ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଓ ତାଙ୍କ ଟିମ୍ ଆଜି ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତି ଯାଇଛନ୍ତି। ଆଜି ଆମେରିକାର ଐତିହାସିକ ପର୍ଲ ହାରବର ମିଲିଟାରୀ ବେସ୍ରେ ଆଜି ଜଣେ ବ୍ୟକ୍ତି ଅତର୍କିତ ଗୁଳିମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀ ଜଣଙ୍କ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛି। ବାୟୁସେନା ମୁଖ୍ୟ ଓ ତାଙ୍କ ଟିମ୍ ହାୱାଇରେ ଅନୁଷ୍ଠିତ ପ୍ୟାସିଫିକ ଏୟାର ଫୋର୍ସ ଚିଫ୍ କନଫରେନ୍ସ (ପିଏସିଏସ୍-୨୦୧୯)ରେ ଯୋଗଦେବାକୁ […]
ଭୋପାଲ: ମଧ୍ୟପ୍ରଦେଶର ରେୱା ସହରରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଯାତ୍ରୀବାହୀ ବସ୍କୁ ଧକ୍କା ଦେବାରୁ ରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ବେଳେ […]
ନୂଆଦିଲ୍ଲୀ:ବୟସର ସାୟାହ୍ନରେ ବାପା-ମା’ଙ୍କ ଦାୟିତ୍ୱ ନେବା ପୁଅଝିଅ କର୍ତ୍ତବ୍ୟ। ବାପା-ମା’ ଅବହେଳିତ, ନିର୍ଯାତିତ ହେଲେ ପୁଅଝିଅଙ୍କୁ ସମସ୍ତେ ନିନ୍ଦା କରିଥାନ୍ତି । ଏହି ଅବହେଳା ପାଇଁ ଅନେକ ସମୟରେ ମିଡିଆ ସାମ୍ନାରେ ପୁଅଝିଅଙ୍କୁ ବି ଲଜ୍ଜିତ, ଅପମାନିତ ହେବାକୁ ପଡିଥାଏ । ହେଲେ ବାପା-ମା’ଙ୍କ କଥା ବୁଝିବା ଖାଲି ପୁଅଝିଅଙ୍କ ଦାୟିତ୍ୱ ନୁହେଁ, ବୋହୂ-ଜ୍ୱାଇଁଙ୍କର ବି ସମାନ ଦାୟିତ୍ୱ ରହିଛି । ଯଦି ବୟସ୍କମାନେ ଅବହେଳିତ ହୁଅନ୍ତି ତେବେ ଏଥିପାଇଁ ସମାନ ଭାବେ ପୁଅଝିଅ ସହ ବୋହୂ-ଜ୍ୱାଇଁ […]
ଅହମଦାବାଦ: ସାରା ଦେଶରେ ହେଲମେଟ ପିନ୍ଧିବା ନେଇ କଡ଼ାକଡି ନିୟମ ହୋଇଥିବା ବେଳେ ଗୁଜରାଟ ସରକାର କିନ୍ତୁ ଏହି ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଲୋକଙ୍କ ଦାବିକୁ ଆଖି ଆଗରେ ରଖି ଏଭଳି ପରିବର୍ତ୍ତନ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସହର ମଧ୍ୟରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ନିୟମ ଜାରି କରିଛନ୍ତି ସରକାର। ଗୁଜରାଟ ସରକାରର ପରିବହନ ମନ୍ତ୍ରୀ ଆରସି ଫଲଦୁ ଆଜି ଏହା କହିଛନ୍ତି। କିନ୍ତୁ ରାଜ୍ୟ ଓ […]
ନିକଟରେ ଗାଜିଆବାଦରେ ଘଟିଯାଇଥିବା ଦୁଃଖଦ ଘଟଣା ସ୍ତବ୍ଧ କରି ଦେଇଛି ସାରା ଦେଶକୁ। ୨ ସନ୍ତାନଙ୍କୁ ହତ୍ୟା କଲା ପରେ ପରିବାରର ୩ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏମିତି ଘଟଣା ଅବଶ୍ୟ ନୂଆ ନୁହେଁ। କାରଣ ଅନେକ ସମୟରେ ଦେଖାଯାଏ, ଅନେକ ଶିକ୍ଷିତ ବ୍ୟକ୍ତି ମାନସିକ ଚାପ ସହି ନ ପାରି ଆତ୍ମହତ୍ୟାର ବାଟ ବାଛି ନେଇଥାନ୍ତି। ତେବେ ଏମିତି କାହିଁକି ହୁଏ ? ଜଣେ ଲୋକ ଆତ୍ମହତ୍ୟା କଲାବେଳେ ସେ କ’ଣ ଭାବୁଥାଏ ? ତା’ର […]
