• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

binaya
ରାଜକ୍ଷମା ଖାରଜ ବିରୋଧରେ ଆବେଦନ କଲା ବିନୟ

ନୂଆଦିଲ୍ଲୀ: ଫାଶିଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀଙ୍କ ପୁଣି ଭେଳିକି।  ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ପୁଣିଥରେ ନୂଆ ଚାଲାକି ଆରମ୍ଭ କରିଛନ୍ତି। ଆସନ୍ତା ୨୦ ତାରିଖରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏହାକୁ ଘୁଞ୍ଚାଇବା ପାଇଁ ୪ ଦୋଷୀଙ୍କ ମଧ୍ୟରୁ  ଆଜି ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ହେଲେ ଖାରଜ କରିବା […]

121331
କରୋନା ଲଗାଇ ଦେଲା ଯୁଦ୍ଧ; ରାସ୍ତା ଉପରେ ଲଢିଲେ ଶତାଧିକ ମାଙ୍କଡ

ଥାଇଲାଣ୍ଡ: କରୋନା ପାଇଁ ଲାଗିଗଲା ଯୁଦ୍ଧ। ଯୁଦ୍ଧ ଦେଶ ଦେଶ ଭିତରେ ନୁହେଁ କି ମଣିଷ-ମଣିଷ ଭିତରେ ନୁହେଁ, ଯୁଦ୍ଧ ଚାଲିଛି ମାଙ୍କଡଙ୍କ ମଧ୍ୟରେ। ଶତାଧିକ ମାଙ୍କଡ ପରସ୍ପର ଭିତରେ ଲଢୁଛନ୍ତି। ଲଢିବାର କାରଣ ମଧ୍ୟ ଆହୁରି ରୋଚକ। ସାମାନ୍ୟ ଗୋଟାଏ କଦଳି ପାଇଁ ଶହେରୁ ଅଧିକ ମାଙ୍କଡ ଏମିତି ଲଢୁଥିବାର ଦୃଶ୍ୟ ବାସ୍ତବିକ ଭୟଙ୍କର। କରୋନା ପାଇଁ ଏବେ ଦେଶ ଦେଶ ମଧ୍ୟରେ ଯେମିତି ବାଡ ପଡ଼ି ଯାଇଛି। ଦେଶ କଥା ଛାଡ଼, ଘରୁ ଲୋକେ […]

335437638
ୟୁପିଏସସି ପରୀକ୍ଷାର୍ଥୀ ଚାହିଁଲେ ଆବେଦନ ପତ୍ର ପ୍ରତ୍ୟାହାର କରିପାରିବେ

ନୂଆଦିଲ୍ଲୀ:ସିଭିଲ୍ ସର୍ଭିସ୍ ପରୀକ୍ଷା (ୟୁପିଏସସି) ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ଚାହିଁଲେ ପରୀକ୍ଷାରୁ ଓହରି ପାରିବେ। ପ୍ରଥମ ଥର ପାଇଁ ୟୁପିଏସସି ବୋର୍ଡ ଏପରି ପ୍ରକ୍ରିୟା ଲାଗୁ କରିଛି। ଆବଦନ କରିଥିବା ପ୍ରାର୍ଥୀ ଯଦି ପ୍ରସ୍ତୁତି ଭଲ ଭାବରେ କରିପାରି ନାହାନ୍ତି କିମ୍ବା କାରଣ ପାଇଁ ପରୀକ୍ଷା ଦେବାକୁ ଚାହୁଁନାହାନ୍ତି ସେମାନେ ଏବେ ୟୁପିଏସସି ପରୀକ୍ଷାରୁ ଓହରି ପାରିବେ। ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୧୮ ରହିଛି। ୟୁପିଏସସି ହୃଦବୋଧ କରିଛି, ଏପରି କରିବା ଦ୍ୱାରା ପରୀକ୍ଷା […]

farooq
ନଜରବନ୍ଦୀରୁ ମୁକୁଳିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନଜରବନ୍ଦୀ ରହିଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବେ ମୁକୁଳିବେ। ଏଥି ସହିତ ତାଙ୍କ ବିରୋଧରେ ଲାଗିଥିବା ପବ୍ଲିକ ସେଫ୍‌ଟି ଆକ୍ଟ ମଧ୍ୟ ହଟାଇ ଦିଆଯିବ। ୭ ମାସରୁ ଅଧିକ ଦିନ ନ୍ୟାଶନାଲ କନଫରେନସର ସଭାପତି ଫାରୁକ ଅବଦୁଲ୍ଲା ନଜରବନ୍ଦୀ ହୋଇ ରହିଥିଲେ। ଏ ନେଇ ଜମ୍ମୁ କଶ୍ମୀର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ନେତାଙ୍କ ସହ ଫାରୁକଙ୍କୁ ଅଗଷ୍ଟ ୫ ତାରିଖ ଗୃହବନ୍ଦୀ […]

