• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

res-bank
ବନ୍ଦ ହୋଇଯିବ ଏହି ବ୍ୟାଙ୍କ, ଶୀଘ୍ର ଉଠାଇ ନିଅନ୍ତୁ ଜମାରାଶି

ନୂଆଦିଲ୍ଲୀ:ଆଇଡିଆ ପେମେଣ୍ଟ ଲିମିଟେଡ (ଏବିଆଇପିବିଏଲ) ବ୍ୟାଙ୍କ ବନ୍ଦ ହୋଇଯିବ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅନୁମତି ମିଳିଗଲାଣି। କେଉଁ ମୁହୂର୍ତ୍ତରେ ବି ବନ୍ଦ ହୋଇଯାଇପାରେ ଆଦିତ୍ୟ ବିର୍ଲା ଗ୍ରୁପ ଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ । ତେଣୁ ଜମାରାଶି ଥିଲେ ତୁରନ୍ତ ଉଠାଇ ଆଣନ୍ତୁ। କମ୍ପାନୀ ସ୍ୱେଚ୍ଛାକୃତ ଭାବରେ ଏହି ବ୍ୟବସାୟ ବନ୍ଦ କରିବ ବୋଲି ତା ଆଡୁ ଆବେଦନ କରିଥିଲା ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି। ଏବେ ଏହି ଆବେଦନକୁ ମଞ୍ଜୁରୀ ଦିଆଯାଇଥିବା […]

Tajmahal
ବଦଳିବ ଆଗ୍ରାର ନାଁ; ନୂଆ ନାମ ପାଇଁ ପ୍ରସ୍ତାବ ମାଗିଲେ ଯୋଗୀ

ଲକ୍ଷ୍ନୌ: ବଦଳିଯିବ ଆଗ୍ରାର ନାଁ । ତା ସହିତ ଦଳିଯିବ ବିଶ୍ୱ ଐତିହ୍ୟସ୍ଥଳୀ ତାଜମହଲର ମୂଳ ଠିକଣା। ଠିକଣା ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ ଆଗ୍ରା ପରିବର୍ତ୍ତେ ଏହାର ନାମ କ’ଣ ଦେଇ ହେବ ସେ ନେଇ ଇତିହାସ ଗବେଷକଙ୍କ ପାଖରୁ ପ୍ରସ୍ତାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏଠି କହିରଖିବୁ, ଯୋଗୀ ସରକାର ନିକଟରେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ, ମୁଗଲସରାଇର ନାମ ପରିବର୍ତ୍ତନ କରି […]

firoz
ସଂସ୍କୃତ ପଢାଇ ପାରିବେନି ପ୍ରଫେସର ଫିରୋଜ, କାରଣ...

ବନାରସ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ଜଣେ ମୁସଲିମ୍ ପ୍ରଫେସର ସଂସ୍କୃତ ପଢ଼ାଇ ପାରିବେ ନାହିଁ ବୋଲି ଦାବି କରି ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ନଭେମ୍ୱର ୭ରୁ ଏଯାଏ ଆନ୍ଦୋଳନ ଚାଲିଛି। ଏମିତିକି ପ୍ରଫେସରଙ୍କ ନିଯୁକ୍ତି ବିଏଚୟୁର ସଂସ୍ଥାପକ ମଦନମୋହନ ମାଲବ୍ୟଙ୍କ ଚିନ୍ତାଧାରା ପ୍ରତି ଅସମ୍ମାନ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଏହାପରେ ମୁହଁ ଖୋଲିଛନ୍ତି ସଂସ୍କୃତ ବିଭାଗର ଆସୋସିଏଟ ପ୍ରଫେସର ଫିରୋଜ ଖାନ୍। ରାଜସ୍ଥାନର ଏହି ସଂସ୍କୃତ ପ୍ରଫେସର କହିଛନ୍ତି, ‘ମୁଁ ମୁସଲିମ୍ କିନ୍ତୁ […]