ନୂଆଦିଲ୍ଲୀ: ଏଣିକି ପାନ୍ କାର୍ଡ ଜାଗାରେ ଆଧାର କାର୍ଡ କିମ୍ୱା ଆଧାର କାର୍ଡ ଜାଗାରେ ପାନ୍ ନମ୍ୱର ଭୁଲରେ ଲେଖିଲେ ଜୋରିମାନା ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ଆୟକର ବିଭାଗ ଏଭଳି ଭୁଲ୍ ପାଇଁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କହିଛି। ତେଣୁ ଆଧାର କାର୍ଡ କିମ୍ୱା ପାନ ନମ୍ୱର ଲେଖୁଥିଲେ ସତର୍କ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଟିକସ ଦେବା ବେଳେ ଅନେକ […]
ଶ୍ରୀନଗର:ଉତ୍ତର କାଶ୍ମୀରର କେତେକ ଅଞ୍ଚଳରେ ପ୍ରବଳ ହିମସ୍ଖଳନ ହେଉଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଏହି ହିମସ୍ଖଳନ ଚାଲୁ ରହିଛି। କୁପୱାଡା ଜିଲ୍ଲାର ସଟୀ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଯବାନ ନିଖୋଜ ଥିବା ଖବର ମିଳିଛି। କୁହାଯାଉଛି, କାଶ୍ମୀରର ଗୁରେଜ ଏବଂ କରନାହ ସେକ୍ଟରରେ ହୋଇଥିବା ବରଫ ତୁଫାନରେ ସେନାର କେତେକ ଯବାନ ଫଶି ରହିଛନ୍ତି। ଉତର କାଶ୍ମୀରର କୁପୱାଡ଼ା ଜିଲ୍ଲାର କରନାହ ଏବଂ ବାନ୍ଦୀପୋରାର ଗୁରେଜ ସେକ୍ଟରରେ ଗତକାଲି ରାତିରୁ ହିମସ୍ଖଳନ ହେଉଛି। ୧୮ ହଜାର […]
ମୁମ୍ବାଇ: କୋଲକାତାର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର୍ ପାଲଟି ଯାଇଥିବା ରାନୁ ମଣ୍ଡଳ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ସେ ଭଲ କାରଣରୁ ଚର୍ଚ୍ଚାରେ ରହୁଛନ୍ତି ତ କେତେବେଳେ ଖରାପ କାରଣରୁ। ମେକ୍ଅପ୍ ପାଇଁ ଟ୍ରୋଲ୍ ହୋଇଥିବା ତଥା ଫ୍ୟାନ୍ଙ୍କ ସହ ଦୁର୍ବ୍ୟବହାର କରି ଚର୍ଚ୍ଚାରେ ରହିଥିବା ରାନୁ ଏବେ ଅନ୍ୟ ଏକ ଖରାପ କାରଣ ପାଇଁ ଆଲୋଚନାର ପରିସରକୁ ଆସିଛନ୍ତି। ଏମିତିକି ତାଙ୍କୁ ଏଥିପାଇଁ ସୋଶାଲ୍ […]
ବଣ୍ଡା: ପୁଅକୁ ଚାହିଁ ଚାହିଁ ୬ଟି ଝିଅ ଜନ୍ମ ଦେବାରୁ ଉଭୟ ମା’ ଏବଂ ୬ ଝିଅକୁ ଘରୁ ବାହାର କରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶ ବଣ୍ଡା ଜିଲ୍ଲାର କୋରହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉଭୟ ସ୍ୱାମୀ ଏବଂ ଦେଢଶୂର ତାଙ୍କୁ ନିର୍ଯାତନା ଦେଇଛନ୍ତି ବୋଲି ୪୦ ବର୍ଷ ବୟସ୍କ ମହିଳା ଶାହଜହନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଘରୁ ବାହାର କରି ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ତାଙ୍କର ସ୍ୱାମୀ ଲୁକମନ […]