sengar
ଉନ୍ନାଓ ପୀଡ଼ିତା ବାପାଙ୍କୁ ହତ୍ୟା ମାମଲାରେ ସେନଗାର୍‌ଙ୍କୁ ୧୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତା ବାପାଙ୍କ ହତ୍ୟା ମାମଲାର ଶୁଣାଣି ଆଜି ସୁପ୍ରିମ୍ କୋର୍ଟରେ ହୋଇଯାଇଛି। କୋର୍ଟ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ଏହି ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୭ରେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା।  କୁଲଦୀପ ସିଂହ ସେନଗାର ଏବେ ଉନ୍ନାଓ ଦୁଷ୍କର୍ମ ମାମଲାରେ ତିହାର ଜେଲରେ ଆଜୀବନ କାରାଦଣ୍ଡ କାଟୁଥିବାବେଳେ ତାଙ୍କ ବିରୋଧରେ ଏହି ରାୟ ଶୁଣାଇଛନ୍ତି କୋର୍ଟ। ସୂଚନାଥାଉ କି, ବିଚାର ବିଭାଗୀୟ ହେପାଜତରେ ଥିବା […]

corona
କିଲର କରୋନା ପାଇଁ ଭାରତ ବାହାର କଲା ଏହି ମେଡିସିନ୍‌ !

ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ରୋଗକୁ ନିୟନ୍ତ୍ରଣ କରିବାରେ ମେଡିକାଲ ସାଇନ୍ସ ତ ସଫଳ ହୋଇନାହିଁ। ତେବେ ଅନେକ ଦେଶର ବୈଜ୍ଞାନିକ କରୋନାର ପ୍ରତିଷେଧକ ଉପରେ ଗବେଷଣା କରୁଛନ୍ତି। ଏହାରି ଭିତରେ କରୋନା (କୋଭିଡ – ୧୯)ର ପ୍ରତିଷେଧକ ଟୀକା ଇସ୍ରାଏଲର ବୈଜ୍ଞାନିକ ବିକଶିତ କରିଛନ୍ତି ବୋଲି ଦାବି କରିଛନ୍ତି। ତେବେ ଏପରି ସମୟରେ ସଂକ୍ରମିତ ରୋଗୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏକ ଗବେଷଣାରୁ ଜଣାପଡ଼ିଛି, ଏଚଆଇଭି […]

images
ଆର୍ଥିକ ସଙ୍କଟରେ ଆଉ ଏକ ବ୍ୟାଙ୍କ !

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ପରେ ଆଉ ଏକ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିଥିବା ଆଲୋଚନା ହେଉଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହୋଇଛି। ଦେବାଳିଆ ସ୍ଥିତିକୁ ଆସିଥିବା ଏହି ବ୍ୟାଙ୍କ କର୍ଣ୍ଣାଟକା ବ୍ୟାଙ୍କ ବୋଲି କୁହାଯାଉଛି। ଏହି ଖବର ଜାଣିବା ପରେ କର୍ଣ୍ଣାଟକା ବ୍ୟାଙ୍କର ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି । ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି। ଗୁଜବ ଖବର ଉପରେ ଧ୍ୟାନ […]

lic-1
ଶତାଧିକ ଖାଲି ପଦବୀ ପୂରଣ କରିବ ଏଲଆଇସି; କେମିତି ଆବେଦନ କରିବେ, ଜାଣନ୍ତୁ

ନୂଆଦିଲ୍ଲୀ:ଏଲଆଇସି(Life Insurance Corporation) ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଏବେ ଆସିଛି ସୁଯୋଗ। ଖୁବ ଶିଘ୍ର ଏଲଆଇସି ତାର ଖାଲି ପଡ଼ିଥିବା ଶତାଧିକ ପଦବୀ ପୂରଣ  କରିବାକୁ ଯାଉଛି । ଏଥିପାଇଁ ଆବେଦନ ପତ୍ର ମଗାଇଛି। ଆବେଦନ କରିବାର ତାରିଖ, ପ୍ରକ୍ରିୟା, ଚୟନ ପ୍ରକ୍ରିୟା, ଜରୁରୀ ଯୋଗ୍ୟତା ବିଷୟରେ ଆପଣଙ୍କୁ ଏଠାରେ ସୂଚନା ଦେଉଛୁ। ଏଥିସହିତ ଏଲଆଇସି ଅଧିକାରୀଙ୍କ ୱେବସାଇଟ୍, ଏହି ପଦ ପାଇଁ ଜାରି ନୋଟିଫିକେଶନର ଲିଙ୍କ ମଧ୍ୟ ଦେଉଛୁ ଯାହା ଆପଣଙ୍କୁ […]