764694357890543
ସେନାମୁଖ୍ୟଙ୍କୁ ଭେଟିବା ପରେ ଛୁଟିରେ ଗଲେ ଇମ୍ରାନ ଖାନ୍‌

ଇସଲାମାବାଦ: ପାକିସ୍ତାନ ରାଜନୀତିରେ ହଟଚମଟ। ସଙ୍କଟରେ ପଡ଼ିଛି କି  ଇମ୍ରାନ ସରକାର ! ଭାଙ୍ଗିଯିବ କି ସରକାର ! ଏମିତି ଅନେକ ପ୍ରଶ୍ନ ପାକିସ୍ତାନବସୀଙ୍କ ମନରେ। କାରଣ ଦୀର୍ଘ ୨ ମାସ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜଓ୍ୱାଙ୍କ ମଧ୍ୟରେ ଆଜି ସାକ୍ଷାତ ହୋଇଥିଲା। ସାକ୍ଷାତ ପରେ ହଠାତ୍ ଦୁଇ ଦିନିଆ ଛୁଟିରେ ଗଲେ ଇମ୍ରାନ୍ ଖାନ୍।  କ’ଣ ହୋଇପାରେ ଏହାର ଅର୍ଥ ? ଦୀର୍ଘ ଦିନ ପରେ […]

2345678900
ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ରାୟରେ ‘ତ୍ରୁଟି’ ରହିଛି ବୋଲି କହିଲେ ଯଶଓ୍ୱନ୍ତ ସିହ୍ନା

ମୁମ୍ୱାଇ: ଭାଜପାର ପୂର୍ବତନ ନେତା ଯଶୋବନ୍ତ ସିହ୍ନା ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଦେଇଥିବା ରାୟ ଉପରେ ଆଲୋଚନା କରି ସମସ୍ତଙ୍କୁ ଏହାକୁ ସ୍ୱୀକାର କରିବାକୁ ପଡ଼ିବ ବୋଲି କହିଛନ୍ତି।  ମୁମ୍ବାଇର ଏକ ମୁସଲିମ ସାହିତ୍ୟ ଉତ୍ସବରେ ଯୋଗଦେବା ବେଳେ଼ ଏହି ଐତିହାସିକ ରାୟ ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ନିଜର ମତ ଦେଇ କହିଥିଲେ-‘ସୁପ୍ରିମକୋର୍ଟଙ୍କ ରାୟରେ ତ୍ରୁଟି ରହିଛି। , ତେବେ ସୁପ୍ରିମକୋର୍ଟଙ୍କ ରାୟ ସବୁଠୁ ଉପରେ। ତେଣୁ ଏହାକୁ ଗ୍ରହଣ କରିବା ପାଇଁ […]

7y546587489
ମହାରାଷ୍ଟରେ ସରକାର ଗଢିବା ନେଇ ଶରଦ୍‌ କହିଲେ-‘ମୋତେ ନୁହେଁ, ବିଜେପି-ଶିବସେନାଙ୍କୁ ପଚାର’

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସ୍ଥିତି ଏବେ ବି ଅସ୍ପଷ୍ଟ। ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ବି କଂଗ୍ରେସ-ଏନସିପି ସହ ମେଣ୍ଟ ସରକାର ଗଢିବା ନେଇ ଶିବସେନା ତାର ଉଦ୍ୟମ ଚଲାଇଛି।  ସରକାର ଗଢ଼ିବା ନେଇ ଆଜି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଏଥିପାଇଁ ସେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ଶରଦ ପାଓ୍ୱାର ପହଞ୍ଚିବା ପରେ ସରକାର ଗଢ଼ିବା ନେଇ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି। ଜବାବରେ ତାଙ୍କୁ […]