ମୁମ୍ବାଇ: ସମୁଦ୍ର କୂଳରେ ଭାସୁଥିବା ଏକ ସୁଟେକେସ୍କୁ ଆଜି ପୁଲିସ୍ ଜବତ କରିଛି। ତେବେ ଏହାକୁ ଖୋଲିବା ପରେ ପୁଲିସ୍ ସମେତ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। କାରଣ ଏହି ସୁଟକେସ୍ ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଠାବ ହୋଇଛି। ମହିମରେ ଥିବା ମାଖଡୁମ ଶାହ ବାବା ଦର୍ଘା ପଛ ପାଖ ସମୁଦ୍ର କୂଳରେ ସୁଟକେସ ଭାସୁଥିବା ପ୍ରଥମେ ଲୋକମାନେ ଦେଖିଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ […]
ହାଇଦ୍ରାବାଦ: “ମୁଁ ତା’ ପାଇଁ ଫଳ କାଟି ରଖିଥିଲି। ଆଶା କରିଥିଲି ମୋ ଝିଅ ଆସିଲେ ଖାଇବ। ହେଲେ ଏବେ ସବୁ କିଛି ସରି ଯାଇଛି।” ଏମିତି କୋହ ଭରା କଣ୍ଠରେ ନିଜର ବ୍ୟଥା ବୟାନ କରିଛନ୍ତି ହାଇଦ୍ରାବାଦରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୨୬ ବର୍ଷୀୟ ଭେଟେରିନାରୀ ଡାକ୍ତରାଣୀଙ୍କ ମା’। ଝିଅ ସହ ଯାହା ଘଟିଲା, ସେଥିରେ ସେ ସଂପୂର୍ଣ୍ଣ ଭାବେ ଧୈର୍ଯ୍ୟ ହରା ହୋଇପଡ଼ିଛି। ତଥାପି ସେ ଆଜି ତାଙ୍କ ଛାତି ତଳର […]
ନୂଆଦିଲ୍ଲୀ:ଦେଶର ସମୁଦ୍ର ସୀମା ଉଲ୍ଲଘଂନ କରି ଆସିଥିବା ଚୀନ ଜାହାଜକୁ ଭାରତୀୟ ନୌସେନା ଭଗାଇବାରେ ସଫଳ ହୋଇଛି। ଚୀନର ପିପୁଲ୍ସ ଲିବରେଶନ ଆର୍ମିର ଏହି ପୋତ ଆଣ୍ଡାମାନ ନିକୋବର ଦ୍ୱୀପ ସମୁହ ନିକଟ ଆଣ୍ଡାମାନ ସି’ ର ଭାରତର ଇକନମିକ୍ ଜୋନ ଭିତରକୁ ପଶି ଆସିଥିଲା। ନୌସେନା ମଙ୍ଗଳବାର ଏହି ସୂଚନା ଦେଇଛି। ନୌସେନା ପ୍ରମୁଖ ଏଡମିରାଲ କରମବୀର ସିଂହ ଏ ବିଷୟରେ ସୂଚନା ଦେଇ କହିଛନ୍ତି, ଚାଇନାର ଶି ୟାନ ୧ ଜାହାଜ ଏଠାରେ ଅନୁସନ୍ଧାନ […]
ନୂଆଦିଲ୍ଲୀ:ନିର୍ଭୟା ଗଣଦୁଷ୍କର୍ମ ଅପରାଧୀଙ୍କ ପାଖରେ ଆଉ ଆଇନର କୌଣସି ବାଟ ନାହିଁ ଖସିବା ପାଇଁ। ସେମାନଙ୍କୁ ଫାଶୀ ଦେବାପାଇଁ ଯେ କୌଣସି ଦିନ ତାରିଖ ଘୋଷଣା କରାଯାଇ ପାରେ। ତେବେ ଏହି ଦିନ ଯେତେ ପାଖେଇ ଆସୁଛି, ତିହାଡ ପ୍ରଶାସନର ଚିନ୍ତା ସେତକି ବଢୁଛି । କାରଣ ନିର୍ଭୟା ଗଣବଳାତ୍କାର ଘଟଣାର ୪ ଅପରାଧୀଙ୍କୁ ଫାଶୀ ଦେବା ପାଇଁ ଜଲ୍ଲାଦ ତିହାଡ଼ ଜେଲ୍ରେ ନାହାନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ପ୍ରାୟ ୧ ମାସ ମଧ୍ୟରେ ଫାଶୀର ତାରିଖ […]
ନଏଡା: ମଗାଜିଆବାଦ ଅଞ୍ଚଳର ଇନ୍ଦିରାପୁରମ୍ରେ ମଙ୍ଗଳବାର ସକାଳୁ ଘଟିଯାଇଛି ଏକ ହୃଦୟ ଥରାଘଟଣା। ଏକ ଦମ୍ପତି ତାଙ୍କର ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ସେମାନେ ରହୁଥିବା କୋଠାର ଅଷ୍ଟମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଡେଇଁଥିଲେ। ସେ ପୁରୁଷ ଜଣଙ୍କର ଦ୍ୱିତୀୟ ସ୍ତ୍ରୀ ବୋଲି ସନ୍ଦେହ କରାଯାଉଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଜିଆବାଦର ଇନ୍ଦିରାପୁରମ୍ର କୃଷ୍ଣା ଅପ୍ରା ସଫାୟର ସୋସାଇଟି। […]