scindhia
ସିନ୍ଧିଆଙ୍କ ପାଦ ଛୁଇଁଲେ, ଆଳତି କଲେ ଲୋକେ; ଭିଡିଓ ଭାଇରାଲ

ଭୋପାଳ: କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ମଧ୍ୟପ୍ରଦେଶର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆକୁ ନେଇ ଆଜିକାଲି ସୋଶାଲ ମିଡିଆରେ ବେଶ ଚର୍ଚ୍ଚା। ଜ୍ୟୋତିରାଦିତ୍ୟ ବିଜେପିରେ ମିଶିବା ପରେ ତାଙ୍କୁ ନେଇ ଅନେକ ଟ୍ୱିଟ୍‌, ଭିଡିଓ ପୋଷ୍ଟ କରାଯାଇଛି। ଟିକ୍‌ଟକ୍‌ରେ ମଧ୍ୟ ସିନ୍ଧିଆଙ୍କ ଭିଡିଓ ଭାଇରାଲ ହେଉଛି। ସିନ୍ଧିଆ ଆଜି ଭୋପାଳରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର ସ୍ୱାଗତ ଧୁମଧାମ୍‌ରେ କରାଯାଇଛି। ସେଠାରେ ଲୋକେ ତାଙ୍କୁ ଶ୍ରଦ୍ଧାରେ ମହାରାଜା ବୋଲି ଡାକିଥାନ୍ତି। ସେ ଯେତେବେଳେ ସାଧାରଣ ଲୋକଙ୍କ ପାଖରେ […]

actor
କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଆଇସୋଲେସନରେ ରହିଲେ ଏଇ ଅଭିନେତା

ନୁ୍ୟର୍କ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ। କେହି ବି ତା କବଳରୁ ବାଦ୍‌ ଯାଉ ନାହାନ୍ତି। ଏବେ ଜଣେ ହଲିଉଡ୍ ଅଭିନେତା ଟମ୍ ହାଙ୍କ୍ସ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଟମ୍‌ଙ୍କ ସହ ତାଙ୍କ ପତ୍ନୀ ରୀତା ଓ୍ବିଲସନ୍ ମଧ୍ୟ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । କିଛି […]

corona-1
କରୋନାକୁ ମହାମାରୀ ଘୋଷଣା କଲା WHO

ନୂଆଦିଲ୍ଲୀ:  କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନ୍, ଇରାନ, ଇଟାଲୀରେ ମୃତ୍ୟୁର  ତାଣ୍ଡବ ରଚିଥିବା କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ବିଶ୍ୱ ମହାମାରୀ ବୋଲି ଘୋଷଣା କରିଛି । କରୋନା ଭାଇରସ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି। ଏହାକୁ ନେଇ ଏବେ ସମଗ୍ର ବିଶ୍ୱର ଚିନ୍ତା ବଢିଛ॥ ପରିସ୍ଥିତିକୁ ନଜରରେ ରଖି ଆମେରିକା ପକ୍ଷରୁ ବିଦେଶ ଯାତ୍ରୀଙ୍କ ଉପରେ କଟକଣା ଜାରି କରାଯାଇଛି । ସେହିପରି ଆସନ୍ତା […]

corona
କରୋନା ଭୟ: ଏପ୍ରିଲ ୧୫ ଯାଏ ବିଦେଶୀଙ୍କୁ ଭାରତ ଆସିବା ମନା

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଶୁକ୍ରବାର ଠାରୁ ୧୫ ଏପ୍ରିଲ୍ ପର୍ଯ୍ୟନ୍ତ ସମସ୍ତ ଭିସାକୁ ସରକାର ରଦ୍ଦ କରିଛନ୍ତି ।  କେନ୍ଦ୍ରମନ୍ତ୍ରୀ ସ୍ତରୀୟ ବୈଠକ ପରେ ଭାରତ ସରକାରଙ୍କ ଏମିତି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେବଳ ରାଜନୈତିକ ବ୍ୟକ୍ତି ଓ ଜାତିସଂଘ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ଭିସାକୁ ରଦ୍ଦ କରାଯାଇଛି। ଯଦି କୌଣସି ବିଦେଶୀ ଜରୁରୀ ପରିସ୍ଥିତିରେ ଭାରତ ଆସିବାକୁ ଚାହୁଁଛନ୍ତି,  ତେବେ ଏନେଇ ସେମାନେ […]