5211223
ତୀର୍ଥଯାତ୍ରାରେ କୁକୁର: ଚାଲିଲା ୪୮୦ କିମି

ନୂଆଦିଲ୍ଲୀ: କୁକୁର ବଫାଦାର। ମାଲିକର ଜୀବନ ରକ୍ଷା ଲାଗି ସେ କ’ଣ କରିପାରେ ତାହାର ଅନେକ ଚିତ୍ର ଆମେ ଦେଖିଛେ। ହେଲେ କୁକୁର ଧର୍ମ କରିବା, ତୀର୍ଥ ଯାତ୍ରାରେ ବାହାରିବା ବୋଧହୁଏ ଶୁଣି ନ ଥିବେ। ଏମିତି ଏକ କୁକୁରର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି ଯିଏ ଠାକୁରଙ୍କ ଦର୍ଶନ କରିବା ପାଇଁ ଚାଲିଛି ୪୮୦ କିମି। ବୁଲା କୁକୁରଟିଏ । ୧୩ ଆୟପ୍ପା ଭକ୍ତଙ୍କ ସହ ମିଶି ବାହାରିଛି ଭଗବାନଙ୍କ ଦର୍ଶନରେ। ଅକ୍ଟୋବର ୩୧ […]

1q232312
ଟ୍ରକ୍‌କୁ ପିଟିଲା ବସ୍‌-୧୪ ମୃତ

ଜୟପୁର:ରାଜସ୍ତାନର ବୀକାନେର ଜିଲ୍ଲାରେ ଆଜି ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟି ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ୨୫ ଲୋକ ଆହତ ହୋଇଥିବା ଜଣାଯାଇଛି। ଶ୍ରୀ ଡୁଙ୍ଗରଗଡ଼ ନିକଟ ଜାତୀୟ ରାଜପଥ ଉପରେ ଏକ ଟ୍ୟୁରିଷ୍ଟ ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଆଜି ସକାଳ ସାଢ ୭ଟାରେ ଏକ ଯାତ୍ରୀବାହୀ ବସ୍‌ ବସ୍‌ଟି ବିକାନେରରୁ ଜୟପୁର ଯାଉଥିଲା। ଜୋଧାସର-ସେରୁଣା […]

122125
ଶରଦ ଅରବିନ୍ଦ ବୋବଡେ ଦେଶର ୪୭ତମ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଚିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଧାନ ବିଚାରପତି ଦାୟିତ୍ୱରେ ଥିବା ଜଷ୍ଟିସ ରଞ୍ଜନ ଗୋଗୋଇ ଗତକାଲି ଅବସର ଗ୍ରହଣ କରିଥିଲେ। ଏହା ପୂର୍ବରୁ ଜଷ୍ଟିସ ବୋବଡେଙ୍କ ନାମ ପ୍ରଧାନ ବିଚାରପତି ଭାବରେ ସୁପାରିଶ କରିଥିଲେ। ଜଷ୍ଟିସ ବୋବଡୋ ମୋଟ ୧୮ ମାସ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦବୀରେ […]

123456790
ରଣବୀରଙ୍କ ନିଶ କାଟିଦେଲେ ଦୀପିକା !

ନୂଆଦିଲ୍ଲୀ:ଦୀପିକା ପାଦୁକୋନ-ରଣବୀର ସିଂହ ନିଜର ଫ୍ୟାନ୍ସମାନଙ୍କୁ ଖୁସି ଦେବାକୁ କେବେ ଭୁଲନ୍ତି ନାହିଁ। ସେଥିପାଇଁ ଉଭୟେ ସୋଶାଲ ମିଡିଆରେ ବେଶ ଆକ୍ଟିଭ୍। ଅନେକ ସମୟରେ ଉଭୟେ ନିଜର ଭିଡିଓ ସୋଶାଲ ମିଡିଆରେ ଶେୟାର କରିଥାନ୍ତି। ଅଳ୍ପ ଦିନ ତଳେ ଉଭୟେ ନିଜର ପ୍ରଥମ ମ୍ୟାରେଜ ବିବାହ ବାର୍ଷିକୀ ଅବସରରେ ତିରୁମାଳା ମନ୍ଦିର ଯାଇଥିଲେ ଏବଂ ସେଠାରେ ଲାଲ ଶାଢୀ ପିନ୍ଧି ଦୀପିକା ପଟୋ ଉଠାଇ ଶେୟାର କରିଥିଲେ ଯାହା ବେଶ ଭାଇରାଲ ହୋଇଥିଲା। ଏବେ ଦୀପିକା-ରଣବୀରଙ୍କର ଆଉ […]

