• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

jyoti
କଂଗ୍ରେସରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ  କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହା ପୂର୍ବରୁ ସିନ୍ଧିଆ ୭ ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁହିଁଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ଆଲୋଚନାବେଳେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ମୁଖ୍ୟ ରଣନୀତିକାର ଅମିତ ଶାହ ଉପସ୍ଥିତ ଥିଲେ। ଇସ୍ତଫା ଦେବା ପରେ ଆଜି ବିଜେପିରେ ମିଶି ପାରନ୍ତି କଂଗ୍ରେସ ନେତା […]

priyanka-gandhi-cropped-1556620628
ୟେସ ବ୍ୟାଙ୍କ ମାମଲା; ପ୍ରିୟଙ୍କା ଗାନ୍ଧିଙ୍କୁ ଜେରା କରିପାରେ ଇଡି

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିପାରେ। ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବୟାନକୁ ଭିତ୍ତି କରି ପ୍ରିୟଙ୍କାଙ୍କୁ ଜେରା କରିବାକୁ ଯୋଜନା କରୁଛି ଇଡି । ଏଣୁ ଖୁବଶୀଘ୍ର ପ୍ରିୟଙ୍କାକୁ ସମନ କରିବା ସହ ସିମଳାରେ ଥିବା ତାଙ୍କ ଘରକୁ ଜବତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରବିବାର ରାଣା କପୁର କହିଥିଲେ ଯେ, ପ୍ରିୟଙ୍କାଙ୍କ […]

corona
ଚୀନ୍‌ରେ ସୁଧୁରୁଛି ସ୍ଥିତି, କମୁଛି କରୋନା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା କବଳରେ ସାରା ବିଶ୍ୱ।  କରୋନା ମୃତକଙ୍କ ସଂଖ୍ୟା ୪୨୯୪କୁ ବୃଦ୍ଧି ପାଇଛି। ଗତକାଲି କାନାଡ଼ାରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସେହିପରି ଗୋଟିଏ ଦିନରେ କାଲି ଇଟାଲୀରେ ୧୭୯୭ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଇଟାଲିରେ ଆଜି ସୁଦ୍ଧା ୯୭ ଜଣଙ୍କ ଜୀବନ ଯାଇଛି। ସେହିପରି ଇରାନରେ ନୂଆ ୫୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୩ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଚୀନରେ କରୋନା ମୃତ୍ୟୁ […]

kamalnath
ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ: ସମସ୍ତ ମନ୍ତ୍ରୀ ନିଜ ପଦରୁ ଦେଲେ ଇସ୍ତଫା

ଭୋପାଳ: ମଧ୍ୟପ୍ରଦେଶରେ ୧୫ ମାସର ସରକାରକୁ ବଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ କମଳନାଥ ଓ ବରିଷ୍ଠ ନେତା ଚଳାଇଛନ୍ତି ପ୍ରୟାସ।  ଦଳ ଭିତରେ ଥିବା ଅସନ୍ତୋଷ ଦୂର କରିବା ସହ ବିଜେପିର ଚାଲ୍‌କୁ  ସଫଳ ନ ହେବାକୁ ଦେବା ଲାଗି କମଳନାଥଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିଳମ୍ବିତ ରାତିରେ କମଳନାଥଙ୍କ ସହ ବୈଠକ ପରେ ମନ୍ତ୍ରୀମାନେ ନିଜ ନିଜର ଇସ୍ତଫାପତ୍ର କମଳନାଥଙ୍କୁ ଦେଇଛନ୍ତି । ଏହାସହ ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ […]

INDIAN ARMY
ଦୁଇ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଶ୍ରୀନଗର:  ହୋଲିରେ ଏକ ବଡ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ କରୁଥିଲେ। ଭାରତୀୟ ସେନା ଆତଙ୍କବାଦୀଙ୍କ ଏହି ଚାଲ୍‌ରେ ପାଣି ପକାଇ ଦେଇଛନ୍ତି।  ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲାସ୍ଥିତ ଖାଜପୁରା ରେବନ ଅଞ୍ଚଳରେ ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଯାବତ ସେନାର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାସହ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ ମଧ୍ୟ ଆତଙ୍କବାଦୀ ପାଖରୁ […]

ship
ବିଦେଶୀ ଜାହାଜକୁ ବନ୍ଦର ମନା

ନୂଆଦିଲ୍ଲୀ: ଭାରତକୁ ଆସିବନି କୌଣସି ବେଦେଶୀ କ୍ରୁଜ ସିପ୍।  କୌଣସି ବିଦେଶୀ କ୍ରୁଜକୁ ଭାରତୀୟ ବନ୍ଦରକୁ ଆସିବାକୁ ଅନୁମତି ମିଳିବନି। ଆଜି ଏନେଇ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି ା କରୋନା କାୟା ବିସ୍ତାର କରୁଥିବା ଯୋଗୁଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସେପଟେ ସିଙ୍ଗାପୁର କ୍ରୁଜ୍ ସିପକୁ ମିଳୁନି ବନ୍ଦର। ସିଙ୍ଗାପୁର, ମାଲେସିଆ,ଥାଇଲାଣ୍ଡ, ଚୀନ, ଦକ୍ଷିଣ କୋରିଆ ପ୍ରଭୃତି ଦେଶ ଏହି କ୍ରୁଜକୁ […]

