• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

pjimage-1-4-696x385
ଏଇ ନେତାଙ୍କ ପାଇଁ ଆୟକର ନଜରରେ ଆସି ଥିଲେ ସିସିଡି ପ୍ରତିଷ୍ଠାତା ସିଦ୍ଧାର୍ଥ !

ବେଙ୍ଗାଲୁରୁ: କାଫେ କଫି ଡେ’ର ପ୍ରତିଷ୍ଠାତା ଭି.ଜି ସିଦ୍ଧାର୍ଥଙ୍କ ଶେଷକୃତ୍ୟ ଗତକାଲି ସମ୍ପନ୍ନ ହୋଇଛି। ହେଲେ ଏହାରି ଭିତରେ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଇନକମ୍ ଟ୍ୟାକ୍ସ ବିଭାଗର ଚଢ଼ଉ ପରେ ସିଦ୍ଧାର୍ଥ ମାନସିକ ଆଘାତ ପାଇବା ପଛର କାରଣ କଂଗ୍ରେସ ବିଧାୟକ ଡିକେ ଶିବ କୁମାର ବୋଲି ଚର୍ଚ୍ଚା ହେଉଛି। ଆୟକର ବିଭାଗର କହିବା ଅନୁସାରେ ଶିବକୁମାରଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ମାମଲାରେ ସିଦ୍ଧାର୍ଥ ତଦନ୍ତ ପରିସରଭୁକ୍ତ ରହିଛନ୍ତି । […]

tt
ଆଇନ୍‌ ପାସ୍‌ ହେବାର ଦିନକ ପରେ... ଟ୍ରିପଲ ତଲାକରେ ସ୍ତ୍ରୀଙ୍କୁ ଦେଲେ ଛାଡ଼ପତ୍ର

ଅହମଦାବାଦ: ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଇନ୍‌ଷ୍ଟାଣ୍ଡ ଟ୍ରିପଲ ତଲାକକୁ ବେଆଇନ୍‌ ଘୋଷଣା କରିବା ପାଇଁ ଆଗତ ବିଲ୍‌ ମଙ୍ଗଳବାର ରାଜ୍ୟସଭାରେ ପାସ୍‌ ହୋଇଥିଲା। ଟ୍ରିପଲ ତଲାକ ଦେବା ଏବେ ଏକ ଦଣ୍ଡନୀୟ ଅପରାଧ। ତେବେ ବିଲ୍‌ ପାସ୍‌ ହେବାର ଗୋଟିଏ ଦିନ ପରେ ଆଜି ଗୁଜରାଟର ଅହମଦାବାଦ୍‌ରୁ ଟ୍ରିପଲ ତଲାକ କହି ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା ଅଭିଯୋଗ ହୋଇଛି। ଟ୍ରିପଲ ତଲାକ ପାଇବା ପରେ ପତ୍ନୀ ଜଣଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ […]

ranjan-gogoi
ଉନ୍ନାଓ ପୀଡିତାଙ୍କ ମା’ଙ୍କ ଚିଠିକୁ ନେଇ ତନାଘନା, ଚିଠି ମିଳି ନ ଥିବାରୁ କ୍ଷୋଭପ୍ରକାଶ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦୁର୍ଘଟଣାରେ ଆହତ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମାଙ୍କ ଚିଠିକୁ ନେଇ ଆରମ୍ଭ ହୋଇଛି ତନାଘନା । ପୀଡିତାଙ୍କ ମାଆ, ପ୍ରଧାନ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ ଜୁଲାଇ ୧୨ ତାରିଖରେ। ଏହି ଚିଠିରେ ତାଙ୍କ ପରିବାରକୁ ଧମକ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ। ତେବେ ଏହି ଚିଠି କାହିଁକି ତାଙ୍କ ପାଖରେ ପହଞ୍ଚିନଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଏଥିପାଇଁ ସେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲଙ୍କୁ ସ୍ପଷ୍ଟୀକରଣ […]

ccd-letter
କଫି ବାଦ୍‌ଶାହଙ୍କ ଶେଷ ଚିଠିରେ କାହାର ସେ ଦସ୍ତଖତ ?

ବେଙ୍ଗାଲୁରୁ: ବହୁ ଖୋଜାଖୋଜି ପରେ ମିଳିଛି କାଫେ କଫି ଡେ’ ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ। ସ୍ଥାନୀୟ ମାଛଧରାଳି ମୃତଦେହକୁ ଦେଖି ପୋଲିକୁ ଖବର ଦେଇଥିଲେ। ପୁଲିସ ଶବକୁ ଚିହ୍ନଟ କରିବା ପରେ ତାହା ନିଖୋଜ ସିଦ୍ଧାର୍ଥଙ୍କର ବୋଲି ସ୍ପଷ୍ଟ ହୋଇଛି। ସିଦ୍ଧାର୍ଥ ନେତ୍ରାବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୋମବାର ନିଖୋଜ ହେବା ପୂର୍ବରୁ ସିଦ୍ଧାର୍ଥ ଲେଖିଥିବା ଏକ ଚିଠି ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଆବେଗଭରା ଏହି ଚିଠିରେ ସିଦ୍ଧାର୍ଥ ଲେଖିଥିଲେ […]

ritul
ବାଜ୍ୟାପ୍ତ ହେଲା କମଲ ନାଥଙ୍କ ଭଣଜାଙ୍କ ନାଁରେ ଥିବା ୨୫୪ କୋଟି ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: ଆୟକର ବିଭାଗର ଦିଲ୍ଲୀ ୟୁନିଟ୍‌ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କ ନାମରେ ଥିବା ୨୫୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଛି। ଆୟକର ବିଭାଗ ତାଙ୍କ ନାମରେ ଥିବା କିଛି ଇକ୍ୱିଟି ଶେୟାର ଏବଂ ଅନ୍ୟାନ୍ୟ ଶେୟାର ମଧ୍ୟ ନିଜ ଦଖଲକୁ ନେଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଏହି ଅର୍ଥ ଏଫ୍‌ଡିଆଇ ଯୋଗେ ରାଜୀବ ସାକ୍ସେନା ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଆସିଛି। ରାଜୀବ ଅଗୁସ୍ତା […]