Ranu-Mondal
ମେକ୍‌ଅପ୍‌ ନେଇ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ

ମୁମ୍ବାଇ: ରେଲୱେ ଷ୍ଟେସନରୁ ବଲିଉଡ୍‌। ଏମିତି ଏକ ଅବିଶ୍ୱସନୀୟ ଯାତ୍ରା ଥିଲା ରାନୁ ମଣ୍ଡଳଙ୍କର। କାରଣ ଷ୍ଟେସନ୍‌ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ପାଇଁ ଏ ଯାତ୍ରା ଥିଲା ସ୍ୱପ୍ନ।  ଆଉ ସେ ସ୍ୱପ୍ନ ଯେତେବେଳେ ସତ ହେଲା, ସେ ଗୀତ ଗାଇ ପାଲଟିଗଲେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ । ରାନୁଙ୍କର ଗୀତ ଗାଇବାର  ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।  ପ୍ରଖ୍ୟାତ ବଲିଉଡ୍ ଗାୟକ ହିମେଶ୍ ରେଶମିୟା […]

34567890
ଓୱେସୀଙ୍କୁ ଆତଙ୍କବାଦୀ ସହ ତୁଳନା କଲେ ସିଆ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ

ଲକ୍ଷ୍ନୌ: ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଆତଙ୍କବାଦୀ ସହ ତୁଳନା କରିଛନ୍ତି ଉତ୍ତର ପ୍ରଦେଶ ସିଆ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜଭୀ। ଏମିତିକି ଓଓ୍ୱେସୀ ଉତ୍ତେଜନା ମୂଳକ ଭାଷଣ ଦେଇ ଲୋକଙ୍କୁ ଆତଙ୍କବାଦୀ କ୍ୟାମ୍ପରେ ଯୋଗ ଦେବାକୁ ଉସକାଉଥିବା ରିଜଭୀ କହିଛନ୍ତି। ନିକଟରେ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ଓୱେସୀ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ରିଜଭୀ ଓଓ୍ୱେସୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜିର ଦିନରେ ଅବୁ-ବକର-ଅଲ- […]

545784r
ପାର୍କିଂରୁ ଗାଡ଼ି ଚୋରି ହେଲେ ଭରଣା କରିବେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ପାର୍କିଂଜାଗାରେ ଗାଡ଼ି ରଖି ଏଣିକି ଆରାମ୍‌ରେ ବୁଲି ପାରିବେ। ଆଉ ଗାଡ଼ି ଚୋରି ଚିନ୍ତା ନାହିଁ । କାରଣ ପାର୍କିଂ ଜାଗାରେ  ‘ ନିଜ ଦାୟିତ୍ୱରେ ନିଜ ଗାଡ଼ି ରଖନ୍ତୁ’ ଏଭଳି ନୋଟିସ ମାରି ଆଉ ସଂପୃକ୍ତ କତ୍ତୃପକ୍ଷ ଖସି ଯାଇପାରିବେ ନାହିଁ। ଏମିତି ରାୟ ଶୁଣାଇଛନ୍ତି  ସୁପ୍ରିମକୋର୍ଟ । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ହୋଟେଲର ପାର୍କିଂ ସ୍ଥାନରେ ଗ୍ରାହକ ଗାଡ଼ି ରଖିବାର ଅର୍ଥ ଗାଡ଼ିର ସମସ୍ତ ଦାୟିତ୍ୱ ହୋଟେଲ କତ୍ତୃପକ୍ଷଙ୍କର। […]