1213
ମହିଳା ଦିବସରେ ବାପାଙ୍କୁ ମିଳିଲା ଶ୍ରେଷ୍ଠ ମା’ର ସମ୍ମାନ

ପୁଣେ: ସରିଯାଇଛି ଆନ୍ତର୍ଜାତିକ ମହିଳା ଦିବସ। ଏହି ଅବସରରେ ଅନେକ ମହିଳାଙ୍କୁ ସମ୍ମାନିତ କରାଯାଇଛି। ଅନେକ ମହିଳାଙ୍କ ସାହସିକତା, କରୁଣ କାହାଣୀ ଶୁଣିବାକୁ ମିଳିଛି। ଏପରିକି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ମହିଳାଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ହେଲେ ଏ ହେଉଛନ୍ତି ମହାରାଷ୍ଟ୍ରର ପୁଣେ ସହରର ଆଦିତ୍ୟ ତିୱାରୀ। ଆଦିତ୍ୟଙ୍କୁ ମିଳିଛି ଆନ୍ତର୍ଜାତିକ ମହିଳା ଦିବସରେ ଶ୍ରେଷ୍ଠ ମା’ ପୁରସ୍କାର। ଆଶ୍ଚର୍ଯ୍ୟ ଲାଗୁଛି ନା ! […]

lion
ଗାଁ ଦାଣ୍ଡରେ ଗୋଡାଇଲା ସିଂହ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦି ଦ୍ୱିପହର। ଲୋକ ଭିଡ଼। ହଠାତ୍‌ ପଶି ଆସିଲା ସିଂହ। ଯିଏ ଯୁଆଡେ ପାରିଲେ ଦୌଡିଲେ। ସିଂହ ବି ପଛେ ପଛେ ଦୌଡିଲା….ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ଏକ ଗାଁରେ। ଏହାର ଭିଡିଓ ଭାଇରାଲ ମଧ୍ୟ ହୋଇଛି। ଏହି ଭିଡିଓ ଦେଖି ଲୋକେ ଭୟଭିତ ହୋଇ ଯାଇଛନ୍ତି। ଭିଡିଓଟିକୁ ଇଣ୍ଡିଆନ ଫରେଷ୍ଟ ସର୍ବିସର ଜଣେ ଅଫିସର ସୁଶାନ୍ତ ନନ୍ଦ ଟ୍ୱିଟରରେ ଶେୟାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହାର ୬ ହଜାର ଭିଉଜ୍‌ ହୋଇ […]

congress
୬୦ ବର୍ଷରେ ବାହାହେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ:କଂଗ୍ରେସ୍‌ର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାଶନିକ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୬୦ ବର୍ଷ ବୟସରେ  ବନ୍ଧୁ ରବିନା ଖୁରାନାଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଏକ ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କୁ ଉପସ୍ଥିତିରେ ସେ ରବିନାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ମହାରାଷ୍ଟର ବରିଷ୍ଠ ନେତା ବାଲକ୍ରିଷ୍ଣଙ୍କ ପୁଅ ମୁକୁଲ ୱାଶନିକ୍‌। ତାଙ୍କ ନାଁ ସେତିକିବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ […]

corona
କରୋନାରେ ଆକ୍ରାନ୍ତ ତିନିବର୍ଷର ଶିଶୁ

ଥିରୁଅନନ୍ତପୁରମ୍‌: ଭାରତରେ କରୋନା ଭାଇରସ୍‌ର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଲାଣି। କେରଳରେ ଜଣେ ତିନିବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଏହାକୁ ମିଶାଇ କେରଳରେ କରୋନା ରୋଗୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଶିଶୁଟି ନିଜ ପରିବାର ଲୋକଙ୍କ ସହ ଇଟାଲି ଯାଇଥିଲା। ଇଟାଲିରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।ଛୋଟ ଛୁଆଟିକୁ ଏବେ କେରଳର ଏର୍ନାକୁଲମ ମେଡିକାଲ କଲେଜର […]

43254
ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ-ଏସ୍‌ବିଆଇ

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ଏସବିଆଇର ଚେୟାରମ୍ୟାନ୍ ରଜନୀଶ କୁମାର ଆଜି ଏହା କହିଛନ୍ତି।  ଏସବିଆଇ ଆରବିଆଇ ସହ ଯୋଗାଯୋଗ କରି ୟେସ୍ ବ୍ୟାଙ୍କକୁ ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବାକୁ କାମ କରୁଛି। ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଶେୟାର ଏସବିଆଇ କିଣିବ। ଏଥିପାଇଁ ଆରବିଆଇ ବୋର୍ଡ ଅନୁମତି ଦେଇଛି। ହେଲେ ଏସବିଆଇ ସହିତ ୟେସ୍ ବ୍ୟାଙ୍କ ମିଶ୍ରଣ […]