ନୂଆଦିଲ୍ଲୀ:ଗ୍ରହ, ନକ୍ଷତ୍ର ..ମହାକାଶ …ଏସବୁ ଉପରେ ତାଙ୍କର ଥିଲା ଖୁବ୍ ଆଗ୍ରହ । ଏହି ଆଗ୍ରହ ଆଜି ତାଙ୍କୁ ଦେଇଛି ଏକ ବିରାଟ ସଫଳତା । ଯାହା ମହାକାଶ ବିଜ୍ଞାନୀମାନେ କରିପାରି ନ ଥିଲେ ସେ ତାହା କରି ଦେଖାଇ ପାରିଛନ୍ତି। ଫଟୋ ଦେଖି ଠାବ କରି କରିପାରିଛନ୍ତି ନିଖୋଜ ଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି। ସେ ହେଉଛନ୍ତି ଭାରତୀୟ ବୈଜ୍ଞାନିକ ଶନମୁଗା ସୁବ୍ରମଣ୍ୟନ୍। ଲ୍ୟାଣ୍ଡରର ସ୍ଥିତି ନେଇ ନାସାର ଅର୍ବିଟିଂ କ୍ୟାମେରା ପଠାଇଥିବା ଫଟୋକୁ ତର୍ଜମା […]
କ୍ୱେଟା:ପାକିସ୍ତାନରେ ଇମ୍ରାନ ସରକାରଙ୍କୁ କ୍ଷମତାରୁ ହଟାଇବା ପାଇଁ ଲାଗି ପଡ଼ିଛି ଜମିୟତେ ଉଲେମାଏ ଇସ୍ଲାମ୍-ଫଜଲ(JUI-F)। JUI-F ନେତା ମୌଲାନା ଫଜଲୁର ରହମାନ କହିଛନ୍ତି, ଦେଶ ଏକ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି। ଡିସେମ୍ବର ମାସ ଇମ୍ରାନ ସରକାର ପାଇଁ ଶେଷ ମାସ ହେବାକୁ ଯାଉଛି। ପାକିସ୍ତାନର ପ୍ରାନ୍ତ ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ମିଡିଆ ସହ ଆଲୋଚନା କରି ଏକଥା କହିଛନ୍ତି ମୌଲାନା। ମୌଲାନା ଆହୁରି ଦାବି କରିଛନ୍ତି, ଦେଶରେ ରାଜ୍ କରୁଥିବା ମାଫିଆଙ୍କଠାରୁ ଆମକୁ ମୁକ୍ତି […]
ମୁମ୍ବାଇ: ଇଣ୍ଟରନ୍ୟାସ୍ନାଲ୍ ଯୋଡ଼ି ପ୍ରିୟଙ୍କା ଓ ନିକ୍ ଜୋନାସଙ୍କ ବାହାଘରକୁ ବର୍ଷେ ପୂରିଯାଇଛି। ଗତ ବର୍ଷ ଡିସେମ୍ବର ୧ ଓ ୨ରେ ଦୁଇ ଦିନ ଧରି ଏ ଦୁହିଁଙ୍କର ବିବାହ ହୋଇଥିଲା। ଦୁହେଁ ଉଭୟ ଖ୍ରୀଷ୍ଟିୟାନ୍ ଓ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ଆଜିର ଦିନରେ ସେମାନଙ୍କର ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା। ଆଜି ବି ଦୁହେଁ ସେମାନଙ୍କର ପ୍ରଥମ ମ୍ୟାରେଜ୍ ଆନିଭର୍ସରି ସେଲେବ୍ରେଟ୍ କରୁଥିବାବେଳେ ପ୍ରିୟଙ୍କାଙ୍କୁ ମିଳିଛି ଏକ ବଡ଼ ଖୁସି ଖବର। PC’s special […]
ବାରଣାସୀ: ରବିବାରଠୁ ଆଇଆଇଟି ବନାରସ ବିଶ୍ୱ ବିଦ୍ୟାଳୟରେ ୩ ଦିନିଆ କ୍ୟାମ୍ପସ ଡ୍ରାଇଭ ଆରମ୍ଭ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀର ମୋଟ୍ ୩୩ଟି କମ୍ପାନୀ ୧୮୮ଟି ପଦବୀକୁ ନେଇ ଆସିଛନ୍ତି ଏହି କ୍ୟାମ୍ପସ ଡ୍ରାଇଭକୁ। ଏହି ପଦବୀ ମଧ୍ୟରୁ ୪ଟି ପଦବୀ ଅନ୍ତର୍ଜାତୀୟ କମ୍ପାନୀର ରହିଛି। ଯାହାର ବାର୍ଷିକ ଦରମା ୧.୫୩ କୋଟି ରହିଛି। ଏ ନେଇ ଆଇଆଇଟି-ବିଏଚୟୁର ପ୍ରଫେସର ଇନ୍-ଚାର୍ଜ ଅନୀଲ କୁମାର ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଗୋଲ୍ଡ ମ୍ୟାନ, ମାଇକ୍ରୋସଫ୍ଟ, ସିଶକୋ, ଇନଟେଲ, […]