Capture
ସବୁଠାରୁ ସ୍ୱଚ୍ଛ ପାନୀୟ ଜଳ ମିଳୁଛି ମୁମ୍ବାଇରେ, ବେଶି ଦୂଷିତ ଚେନ୍ନାଇରେ

ନୂଆଦିଲ୍ଲୀ: ସ୍ୱଚ୍ଛ ପାନୀୟ ଜଳ ଖୋଜୁଛନ୍ତି ? ତେବେ ମୁମ୍ବାଇ ଯିବାକୁ ପଡ଼ିବ । କାରଣ ମୁମ୍ବାଇର ପାଇପ ପାଣି ସବୁଠାରୁ ସ୍ୱଚ୍ଛ। ଆଉ  ଯଦି ଦିଲ୍ଲୀରେ ରହୁଥାନ୍ତି ତେବେ ସାବଧାନ। ସବୁଠାରୁ ଭୟଙ୍କର ସ୍ଥିତିରେ ଅଛନ୍ତି। କାରଣ ଏଠାରେ ବାୟୁ ପ୍ରଦୁଷଣ କଥା ତ ଜାଣନ୍ତି। ଏବେ ଜାଣନ୍ତୁ, ଏଠିକାର ପାଣି ବି ସବୁଠାରୁ ଖରାପ। ୟୁନିୟନ କଂଜ୍ୟୁମର ଆଫେୟର୍ସ ( Union Consumer Affairs Ministry)ମନ୍ତ୍ରଣାଳୟ ପକ୍ଷରୁ ଏକ ଅନୁଧ୍ୟାନ କରାଯିବା ପରେ ଏପରି […]

111111
ଫଟୋ ଉଠାଇବା ପାଇଁ ସିଂହ ସାମ୍ନାକୁ ଡେଇଁ ପଡ଼ିଲେ

ନୂଆଦିଲ୍ଲୀ: ଫଟୋ ଉଠାଇବାର ନିଶାରେ ଜୀବନ ଚାଲିଯାଉଛି। ତଥାପି ମଣିଷ ଚେତୁନି। ଫଟୋ ଉଠାଇବା ପାଇଁ କିଏ ବାଘ ମୁହଁକୁ ଡେଇଁ ପଡ଼ୁଛି ତ କିଏ ସିଂହ ମୁହଁକୁ। ନିକଟରେ ଗୁଜୁରାଟରେ ଜଣେ ବ୍ୟକ୍ତି ସିଂହ ସାମ୍ନାକୁ ଡେଇ ଉଠାଉଛନ୍ତି ଫଟୋ। ଆଉ ଏହାକୁ କେହି ଜଣେ ରେକର୍ଡିଂ କରି ନେଇଛନ୍ତି। ଏହାର ଭିଡିଓ ଭାଇରାଲ ହୋଇଛି। ଗୁଜରାଟ ଗିର୍ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ଏହି ଘଟଣା। ଫଟୋ ଉଠାଇବା ପାଇଁ ଯୁବକ ଜଣକ ସିଂହ ଖୁଆଡରେ […]

13211
ଉଡ଼ାଣ ବେଳେ ଖସି ପଡ଼ିଲା ଯୁଦ୍ଧ ବିମାନ

ପାଣାଜୀ: ଗୋଆରେ ରାଜଧାନୀ ପାଣାଜୀ ଠାରୁ ୧୫ କିମି ଦୂରରେ ଆଜି ନୌସେନାର ଯୁଦ୍ଧ ବିମାନ ମିଗ୍‌ ୨୯କେ  ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇ ଯାଇଛି। ତେବେ ବିମାନରେ ଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି। ଆଜି ଗୋଆର ଡାବୋଲିମ ଠାରେ ଥିବା ଆଇଏନଏସ୍‌ ହାନସା ଏୟାରବେସ୍‌ରୁ ଏହି ଯୁଦ୍ଧ ବିମାନଟି ଉଡ଼ାଣ ଭରିଥିଲା। ଏହି ସମୟରେ ଏକ ପକ୍ଷୀ ବିମାନରେ ମାଡ଼ ହେବାରୁ ଏହାର ଇଞ୍ଜିନ୍‌ରେ ନିଆଁ […]

1234570-=
ଆଧାର ସହ ଯୋଡ଼ି ହେବ ସମ୍ପତ୍ତି ତାଲିକା !

