡ଼ିକରେ ଡ୍ରପ୍‌ଆଉଟ୍‌ ହାରକୁ କମାଇବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶୁକ୍ରବାର ଏପରି ନିଷ୍ପତ୍ତି ନେଇଛନ୍ତି। ଯେଉଁ ଛାତ୍ରାଛାତ୍ରୀମାନେ ସକାଳେ କଲେଜ୍‌ ଆସୁଛନ୍ତି ସେମାନେ ମଧ୍ୟାହ୍ନରେ ଘରକୁ […]