Capture
ଡ୍ରାଇଭିଂ ବେଳେ ମୋବାଇଲ୍‌ରେ ଚାଟିଂ କରୁଥିଲେ; କାର ସହ ଉଡି ଉଡି ପଡ଼ିଲେ ନଈ ଭିତରେ

ବେଜିଂ: ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଗାଡ଼ି ଚଳାଇବା ବେଳେ ମୋବାଇଲରେ ଗପିବା ମନା। କାରଣ ଏଥିରେ ବିପଦର ଆଶଙ୍କା ରହିଛି। ହେଲେ ଲୋକେ ଫାଇନ୍‌ ଦେବାକୁ ପସନ୍ଦ କରୁଛନ୍ତି ପଛେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। କିନ୍ତୁ ଏହାର ପରିଣତି କେତେ ଭୟଙ୍କର ହୋଇପାରେ ତାହାର  ନମୁନା ଦେଖିବାକୁ ମିଳିଛି ଚୀନ୍‌ରେ। ଫେବ୍ରୁଆରୀ୨୧ ତାରିଖ ଘଟଣା। ଗଣମାଧ୍ୟମ ଖବର ଅନୁଯାୟୀ,  ଚୀନ୍‌ର ଜଣେ ବ୍ୟକ୍ତି ଡ୍ରାଇଭିଂ ଟେଷ୍ଟ ପାସ୍‌ କରିବାର ୧୦ ମିନିଟ୍‌ ପରେ […]

sc
ଫାଶିଦଣ୍ଡକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କୁ ଫାଶି ଦଣ୍ଡ ମିଳିବ। ହେଲେ କେବେ ? ତାରିଖ ପରେ ତାରିଖ ଟାଳି ଚାଲିଛନ୍ତି ଦୋଷୀ। କୋର୍ଟ ମାର୍ଚ୍ଚ୨୦ ତାରିଖ ସାନି ଡେଥ୍‌ ୱାରେଣ୍ଟ  ଜାରି କରିଥିଲେ ହେଁ ସେଦିନ ବି ଦୋଷୀଙ୍କୁ ଫାଶି ମିଳିବ କି ନାହିଁ ସନ୍ଦେହ ଦେଖା ଦେଇଛି। ଏମିତ ସମୟରେ ସୁପ୍ରିମ୍‌ କୋର୍ଟ ଜଣେ ହତ୍ୟାକାରୀଙ୍କ ଫାଶିଦଣ୍ଡକୁ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଛତିଶଗଡ଼ର ମନୋଜ ସୂର୍ଯ୍ୟଭାନ୍ସି ନାମକ ଜଣେ ବ୍ୟକ୍ତି ୮ ରୁ ୬ ବର୍ଷ ବୟସର […]

12122143
ଦୁଇ ହାତ ହରାଇଥିଲେ, ଏବେ ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ ଜୀବନରେ ଭରିଦେଇଛି ରଙ୍ଗ...

ମୁମ୍ବଇ:ଦିନ ଥିଲା ତାଙ୍କ ଆଖି ସାମ୍ନାରେ ଥିଲା ଖାଲି ଅନ୍ଧାର ଆଉ ଅନ୍ଧାର। ଜୀବନ ହୋଇ ପଡ଼ିଥିଲା ଦୁର୍ବିସହ। ଜୀବନ ଯୁଦ୍ଧରେ ସତରେ କ’ଣ ମୁଁ ଲଢି ପାରିବି – ଏମିତି ଏକ ପ୍ରଶ୍ନ ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା। କାରଣ ଏକ ଦୁର୍ଘଟଣାରେ ସେ ତାଙ୍କର ଦୁଇଟି ହାତ ହରାଇଥିଲେ। ଗୋଟିଏ ବର୍ଷ ଏପରି ଦ୍ୱନ୍ଦ୍ୱରେ କଟିଗଲା। ହେଲେ ଆଜି ତାଙ୍କ ପାଇଁ ସମୟ ବଦଳି ଯାଇଛି। ଏବେ ତାଙ୍କ ଆଖିରେ ଅନେକ ସ୍ୱପ୍ନ। […]

ganguli
‘କରୋନା’ ପାଇଁ ଆଇପିଏଲ୍‌ ସ୍ଥଗିତ ହେବନି

କୋଲକାତା: ସାରା ବିଶ୍ୱରେ କାୟା ମେଲାଇ ସାରିଥିବା ‘କରୋନା’ ଭାଇରସ୍ ଏବେ ଭାରତ ମୁହାଁ ହୋଇଛି। ଭାରତରେ ଏବେ କରୋନା ଭାଇରସକୁ ନେଇ ନାହିଁ ନଥିବା ଭୟ ମଧ୍ୟ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଚଳିତ ମାସ ଶେଷଭାଗରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ଆୟୋଜନକୁ ନେଇ ମଧ୍ୟ ନାନା ପ୍ରଶ୍ନ ଉଠିବାରେ ଲାଗିଛି। କରୋନା ପାଇଁ ଆଇପିଏଲ୍ ବନ୍ଦ ହେବ କି ଜାରି ରହିବ, ତାକୁ ନେଇ ଦ୍ୱନ୍ଦ୍ୱ। […]