ନୂଆଦିଲ୍ଲୀ: ଆଧାର ସହ ଯୋଡ଼ି ହୋଇପାରେ ସମ୍ପତ୍ତି ତାଲିକା।  ଏଥିପାଇଁ କେନ୍ଦ୍ର ସରକାର ଭିତିରିଆ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ୨୦୧୬ରେ ବିମୁଦ୍ରୀକରଣ ପରେ ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ଏବେ ୩ ବର୍ଷ ପରେ ପୁଣି ଥରେ ଆଧାର କାର୍ଡକୁ ସମ୍ପତ୍ତି ସହ ଯୋଡ଼ା ଯିବ ବୋଲି କେନ୍ଦ୍ର ସରକାର ଚିନ୍ତା କରୁଥିବା ଚର୍ଚ୍ଚା ଚାଲିଛି। ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ହେଲେ ଅନେକ ମନି ଲଣ୍ଡରିଂ […]

1234567
କ୍ଷମତା ପାଇଁ ହିନ୍ଦୁତ୍ୱ ପୋଷାକ ଓହ୍ଲାଇଲା ଶିବସେନା

ମୁମ୍ୱାଇ:କ୍ଷମତା ହାତେଇବା ପାଇଁ ଶିବସେନ ହିନ୍ଦୁତ୍ୱର ପୋଷାକ ଉତାରି ଦେଲା। ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଏବଂ ଏନସିପି ମଧ୍ୟରେ ଚାଲିଥିବା କମନ ମିନିମମ୍‌ ପ୍ରୋଗ୍ରାମ(CMP)ରେ ହିନ୍ଦୁତ୍ୱ କାର୍ଡ ଖେଳି ପାରିବ ନାହିଁ ବୋଲି ସହମତି ପ୍ରକାଶ କରିଛି ଶିବସେନା। CMPରେ ଚାଷୀଙ୍କ ଉନ୍ନତି ଉପରେ ବେଶି ଫୋକସ୍‌ କରାଯାଇଛି। ତେବେ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ଶିବସେନା ଭୋଟ୍ ହାତେଇଥିବାବେଳେ ତାହାକୁ ନିଜ କୋର ଏଜେଣ୍ଡାରୁ କିପରି ହଟାଇଲା ସେ ନେଇ ପ୍ରଶ୍ନ ଉଠିଛି। ଦିନେ […]

1111111
ରୋଷେଇ ଘରେ ଚିକିତ୍ସା; ହାତ ଜଳିଗଲେ କିମ୍ବା କଟିଗଲେ ଆପଣାନ୍ତୁ ଏସବୁ ଉପାୟ

ରୋଷେଇ କଲାବେଳେ ହାତ କଟିଯିବା ଓ ଚେଙ୍କ ଲାଗିବା ସାଧାରଣ ଘଟଣା ହେଲେ ମଧ୍ୟ ଖୁବ୍‌ ଯନ୍ତ୍ରଣାଦାୟକ। ତା’ଠାରୁ ଯନ୍ତ୍ରଣାଦାୟକ ସବୁ ଯନ୍ତ୍ରଣା ଭିତରେ ତୁମକୁ ସବୁକାମ ନିର୍ଦ୍ଧାରିତ ସମୟରେ ସାରିବାକୁ ପଡ଼ିବ। କେମିତି ମିଳିବ ଏହି ଯନ୍ତ୍ରଣାରୁ ମୁକ୍ତି ?  ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ପ୍ରଥମେ ଘରେ ଏହାର ଚିକିତ୍ସା କରନ୍ତୁ। ତା’ହେଲେ ଆସନ୍ତୁ ଜାଣିବା, ଏମିତି ସମସ୍ୟାରେ ପଡ଼ିଲେ କ’ଣ କରିବା ଉଚିତ୍। କଟିଗଲେ: ପରିବା କାଟିବା ସମୟରେ ଯଦି ହାତ କଟିଯାଏ,  […]