06_02_2020-coronavirus_20005271
କର୍ଣ୍ଣାଟକରେ ବୃଦ୍ଧଙ୍କ ମୃତ୍ୟୁ; କରୋନା ଆଶଙ୍କା

ବେଙ୍ଗାଲୁରୁ:  କର୍ଣ୍ଣାଟକରେ ଆଜି ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର COVID-19ରେ ମୃତ୍ୟୁ ଘଟିଥିବା କୁହାଯାଉଛି।  ତାଙ୍କର ନମୁନା ଏବେ ପରୀକ୍ଷା ପାଇଁ ପଠାଯାଇଛି। ଯଦି  କରୋନାରେ ଆକ୍ରାନ୍ତ ହୋଇଥିବେ ତା’ହେଲେ ଏହା ଭାରତରେ ପ୍ରଥମ ମୃତ୍ୟୁ ହୋଇପାରେ।  କର୍ଣ୍ଣାଟକର କାଲାବୁରାଗିରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା କହିଛି। ମୃତକଙ୍କ ନାମ ମହମ୍ମଦ ହୁସେନ୍ ସିଦ୍ଦିକି ବୋଲି ଜଣାପଡ଼ିଛି। ମଙ୍ଗଳବାର ଦିନ ଜିଲ୍ଲାର ସରକାରୀ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ନମୁନା […]

2542325
ବିଜେପିରେ ମିଶିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: କଂଗ୍ରେସ ସହିତ ୧୮ ବର୍ଷର ସମ୍ପର୍କ ତୁଟାଇ ଆଜି ବିଜେପିରେ ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପସଭାପତି ବୈଜୟନ୍ତ ପଣ୍ଡା, ମଧ୍ୟପ୍ରଦେଶ ବିଜେପି ସଭାପତି ଭି.ଡି ଶର୍ମାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ସାମିଲ୍ ହୋଇଛନ୍ତି। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ସିନ୍ଧିଆ। ନଡ୍ଡା ସିନ୍ଧିଆଙ୍କୁ ସ୍ୱାଗତ କରିବା ସମୟରେ ରାଜମାତା ବିଜୟ ରାଜେ ସିନ୍ଧିଆଙ୍କୁ ମନେ ପକାଇଥିଲେ। ସେ କହିଥିଲେ, […]

4362418
ମଧ୍ୟପ୍ରଦେଶ ରାଜନୀତି; ବିଜେପି ବିଧାୟକ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି !

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶ କଂଗ୍ରେସ ସ୍ଥିତି ଜଟିଳ ହୋଇଯାଇଛି।  ସେ ଇସ୍ତଫା ଦେବା ପରେ ତାଙ୍କ ସମର୍ଥନରେ ମଧ୍ୟ ପ୍ରଦେଶର ୨୨ ଜଣ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେଠାରେ ରାଜନୀତିକ ଅସ୍ଥିରତା ଦେଖାଯାଇଛି। ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ଭାଙ୍ଗିବା ସ୍ଥିତିରେ ଥିବା ବେଳେ ବିଜେପି ସେଠାରେ ସରକାର ଗଢ଼ିବା ଲାଗି ସଜବାଜ ହେଉଥିବା କୁହାଯାଉଛି। ତେବେ କଂଗ୍ରେସ ଦାବି କରି ଆସୁଛି ଏମିତି ସ୍ଥିତି ଆସିବ ନାହିଁ। […]

pilot-gehlot
ସିନ୍ଧିଆଙ୍କ ରାସ୍ତାରେ ପାଇଲଟ୍ ! ରାଜସ୍ଥାନରେ ଦେଖାଦେବ କି ମଧ୍ୟପ୍ରଦେଶ ସ୍ଥିତି ?