12345
କୁନି ପୁଅର ଚିଠି-‘ମୁଁ ବେଳେବେଳେ ଦୁଷ୍ଟ ହେଉଛି’: ଶେଆର୍ କଲେ ବିଗ୍‌ ବି

ମୁମ୍ୱାଇ :ସୋଶାଲ ମିଡିଆରେ ଅନେକ ସମୟରେ ନିଜ ପରିବାରର ଫଟୋ, ଭିଡିଓ ପୋଷ୍ଟ କରି ଅମିତାଭ ସବୁବେଳେ ଚର୍ଚ୍ଚାରେ । ନିକଟରେ ଅମିତାଭ ଏକ ଚିଠି ପୋଷ୍ଟ କରିଛନ୍ତି ଯାହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଚିଠିଟି ଛୋଟ ଅଭିଷେକ ବାପା ଅମିତାଭଙ୍କୁ ଲେଖିଛନ୍ତି। ଅଭିଷେକଙ୍କ ପିଲାଦିନ ମନେ ପକାଇବା ସହ ପ୍ରଶଂସା କରି ଅମିତାଭ ଏକଥା ମଧ୍ୟ ଲେଖିଛନ୍ତି ‘ପୁତ୍ର ସୁପୁତ୍ର ହେଲେ ଧନ କାହିଁକି ସଞ୍ଚିବି, ପୁତ୍ର କୁପୁତ୍ର ହେଲେ ଧନ କାହିଁକି ସଞ୍ଚିବି।’ […]

1q234567890-
ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତୀୟ ସ୍ପେଶ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ଖୁବ୍‌ ଶୀଘ୍ର ଚନ୍ଦ୍ରକୁ ଛାଡ଼ିବାକୁ ଯାଉଛି ଚନ୍ଦ୍ରଯାନ-୩। ଏଥିପାଇଁ ଜୋରସୋରରେ ଚାଲିଛି କାମ। ୨୦୨୦ ନଭେମ୍ବର ସୁଦ୍ଧା କାମ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଯାଇଛି। ଏପରି ସୂଚନା ମିଳିଛି ଇସ୍ରୋ ପକ୍ଷରୁ । ସୂଚନାଥାଉ କି, ଗତ ସେପ୍ଟେମ୍ବରରେ ଇସ୍ରୋ ଚନ୍ଦ୍ରଯାନ-୨ ଲାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ଏଥିରେ ସଫଳତା ମିଳି ନ ଥିଲା। ଅବଶ୍ୟ ଏବେ ବି […]

12332111
ତିରୁପତିରେ ବିବାହ ବାର୍ଷିକୀ ପାଳିଲେ ଦୀପିକା-ରଣବୀର

ନୂଆଦିଲ୍ଲୀ:ବଲିଉଡ୍‌ର କ୍ୟୁଟ୍‌ ଯୋଡ଼ି ଦୀପିକା ପାଦୁକୋଣ ଏବଂ ରଣବୀର ସିଂହର ଆଜି ପ୍ରଥମ ବିବାହ ବାର୍ଷିକୀ। ଏହି ଅବସରରେ ଦୁହେଁ ତିରୁପତି ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରପାଖରେ ଉଭୟେ ଫଟୋ ଉଠାଇଛନ୍ତି ଯାହା ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ତିରୁପତିରେ ଦୀପିକା-ରଣବୀର ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଦୁଇ ପରିବାରର ସଦସ୍ୟ ମଧ୍ୟ ତାଙ୍କ ସହ ଥିଲେ। କହି ରଖିବୁ, ଗତବର୍ଷ ଏହି ଦିନ ଅର୍ଥାତ୍‌ ନଭେମ୍ବର ୧୪ ତାରିଖ ଦିନ ଦୀପିକା-ରଣବୀର […]

1222
୧୪୪ କୋଟିରେ ଏମିତି ଘର କିଣିଲେ ପ୍ରିୟଙ୍କା-ନିକ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ଦୁହେଁ ଲସ୍‌ ଏଞ୍ଜେଲସ୍‌ ନିକଟସ୍ଥ ସାନ୍‌ ଫର୍ଣ୍ଣାଡୋ ଭାଲିରେ ଏକ ମହଙ୍ଗା ଘର କିଣି ଚର୍ଚ୍ଚାରେ ରହିଛନ୍ତି। ଯେଉଁ ଘରର ମୂଲ୍ୟ ୨୦ ମିଲିୟନ୍‌ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହା ୧୪୪ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଓ ନିକ୍‌ଙ୍କର ଏହି ଘର ୨୦ ହଜାର ସ୍କୋୟାର୍‌ ଫୁଟ୍‌ରେ […]