ଜୟପୁର/ଭୋପାଳ: ମଧ୍ୟପ୍ରଦେଶରେ କମଳନାଥ ସରକାର ସଙ୍କଟରେ। କଂଗ୍ରେସର ପ୍ରମୁଖ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ‘ହାତ’ର ହାତ ଛାଡି ପଦ୍ମ ଧରିବାକୁ ଯାଉଛନ୍ତି। ଦଳରୁ ଇସ୍ତଫା ଦେବା ପରେ ଏଠାରେ ସରକାର ଭାଙ୍ଗିଯିବାର ଆଶଙ୍କା ଦେଖା ଦେଇଛି। ମଧ୍ୟପ୍ରଦେଶରେ ଏପରି ରାଜନୈତିକ ଅସ୍ଥିରତା କଂଗ୍ରେସ ମୁଖିଆଙ୍କ ନିଦ ହଜାଇ ଦେଇଛି। ଏପରି ପରିସ୍ଥିତିରେ ରାଜନୀତିକ ବିଶ୍ଳେଷକଙ୍କ ନଜର ବୁଲିଛି ରାଜସ୍ଥାନ ଆଡକୁ। କାରଣ ଏଠି ବି ଦଳ ଭିତରେ ଚାପି ହୋଇ ରହିଛି ଅନେକ ପୁଞ୍ଜୀଭୂତ ଅସନ୍ତୋଷ। ମଧ୍ୟପ୍ରଦେଶ […]

ood
ଚମକାଇ ଦେବ କି ଆସ୍ଥା ଭୋଟ ଫଳାଫଳ ?

ଭୋପାଳ:ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ମଧ୍ୟପ୍ରଦେଶରେ କମଳନାଥ ସରକାର ଏବେ ସଙ୍କଟରେ। ତଥାପି କମଳନାଥଙ୍କର ପୂର୍ଣ୍ଣ ଭରସା ରହିଛି ସଙ୍କଟମୋଚକ ଦିଗ୍‌ବିଜୟ ସିଂହଙ୍କ ଉପରେ। ତେଣୁ ତାଙ୍କ ସରକାର ଯେ ଭାଙ୍ଗିବ ନାହିଁ, ଏକଥା ସେ ଦୃଢତା  କହୁଛନ୍ତି। ଅନ୍ୟପକ୍ଷେ ଦିଗ୍‌ବିଜୟ ମଧ୍ୟ ଭରସା ଦେଇଛନ୍ତି, କମଳନାଥ ସରକାର ଭାଙ୍ଗିବନି।  ଏପରିକି  ଫ୍ଲୋର ଟେଷ୍ଟ ଫଳାଫଳ ସମସ୍ତଙ୍କୁ ଚମକାଇ ଦେବ ବୋଲି ଦିଗ୍‌ବିଜୟ କହିଛନ୍ତି।   ଦିଗ୍‌ବିଜୟ କହିଛନ୍ତି, ଫ୍ଲୋର ଟେଷ୍ଟ ଯେତେବେଳେ ବି ହେଉ, ଫଳାଫଳ […]

mp
ଇସ୍ତଫା ପରେ ଦଳରୁ ବହିଷ୍କୃତ ହେଲେ ସିନ୍ଧିଆ

ଭୋପାଳ: ଇସ୍ତଫା ପରେ ଦଳରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସରୁ ଇସ୍ତଫା ଦେବାର କିଛି ସମୟ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜ୍ୟୋତିରାଦିତ୍ୟଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ମହାସଚିବ କେ.ସି. ଭେନୁଗୋପାଳ। ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ନିଜ ଇସ୍ତଫା ଦେଇଥିଲେ ଜ୍ୟୋତିରାଦିତ୍ୟ। ତାଙ୍କ ଅଫିସ୍‌ର […]

iran
ଇରାନରେ ଥିବା ୫୮ ଭାରତୀୟ ତୀର୍ଥଯାତ୍ରୀ ସ୍ୱଦେଶ ଫେରିଲେ

ତେହରାନ: କରୋନା ପ୍ରଭାବିତ ଇରାନରେ ଫସିଥିବା ୫୮ ଭାରତୀୟ ତୀର୍ଥଯାତ୍ରୀ ସ୍ୱଦେଶ ଫେରିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଏହି ଭାରତୀୟଙ୍କୁ ତେହେରାନରୁ ଆଣିଛି। ତେହେରାନରୁ ୫୮ ଜଣ ଭାରତୀୟଙ୍କୁ ଧରି ଗାଜିଆବାଦ ହିଣ୍ଡନ ଏୟାରବେସରେ ପହଞ୍ଚିଛି। ଭାରତୀୟଙ୍କୁ ଉଦ୍ଧାର କରିବା ପରେ ଇରାନ ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଏହାସହ ବାୟୁସେନା ଯବାନଙ୍କୁ ମଧ୍ୟ ଜୟଶଙ୍କର ସାଧୁବାଦ ଜଣାଇଛନ୍ତି। ଚୀନ୍, ଇଟାଲୀ […]